Posted inଖେଳ

ଦିଅର-ଭାଉଜଙ୍କ ଚମତ୍କାର ପ୍ରଦର୍ଶନ

ବର୍ମିଂହାମ,୮।୮: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତ ସମେତ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଦଶମ ଦିନର ଶେଷ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଦଳ ପଦକ ତାଲିକାରେ ଶୀର୍ଷରେ ରହିଛି। ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ୬୬ଟି ସ୍ବର୍ଣ୍ଣ, ୫୫ଟି ରୌପ୍ୟ ଏବଂ ୫୩ଟି ବ୍ରୋଞ୍ଜ ପଦକ ଜିତିଛି। ଭଲ ପ୍ରଦର୍ଶନ ସହିତ ଅଷ୍ଟ୍ରେଲିଆ ଏକ ବିଶେଷ କାରଣ ପାଇଁ ଚର୍ଚ୍ଚାରେ ରହିଥିଲା। ଦେଶ ପାଇଁ ଗୋଟିଏ ପରିବାର ଦିଆର ଏବଂ ଭାଉଜ ପଦକ ଜିତିଥିଲେ। ଭାଉଜ ସ୍ବର୍ଣ୍ଣ ଏବଂ ଦିଅର ରୌପ୍ୟ ପଦକ ଜିତିଥିଲେ।
ଅଷ୍ଟ୍ରେଲିଆର ମହିଳା କ୍ରିକେଟ ଦଳରେ ଆଲିସା ହେଲିଙ୍କୁ ସାମିଲ କରାଯାଇଥିଲା। ସେ ଅଷ୍ଟ୍ରେଲିଆର କ୍ରିକେଟର୍‌ ମିଚେଲ ଷ୍ଟାର୍କଙ୍କ ସ୍ତ୍ରୀ। ଷ୍ଟାର୍କଙ୍କ ସାନ ଭାଇ ବ୍ରାଣ୍ଡନ ଷ୍ଟାର୍କ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରାଡ଼ାରେ ଭାଗ ନେଇଥିଲେ। ହାଇ ଜମ୍ପ ଇଭେଣ୍ଟରେ ବ୍ରାଣ୍ଡନ ରୌପ୍ୟ ପଦକ ଜିତିଥିଲେ।
ଅଷ୍ଟ୍ରେଲିଆ ପରେ ଇଂଲଣ୍ଡ ପଦକ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଇଂଲଣ୍ଡ ୫୫ ସ୍ବର୍ଣ୍ଣ, ୫୯ ରୌପ୍ୟ ଏବଂ ୫୨ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହିପରି, ଇଂଲଣ୍ଡରେ ମୋଟ ୧୬୬ ପଦକ ରହିଛି। ଏହି ପ୍ରସଙ୍ଗରେ ଭାରତ ପଞ୍ଚମ ସ୍ଥାନରେ ରହିଛି। ଭାରତ ୧୮ଟି ସ୍ବର୍ଣ୍ଣ ପଦକ ଜିତିଛି। ଏହା ସହିତ ଭାରତ ୧୫ ରୌପ୍ୟ ଏବଂ ୨୨ଟି ବ୍ରୋଞ୍ଜ ପଦକ ଜିତିଛି ଦଶମ ଦିନ ପର୍ଯ୍ୟନ୍ତ ଭାରତ ମୋଟ ୫୫ ପଦକ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିନ୍ଧୁ ପୁଣି ପରାସ୍ତ

ଗୁଆଙ୍ଗଝୋ, ୧୩ା୧୨ (ପି.ଟି.)- ବର୍ଷର ଶେଷ ପ୍ରତିଯୋଗିତା ବିଡବ୍ଲ୍ୟୁଏଫ୍‌ ଓ୍ବାର୍ଲଡ ଟୁର୍‌ ଫାଇନାଲରେ ଗତଥରର ଚାମ୍ପିୟନ ପି.ଭି ସିନ୍ଧୁଙ୍କ ଅଭିଯାନ ଆପାତତଃ ଶେଷ ହୋଇଯାଇଛି। ଭାରତୀୟ...

ପୃଥ୍ବୀ ଶ’ଙ୍କ ସମର୍ଥନରେ ବାହାରିଲେ ‘ମିଷ୍ଟର କ୍ରିକେଟ’: କହିଲେ ‘ଦଳରୁ ବାହାର କରା ନ ଯାଉ’

ଆଡିଲେଡ୍‌,୨୩।୧୨: ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଖରାପ ପ୍ରଦର୍ଶନ କରିବା ଯୋଗୁ ଭାରତ ଏକାଦଶରୁ ପୃଥ୍ବୀ ଶ’ଙ୍କୁ ବାହାର କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ...

ଅତୁଲ ଜିତିଲେ ମଶଲ୍‌ ମାନିଆ ଏସିଆନ୍‌ ଟାଇଟଲ୍‌

କଟକ ଅଫିସ, ୧୮।୧୨- ସିଙ୍ଗାପୁରଠାରେ ଅନୁଷ୍ଠିତ ମଶଲ ମାନିଆ(ଜୁନିୟର ବର୍ଗ) ଏସିଆନ ଚାମ୍ପିୟନଶିପର ଟାଇଟଲ୍‌ ଜିତିଛନ୍ତି ଓଡ଼ିଶାର ଅତୁଲ କର୍ମକାର। ଏହି ସଫଳତା ସହ ଅତୁଲ...

ଓଡ଼ିଶାର ଆହନ ରନର ଅପ୍‌

ଭୁବନେଶ୍ୱର, ୨୦ା୩ (ସ୍ପୋଟର୍‌ସ ବ୍ୟୁରୋ): ଅଗରତାଲାରେ ଅନୁଷ୍ଠିତ ୧୬ ବର୍ଷରୁ କମ୍‌ ଟେନିସ ଚାମ୍ପିୟନଶିପ୍‌ ସିରିଜରେ ଓଡ଼ିଶାର ଆହନ ମିଶ୍ର ରନରଅପ୍‌ ହୋଇଛନ୍ତି। ଫାଇନାଲରେ ସେ...

୩ ମାସ ପରେ ଲା ଲିଗାର ପ୍ରତ୍ୟାବର୍ତ୍ତନ: ରିୟଲ ବେଟିସ୍‌କୁ ହରାଇଲା ସେବିଲା

ମାଡ୍ରିଡ,୧୨।୬: ଦୀର୍ଘ ୩ ମାସ ପରେ ସ୍ପାନିଶ ଫୁଟବଲ ଲିଗ୍‌ ଗୁରବାର ପ୍ରତ୍ୟାବର୍ତ୍ତନ କରିଛି। ପ୍ରତ୍ୟାବର୍ତ୍ତନର ପ୍ରଥମ ମ୍ୟାଚ୍‌ରେ ସେବିଲା ତା’ର ସ୍ଥାନୀୟ ପ୍ରତିଦ୍ୱନ୍ଦ୍ୱୀ ରିୟଲ...

ପ୍ରଥମରୁ ବିପର୍ଯ୍ୟୟ

ଧର୍ମଶାଳା, ୨୬ା୨ (ପି.ଟି.)-ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଓପନର ପାଥୁମ ନିଶାଙ୍କାଙ୍କ ୫୩ ବଲ୍‌ରୁ...

ପ୍ରଜନେଶଙ୍କ ବିଜୟ ଅଭିଯାନ

ଲସ୍‌ କାବୋସ (ମେକ୍ସିକୋ), ୩୦।୭ (ପି.ଟି.)- ଭାରତର ଶ୍ରେଷ୍ଠ ସିଙ୍ଗଲ୍ସ ଟେନିସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ଏଠାରେ ଅନୁଷ୍ଠିତ ଏଟିପି ଲସ୍‌ କାବୋସ ଇଭେଣ୍ଟରେ ବିଜୟରୁ...

ପ୍ରଦର୍ଶନୀ ମ୍ୟାଚ୍‌ରେ ଖେଳିବେ ଫେଡରର-ଡେଲ ପାଟ୍ରୋ

ପ୍ୟାରିସ୍‌,୧୮।୯(ଏଏଫ୍‌ପି): ଆର୍ଜେଣ୍ଟିନା ରାଜଧାନୀ ବୁଏନ୍ସ ଏରିଜ୍‌ଠାରେ ନଭେମ୍ବର ୨୦ ତାରିଖରେ ହେବାକୁ ଥିବା ଏକ ପ୍ରଦର୍ଶନୀ ମ୍ୟାଚ୍‌ରେ ରୋଜର ଫେଡରର ଓ ଜୁଆନ ମାର୍ଟିନ ଡେଲ...

Advertisement
Archives

Model This Week