କମୁନି ଅଳିଆ, ବଢ଼ିଚାଲିଛି ଟିଟିଏସ୍‌ ଆକାର

ଭୁବନେଶ୍ୱର, ୧୬।୧ (ବନ୍ଦନା ସେଠୀ):କାହିଁକି ଆଉ ସେ ଫଟୋ ଉଠାଉଛ। ଯେତେ ଫଟୋ ଉଠାଇଲେ, କି ଲୋକଙ୍କ ଅଭିଯୋଗ ଶୁଣିଲେ କିଛି ତ ଫଳ ମିଳୁନି। ଯୋଉ ଗନ୍ଧକୁ ସେଇ ଗନ୍ଧ ହଉଛିି। ବରଂ ଦିନରାତି ମେଶିନ୍‌ ଲଗାଇ ଅଳିଆ ଘାଣ୍ଟୁଥିବାରୁ ଆମେ ବେଶି ହଇରାଣ ହେଉଛୁ। ଏଭଳି କିଛି କଥା କହି ନିଜର କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ମହାବୀର ବସ୍ତି ଓ ଭିଏସ୍‌ଏସ୍‌ ନଗରବାସୀ। ସୈନିକ ସ୍କୁଲ ନିକଟ ଟିଟିଏସ୍‌ (ଟେମ୍ପରାରି ଟ୍ରାନ୍‌ଜିଟ୍‌ ଷ୍ଟେଶନ)ରୁ ଅଳିଆ ପାହାଡ଼ କମିବାର ନାଁ ଧରୁନି। ଯେତେ ଖୋଳିଲେ ସେତେ ଆବର୍ଜନା ବାହାରୁଛି। ଆବର୍ଜନା ପ୍ରକ୍ରିୟାକରଣ ନାମରେ ଏବେ ଟିଟିଏସ୍‌ର କଳେବର ବୃଦ୍ଧି ପାଇ ଗାଡ଼କଣ ଛୁଇଁଲାଣି। ମାତ୍ର ଆବର୍ଜନା ପାହାଡ଼ର ଉଚ୍ଚତା କିଛି କମାଇ ପାରିଥିବାରୁ ବିଏମସି ନିଜକୁ ସାବାସି ଦେବାକୁ ପଛଘୁଞ୍ଚା ଦେଉନାହିଁ। ସେହିପରି ଜାନୁଆରୀ ଶେଷ ସୁଦ୍ଧା ଟିଟିଏସ୍‌ରେ ଆବର୍ଜନା ପରିମାଣ ଆଖିଦୃଶିଆ କମ୍‌ ହେବ ବୋଲି ପୂର୍ବରୁ ମେୟର ସୁଲୋଚନା ଦାସ ଏବଂ କମିଶନର ବିଜୟ ଅମୃତା କୁଲାଙ୍ଗେ ଦେଇଥିବା ପ୍ରତିଶ୍ରୁତି ପାଣିରେ ପଡ଼ିବା ଭଳି ମନେ ହେଉଛି। କାରଣ ଏବେ ବି ସମ୍ପୃକ୍ତ ଅଞ୍ଚଳ ତଥା ଆଖପାଖ ଅଞ୍ଚଳରେ ଦୁର୍ଗନ୍ଧର ବାତାବରଣ ରହିଥିବାବେଳେ ଆବର୍ଜନାର ପରିମାଣ କମିନାହିଁ। ପ୍ରତିଦିନ ଟିଟିଏସ୍‌ରେ ଆବର୍ଜନା ପକାଇବା ପାଇଁ ଗେଟ୍‌ ପାଖରେ ସଫେଇ ଗାଡ଼ିର ଲମ୍ବା ଧାଡ଼ି ଲାଗି ରହୁଛି। ଟ୍ରମେଲ ଓ ଟେରେକ୍ସ ମେଶିନ୍‌ ଯୋଗେ ଦୈନିକ ୨ହଜାରରୁ ୨୪ଶହ ଟନ୍‌ ଆବର୍ଜନା ପ୍ରକ୍ରିୟାକରଣ ହେଉଥିବାବେଳେ ଦୈନିକ ୫ଶହ ଟନ୍‌ରୁ ଊର୍ଦ୍ଧ୍ୱ ଆବର୍ଜନା ଗଦା କରାଯାଉଛି। ତେଣୁ ଗୋଦରା କୋଡ଼େ ଯେତେ ମାଡ଼େ ସେତେ ଭଳି ସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୭ଏକର ଜମିରେ ପ୍ରଥମେ ଟିଟିଏସ୍‌ କାର୍ଯ୍ୟକ୍ଷମ ହୋଇଥିଲା। ପରେ ଭୁଆସୁଣିକୁ ଆବର୍ଜନା ଯିବା ବନ୍ଦ ହେବାପରେ ଏକମାତ୍ର ବିକଳ୍ପ ଭାବେ ଟିଟିଏସ୍‌ ରହିଥିଲା। ତେଣୁ ଏହାର କଳେବର ବଢାଇବା ପାଇଁ ବିଏମ୍‌ସି ଜିଏ ବିଭାଗକୁ ରିକ୍ୟୁଜିସନ୍‌ ପଠାଇଥିଲା। ପରେ ଜିଏରୁ ଅନୁମତି ମିଳିବା ପରେ ଟିଟିଏସ୍‌ ଏବେ ୭ରୁ ୧୨ଏକର ପରିମିତ ଜମିରେ କାର୍ଯ୍ୟକ୍ଷମ ହେଉଛି। ତେଣୁ ଅସ୍ଥାୟୀ ଭାବେ ଆରମ୍ଭ ହୋଇଥିବା ଏହି ଡମ୍ଫିୟାର୍ଡ ଏବେ ଅଘୋଷିତ ସ୍ଥାୟୀ ଡମ୍ଫିୟାର୍ଡରେ ପରିଣତ ହୋଇଛି।

ରାଜଗାଙ୍ଗପୁରକୁ ଯାଉଛି ଆର୍‌ଟିଏଫ୍‌

ଟିଟିଏସ୍‌ରେ ଗଦା ହୋଇଥିବା ଆବର୍ଜନାରୁ ବାହାରୁଥିବା ପ୍ଲାଷ୍ଟିକ୍‌, ପଲିଥିନ୍‌ ଭଳି ଆର୍‌ଟିଏଫ୍‌କୁ ରାଜଗାଙ୍ଗପୁରକୁ ପଠାଯାଉଛି। ଗୋଟେ ଗାଡ଼ିରେ ପ୍ରାୟ ୨୦ଟନ୍‌ ଲେଖାଏ ଆରଟ୍‌ିଏଫ୍‌ ସ୍ଥାନାନ୍ତର ହେଉଥିବାବେଳେ ଦୈନିକ ୧୫ରୁ ୨୦ ଟ୍ରିପ୍‌ ଗାଡ଼ି ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ କାରଖାନାକୁ ଯାଉଛି। ଏଥିପାଇଁ ଡାଲମିଆ ଓ ବିଏମ୍‌ସି ମଧ୍ୟରେ ଏମ୍‌ଓୟୁ ହୋଇଥିବା ସୂଚନା ରହିଛି। ଏପରିକି ଆବର୍ଜନା ନେଇ ଟ୍ରକ୍‌ ଯିବା ଆସିବା ପାଇଁ ଟିଟିଏସ୍‌ କଡ଼ରେ ବିଏମ୍‌ସି ପକ୍ଷରୁ ପାଥ୍‌ଓ୍ବେ ନିର୍ମାଣ କରାଯାଇଛି।

ଭିତ୍ତିଭୂମି ସଜାଡି ପାରୁନି ବିଏମ୍‌ସି

ଆବର୍ଜନା ପ୍ରକ୍ରିୟାକରଣ ତଥା ଏହାର ପରିଚାଳନା ବିଏମ୍‌ସି ପାଇଁ ମୁଖ୍ୟ ସମସ୍ୟା ହୋଇ ଉଭା ହୋଇଥିଲେ ବି ଏବେସୁଦ୍ଧା ଭିତ୍ତିଭୂମି ସଜାଡି ହୋଇପାରୁନାହିଁ। ଫଳରେ ଯେତେ ଯୋଜନା କଲେ ବି ଫେଲ୍‌ ମାରୁଛି। ସହରରୁ ଦୈନିକ ବାହାରୁଥିବା ପ୍ରାୟ ୧ହଜାର ଟନ୍‌ ଆବର୍ଜନାର ପରିଚାଳନା ପାଇଁ ପ୍ରତି ଓ୍ବାର୍ଡରେ ଏମ୍‌ସିସି (ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏମ୍‌ସିସିରେ ଆବର୍ଜନା ପ୍ରକ୍ରିୟାକରଣ କରାଯିବା ସହ ଆଉ ଟିଟିଏସ୍‌ ଉପରେ ନିର୍ଭର କରିବାକୁ ପଡିବ ନାହିଁ ବୋଲି ଯୋଜନା କରାଯାଇଥିଲା। ମାତ୍ର ଏବେସୁଦ୍ଧା ସହରରେ ମାତ୍ର ୩୫ଟି ଏମ୍‌ସିସି ନିର୍ମାଣ କରାଯାଇଥିବାରୁ ଏହା ସମ୍ଭବ ହୋଇପାରୁନାହିଁ। ଦୈନିକ ୧୫ଟିପିଟି ବର୍ଜ୍ୟ ପ୍ରକିୟାକରଣ ଲକ୍ଷ୍ୟ ଟିଟିଏସ୍‌ ନିକଟରେ ମେଗା ଏମ୍‌ସିସି ନିର୍ମାଣ ହେଉଥିଲେ ବି ଏବେ ସୁଦ୍ଧା ତାହା ସରିପାରି ନାହିଁ। ସେହିପରି ଓଦା ବର୍ଜ୍ୟକୁ ପ୍ରକ୍ରିୟାକରଣ କରିବା ତଥା ଏମ୍‌ସିସି ଉପରେ ଚାପ କମାଇବା ପାଇଁ ହେବାକୁ ଥିବା ବାୟୋ ମିଥେନ୍‌ ପ୍ଲାଣ୍ଟ ମଧ୍ୟ ଏବେସୁଦ୍ଧା ଆଗେଇ ପାରିନାହିଁ।

ଆବର୍ଜନା ଯେତିକି, ଗୁଡ୍‌ଆର୍ଥ ସେତିକି

ଆବର୍ଜନା ପ୍ରକ୍ରିୟାକରଣ ହୋଇ ସେଥିରୁ ଗୁଡ୍‌ଆର୍ଥ ବାହାରିବା ପରେ ସେଗୁଡିକୁ ସହରର ଖାଲୁଆ ସ୍ଥାନରେ ପକାଇ ସମତଳ କରାଯିବ ବୋଲି ଅଧିକାରୀମାନେ କହିଥିଲେ। ମାତ୍ର ସହରର ଖାଲୁଆ ସ୍ଥାନ ଚିହ୍ନଟ କରିବା ପାଇଁ ଅଧିକାରୀଙ୍କୁ ସମୟ ହେଉନାହିଁ। କେବଳ ଭରତପୁର ଏମ୍‌ସିସି ପାଖରେ ଥିବା ଖାଲ ଜାଗାରେ କିଛି ଗୁଡ୍‌ଆର୍ଥକୁ ପକାଯାଇଥିଲା। ଫଳରେ ଦୈନିକ ବାହାରୁଥବା ଶହଶହ ଟନ୍‌ ଗୁଡ୍‌ଆର୍ଥରେ ଟିଟିଏସ୍‌ରେ ହିଁ ପକାଯାଉଛି। ଗୋଟେପଟେ ଆବର୍ଜନା ଏବଂ ଅନ୍ୟପଟେ ଗୁଡ୍‌ଆର୍ଥର ପାହାଡ଼ ସୃଷ୍ଟି ହେବାରେ ଲାଗିଛି। ଅପରପକ୍ଷେ ଭବିଷ୍ୟତରେ ଏହାକୁ ଖତ ଭାବେ ବ୍ୟବହାର କରାଯାଇ ପାରିବ କି ନାହିଁ ତାହା ଜାଣିବା ପାଇଁ ମାଟିର କ୍ୟାଲୋରୀ ଭ୍ୟାଲି ଟେଷ୍ଟ କରିବା ପାଇଁ ଓୟୁଏଟିକୁ ସାମ୍ପଲ ପଠା ଯାଇଥିବାବେଳେ ସେଠାରୁ କିଛି ରିପୋର୍ଟ ମିଳିନାହିଁ। ତେଣୁ ଏବେ ଗୁଡ୍‌ଆର୍ଥକୁ କିଭଳି ଭାବେ ପରିଚାଳନା କରାଯିବ ତାହା ଅଧିକାରୀଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…

କୃଷ୍ଣପ୍ରସାଦ,୨।୧: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri