ସୁନ୍ଦର ବିଶ୍ୱ ଗଠନର ଅଙ୍ଗୀକାର

ଗ୍ଲୋବାଲ ଅର୍ଡର’ ବା ବିଶ୍ୱର ଶୃଙ୍ଖଳା ବଦଳିଯାଉଛି। ଶୀତଳ ଯୁଦ୍ଧ ପରବର୍ତ୍ତୀ ୯୦ ଦଶକରେ ଆରମ୍ଭ ହୋଇଥିବା ନବ୍ୟ ଉଦାରବାଦୀ ଆର୍ଥିକ କାର୍ଯ୍ୟକ୍ରମ ଯୁଗରେ ଦ୍ରୁତ ଆର୍ଥିକ ବୃଦ୍ଧି ସତ୍ତ୍ୱେ ଗୋଟିଏ ପରେ ଗୋଟିଏ ବିଶ୍ୱବ୍ୟାପୀ ଆର୍ଥିକ ବିପର୍ଯ୍ୟୟ, କ୍ରମ ବର୍ଦ୍ଧମାନ ସାମାଜିକ ଓ ଆର୍ଥିକ ବୈଷମ୍ୟ ବଢ଼ିଚାଲିଛି। ଏହାସହ କୋଭିଡ୍‌ ମହାମାରୀ, ୟୁରୋପ ଓ ଏସିଆ ବ୍ୟାପୀ ସାମରିକ ସଂଘର୍ଷ, କୃତ୍ରିମ ବୁଦ୍ଧିମତ୍ତା ଏବଂ ଆମେରିକା ଓ ଚାଇନାର ଭୂରାଜନୈତିକ ଲଢ଼େଇ ବିଶ୍ୱର ଯାବତୀୟ ସମୀକରଣକୁ ବଦଳାଇଦେଉଛି। ଏହି ବିଶୃଙ୍ଖଳ ସ୍ଥିତିରୁ ଭବିଷ୍ୟତର ‘ଗ୍ଲୋବାଲ ଅର୍ଡର’ କ’ଣ ହେବାକୁ ଯାଉଛି, ତାହା ଅନୁମାନ କରିବା କଷ୍ଟକର। ଆଗାମୀ ଦିନର ଦିଗକୁ ଦୃଷ୍ଟିଦେଲେ ମନେହୋଇପାରେ ସାମଗ୍ରିକ ଭାବେ ସାରା ବିଶ୍ୱରେ ଆର୍ଥିକ ଓ ସାମରିକ ସଂଘର୍ଷ ବଢ଼ିବ। ଗଣତାନ୍ତ୍ରିକ ଦେଶଗୁଡ଼ିକ ଅସ୍ଥିରତା ଭୋଗିବେ, ବୈଷମ୍ୟତାର ପ୍ରକୋପ ଆହୁରି ବୃଦ୍ଧି ପାଇବ। କିନ୍ତୁ ଅନ୍ୟ ଦିଗରେ ବିକଳ୍ପ ସ୍ଥିତିଶୀଳ ବିଶ୍ୱର କଥା ମଧ୍ୟ ଆମେ ଭାବିପାରୁ ଯେଉଁଠି ଚାଇନା, ଆମେରିକା ସହ ଶକ୍ତିଶାଳୀ ଦେଶଗୁଡ଼ିକର ସମ୍ପର୍କରେ ମତାନ୍ତର ରହିଥିଲେ ମଧ୍ୟ ରଣକୌଶଳଗତ ସହଯୋଗିତା ରହିବ ଏବଂ ସାମରିକ ସଂଘର୍ଷ କମିବ। ଜନସ୍ବାସ୍ଥ୍ୟ ଉନ୍ନତି, ସାମାଜିକ ଓ ଅର୍ଥନୈତିକ ପ୍ରଗତିକୁ ଗୁରୁତ୍ୱ ଦେଇ ବୈଷମ୍ୟ କମାଇବାର ପ୍ରକଳ୍ପଗୁଡ଼ିକ ବାସ୍ତବାୟିତ ହେବ ଏବଂ ଶେଷରେ ବିଶ୍ୱର ଶକ୍ତିଶାଳୀ ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ ତଥା ସନ୍ତ୍ରାସବାଦର ହାତରୁ ପୃଥିବୀକୁ ମୁକ୍ତକରିବେ। ଏହି ଗ୍ଲୋବାଲ ଅର୍ଡର ବାସ୍ତବରେ ପ୍ରୟୋଗ କରିବା କଠିନ ହେଲେ ମଧ୍ୟ ଅସମ୍ଭବ ନୁହେଁ। ବିକଳ୍ପ ବ୍ୟବସ୍ଥା ହେବ ଏକ ପ୍ରକାର ‘ମେଟା-ରିଜିମ୍‌’ ଅର୍ଥାତ୍‌ ଏପରି ଏକ ଫ୍ରେମ୍‌ୱାର୍କ ବା ବ୍ୟବସ୍ଥା ଯେଉଁଠି ଚରମ ଶତ୍ରୁ ଦେଶଗୁଡ଼ିକ ଏକ ଟେବୁଲରେ ବସି ଆଲୋଚନା ମାଧ୍ୟମରେ ଗଣତାନ୍ତ୍ରିକ ପ୍ରକ୍ରିୟାର ଯାବତୀୟ ସମସ୍ୟାର ସମାଧାନ କରିବାର ସୁଯୋଗ ପାଇବେ , ଯାହା ବର୍ତ୍ତମାନ ବିଶ୍ୱବାଣିଜ୍ୟ ସଂସ୍ଥା ଅଥବା ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ବ୍ୟବସ୍ଥାରେ ସମ୍ଭବ ନୁହେଁ। ଆଲୋଚନା ଆଗେଇ ନେଇଯିବା ସ୍ବାର୍ଥରେ ଏ କ୍ଷେତ୍ରରେ ସମସ୍ତଙ୍କ ଆଗରେ ଆମକୁ ବୁଝିବାକୁ ହେବ ବର୍ତ୍ତମାନର ବିଶ୍ୱ ଶୃଙ୍ଖଳାର ଦୁର୍ବଳତା କ’ଣ ସବୁ?
୧୯୯୦ ପରବର୍ତ୍ତୀ ନବ୍ୟ ଉଦାରବାଦୀ ବିଶ୍ୱାୟନର ଅର୍ଥନୈତିକ ମଡେଲ କ୍ରମଶଃ ଅଭ୍ୟନ୍ତରୀଣ ସମସ୍ୟା ସାମ୍ନା କରିବାରେ ଲାଗିଛି। ସୁପରପାୱାର ସହ ଅଧିକାଂଶ ବିକାଶଶୀଳ ଦେଶର ଆର୍ଥିକ ଅଭିବୃଦ୍ଧିର ସିଂହଭାଗ ବ୍ୟବହୃତ ହେଉଛି ସାମରିକ ଖର୍ଚ୍ଚ ବାବଦରେ। ଫଳରେ ରାଷ୍ଟ୍ରର ସାମାଜିକ କଲ୍ୟାଣକାରୀ ବ୍ୟବସ୍ଥା କ୍ରମଶଃ ବ୍ୟର୍ଥ ହେବାରେ ଲାଗିଛି।
ନୂତନ ବିଶ୍ୱ ବ୍ୟବସ୍ଥାର ଶକ୍ତିଶାଳୀ ଦେଶଗୁଡ଼ିକ ସକଳ ବିଷୟରେ ସହମତ ହେବା ଦରକାର। ଏହାସହ କିଛି ମୂଳଗତ ନିୟମ ଆଧରରେ ନୂଆ ବ୍ୟବସ୍ଥାକୁ ମାନି ଚଳିବାକୁ ହେବ। ବିବଦମାନ ଏକ ପକ୍ଷର ଲାଭ ହେଲେ ମଧ୍ୟ ଅପରପକ୍ଷର କ୍ଷତି ନ ହେବା ଏବଂ ସର୍ବଶେଷରେ ଏକାଧିକ ଦେଶର ମିଳିତ ପ୍ରଚେଷ୍ଟାରେ ସମସ୍ୟାର ସମାଧାନ କରିବାକୁ ପଡ଼ିବ। ପ୍ରଥମ ଶ୍ରେଣୀର ନିଷେଧାଦେଶ ଯୋଗ୍ୟ କାର୍ଯ୍ୟ ହେଲା ଯେକୌଣସି ପ୍ରକାର ଯୁଦ୍ଧ ବେସାମରିକ ଲୋକଙ୍କ ଉପରେ ମିଶାଇଲ ଚଳାଇବାଠାରୁ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣରୁ ବିରତ ରହିବା। ଦ୍ୱିତୀୟ ଶ୍ରେଣୀ(କାଟାଗୋରି)ରେ ଏଭଳି ବିଷୟଗୁଡ଼ିକୁ ରଖିବାକୁ ହେବ, ଯାହା ଆଲୋଚନା ମାଧ୍ୟମରେ ସମାଧାନ କରାଯାଇ ପାରିଲେ ସମ୍ପୃକ୍ତ ଦେଶଗୁଡ଼ିକ ଉପକୃତ ହେବେ, ଯେପରି ସମ୍ପ୍ରତି ଆମେରିକା-ଚାଇନା ବାଣିଜ୍ୟ ବୁଝାମଣା। ଏହି ଚୁକ୍ତି ଅନୁଯାୟୀ ଚାଇନାଠାରୁ ଆମେରିକା ରେୟାର ଆର୍ଥ ମ୍ୟାଟେରିଆ (ବିରଳ ମୃତ୍ତିକା ଦ୍ରବ୍ୟ) ଆମଦାନୀ ସହଜରେ ହୋଇଛି ।
ସେହିପରି ଆମେରିକାରୁ ଚାଇନା ଉନ୍ନତ ପ୍ରଯୁକ୍ତି ରପ୍ତାନି ସମେତ କିଛି କିଛି ଅର୍ଥନୈତିକ ନିଷେଧାଦେଶ ଉଠାଇନେବାର ସିଦ୍ଧାନ୍ତ ହୋଇଛି।
ଯେଉଁ ପରିସ୍ଥିତିରେ ଆଲୋଚନା କରିବା କିମ୍ବା ସମାଧାନର ପଥ ଖୋଜି ପାଇବା ସମ୍ଭବ ନ ହେବ ସେଠାରେ ଆସିବ ତୃତୀୟ ଶ୍ରେଣୀ (କାଟାଗୋରି)ର ବିଷୟ, ଯାହାର ମୂଳନୀତି ହେବ ଅନ୍ୟ ଦେଶର ରାଜନୈତିକ, ସାମାଜିକ ଏବଂ ଭୌଗୋଳିକ ସାର୍ବଭୌମତ୍ୱ ଉପରେ ସିଧାସଳଖ ହସ୍ତକ୍ଷେପ ନ କରିବା। ଫଳରେ ଉପମହାଦେଶର ଆଖପାଖର ଦେଶଗୁଡ଼ିକ ସହ ବିଭିନ୍ନ କ୍ଷେତ୍ରରେ ବୈଷମ୍ୟ ବୃଦ୍ଧି ପାଇଲେ ମଧ୍ୟ ସେମାନଙ୍କ ସାର୍ବଭୌମତ୍ୱରେ କ୍ଷତି ହେବନାହିଁ। ଚତୁର୍ଥ ତଥା ଶେଷ ଶ୍ରେଣୀର ବିଷୟ ହେଲା କୋଭିଡ୍‌ ୧୯, ସନ୍ତ୍ରାସବାଦ, ପରମାଣୁ ଅସ୍ତ୍ରର ବ୍ୟବହାର ଏବଂ ଜଳବାୟୁ ପରିବର୍ତ୍ତନ ପରି ବିଷୟ, ଯେଉଁଠି ଏକାଧିକ ଦେଶର ସହଯୋଗିତା ଏକାନ୍ତ ପ୍ରୟୋଜନ। ସମ୍ପ୍ରତି ସଂଘର୍ଷମୟ ପରିବେଶରେ ଏହି ବ୍ୟବସ୍ଥାରେ ସୁଫଳଗୁଡ଼ିକୁ ବୁଝିହେବ ଯେପରି ନିରପେକ୍ଷ ସଂସ୍ଥା ଦ୍ୱାରା ଗାଜା ଭୂଖଣ୍ଡର ଖାଦ୍ୟ ସଙ୍କଟ ଓ ଶିଶୁ ମୃତ୍ୟୁର ସମୀକ୍ଷା କରାଯାଇଥିଲେ ହୁଏତ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହୋଇ ନ ଥାନ୍ତା।
ଆଉ ଏକ ଉଦାହରଣ ହୋଇପାରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ। ଏଥିରେ ଦୁଇ ଦେଶର ସାମଗ୍ରିକ କ୍ଷତି ହେବା ସହ ତୃତୀୟ ପକ୍ଷ ରୂପେ ସାରା ୟୁରୋପ ବିପଦରେ ପଡ଼ିଛି। ରୁଷିଆ ଉପରେ ଅଧିକ ନିଷେଧାଜ୍ଞା ଜାରିକରିବା ଫଳରେ ୟୁରୋପ ଏପରିକି ଆଫ୍ରିକା ଓ ଏସିଆର ଅନେକ ଦେଶରେ ଗ୍ୟାସ୍‌ ଏବଂ ପେଟ୍ରୋଲ ମୂଲ୍ୟ ବଢ଼ିଯାଇଛି। ଫଳରେ ସବୁଠାରୁ ବେଶି ଗରିବ ଓ ବିକାଶଶୀଳ ଦେଶଗୁଡ଼ିକ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହା ସହ ୟୁକ୍ରେନ୍‌ ଶସ୍ୟ ଉପରେ ରୁଷିଆର ଅବରୋଧ ଯୋଗୁ ବିଶ୍ୱର କିଛି ଦେଶରେ ଖାଦ୍ୟର ମୂଲ୍ୟ ଊର୍ଦ୍ଧ୍ୱମୁଖୀ। ଏହି ସ୍ଥିତିର ମୁକାବିଲା ପାଇଁ ଉପରେ ଉଲ୍ଲେଖ କରାଯାଇଥିବା ଦ୍ୱିତୀୟ ଓ ଚତୁର୍ଥ ଶ୍ରେଣୀ ବିଷୟରେ କୂଟନୀତି ପ୍ରୟୋଗ କରିବା ଉଚିତ ଥିଲା। ୟୁକ୍ରେନ୍‌ ଯଦି ରୁଷିଆର ପ୍ରଭାବରୁ ମୁକ୍ତ ରହିବାକୁ ଚାହେଁ ତା’ହେଲେ ସେହି କାର୍ଯ୍ୟ ନାଟୋର ଘାଟି ପ୍ରତିଷ୍ଠା ମାଧ୍ୟମରେ ନ କରି ଜାତିସଂଘର ନିରାପତ୍ତା ପରିଷଦ ମାଧ୍ୟମରେ ବେଶି ଗ୍ରହଣଯୋଗ୍ୟ ହୋଇଥାଆନ୍ତା।
ସମାନ କଥା ଏସିଆକୁ କେନ୍ଦ୍ରକରି ଚାଇନା- ଆମେରିକା ସଂଘାତ କ୍ଷେତ୍ରରେ ପ୍ରଯୁଜ୍ୟ। ଉଭୟ ଦେଶ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ସେମାନଙ୍କ ନୀତି ସମ୍ପର୍କରେ କିଛି କହିନାହାନ୍ତି। ଏହା ବଦଳରେ ମଝିରେ ମଝିରେ ମୂଳତଃ ତାଇୱାନ ଓ ବିଶ୍ୱ ବାଣିଜ୍ୟକୁ କେନ୍ଦ୍ରକରି ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେଉଛନ୍ତି, ଯାହା କୌଣସି ଭାବେ ଦୁଇଟି ଶକ୍ତିଶାଳୀ ଦେଶ ମଧ୍ୟରେ ସମ୍ପର୍କ ବଢ଼ାଇ ପାରିବନାହିଁ।
ଏ ପର୍ଯ୍ୟନ୍ତ ଆମ ଆଲୋଚନାର କେନ୍ଦ୍ର ଥିଲା ରାଷ୍ଟ୍ର ସହ ରାଷ୍ଟ୍ରର (ଷ୍ଟେଟ ଟୁ ଷ୍ଟେଟ ରିଲେଶନ) ସମ୍ପର୍କ। ତେବେ କିଛି ନନ୍‌ଷ୍ଟେଟ୍‌ ଆକ୍ଟର (ଅଣସରକାରୀ ସଙ୍ଗଠନ) ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି। ଇଣ୍ଟରନେଟ୍‌ ଓ ସାମାଜିକ ଗଣମାଧ୍ୟମରେ ବଳୀୟାନ ସାରା ପୃଥିବୀର ଚିନ୍ତାଶୀଳ ବ୍ୟକ୍ତିମାନେ ଆଜି ଏକ ସୂତ୍ରରେ ଗୁନ୍ଥାହେବା ଫଳରେ ଆଗାମୀ ଦିନର ଗ୍ଲୋବାଲ ଅର୍ଡର କ’ଣ ହେବ ତାକୁ ନେଇ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଆଲୋଚନା ଆରମ୍ଭ ହେବା ଦରକାର। ନ ହେଲେ ଏହାଠାରୁ ଦୁର୍ବଳତର ଭବିଷ୍ୟତ ଆମେ ଦେଖିପାରିବା। କିନ୍ତୁ ସୁନ୍ଦର ପୃଥିବୀ ଗଢ଼ିତୋଳିବାର ଯେଉଁ ସୁଯୋଗ ଆମର ଅଛି, ସେହି ସୁଯୋଗକୁ ଗ୍ରହଣ କରିବା ପରବର୍ତ୍ତୀ ପ୍ରଜନ୍ମର ସ୍ବାର୍ଥ ପାଇଁ ଏକାନ୍ତ ପ୍ରୟୋଜନୀୟ।
ପ୍ରାଚୀ, ଉତ୍କଳମଣି ମାର୍ଗ, କଟକ
ମୋ: ୯୩୪୮୧୬୯୯୩୧

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri