କମୁନି ଅଳିଆ, ବଢ଼ିଚାଲିଛି ଟିଟିଏସ୍‌ ଆକାର

ଭୁବନେଶ୍ୱର, ୧୬।୧ (ବନ୍ଦନା ସେଠୀ):କାହିଁକି ଆଉ ସେ ଫଟୋ ଉଠାଉଛ। ଯେତେ ଫଟୋ ଉଠାଇଲେ, କି ଲୋକଙ୍କ ଅଭିଯୋଗ ଶୁଣିଲେ କିଛି ତ ଫଳ ମିଳୁନି। ଯୋଉ ଗନ୍ଧକୁ ସେଇ ଗନ୍ଧ ହଉଛିି। ବରଂ ଦିନରାତି ମେଶିନ୍‌ ଲଗାଇ ଅଳିଆ ଘାଣ୍ଟୁଥିବାରୁ ଆମେ ବେଶି ହଇରାଣ ହେଉଛୁ। ଏଭଳି କିଛି କଥା କହି ନିଜର କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ମହାବୀର ବସ୍ତି ଓ ଭିଏସ୍‌ଏସ୍‌ ନଗରବାସୀ। ସୈନିକ ସ୍କୁଲ ନିକଟ ଟିଟିଏସ୍‌ (ଟେମ୍ପରାରି ଟ୍ରାନ୍‌ଜିଟ୍‌ ଷ୍ଟେଶନ)ରୁ ଅଳିଆ ପାହାଡ଼ କମିବାର ନାଁ ଧରୁନି। ଯେତେ ଖୋଳିଲେ ସେତେ ଆବର୍ଜନା ବାହାରୁଛି। ଆବର୍ଜନା ପ୍ରକ୍ରିୟାକରଣ ନାମରେ ଏବେ ଟିଟିଏସ୍‌ର କଳେବର ବୃଦ୍ଧି ପାଇ ଗାଡ଼କଣ ଛୁଇଁଲାଣି। ମାତ୍ର ଆବର୍ଜନା ପାହାଡ଼ର ଉଚ୍ଚତା କିଛି କମାଇ ପାରିଥିବାରୁ ବିଏମସି ନିଜକୁ ସାବାସି ଦେବାକୁ ପଛଘୁଞ୍ଚା ଦେଉନାହିଁ। ସେହିପରି ଜାନୁଆରୀ ଶେଷ ସୁଦ୍ଧା ଟିଟିଏସ୍‌ରେ ଆବର୍ଜନା ପରିମାଣ ଆଖିଦୃଶିଆ କମ୍‌ ହେବ ବୋଲି ପୂର୍ବରୁ ମେୟର ସୁଲୋଚନା ଦାସ ଏବଂ କମିଶନର ବିଜୟ ଅମୃତା କୁଲାଙ୍ଗେ ଦେଇଥିବା ପ୍ରତିଶ୍ରୁତି ପାଣିରେ ପଡ଼ିବା ଭଳି ମନେ ହେଉଛି। କାରଣ ଏବେ ବି ସମ୍ପୃକ୍ତ ଅଞ୍ଚଳ ତଥା ଆଖପାଖ ଅଞ୍ଚଳରେ ଦୁର୍ଗନ୍ଧର ବାତାବରଣ ରହିଥିବାବେଳେ ଆବର୍ଜନାର ପରିମାଣ କମିନାହିଁ। ପ୍ରତିଦିନ ଟିଟିଏସ୍‌ରେ ଆବର୍ଜନା ପକାଇବା ପାଇଁ ଗେଟ୍‌ ପାଖରେ ସଫେଇ ଗାଡ଼ିର ଲମ୍ବା ଧାଡ଼ି ଲାଗି ରହୁଛି। ଟ୍ରମେଲ ଓ ଟେରେକ୍ସ ମେଶିନ୍‌ ଯୋଗେ ଦୈନିକ ୨ହଜାରରୁ ୨୪ଶହ ଟନ୍‌ ଆବର୍ଜନା ପ୍ରକ୍ରିୟାକରଣ ହେଉଥିବାବେଳେ ଦୈନିକ ୫ଶହ ଟନ୍‌ରୁ ଊର୍ଦ୍ଧ୍ୱ ଆବର୍ଜନା ଗଦା କରାଯାଉଛି। ତେଣୁ ଗୋଦରା କୋଡ଼େ ଯେତେ ମାଡ଼େ ସେତେ ଭଳି ସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୭ଏକର ଜମିରେ ପ୍ରଥମେ ଟିଟିଏସ୍‌ କାର୍ଯ୍ୟକ୍ଷମ ହୋଇଥିଲା। ପରେ ଭୁଆସୁଣିକୁ ଆବର୍ଜନା ଯିବା ବନ୍ଦ ହେବାପରେ ଏକମାତ୍ର ବିକଳ୍ପ ଭାବେ ଟିଟିଏସ୍‌ ରହିଥିଲା। ତେଣୁ ଏହାର କଳେବର ବଢାଇବା ପାଇଁ ବିଏମ୍‌ସି ଜିଏ ବିଭାଗକୁ ରିକ୍ୟୁଜିସନ୍‌ ପଠାଇଥିଲା। ପରେ ଜିଏରୁ ଅନୁମତି ମିଳିବା ପରେ ଟିଟିଏସ୍‌ ଏବେ ୭ରୁ ୧୨ଏକର ପରିମିତ ଜମିରେ କାର୍ଯ୍ୟକ୍ଷମ ହେଉଛି। ତେଣୁ ଅସ୍ଥାୟୀ ଭାବେ ଆରମ୍ଭ ହୋଇଥିବା ଏହି ଡମ୍ଫିୟାର୍ଡ ଏବେ ଅଘୋଷିତ ସ୍ଥାୟୀ ଡମ୍ଫିୟାର୍ଡରେ ପରିଣତ ହୋଇଛି।

ରାଜଗାଙ୍ଗପୁରକୁ ଯାଉଛି ଆର୍‌ଟିଏଫ୍‌

ଟିଟିଏସ୍‌ରେ ଗଦା ହୋଇଥିବା ଆବର୍ଜନାରୁ ବାହାରୁଥିବା ପ୍ଲାଷ୍ଟିକ୍‌, ପଲିଥିନ୍‌ ଭଳି ଆର୍‌ଟିଏଫ୍‌କୁ ରାଜଗାଙ୍ଗପୁରକୁ ପଠାଯାଉଛି। ଗୋଟେ ଗାଡ଼ିରେ ପ୍ରାୟ ୨୦ଟନ୍‌ ଲେଖାଏ ଆରଟ୍‌ିଏଫ୍‌ ସ୍ଥାନାନ୍ତର ହେଉଥିବାବେଳେ ଦୈନିକ ୧୫ରୁ ୨୦ ଟ୍ରିପ୍‌ ଗାଡ଼ି ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ କାରଖାନାକୁ ଯାଉଛି। ଏଥିପାଇଁ ଡାଲମିଆ ଓ ବିଏମ୍‌ସି ମଧ୍ୟରେ ଏମ୍‌ଓୟୁ ହୋଇଥିବା ସୂଚନା ରହିଛି। ଏପରିକି ଆବର୍ଜନା ନେଇ ଟ୍ରକ୍‌ ଯିବା ଆସିବା ପାଇଁ ଟିଟିଏସ୍‌ କଡ଼ରେ ବିଏମ୍‌ସି ପକ୍ଷରୁ ପାଥ୍‌ଓ୍ବେ ନିର୍ମାଣ କରାଯାଇଛି।

ଭିତ୍ତିଭୂମି ସଜାଡି ପାରୁନି ବିଏମ୍‌ସି

ଆବର୍ଜନା ପ୍ରକ୍ରିୟାକରଣ ତଥା ଏହାର ପରିଚାଳନା ବିଏମ୍‌ସି ପାଇଁ ମୁଖ୍ୟ ସମସ୍ୟା ହୋଇ ଉଭା ହୋଇଥିଲେ ବି ଏବେସୁଦ୍ଧା ଭିତ୍ତିଭୂମି ସଜାଡି ହୋଇପାରୁନାହିଁ। ଫଳରେ ଯେତେ ଯୋଜନା କଲେ ବି ଫେଲ୍‌ ମାରୁଛି। ସହରରୁ ଦୈନିକ ବାହାରୁଥିବା ପ୍ରାୟ ୧ହଜାର ଟନ୍‌ ଆବର୍ଜନାର ପରିଚାଳନା ପାଇଁ ପ୍ରତି ଓ୍ବାର୍ଡରେ ଏମ୍‌ସିସି (ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏମ୍‌ସିସିରେ ଆବର୍ଜନା ପ୍ରକ୍ରିୟାକରଣ କରାଯିବା ସହ ଆଉ ଟିଟିଏସ୍‌ ଉପରେ ନିର୍ଭର କରିବାକୁ ପଡିବ ନାହିଁ ବୋଲି ଯୋଜନା କରାଯାଇଥିଲା। ମାତ୍ର ଏବେସୁଦ୍ଧା ସହରରେ ମାତ୍ର ୩୫ଟି ଏମ୍‌ସିସି ନିର୍ମାଣ କରାଯାଇଥିବାରୁ ଏହା ସମ୍ଭବ ହୋଇପାରୁନାହିଁ। ଦୈନିକ ୧୫ଟିପିଟି ବର୍ଜ୍ୟ ପ୍ରକିୟାକରଣ ଲକ୍ଷ୍ୟ ଟିଟିଏସ୍‌ ନିକଟରେ ମେଗା ଏମ୍‌ସିସି ନିର୍ମାଣ ହେଉଥିଲେ ବି ଏବେ ସୁଦ୍ଧା ତାହା ସରିପାରି ନାହିଁ। ସେହିପରି ଓଦା ବର୍ଜ୍ୟକୁ ପ୍ରକ୍ରିୟାକରଣ କରିବା ତଥା ଏମ୍‌ସିସି ଉପରେ ଚାପ କମାଇବା ପାଇଁ ହେବାକୁ ଥିବା ବାୟୋ ମିଥେନ୍‌ ପ୍ଲାଣ୍ଟ ମଧ୍ୟ ଏବେସୁଦ୍ଧା ଆଗେଇ ପାରିନାହିଁ।

ଆବର୍ଜନା ଯେତିକି, ଗୁଡ୍‌ଆର୍ଥ ସେତିକି

ଆବର୍ଜନା ପ୍ରକ୍ରିୟାକରଣ ହୋଇ ସେଥିରୁ ଗୁଡ୍‌ଆର୍ଥ ବାହାରିବା ପରେ ସେଗୁଡିକୁ ସହରର ଖାଲୁଆ ସ୍ଥାନରେ ପକାଇ ସମତଳ କରାଯିବ ବୋଲି ଅଧିକାରୀମାନେ କହିଥିଲେ। ମାତ୍ର ସହରର ଖାଲୁଆ ସ୍ଥାନ ଚିହ୍ନଟ କରିବା ପାଇଁ ଅଧିକାରୀଙ୍କୁ ସମୟ ହେଉନାହିଁ। କେବଳ ଭରତପୁର ଏମ୍‌ସିସି ପାଖରେ ଥିବା ଖାଲ ଜାଗାରେ କିଛି ଗୁଡ୍‌ଆର୍ଥକୁ ପକାଯାଇଥିଲା। ଫଳରେ ଦୈନିକ ବାହାରୁଥବା ଶହଶହ ଟନ୍‌ ଗୁଡ୍‌ଆର୍ଥରେ ଟିଟିଏସ୍‌ରେ ହିଁ ପକାଯାଉଛି। ଗୋଟେପଟେ ଆବର୍ଜନା ଏବଂ ଅନ୍ୟପଟେ ଗୁଡ୍‌ଆର୍ଥର ପାହାଡ଼ ସୃଷ୍ଟି ହେବାରେ ଲାଗିଛି। ଅପରପକ୍ଷେ ଭବିଷ୍ୟତରେ ଏହାକୁ ଖତ ଭାବେ ବ୍ୟବହାର କରାଯାଇ ପାରିବ କି ନାହିଁ ତାହା ଜାଣିବା ପାଇଁ ମାଟିର କ୍ୟାଲୋରୀ ଭ୍ୟାଲି ଟେଷ୍ଟ କରିବା ପାଇଁ ଓୟୁଏଟିକୁ ସାମ୍ପଲ ପଠା ଯାଇଥିବାବେଳେ ସେଠାରୁ କିଛି ରିପୋର୍ଟ ମିଳିନାହିଁ। ତେଣୁ ଏବେ ଗୁଡ୍‌ଆର୍ଥକୁ କିଭଳି ଭାବେ ପରିଚାଳନା କରାଯିବ ତାହା ଅଧିକାରୀଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ହାହାକାର, ବୁଡ଼ିଗଲା ନିବେଶକଙ୍କ ୮ ଲକ୍ଷ କୋଟି

ମୁମ୍ବାଇ,୨୯।୯: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଉତ୍ପନ୍ନ ଭୂ-ରାଜନୈତିକ ଅସ୍ଥିରତା ଗତ କିଛି ସପ୍ତାହ ଧରି ଶେୟାର ବଜାର ପାଇଁ ନକାରାତ୍ମକ ସ୍ଥିତି ସୃଷ୍ଟି କରିଛି ।…

କେଉଁଠୁ ଆସିଲା ରହସ୍ୟମୟ ‘କଳା ହୀରା’? ଗବେଷଣାରୁ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ୍ୟ

କାସୁଗା (ଜାପାନ),୨୯।୯: ବ୍ରାଜିଲ ଓ ମଧ୍ୟ ଆଫ୍ରିକାରେ ମିଳୁଥିବା ଏକ କଳା ରଙ୍ଗର ପଥରକୁ ଦେଖିଲେ ପ୍ରଥମ ନଜରରେ ଏହା ଏକ ସାଧାରଣ କାଚ ପରି ଚକଚକ…

‘ଭାଜପା ରାମଙ୍କୁ ଚୋରି କରିଛି’, ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୨୯।୯: ଭଗବାନ ରାମ ଓ ଭଗବାନ ଶିବଙ୍କୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଚର୍ଚ୍ଚା ତେଜ ହୋଇଛି । ଦିଲ୍ଲୀରେ…

ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍‌ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ…

ସୃଷ୍ଟି ହେବ ବଡ଼ ଯୋଗ! ୪ଟି ରାଶିଙ୍କ ଉପରେ ବର୍ଷିିବ ଧନ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨ ଅକ୍ଟୋବର ୨୦୨୬, ଶୁକ୍ରବାର ଦିନ ବୁଧ ଓ ମଙ୍ଗଳ ଗ୍ରହ ୯୦ ଡିଗ୍ରୀ କୋଣରେ ରହିବେ। ଏହା ଫଳରେ ‘କେନ୍ଦ୍ର…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ପ୍ରତିଶ୍ରୁତି ପରେ ହଟିଲା ବସ ଅବରୋଧ: ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି…

ବଙ୍ଗ ରାଜନୀତିରେ ହଇଚଇ; ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା, ୧୦୦ରୁ ଅଧିକ….

କୋଲକାତା,୨୯।୯: ପଶ୍ଚିମବଙ୍ଗରେ ଆଗାମୀ ଉପନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (TMC)ରେ ଦଳୀୟ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଲଦା ଜିଲାର ମହିଷ ବାଥାନୀ ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?