କଂଗ୍ରେସରେ ସବୁ କିଛି ଠିକ୍‌ ନାହିଁ

ଭୁବନେଶ୍ୱର, ୨୬।୧୧(ସୁନିତ୍‌ ମିଶ୍ର): କଂଗ୍ରେସ ବିଧାୟକ ଦଳ ମଧ୍ୟରେ ସବୁକିଛି ଠିକ୍‌ ଅଛି ନା ନାହିଁ ତାକୁ ନେଇ ବୁଧବାର ବିଧାନସଭାରେ ଚର୍ଚ୍ଚା ଦେଖିବାକୁ ମିଳିଥିଲା। ଅପରାହ୍ନ ୪ଟା ସମୟରେ ବିଧାନସଭା ଅଧିବେଶନର ଦ୍ୱିତୀୟାର୍ଦ୍ଧ ଗୃହକାର୍ଯ୍ୟ ଆରମ୍ଭ ହୋଇଥାଏ। ବାଚସ୍ପତି ସୁରମା ପାଢ଼ୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚଦାବି ଆଲୋଚନା ପାଇଁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଆହ୍ୱାନ ଦେଲେ। ମନ୍ତ୍ରୀ ପୂଜାରୀ ବିଭାଗୀୟ ଖର୍ଚ୍ଚଦାବି ଉପସ୍ଥାପନ କରିବା ପୂର୍ୱରୁ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପଏଣ୍ଟ ଅଫ୍‌ ଅର୍ଡର ମାଗିଥିଲେ। ମାତ୍ର ବାଚସ୍ପତି ତାଙ୍କୁ କହିବା ପାଇଁ ସୁଯୋଗ ଦେଇ ନ ଥିଲେ କି ତାରାଙ୍କ ପଏଣ୍ଟ ଅଫ୍‌ ଅର୍ଡର ଉପରେ କୌଣସି ଉତ୍ତର ମଧ୍ୟ ରଖି ନ ଥିଲେ। ଏହାପରେ ତାରା ତାଙ୍କ ଆସନରୁ ସିଧାସଳଖ ଉଠିଯାଇ ତାଙ୍କ ଦଳର ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କିମ୍ୱା ଅନ୍ୟ କୌଣସି ସଦସ୍ୟଙ୍କ ସାଙ୍ଗରେ ଆଲୋଚନା ନ କରି ବାଚସ୍ପତିଙ୍କ ପୋଡିୟମ ତଳେ ବସିପଡ଼ିଥିଲେ। ଏହା ଦେଖି କାଡାମ ମଧ୍ୟ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ତାଙ୍କ ଦଳର ଅନ୍ୟ ସଦସ୍ୟମାନଙ୍କୁ ବୁଲିକି ଦେଖୁଥାଆନ୍ତି। ଏହି ସମୟରେ କଂଗ୍ରେସର ଅନ୍ୟ ଜଣେ ବିଧାୟକ ସତ୍ୟଜିତ୍‌ ଗମାଙ୍ଗ ନିଜ ଆସନରୁ ଉଠି ଆସି କାଡାମଙ୍କ ଆସନ ପାଖରେ ପହଞ୍ଚିଲେ। ଉଭୟଙ୍କ ମଧ୍ୟରେ ଖୁବ୍‌ କମ୍‌ ସମୟ ଆଲୋଚନା ମଧ୍ୟରେ ଗମାଙ୍ଗ ଯାଇ ତାରାଙ୍କ ସହ ପୋଡିୟମ ତଳେ ଧାରଣାରେ ବସିଥିଲେ। ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ସମୟରେ ଜଣେ ବିଜେଡି ବିଧାୟକ କାଡାମଙ୍କୁ କହିଥିଲେ, ଆପଣ ତୁରନ୍ତ ଉଠିକି ପଏଣ୍ଟ ଅଫ୍‌ ଅର୍ଡର ମାଗନ୍ତୁ। ଏହାପରେ କଂଗ୍ରେସର ଅନ୍ୟ ବିଧାୟକମାନେ ଆଉ ବିଳମ୍ୱ ନ କରି ତାରାଙ୍କ ସାଙ୍ଗରେ ଧାରଣାରେ ଯୋଗଦେଇଥିଲେ। ଏହିସବୁ ଘଟଣା ଦେଖୁଥିବା ଅନ୍ୟ ବିଧାୟକମାନେ ବୁଝିସାରିଥିଲେ କଂଗ୍ରେସ ବିଧାୟକ ଦଳ ମଧ୍ୟରେ ଏ ବାବଦରେ ଆଲୋଚନା ହୋଇନାହିଁ, ତାରାଙ୍କ ନିଷ୍ପତ୍ତି ସମସ୍ତଙ୍କ ପାଇଁ ଅଗୋଚର । ଏହାପରେ ବିଳମ୍ୱ ନ କରି କାଡାମ ପଏଣ୍ଟ ଅଫ୍‌ ଅର୍ଡର ମାଗିଥିଲେ, ବାଚସ୍ପତି ମଧ୍ୟ ତାଙ୍କୁ କହିବାକୁ ଦେଇଥିଲେ। କାଡାମ କହିଥିଲେ, ବାଚସ୍ପତି ମହୋଦୟା କୋଟିଆ ପ୍ରସଙ୍ଗ ଉପରେ ସ୍ୱତନ୍ତ୍ର ଆଲୋଚନା ପାଇଁ ରୁଲିଂ ଦିଅନ୍ତୁ। ଏହା ଓଡ଼ିଶାର ସ୍ୱାର୍ଥ ସମ୍ୱଳିତ ପ୍ରସଙ୍ଗ। ତାରା ପ୍ରସାଦ ବାହିନୀପତି ଆତ୍ମାହୂତି ଦେବାକୁ ଚେତାବନୀ ଦେଇଛନ୍ତି। ତେଣୁ ଓଡ଼ିଶାର ସୀମା ପ୍ରସଙ୍ଗକୁ ଗୁରୁତର ସହ ବିଚାରକରି ଏହା ଉପରେ ଆଲୋଚନା କରିବାକୁ ରୁଲିଂ ଆଣନ୍ତୁ। ବାଚସ୍ପତି ତାଙ୍କ ଉତ୍ତରରେ କହିଥିଲେ, ସର୍ୱଦଳୀୟ ବୈଠକ ସମୟରେ ଚୂଡ଼ାନ୍ତ ହୋଇଥିଲା, ରାଜସ୍ୱ ବିଭାଗ ଖର୍ଚ୍ଚଦାବି ଆଲୋଚନା ସମୟରେ ଆପଣମାନେ କୋଟିଆ ବାଦରେ ପ୍ରଶ୍ନ ରଖିପାରିବେ। କାଡାମ ପୁଣି ତାଙ୍କ ଉତ୍ତରରେ କହିଥିଲେ, କୋଟିଆ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସ୍ୱତନ୍ତ୍ର ଆଲୋଚନା କରିବାର ଆବଶ୍ୟକତା ରହିଛି। ରାଜ୍ୟର ସବୁ ଅଞ୍ଚଳରେ ସୀମା ବିବାଦ ରହିଛି। ତେଣୁ ଏ ବିଷୟକୁ ନେଇ ୨ ଘଣ୍ଟା ସ୍ୱତନ୍ତ୍ର ଆଲୋଚନା କେବେ ହେବ ସମୟ ଧାର୍ଯ୍ୟ କରନ୍ତୁ। ବାଚସ୍ପତି ପୁନର୍ୱାର କହିଥିଲେ, ଖର୍ଚ୍ଚଦାବି ଆଲୋଚନା ସମୟରେ ଆପଣମାନେ ମନ୍ତ୍ରୀଙ୍କଠାରୁ ସବୁ ଉତ୍ତର ମାଗିପାରିବେ। ଏହାପରେ ମନ୍ତ୍ରୀ ପୂଜାରୀ କହିଥିଲେ, ଏ ବାବଦରେ ତାଙ୍କର ତାରାଙ୍କ ସହ ଆଲୋଚନା ହୋଇଥିଲା। ଏହା ଓଡ଼ିଶାର ସ୍ପର୍ଶକତାର ବିଷୟ। ଏ ବାବଦରେ ଆଲୋଚନା ନେଇ ବାଚସ୍ପତି ନିଷ୍ପତ୍ତି କରିବେ। ଯଦି କୋଟିଆ ବାବଦରେ ତାଙ୍କୁ ଯେକୌଣସି ପ୍ରଶ୍ନ ଆସିବ ସେ ଉତ୍ତର ରଖିବାକୁ ପ୍ରସ୍ତୁତ ହୋଇ ଆସିଛନ୍ତି। ଯଦି ବାଚସ୍ପତି ସ୍ୱତନ୍ତ୍ର ଆଲୋଚନା କରାନ୍ତି ତେବେ ମଧ୍ୟ ତାଙ୍କର କୌଣସି ଅସୁବିଧା ନାହିଁ। ଏହାପରେ କାଡାମ ପୁଣିଥରେ କହିଥିଲେ, ମନ୍ତ୍ରୀ ସ୍ୱତନ୍ତ୍ର ଆଲୋଚନା ପାଇଁ ସହମତ ଅଛନ୍ତି। ତେଣୁ ଆପଣ ସ୍ୱତନ୍ତ୍ର ଆଲୋଚନା ଲାଗି ସମୟ ଧାର୍ଯ୍ୟ କରି ରୁଲିଂ ଦିଅନ୍ତୁ। ଏହାପରେ ରାଜସ୍ୱମନ୍ତ୍ରୀ ଏବଂ ସଂସଦୀୟ ବ୍ୟାପର ମନ୍ତ୍ରୀ ପୋଡିୟମ ତଳକୁ ଯାଇ ଏ ବାବଦରେ ଆଲୋଚନା ହେବ ବୋଲି କହି ତାରାଙ୍କ ସମେତ ଧାରଣାରେ ବସିଥିବା ଅନ୍ୟ କଂଗ୍ରେସ ବିଧାୟକମାନଙ୍କୁ ଉଠାଇ ସେମାନଙ୍କ ଆସନକୁ ନେଇଥିଲେ। ଏହାପରେ ରାଜସ୍ୱ ବିଭାଗର ଖର୍ଚ୍ଚଦାବି ଆଲୋଚନା ଆରମ୍ଭ ହୋଇଥିଲା।
ଜଣେ କଂଗ୍ରେସ ବିଧାୟକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, କୋଟିଆ ବାବଦରେ ୩୦ ତାରିଖ ପରେ ସ୍ୱତନ୍ତ୍ର ଆଲୋଚନା ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଏ ସମୟରେ ଦଳ ଭିତରେ ସମନ୍ୱୟ ରଖିବାର ଯଥେଷ୍ଟ ଆବଶ୍ୟକତା ରହିଛି। କିନ୍ତୁ କେବଳ ଗଣମାଧ୍ୟମରେ ରହିବା ପାଇଁ କିଛି ଆଲୋଚନା ନ କରି କାହାକୁ କିଛି ନ କହି ତାରା ଯାଇ ପୋଡିୟମ ତଳେ ବସିପଡିଲେ। ଏସବୁ କାର୍ଯ୍ୟ ଦଳର ସଙ୍ଗଠନକୁ ଦୁର୍ୱଳ କରୁଛ ବୋଲି ବିଧାୟକ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପୁଣି ଗର୍ଜିବ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ! IND A vs SL A ସେମିଫାଇନାଲ ମହାମୁକାବିଲା ଉପରେ ନଜର

ବୈଭବ ସୂର୍ଯ୍ୟବଂଶୀ ନିକଟରେ ୟୁଏଇ (UAE) ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ଦ୍ୱିଶତକ ହାସଲ କରିଛନ୍ତି। ସେ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ ରେ ଇଣ୍ଡିଆ-ଏ…

WTC ପଏଣ୍ଟ ଟେବୁଲରେ ବଡ଼ ହଲଚଲ! ଦକ୍ଷିଣ ଆଫ୍ରିକାଠାରୁ ହାରି ଟପ୍‌-୫ରୁ ବାଦ୍‌ ପଡ଼ିଲା ବାଂଲାଦେଶ, ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୬।୧୧: ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ ଶେଷ ହୋଇଛି। ସେଞ୍ଚୁରିଅନର ସୁପରସ୍ପୋର୍ଟ…

ଡିସେମ୍ୱର ପହିଲାରୁ LPG କୁ ନେଇ ଆସିଲା ବଡ଼ ଅପଡେଟ୍‌? ବଢିଯିବ ଗ୍ୟାସ ସିଲିଣ୍ଡର ରେଟ୍‌!

ନୂଆଦିଲ୍ଲୀ,୨୬।୧୧: ପ୍ରତ୍ୟେକ ଘରର ରୋଷେଇ ବଜେଟ ଅନେକାଂଶରେ ଏଲପିଜି (LPG) ଗ୍ୟାସ ସିଲିଣ୍ଡର ଉପରେ ର୍ନିଭରଶୀଳ ହୋଇଥାଏ । ଯଦି ଆପଣ ଇଣ୍ଡିଆନ (Indane), ଏଚପି ଗ୍ୟାସ…

ଜିଲା ପରିଷଦ ନିର୍ବାଚନରେ ବଡ଼ ଟୁଇଷ୍ଟ! ବହୁମତ ସତ୍ତ୍ୱେ ହାରିଲା ଭାଜପା, ବାଜିମାରିଲା କଂଗ୍ରେସ: ହାତରୁ ଗଲା…

ନୂଆଦିଲ୍ଲୀ,୨୬।୧୧: ରାଜସ୍ଥାନରେ ଜିଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ବ୍ୟାୱର ଜିଲାରୁ ଚମକାଇଦେବା ଭଳି ଫଳାଫଳ ସାମ୍ନାକୁ ଆସିଛି। ଏଠାରେ ବହୁମତ ଥାଇ ମଧ୍ୟ ଭାଜପା ପରାଜିତ ହୋଇଛି।…

ଅଖିଳେଶଙ୍କୁ ହରାଇବାକୁ କଂଗ୍ରେସର ଉଦ୍ୟମ

ନୂଆଦିଲ୍ଲୀ,୨୬ା୧୧(ଲାଲା ସୁନୀଲ କୁମାର ରଥ): ୨୦୨୭ରେ ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ୱାଚନରେ ସମାଜବାଦୀ ପାର୍ଟି (ସପା) ଏବଂ କଂଗ୍ରେସ ଏକାଠି ନିର୍ୱାଚନ ଲଢ଼ିବାକୁ ନିଷ୍ପତ୍ତି…

ଜିଲା ପ୍ରମୁଖ ନିର୍ବାଚନରେ ବଡ଼ ଓଲଟପାଲଟ! କଂଗ୍ରେସକୁ ୩୬ ଭୋଟ, ଭାଜପାକୁ ମାତ୍ର ୭, ଚମକାଇଦେଲା ଫଳାଫଳ

ନୂଆଦିଲ୍ଲୀ,୨୬।୧୧: ରାଜସ୍ଥାନର ଦ୍ୱିତୀୟ ବୃହତ୍ତମ ସହର ଯୋଧପୁରରେ ଜିଲା ପ୍ରମୁଖ ନିର୍ବାଚନ ଫଳାଫଳ ଘୋଷଣା ହେବା ମାତ୍ରେ ରାଜନୈତିକ ମହଲରେ ହଲଚଲ ସୃଷ୍ଟି ହୋଇଛି। ଜିଲା ପ୍ରମୁଖ…

କେନ୍ଦ୍ର ଉପରେ ଗଡୁଛି ୧୦,୭୫୦ କୋଟି: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୨୬ା୧୧ (ରବିନାରାୟଣ ଜେନା): ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ରାଜ୍ୟରୁ ଯେଉଁ ଚାଉଳ ଉଠାଉଛି ତାହାର ପ୍ରାପ୍ୟ ଠିକଣା ସମୟରେ ମିଳୁନାହିଁ। ସବ୍‌ସିଡି ବାବଦକୁ ଅଦ୍ୟାବଧି କେନ୍ଦ୍ର ଉପରେ…

ଭୁବନେଶ୍ୱରରେ ଗଢ଼ିଉଠିବ ପାଣ୍ଡରା ରିଭରଫ୍ରଣ୍ଟ

ଭୁବନେଶ୍ୱର, ୨୬ା୧୧(ସୌମ୍ୟରଞ୍ଜନ ରାଉତ): ଭୁବନେଶ୍ୱରରେ ପର୍ଯ୍ୟଟନର ଏକ ନୂଆ ଆକର୍ଷଣ ଭାବେ ଗଢ଼ିଉଠିବ ପାଣ୍ଡରା ରିଭର ଫ୍ରଣ୍ଟ୍‌ ପ୍ରକଳ୍ପ। ୮୦ କୋଟି ଟଙ୍କା ବ୍ୟୟରେ କୁଆଖାଇ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?