ରଙ୍ଗହୀନ ଢେଙ୍କାନାଳ ରେଳଷ୍ଟେଶନ

ଢେଙ୍କାନାଳ ଅଫିସ, ୭।୨(ରତନ ନାୟାର): ପ୍ରତିବର୍ଷ ଆସୁଛି ରେଳବଜେଟ। ଓଡ଼ିଶା ଭାଗରେ ଦାବିଠାରୁ ଅଧିକ ଟଙ୍କା ପଡ଼ିଥିବା କହି କେନ୍ଦ୍ର ଦେଖାଉଛି ଗୋଲାପୀ ଚିତ୍ର। ଏହାକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ କାଦୁଅଫିଙ୍ଗା ରାଜନୀତି ମଧ୍ୟ ହେଉଛି। ହେଲେ ବାରମ୍ବାର ଦାବି, ଆନ୍ଦୋଳନ, ଜନଆକ୍ରୋଶ ସତ୍ତ୍ୱେ ୯୫ ବର୍ଷ ପୁରୁଣା ଐତିହ୍ୟସମ୍ପନ୍ନ ଢେଙ୍କାନାଳ ରେଳଷ୍ଟେଶନର ଭାଗ୍ୟ ଉଦୟ ହୋଇ ନ ପାରିବା କଥା ଓ କାମ ମଧ୍ୟରେ ଥିବା ଦୀର୍ଘ ବ୍ୟବଧାନକୁ ପଦାରେ ପକାଇଛି।
ନିକଟରେ ଆସିଥିବା ରେଳ ବଜେଟରେ ଉନ୍ନତୀକରଣ ହେବାକୁ ଥିବା ଓଡ଼ିଶାର ୫୭ଟି ରେଳ ଷ୍ଟେଶନ ମଧ୍ୟରେ ଢେଙ୍କାନାଳକୁ ଅନ୍ତର୍ଭୁକ୍ତ କରାଯାଇଛି। ଜିଲାକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ସଦର ବ୍ଲକ ସପ୍ତଶଯ୍ୟା ପଞ୍ଚାୟତର ଡୋକ୍ରା କଳାକୃତି ଗ୍ରାମ ସଦେଇବେରେଣୀ-ନବଜୀବନପୁରର ହସ୍ତଶିଳ୍ପ ଷ୍ଟେଶନରେ ପ୍ରଦର୍ଶିତ ହେବ ବୋଲି ରେଳମନ୍ତ୍ରୀ ଘୋଷଣା କରିଛନ୍ତି। ତେବେ ଏଭଳି ଘୋଷଣାର କୌଣସି ନୂତନତ୍ୱ ନାହିଁ। ବିଗତ ୩ ବର୍ଷ ହେଲା ଢେଙ୍କାନାଳ ରେଳଷ୍ଟେଶନର ରୂପରେଖ ବଦଳାଇବାକୁ ଯୋଜନା କରାଯାଉଥିବା କେନ୍ଦ୍ର ସରକାର କହି ଆସୁଛନ୍ତି। ହେଲେ ଅଦ୍ୟାବଧି ସେମିତି କୌଣସି କାର୍ଯ୍ୟ ଆରମ୍ଭ ହୋଇନାହିଁ। ତେଣୁ ଢେଙ୍କାନାଳବାସୀଙ୍କୁ କେନ୍ଦ୍ର ସରକାର ପ୍ରତାରଣା କରୁଥିବା ଚର୍ଚ୍ଚା ହେଉଛି। ରେଳମନ୍ତ୍ରୀ ବିଭିନ୍ନ ସମୟରେ ଅନୁଗୋଳ-ତାଳଚେର ଷ୍ଟେଶନ ଗସ୍ତ କରି ଭିତ୍ତିଭୂମି ତଦାରଖ କରୁଥିବାବେଳେ ଐତିହ୍ୟସମ୍ପନ୍ନ ଢେଙ୍କାନାଳ ରେଳ ଷ୍ଟେଶନରେ ତାଙ୍କର ପାଦ ନ ପଡ଼ିବା ଆଲୋଚନାର ବିଷୟ ହୋଇଛି।
୧୯୨୭ରେ ଅବିଭକ୍ତ ଢେଙ୍କାନାଳ ଜିଲାର ତାଳଚେର ଓ ଢେଙ୍କାନାଳ କେବଳ ଦୁଇଟି ରେଳଷ୍ଟେଶନ ରହିଥିଲା। ଇତିମଧ୍ୟରେ ଅତିକ୍ରାନ୍ତ ହୋଇଛି ୯୫ ବର୍ଷ। ଏବେ ଉକ୍ତ ଷ୍ଟେଶନ ଦେଇ ୨୩ ଯୋଡ଼ା ଦ୍ରୁତଗାମୀ ଏବଂ ରାଉରକେଲା ଓ ଅନୁଗୋଳକୁ ୨ଟି ପାସେଞ୍ଜର ଟ୍ରେନ୍‌ ଚଳାଚଳ କରୁଛ। ଏହା ଉପରେ ଯାତ୍ରୀଙ୍କ ନିର୍ଭରଶୀଳତା ମଧ୍ୟ ବଢ଼ିଛି। ହେଲେ ପ୍ରସ୍ତାବିତ ଦ୍ୱିତୀୟ ଫୁଟ ଓଭରବ୍ରିଜ୍‌ ନାଲିଫିତା ତଳୁ ମୁଣ୍ଡ ଟେକି ପାରୁନାହିଁ। ଫଳରେ ଟ୍ରେନ୍‌ ରହଣି ସମୟରେ ଭିଡ଼ ହେଲେ ଏକମାତ୍ର ଫୁଟ୍‌ ଓଭରବ୍ରିଜ୍‌ ଜାମ୍‌ ହୋଇପଡୁଛି। ତେଣୁ ଟ୍ରେନ୍‌ ଧରିବା ପାଇଁ ଯାତ୍ରୀମାନେ ବିପଦପୂର୍ଣ୍ଣ ଭାବେ ରେଳଧାରଣା ପାର୍‌ ହେଉଛନ୍ତି। ସେହିପରି ୧ନଂ.ରୁ ୨ନଂ. ପ୍ଲାଟ୍‌ଫର୍ମକୁ ଦିବ୍ୟାଙ୍ଗ ବ୍ୟକ୍ତି, ବରିଷ୍ଠ ନାଗରିକଙ୍କ ଯାତାୟାତ ସୁବିଧା ଲାଗି ଏସ୍କାଲେଟର କିମ୍ବା ରାମ୍ପ କରାଯାଇନାହିଁ। ପ୍ଲାଟଫର୍ମରେ ଆବର୍ଜନା ପାଣି ପ୍ରବେଶ କରି ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ରାତିରେ ଯାତ୍ରୀ ଭୟଭୀତ ଅବସ୍ଥାରେ ରହୁଛନ୍ତି। ମାଗାଜିନ ଷ୍ଟଲ୍‌ କିମ୍ବା ଟେଲିଫୋନ ବୁଥ୍‌ ବ୍ୟବସ୍ଥା କରାଯାଉ ନ ଥିବାରୁ ଯାତ୍ରୀ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଗାନ୍ଧୀଙ୍କ ସ୍ମୃତି ସାଉଁଟୁଛି
ମହାତ୍ମା ଗାନ୍ଧୀଙ୍କ ସ୍ମୃତି ସାଉଁଟୁଥିବା ଢେଙ୍କାନାଳ ରେଳଷ୍ଟେଶନ ଉଭୟ ଐତିହାସିକ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ। ସ୍ବାଧୀନତାର ୯ ବର୍ଷ ପୂର୍ବରୁ ଏହି ଷ୍ଟେଶନ ଦେଇ ବାପୁ ଟ୍ରେନ୍‌ରେ କଟକ ଯାଇଥିଲେ। ହେଲେ ଗାନ୍ଧୀଙ୍କ ଅହିଂସା ନୀତିର ବାର୍ତ୍ତାବହ ସାଜିଥିବା ଏହି ଷ୍ଟେଶନରେ ମହାତ୍ମାଙ୍କ ପ୍ରତିମୂର୍ତ୍ତି କିମ୍ବା ଏହି ଯାତ୍ରା ସମ୍ପର୍କରେ କୌଣସି ସୂଚନା ଲିପିବଦ୍ଧ ହୋଇନାହିଁ, ଯାହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ଗାନ୍ଧୀବାଦୀ।

ପରିମଳ ବ୍ୟବସ୍ଥା ଶୋଚନୀୟ, ଭଲ ରାସ୍ତା ନାହିଁ
-ବାରମ୍ବାର ପ୍ରସ୍ତାବ ସତ୍ତ୍ୱେ ଢେଙ୍କାନାଳ ରେଳଷ୍ଟେଶନର ଆଖିଦୃଶିଆ ଉନ୍ନତୀକରଣ ହୋଇନାହିଁ। ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇପଡ଼ିଛି। ଢେଙ୍କାନାଳ ସହରରୁ ଷ୍ଟେଶନକୁ ସିଧାସଳଖ ଯିବା ପାଇଁ ଭଲ ରାସ୍ତା ନାହିଁ।

-ବିଶ୍ୱନାଥ ବେହେରା, ବରିଷ୍ଠ ନାଗରିକ

୩ ବର୍ଷ ହେଲା ବିକାଶ ହେବ ବୋଲି ଶୁଣୁଛୁ
-ଢେଙ୍କାନାଳ ରେଳଷ୍ଟେଶନକୁ ମଡେଲ ଷ୍ଟେଶନ କରାଯିବ ବୋଲି ୩ ବର୍ଷ ହେଲା କେବଳ ଶୁଣୁଛୁ। କିନ୍ତୁ ଆଜି ପର୍ଯ୍ୟନ୍ତ ଯେଉଁସବୁ ପ୍ରସ୍ତାବ ଯାଇଛି, କୌଣସି ଉନ୍ନତୀକରଣ କାର୍ଯ୍ୟ ହେଉନାହିଁ। ଯାତ୍ରୀମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି।
-ବଦ୍ରି ନାରାୟଣ ମିଶ୍ର, ସମ୍ପାଦକ, ଦୈନିକ ଅନୁଗୋଳ-ଢେଙ୍କାନାଳ ରେଳଯାତ୍ରୀ ସଂଘ


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri