ରାସ୍ତାକୁ ପଙ୍କମାଟି ଖସି ଯାତାୟାତରେ ଅସୁବିଧା

ପଟ୍ଟାମୁଣ୍ଡାଇ,୧୦।୭(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ଉତିକଣ ବନ୍ୟା ନିରୋଧକ ପୁରୁଣା ପଟ୍ଟାମୁଣ୍ଡାଇ-ରାଜନଗର ପୂର୍ତ୍ତ ବିଭାଗ ରାସ୍ତାର ଅଳଭାଠାରୁ ମଦନପୁର ମଧ୍ୟ ଦେଇ ରାଜନଗର ପର୍ଯ୍ୟନ୍ତ ରାସ୍ତା ଯାଇଛି। ୪ ମାସ ତଳେ ଟେଣ୍ଡର ମାଧ୍ୟମରେ ଏହି ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲା। ରାସ୍ତାଟିର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ପଙ୍କ ମାଟି ପକାଯାଇ ଉଚ୍ଚା କରାଯାଉଛି। ବର୍ଷାଋତୁ ହେବା ଯୋଗୁ ବର୍ତ୍ତମାନ ନିର୍ମାଣ କାମ ବନ୍ଦ ରହିଛି। ଫଳରେ ପଙ୍କ ମାଟି ରାସ୍ତା ଉପରକୁ ଖସି ଯାତାୟାତରେ ଅସୁବିଧା ହେଉଛି। ତେଣୁ ଉକ୍ତ ରାସ୍ତାଦେଇ ଯାଉଥିବା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଆଇନଜୀବୀ ଶିବ ସାମନ୍ତରାୟ କହିଛନ୍ତି, କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଡିଭିଜନ-୧ ପକ୍ଷରୁ ପଟ୍ଟାମୁଣ୍ଡାଇ-ରାଜନଗର ପୁରୁଣା ରାସ୍ତାର ପ୍ରଶସ୍ତୀକରଣ ଓ ଉନ୍ନତୀକରଣ ପାଇଁ ପ୍ରାୟ ୧୮ କୋଟି ଟଙ୍କାର ବ୍ୟୟ ଅଟକଳରେ ମୋଟ ୧୫ କିମି ରାସ୍ତା ନିର୍ମାଣ ନିମନ୍ତେ ଠିକାଦାରଙ୍କୁ କାମ ଦିଆଯାଇଛି। କିନ୍ତୁ ସମ୍ପୃକ୍ତ ଠିକାଦାର ବିଭାଗର ଅଟକଳ ଅନୁଯାୟୀ କାର୍ଯ୍ୟ କରୁନାହିଁ। କାମ ଆରମ୍ଭ ସମୟରୁ କେବଳ ରାସ୍ତାର ଦକ୍ଷିଣ ପାଶର୍‌ବକୁ ଉଚ୍ଚ କରିବା ପାଇଁ ମାଟି ବଦଳରେ ପଙ୍କ ପକାଯିବା ପରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। ରାସ୍ତାପାଶର୍‌ବରେ ବର୍ତ୍ତମାନ କେବଳ ପଙ୍କ ମାଟି ଗଦା ହୋଇରହିଛି। ବର୍ଷା ହେବା ଫଳରେ ପଙ୍କମାଟି ଖସି ରାସ୍ତାରେ ଯାତାୟାତ କରି ହେଉନାହିଁ। ତେଣୁ ଉକ୍ତ ରାସ୍ତା କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବା ସହ ଶୀଘ୍ର ଶେଷ କରାଯାଉ। ସାମାଜିକ କର୍ମୀ ନୃସିଂହ ଚରଣ ଆଚାର୍ଯ୍ୟ କହିଛନ୍ତି, ପଟ୍ଟାମୁଣ୍ଡାଇ ଦଶହଜାରୀ ଉତିକଣ ବନ୍ୟାବନ୍ଧ ରାସ୍ତା ଜଳସମ୍ପଦ ବିଭାଗ ଅଧୀନରେ ଥିଲା। ଏହାକୁ ସବୁଦିନିଆ ରାସ୍ତାରେ ପରିଣତ କରିବାକୁ ୧୯୮୪ରେ ତତ୍‌କାଳୀନ ସରକାର, ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଥିଲେ। ସେହିଦିନଠାରୁ ରାସ୍ତାର ପିଚୁ କାମ ଓ ମରାମତି ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଉଛି। ବନ୍ୟାବନ୍ଧ ପାଶର୍‌ବରେ ପ୍ରଶସ୍ତୀକରଣ ଘେରିବନ୍ଧ ପଥର ପ୍ୟାକିଂ କାର୍ଯ୍ୟ ଜଳସମ୍ପଦ ବିଭାଗ ନିର୍ମାଣ କରୁଛି। ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତାକୁ ୨୦୨୦-୨୧ ଆର୍ଥତ୍କ ବର୍ଷରେ ନିର୍ମାଣ ଓ ମରାମତି କରାଯାଇଥିବା କାଗଜପତ୍ରରେ ଦର୍ଶାଇ ଲକ୍ଷାଧିକ ଟଙ୍କା ଚଳୁ ହୋଇଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡ଼ିଥିଲା। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ତରବରିଆ ଭାବେ ରାସ୍ତା ମରାମତି ହୋଇଥିଲେ ମଧ୍ୟ ତାହା ୬ ମାସ ମଧ୍ୟରେ ଖରାପ ହୋଇ ଯାଇଥିଲା। ଏବେ ପୁଣି ସେହି ରାସ୍ତା କାମ ହେଉଛି। ଠିକାଦାର ବିଭାଗର ଅଟକଳ ଅନୁଯାୟୀ କାର୍ଯ୍ୟ କରୁନାହାନ୍ତି। ଏହି ରାସ୍ତାର ଦକ୍ଷିଣ ପାର୍ଶ୍ୱରେ ମାଟି ବ୍ୟବହାର କରାଯିବାକୁ ଥିବା ବେଳେ ଏଠାରେ ପଙ୍କର ବ୍ୟବହାର କରାଯାଉଛି। ଏହି ରାସ୍ତାର ନିର୍ମାଣ କାର୍ଯ୍ୟକୁ ବିଭାଗୀୟ ଯନ୍ତ୍ରୀ ତଦାରଖ କରୁନାହାନ୍ତି। ରାସ୍ତାର ଦକ୍ଷିଣ ପାର୍ଶ୍ୱରେ ୧ ମିଟର ଲେଖାଏ ସିମେଣ୍ଟ ବଜୁରି ଲଗାଯିବାକୁ ଥିବା ବେଳେ ତାହା କରା ନ ଯାଇ ପଙ୍କ ମାଟି ପକାଯାଇଛି। ଅଢାଜୋରି ଗଁାର କୁବେର ଚନ୍ଦ୍ର ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ବାଇପାସ ପାଖରୁ ଅଳଭା, ମଦନପୁର ଦେଇ ରାଜନଗର ଯାଇଥିବା ୧୫ କିମି ରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେହି ରାସ୍ତା ଦେଇ ପ୍ରତିଦିନ ରାଜନଗରରୁ କଟକ, ଭୁବନେଶ୍ୱର ଯାତାୟାତ କରୁଥିବା ୧୮ରୁ ଅଧିକ ଯାତ୍ରୀବାହୀ ବସ୍‌ ଏବେ ବନ୍ଦ ରହିଛି। ଫଳରେ ନଦୀବନ୍ଧର ଉଭୟପାଶର୍‌ବରେ ଥିବା ପ୍ରାୟ ୩୨ଟି ଗଁା ଲୋକ ବସ୍‌ ସେବାରୁ ବଞ୍ଚତ୍ତ ହୋଇଛନ୍ତି। ରାସ୍ତା ଶୋଚନୀୟ ହୋଇପଡ଼ିଥିବାରୁ ୪ ଚକିଆ ଓ ୨ ଚକିଆ ଯାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହେଉଛି। ଦିନକୁ ଦିନ ସମସ୍ୟା ବୃଦ୍ଧି ପାଉଥିବାରୁ ତୁରନ୍ତ କାର୍ଯ୍ୟ ସାରିବାକୁ ପ୍ରଶାସନ ଦୃଷ୍ଟି ଦେବାକୁ ଅଜୟ ମଲିକ, ପଦ୍ମନାଭ ମହାନ୍ତି, କବି ନନ୍ଦ, ବାବୁଲ ସିଂହ, କିଶୋର ଦାସ ପ୍ରମୁଖ ଦାବି କରିଛନ୍ତି। ଏ ନେଇ କେନ୍ଦ୍ରାପଡ଼ା ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ହେଁ ସମ୍ଭବ ହୋଇ ନ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…

ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।…

ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ କଫ୍‌ ସିରପ୍‌ ଚୋରା କାରବାର ବିରୋଧରେ ଶନିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବେଆଇନ କଫ୍‌ ସିରପ୍‌…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?