ମା’ ହେବେ କମେଡି କୁଇନ୍‌ !

ମୁମ୍ବାଇ: ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ହର୍ଷ ଲାମ୍ବାଚିଆ ଖୁବ୍‌ଶୀଘ୍ର ପ୍ରଶଂସକଙ୍କୁ ଏକ ଖୁସି ଖବର ଦେବାକୁ ଯାଉଛନ୍ତି। ପ୍ରାୟତଃ ତାଙ୍କ ପ୍ରଶଂସକମାନେ ଭାରତୀଙ୍କୁ ପଚାରନ୍ତି ଯେ, ସେ କେବେ ଭଲ ଖବର ଦେବେ? ତେବେ ଭାରତୀ ପ୍ରଶଂସକମାନଙ୍କୁ ଭଲ ଖବର ଦେବାକୁ ଯାଉଛନ୍ତି। ହଁ, ଭାରତୀ ଏବଂ ହର୍ଷଙ୍କ ଘରେ ଖୁବ୍‌ଶୀଘ୍ର କୁଆଁକୁଆଁ ଡାକ ଶୁଭିବ।

ଏକ ସାକ୍ଷାତକାରରେ ଉଭୟଙ୍କ ଜଣେ ଘନିଷ୍ଠ ବନ୍ଧୁ ଭାରତୀ ଗର୍ଭବତୀ ଥିବା ଖବରକୁ ନିଶ୍ଚିତ କରିଛନ୍ତି। ବର୍ତ୍ତମାନ ସେ ଅଧିକ ବାହାରକୁ ଯାଉନାହାନ୍ତି ଏବଂ ସବୁକିଛି ବହୁତ କମ୍‌ ପ୍ରୋଫାଇଲରେ ରଖାଯାଇଛି। ଭାରତୀ କପିଲ ଶର୍ମାଙ୍କ ଶୋ’ରୁ ବି କିଛିଦିନ ବିରତି ନେଇଛନ୍ତି, ତେବେ ସେ ଖୁବ୍‌ଶୀଘ୍ର ଶୋ’କୁ ଫେରିବେ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଏହି ଖବରକୁ ଭାରତୀ ଗ୍ରହଣ କରିନାହାନ୍ତି କି ମନା ବି କରିନାହାନ୍ତି। ସେ କହିଛନ୍ତି, ‘ମୁଁ ଏହାକୁ ଅସ୍ବୀକାର କରିବି ନାହିଁ କିମ୍ବା ନିଶ୍ଚିତ କରିବି ନାହିଁ। କିନ୍ତୁ ଯେତେବେଳେ ଉପଯୁକ୍ତ ସମୟ ଆସିବ, ମୁଁ ଖୋଲାଖୋଲି ଭାବରେ ଏହା ବିଷୟରେ କହିବି। ମୁଁ ଏହାକୁ ଲୁଚାଇ ପାରିବି ନାହିଁ, ଏହା ଲୁଚାଇବା କଥା ନୁହେଁ। ତେଣୁ ଯେତେବେଳେ ବି ମୁଁ ଏହାକୁ ପ୍ରକାଶ କରିବାକୁ ଚାହେଁ, ଏହାକୁ ସର୍ବସାଧାରଣରେ ପ୍ରକାଶ କରିବି।


Enter your email to get our daily news in your inbox.

All Right Reserved By Dharitri.Com

ମାଟି ପାତ୍ର ଚା’ର ମଜା ନେଲେ ଅନନ୍ୟା-କାର୍ତ୍ତିକ

ମୁମ୍ବଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ ଏବେ ତାଙ୍କ ଅପ୍‌ କମିଂ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ ପାଇଁ ବ୍ୟସ୍ତ ଅଛନ୍ତି। ଲକ୍ଷ୍ନୌରେ ଏବେ...

ନିଜ ସମ୍ମାନ ନିଜେ ହରାଇଲେ ଅମିତାଭ ବଚ୍ଚନ: ଜାଣନ୍ତୁ କିପରି….

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ କରୋନା ଯୁଦ୍ଧରେ ବିଜୟ ହୋଇ ଘରକୁ ଫେରିଛନ୍ତି। ଘରକୁ ଆସିବା ପରେ ସେ ଚିକିତ୍ସୀତ ହେଉଥିବା ନାନାବତୀ ହସ୍ପିଟାଲର କର୍ମଚାରୀଙ୍କୁ...

ବଲିଉଡ୍‌ର ସବୁଠୁ ହ୍ୟାଣ୍ଡସମ୍‌ ହିରୋ କିଏ ଜାଣନ୍ତି

ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଏବଂ ସଲମାନ ଖାନଙ୍କ ମଧ୍ୟରେ ସ୍ବତନ୍ତ୍ର ସମ୍ପର୍କ ରହିଛି। ଧର୍ମେନ୍ଦ୍ରଙ୍କ ପ୍ରତି ସଲମାନଙ୍କର ବହୁତ ସମ୍ମାନ ରହିଛି। ରଣଭୀର ସିଂଙ୍କ...

ଏହି ଦିନ ରିଲିଜ୍‌ ହେବ ଫିଲ୍ମ‘ପୁଷ୍ପା’

ମୁମ୍ବାଇ : ସାଉଥ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ ତାଙ୍କର ଦମଦାର ଅଭିନୟ ଏବଂ ଆକ୍ସନ ପାଇଁ ବେଶ୍‌ ଜଣାଶୁଣା। ଏବେ ସେ ତାଙ୍କର ଆଗାମୀ ଫିଲ୍ମ‘ପୁଷ୍ପା’କୁ...

ପବନରେ ଉଡି ଷ୍ଟଣ୍ଟ କଲେ ଟାଇଗର ଶ୍ରଫ୍‌

ମୁମ୍ବାଇ : ବଲିଉଡ ଅଭିନେତା ଟାଇଗର୍‌ ଶ୍ରଫ ନିଜର ଅଭିନୟରେ ସମସ୍ତଙ୍କ ପାଖରେ ନିଜର ପରିଚୟ ସ୍‌ୃଷ୍ଟି କରିପାରିଛନ୍ତି। ତାଙ୍କର ଷ୍ଟଣ୍ଟ ପାଇଁ ମଧ୍ୟ ବେଶ...

ପୁଣି ପରଦାକୁ ଫେରୁଛନ୍ତି ଅମିର ଖାଁ

ଅନେକ ଦିନର ବ୍ୟବଧାନ ପରେ ପୁଣି ପରଦାକୁ ଫେରୁଛନ୍ତି ମିଷ୍ଟର ଫରଫେକ୍ଟନିଷ୍ଟ ଅମିର ଖାଁ। ତାଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଢା’ର ପ୍ରଥମ ପୋଷ୍ଟର...

ତନୁ ପାତେଳୀ ଅଶୁଂଳାକୁ ଚିହ୍ନି ହେଉନି

ବମ୍ବେ: ବଦଳିଗଲେଣି ଅଭିନେତା ଅର୍ଜୁନ କପୁର ଏବଂ ପ୍ରଯୋଜକ ବୋନି କପୁରଙ୍କ ଝିଅ ଅଶୁଂଳା କପୁର। ଯିଏ ତାଙ୍କ ଟ୍ରାନ୍ସଫର୍ମେଶନ ଦେଖୁଛି ଚକିତ ହେଉଛି। ଗତ...

ଫେରୁଛନ୍ତି ଟିନା, ଜୟଙ୍କ ସହ ଜମିବ ଯୋଡ଼ି

ବମ୍ବେ: ଟେଲି ପରଦାକୁ ଫେରୁଛନ୍ତି ବିଗ୍‌ବସ୍‌ ୧୬ ପ୍ରତିଯୋଗୀ ତଥା ଅଭିନେତ୍ରୀ ଟିନା ଦତ୍ତା। ରିଆଲିଟି ଶୋ’ରୁ ଲୋକପ୍ରିୟତା ମିଳିବା ପରେ ଟିନାଙ୍କୁ ପ୍ରଥମ କାମ...

Advertisement
Archives

Model This Week