ଏହି ଅଭିନେତ୍ରୀଙ୍କୁ ଜନ୍ମହେବା ପୂର୍ବରୁ ମାରିଦେବାକୁ ଚାହୁଁଥିଲେ ମା’

ମୁମ୍ବାଇ: ଟିଭି ଜଗତର ଚୁଲବୁଲି ଅଭନେତ୍ରୀ ତଥା କମେଡିକୁଇନ ଭାରତୀ ସିଂହ ଶନିବାର ନିଜର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀ ହେଉଛନ୍ତି ସେହି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଯିଏକି ଷ୍ଟେଜ୍‌ ଉପରକୁ ଆସିଲେ, ଯେତେ ଦୁଃଖି ଥିବା ବ୍ୟକ୍ତି ହସିବାକୁ ବାଧ୍ୟ ହୋଇଥାନ୍ତି। ହେଲେ ସବୁବେଳେ ହସାଉଥିବା ବ୍ୟକ୍ତି ଜୀବନରେ କେତେ ଯେ ଦୁଃଖ ଓ ଯନ୍ତ୍ରଣା ଭରି ରହିଛି ତାହା କାହାକୁ ଜଣାନାହିଁ। ଭାରତୀ ମଧ୍ୟ ସେମାନଙ୍କ ମଧ୍ୟରୁ ଅନ୍ୟତମ। ୧୯୮୨ ଜୁଲାଇ ୩ରେ ପଞ୍ଜାବର ଅମୃତଶରରେ ଜନ୍ମଗ୍ରହଣ କରିଥିଲେ ଭାରତୀ। ତେବେ ଭାରତୀ ଜନ୍ମ ହୁଅନ୍ତୁ ବୋଲି ତାଙ୍କ ମା’ କମଳା ସିଂହ ଚାହୁଁ ନ ଥିଲେ। ଜନ୍ମହେବା ପୂର୍ବରୁ ଭାରତୀଙ୍କ ମା’ ତାଙ୍କୁ ପେଟରୁ ମାରିଦେବାକୁ ଚାହୁଁଥିଲେ ବୋଲି ଭାରତୀ ଏକ ଇଣ୍ଟରଭ୍ୟୁରେ କହିଛନ୍ତି। ଏଥିପାଇଁ ସେ ବହୁ ଚେଷ୍ଟା ମଧ୍ୟ କରିଛନ୍ତି କିନ୍ତୁ ସଫଳ ହୋଇପାରିନାହାନ୍ତି। କାରଣ ସେହି ସମୟରେ ଆମେ ଦୁଇ ଓ ଆମର ଦୁଇର ସ୍ଲୋଗାନ ଚାଲିଥିଲା। ପୂର୍ବରୁ ତାଙ୍କର ୨ଭାଇ ଭଉଣୀ ଥିବା ବେଳେ ମା’ କମଳା ତାଙ୍କୁ ଜନ୍ମଦେବାକୁ ଚାହୁଁ ନ ଥିଲେ। କିନ୍ତୁ ଭଗବାନଙ୍କ ଦୟାରୁ ଶେଷରେ ସେ ଏହି ଦୁନିଆକୁ ଆସିଥିଲେ।

ହେଲେ ଏତିକିରେ ବି ତାଙ୍କ ଦୁଃଖ ଶେଷ ହୋଇ ନ ଥିଲା। ବହୁ ଛୋଟ ଥିବା ବେଳେ ଭାରତୀଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାପରେ ମା’ କମଳା ହିଁ ତାଙ୍କର ଓ ୨ଭାଇ ଭଉଣୀଙ୍କର ଲାଲନ ପାଳନ କରିଥିଲେ। ଅମୃତଶରୁ ପାଠପଢ଼ା ଆରମ୍ଭ କରିଥିବା ଭାରତୀ ଇତିହାସରେ ସ୍ନାତକ କରିଛନ୍ତି। ଭାରତୀଙ୍କ ଜୀବନ ବହୁ ସଂଘର୍ଷମୟ ରହିଛି। ନିଜ ପରିଚୟ ତିଆରି କରିବା ପାଇଁ ତାଙ୍କୁ ବହୁ କଠିନ ପରିଶ୍ରମ ଓ ସଂଘର୍ଷ କରିବାକୁ ପଡ଼ିଛି। ଆଜିକା ଦିନରେ ଭାରତୀ ଜଣେ କମେଡି କୁଇନ ଭାବେ ବେଶ୍‌ ଜଣାଶୁଣା। ତେବେ ଭାରତୀ କେବଳ ଭଲ କମେଡିଆନ ନୁହଁନ୍ତି, ବରଂ ଜାତୀୟ ସ୍ତରର ଶୁଟର ମଧ୍ୟ। ଶୁଟିଂରେ ତାଙ୍କୁ ଗୋଲ୍ଡ ମେଡାଲ ମଧ୍ୟ ମିଳିସାରିଛି। ଅନ୍ୟପଟେ ତାଙ୍କ ବୈବାହିକ ଜୀବନ କଥା କହିବାକୁ ଗଲେ ୨୦୧୭ରେ ଭାରତୀ ଲେଖକ ହର୍ଷ ଲିମ୍ବୋଚିଆଙ୍କୁ ବିବାହ କରିଥିଲେ। ଅନ୍ୟପଟେ ଆଜି ଯେତେବେଳେ କୌଣସି ଆଓ୍ବାର୍ଡ ନେବାକୁ ଭାରତୀ ଷ୍ଟେଜ୍‌କୁ ଯାଆନ୍ତି, ସେହି ସମୟରେ ମା’ ଭାବବିହ୍ବଳ ହୋଇଯାଆନ୍ତି। ଆଉ କୁହନ୍ତି ତାଙ୍କଠାରୁ ବଡ଼ ପାପ ହେବାରୁ ରହିଗଲା ବୋଲି ଭାରତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri