Odisha Elections 2024

ବଢୁଛି ଭେଜାଲ, ରଙ୍ଗମିଶା ଖାଦ୍ୟ ବିକ୍ରି

କେନ୍ଦ୍ରାପଡ଼ା,୧୪ା୭(ଜଗନ୍ନାଥ ଧଳ): ଗ୍ରାହକଙ୍କୁ ଆକୃଷ୍ଟ କରିବା ପରି ଖାଦ୍ୟ ସାମଗ୍ରୀ ଷ୍ଟଲ୍‌ ବା ଦୋକାନରେ ସଜା ହେଉଛି। ରଙ୍ଗବେରଙ୍ଗ ମିଠା ସହ ଅନ୍ୟାନ୍ୟ ଖାଦ୍ୟ ଗ୍ରାହକଙ୍କ ମନ ମୋହୁଛି। ତେବେ ଏହି ରଙ୍ଗିନ ଖାଦ୍ୟ କେନ୍ଦ୍ରାପଡ଼ା ଜିଲାରେ ବିଭିନ୍ନ ରୋଗର କାରଣ ହୋଇଛି। ଅସ୍ବାସ୍ଥ୍ୟକର ପରିବେଶରେ ନିର୍ମିତ ଗୁପ୍‌ଚୁପଠାରୁ ଆରମ୍ଭକରି ହୋଟେଲ, ଜଳଖିଆ ଦୋକାନ ସାମଗ୍ରୀ ପାଇଁ ଜିଲାର ବହୁ ବୁଦ୍ଧିଜୀବୀ ଚିନ୍ତାରେ ପଡ଼ିଛନ୍ତି। ପାଉଁରୁଟି, ପାଣି ବୋତଲ ଓ ପାଉଚ, ଆଇସ୍‌କ୍ରିମ ଆଦି ସ୍ଥାନୀୟ ଅଞ୍ଚଳରୁ ଉତ୍ପାଦନ କରାଯାଇ ପ୍ୟାକେଟରେ ବିକ୍ରି ହେଉଥିଲେ ମଧ୍ୟ ଏଥିରେ ନିର୍ମାଣ ତାରିଖ, ବ୍ୟବହାର ସମୟ ଶେଷ ଅବଧି ଆଦି ଲେଖା ରହୁନାହିଁ। ପ୍ରଶାସନ ଏ ନେଇ ସବୁ ଜାଣୁଥିଲେ ମଧ୍ୟ ନୀରବ ରହୁଛି। ଏକ ବଡ଼ ଧରଣର ବିପଦ ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରିଥିବା ସ୍ଥାନୀୟ ଅଞ୍ଚଳବାସୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ଖଡିଅଙ୍ଗର ସେକ୍‌ ଅମଜାନ କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ଗ୍ରାମାଞ୍ଚଳ ସହ ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଅଞ୍ଚଳରେ ପ୍ରାୟ ୫ ହଜାରରୁ ଅଧିକ ଛୋଟ ବଡ଼ ଜଳଖିଆ ଦୋକାନ ରହିଛି। ସେହିପରି ଜିଲାରେ ୨୦୦ରୁ ଅଧିକ ମଧ୍ୟମ ଧରଣର ହୋଟେଲ ରହିଛି। ଏଠାରେ ମିଳୁଥିବା ଖାଦ୍ୟ ଉପରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜର ନାହିଁ। ପ୍ରତି ଦୋକାନରେ ରଙ୍ଗମିଶା ଖାଦ୍ୟ ସହ କେତେକ ସ୍ଥାନରେ ଗ୍ରାହକଙ୍କୁ ବାସି ଖାଦ୍ୟ ପରଷାଯାଉଛି। ସେହିପରି ଚାଟ୍‌, ଜିଲାପି, ପକୁଡ଼ି, ପକୋଡ଼ା ପ୍ରଭୃତି ଫାଷ୍ଟ ଫୁଡ୍‌ ଆଦିରେ ବହୁଳ ରାସାୟନିକ ରଙ୍ଗ ମିଶାଯାଉଛି। ଗୁପ୍‌ଚୁପ୍‌ର ଖଟାପାଣି ପାଟିକୁ ସ୍ବାଦ ଦେବା ଲାଗି ତେନ୍ତୁଳି ବଦଳରେ ଭିନେଗାର ପ୍ରୟୋଗ ହେଉଛି। ଏହି ରାସାୟନିକ ପଦାର୍ଥ ଏବେ ରୋଗର କାରଣ ହୋଇଛି। ସାମାଜିକ କର୍ମୀ ମନୋଜ କୁମାର ନାୟକ କହିଛନ୍ତି, ଜୀବନ ଧାରଣ ପାଇଁ ଖାଦ୍ୟ ଜରୁରୀ। ତେବେ ବ୍ୟବସାୟୀମାନେ ଗ୍ରାହକଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଉନାହାନ୍ତି। ଖାଦ୍ୟରେ ରଙ୍ଗ ମିଶାଇବା, ପୋଡ଼ା ତେଲରେ ଛାଣିବା, ବାସିଖାଦ୍ୟ ଦେବା ଆଦି ବ୍ୟବସାୟୀଙ୍କ ସ୍ବଭାବ ହୋଇଗଲାଣି। କମ୍‌ ପଇସା ଖର୍ଚ୍ଚକରି ବେଶି ଲାଭ ସମସ୍ତଙ୍କ ଲକ୍ଷ୍ୟ ହେଲାଣି। ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ସାମଗ୍ରୀ ତିଆରି ରୋଗ ସୃଷ୍ଟିର ଅନ୍ୟତମ କାରଣ ହୋଇଛି। ଆଇସ୍‌କ୍ରିମ ଓ ପାଉଁରୁଟି ନିର୍ମାଣ ସ୍ଥଳ ଆଦୌ ପରିଷ୍କାର ହେଉନାହିଁ। ସେହିପରି ଏଠାରେ ବ୍ୟବହୃତ ସାମଗ୍ରୀ ଉପରେ କୌଣସି ତନଖି ନ ଥିବାରୁ ନିର୍ମାତା ମନଇଚ୍ଛା ଗ୍ରାହକଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଣ କରୁଛନ୍ତି। ଏପରି କି ଏଠାରେ ପ୍ରସ୍ତୁତ ପାଣି ବୋତଲ ଓ ପାଉଚ, ଆଇସ୍‌କ୍ରିମ ଆଦିର ବ୍ୟବହାର ସମ୍ବନ୍ଧୀୟ ତଥ୍ୟ ଆଦୌ ଉଲ୍ଲେଖ ରହୁନାହିଁ। ଆଇନଜୀବୀ ବିଧୁଭୂଷଣ ମହାପାତ୍ର କୁହନ୍ତି, ଖାଦ୍ୟରେ ରଙ୍ଗର ବ୍ୟବହାର, ବାସିଖାଦ୍ୟ ଯୋଗୁ ଗଳା ଓ ଜିଭ କୁଣ୍ଡାଇହେବା ସହ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବା, ଲୋ ବ୍ଲଡ୍‌ ପ୍ରେସର, ବାନ୍ତି, ଡାଇରିଆ, ଦେହ ଫଳିଯିବାଠାରୁ ଆରମ୍ଭ କରି କାଡ୍‌ ସିନୋଜେନିକ ବା କର୍କଟ ରୋଗ ସୃଷ୍ଟି ହେଉଛି। ଫଳ ପାଚିବା ପାଇଁ ରାସାୟନିକ ଦ୍ରବ୍ୟ ବହୁଳ ବ୍ୟବହାର ହେଉଥିବା ବେଳେ ପରିବା କଞ୍ଚା ଦେଖାଯିବା ପାଇଁ ବ୍ୟବସାୟୀମାନେ ରଙ୍ଗର ବ୍ୟବହାର କରୁଛନ୍ତି। ରଙ୍ଗ ରହୁଥିବା ଯେଉଁ ଡବାରେ ସବୁଜ ବିନ୍ଦୁ ରହିଛି, ତାହା ଖାଦ୍ୟ ଉପଯୋଗୀ। ଯେଉଁ ଡବାରେ ଲାଲ ବିନ୍ଦୁ ରହୁଛି, ତାହା ଖାଦ୍ୟ ଅନୁପୋଯୋଗୀ ବୋଲି ସାଧାରଣ ଲୋକେ ଜାଣିପାରିବେ। ଜିଲାରେ ଖାଦ୍ୟ ନମୁନା ପରୀକ୍ଷା ପାଇଁ ଗବେଷଣାଗାର ଆବଶ୍ୟକ। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ଖାଦ୍ୟ ନିରୀକ୍ଷକଙ୍କ ତତ୍ତ୍ୱାବଧାନରେ ପ୍ରତିମାସ ବିଭିନ୍ନ ସ୍ଥାନରେ ଗ୍ରାହକଙ୍କୁ ଦିଆଯାଉଥିବା ଖାଦ୍ୟ ସମ୍ପର୍କରେ ତନଖି ହେଉଛି। କେତେକ ସ୍ଥାନରେ ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଉଛି। କର୍ମଚାରୀ ଅଭାବରୁ ଜିଲାର ସମସ୍ତ ସ୍ଥାନରେ ଚଢ଼ାଉ ସମ୍ବବ ହେଉ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ଷ୍ଟ୍ରଙ୍ଗରୁମ୍‌ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ବାଲିଗୁଡ଼ା,୨୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ତାରିଖରେ ଶେଷ ହୋଇଛି। ଏହି...

କାଜୁର ଅମଳ ବେଳକୁ ଅଭାବୀ ବିକ୍ରି: ଚିନ୍ତାରେ ଚାଷୀ

ଭବାନୀପାଟଣା,୨୧ା୫ (ଉତ୍ତମ କୁମାର ଦାଶ)- କାଳବୈଶାଖୀ ପ୍ରଭାବରେ ଝଡ଼ିଗଲା କାଜୁ ବଉଳ। ଆଉ ଯାହା କିଛି ରହିଥିଲା ଅମଳ ବେଳକୁ ଏବେ ଅଭାବୀ ବିକ୍ରି ଚାଷୀକୁ...

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ

ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ...

ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ

ପାଟଣା,୨୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ପାଟଣା ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri