ରାସ୍ତାକୁ ପଙ୍କମାଟି ଖସି ଯାତାୟାତରେ ଅସୁବିଧା

ପଟ୍ଟାମୁଣ୍ଡାଇ,୧୦।୭(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ଉତିକଣ ବନ୍ୟା ନିରୋଧକ ପୁରୁଣା ପଟ୍ଟାମୁଣ୍ଡାଇ-ରାଜନଗର ପୂର୍ତ୍ତ ବିଭାଗ ରାସ୍ତାର ଅଳଭାଠାରୁ ମଦନପୁର ମଧ୍ୟ ଦେଇ ରାଜନଗର ପର୍ଯ୍ୟନ୍ତ ରାସ୍ତା ଯାଇଛି। ୪ ମାସ ତଳେ ଟେଣ୍ଡର ମାଧ୍ୟମରେ ଏହି ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲା। ରାସ୍ତାଟିର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ପଙ୍କ ମାଟି ପକାଯାଇ ଉଚ୍ଚା କରାଯାଉଛି। ବର୍ଷାଋତୁ ହେବା ଯୋଗୁ ବର୍ତ୍ତମାନ ନିର୍ମାଣ କାମ ବନ୍ଦ ରହିଛି। ଫଳରେ ପଙ୍କ ମାଟି ରାସ୍ତା ଉପରକୁ ଖସି ଯାତାୟାତରେ ଅସୁବିଧା ହେଉଛି। ତେଣୁ ଉକ୍ତ ରାସ୍ତାଦେଇ ଯାଉଥିବା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଆଇନଜୀବୀ ଶିବ ସାମନ୍ତରାୟ କହିଛନ୍ତି, କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଡିଭିଜନ-୧ ପକ୍ଷରୁ ପଟ୍ଟାମୁଣ୍ଡାଇ-ରାଜନଗର ପୁରୁଣା ରାସ୍ତାର ପ୍ରଶସ୍ତୀକରଣ ଓ ଉନ୍ନତୀକରଣ ପାଇଁ ପ୍ରାୟ ୧୮ କୋଟି ଟଙ୍କାର ବ୍ୟୟ ଅଟକଳରେ ମୋଟ ୧୫ କିମି ରାସ୍ତା ନିର୍ମାଣ ନିମନ୍ତେ ଠିକାଦାରଙ୍କୁ କାମ ଦିଆଯାଇଛି। କିନ୍ତୁ ସମ୍ପୃକ୍ତ ଠିକାଦାର ବିଭାଗର ଅଟକଳ ଅନୁଯାୟୀ କାର୍ଯ୍ୟ କରୁନାହିଁ। କାମ ଆରମ୍ଭ ସମୟରୁ କେବଳ ରାସ୍ତାର ଦକ୍ଷିଣ ପାଶର୍‌ବକୁ ଉଚ୍ଚ କରିବା ପାଇଁ ମାଟି ବଦଳରେ ପଙ୍କ ପକାଯିବା ପରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। ରାସ୍ତାପାଶର୍‌ବରେ ବର୍ତ୍ତମାନ କେବଳ ପଙ୍କ ମାଟି ଗଦା ହୋଇରହିଛି। ବର୍ଷା ହେବା ଫଳରେ ପଙ୍କମାଟି ଖସି ରାସ୍ତାରେ ଯାତାୟାତ କରି ହେଉନାହିଁ। ତେଣୁ ଉକ୍ତ ରାସ୍ତା କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବା ସହ ଶୀଘ୍ର ଶେଷ କରାଯାଉ। ସାମାଜିକ କର୍ମୀ ନୃସିଂହ ଚରଣ ଆଚାର୍ଯ୍ୟ କହିଛନ୍ତି, ପଟ୍ଟାମୁଣ୍ଡାଇ ଦଶହଜାରୀ ଉତିକଣ ବନ୍ୟାବନ୍ଧ ରାସ୍ତା ଜଳସମ୍ପଦ ବିଭାଗ ଅଧୀନରେ ଥିଲା। ଏହାକୁ ସବୁଦିନିଆ ରାସ୍ତାରେ ପରିଣତ କରିବାକୁ ୧୯୮୪ରେ ତତ୍‌କାଳୀନ ସରକାର, ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଥିଲେ। ସେହିଦିନଠାରୁ ରାସ୍ତାର ପିଚୁ କାମ ଓ ମରାମତି ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଉଛି। ବନ୍ୟାବନ୍ଧ ପାଶର୍‌ବରେ ପ୍ରଶସ୍ତୀକରଣ ଘେରିବନ୍ଧ ପଥର ପ୍ୟାକିଂ କାର୍ଯ୍ୟ ଜଳସମ୍ପଦ ବିଭାଗ ନିର୍ମାଣ କରୁଛି। ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତାକୁ ୨୦୨୦-୨୧ ଆର୍ଥତ୍କ ବର୍ଷରେ ନିର୍ମାଣ ଓ ମରାମତି କରାଯାଇଥିବା କାଗଜପତ୍ରରେ ଦର୍ଶାଇ ଲକ୍ଷାଧିକ ଟଙ୍କା ଚଳୁ ହୋଇଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡ଼ିଥିଲା। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ତରବରିଆ ଭାବେ ରାସ୍ତା ମରାମତି ହୋଇଥିଲେ ମଧ୍ୟ ତାହା ୬ ମାସ ମଧ୍ୟରେ ଖରାପ ହୋଇ ଯାଇଥିଲା। ଏବେ ପୁଣି ସେହି ରାସ୍ତା କାମ ହେଉଛି। ଠିକାଦାର ବିଭାଗର ଅଟକଳ ଅନୁଯାୟୀ କାର୍ଯ୍ୟ କରୁନାହାନ୍ତି। ଏହି ରାସ୍ତାର ଦକ୍ଷିଣ ପାର୍ଶ୍ୱରେ ମାଟି ବ୍ୟବହାର କରାଯିବାକୁ ଥିବା ବେଳେ ଏଠାରେ ପଙ୍କର ବ୍ୟବହାର କରାଯାଉଛି। ଏହି ରାସ୍ତାର ନିର୍ମାଣ କାର୍ଯ୍ୟକୁ ବିଭାଗୀୟ ଯନ୍ତ୍ରୀ ତଦାରଖ କରୁନାହାନ୍ତି। ରାସ୍ତାର ଦକ୍ଷିଣ ପାର୍ଶ୍ୱରେ ୧ ମିଟର ଲେଖାଏ ସିମେଣ୍ଟ ବଜୁରି ଲଗାଯିବାକୁ ଥିବା ବେଳେ ତାହା କରା ନ ଯାଇ ପଙ୍କ ମାଟି ପକାଯାଇଛି। ଅଢାଜୋରି ଗଁାର କୁବେର ଚନ୍ଦ୍ର ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ବାଇପାସ ପାଖରୁ ଅଳଭା, ମଦନପୁର ଦେଇ ରାଜନଗର ଯାଇଥିବା ୧୫ କିମି ରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେହି ରାସ୍ତା ଦେଇ ପ୍ରତିଦିନ ରାଜନଗରରୁ କଟକ, ଭୁବନେଶ୍ୱର ଯାତାୟାତ କରୁଥିବା ୧୮ରୁ ଅଧିକ ଯାତ୍ରୀବାହୀ ବସ୍‌ ଏବେ ବନ୍ଦ ରହିଛି। ଫଳରେ ନଦୀବନ୍ଧର ଉଭୟପାଶର୍‌ବରେ ଥିବା ପ୍ରାୟ ୩୨ଟି ଗଁା ଲୋକ ବସ୍‌ ସେବାରୁ ବଞ୍ଚତ୍ତ ହୋଇଛନ୍ତି। ରାସ୍ତା ଶୋଚନୀୟ ହୋଇପଡ଼ିଥିବାରୁ ୪ ଚକିଆ ଓ ୨ ଚକିଆ ଯାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହେଉଛି। ଦିନକୁ ଦିନ ସମସ୍ୟା ବୃଦ୍ଧି ପାଉଥିବାରୁ ତୁରନ୍ତ କାର୍ଯ୍ୟ ସାରିବାକୁ ପ୍ରଶାସନ ଦୃଷ୍ଟି ଦେବାକୁ ଅଜୟ ମଲିକ, ପଦ୍ମନାଭ ମହାନ୍ତି, କବି ନନ୍ଦ, ବାବୁଲ ସିଂହ, କିଶୋର ଦାସ ପ୍ରମୁଖ ଦାବି କରିଛନ୍ତି। ଏ ନେଇ କେନ୍ଦ୍ରାପଡ଼ା ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ହେଁ ସମ୍ଭବ ହୋଇ ନ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ଇଞ୍ଜିନ ସରକାର କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ଝାରସୁଗୁଡ଼ା,୨୪ା୪ (ସଞ୍ଜୟ ମାଲି):ଝାରସୁଗୁଡା ଜିଲା ଲଇକେରା ବ୍ଲକରେ ମଙ୍ଗଳବାର ଭାଜପା ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଲଇକେରା ବିଜେଡି ମହିଳା ନେତ୍ରୀ...

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri