ବଢୁଛି ଭେଜାଲ, ରଙ୍ଗମିଶା ଖାଦ୍ୟ ବିକ୍ରି

କେନ୍ଦ୍ରାପଡ଼ା,୧୪ା୭(ଜଗନ୍ନାଥ ଧଳ): ଗ୍ରାହକଙ୍କୁ ଆକୃଷ୍ଟ କରିବା ପରି ଖାଦ୍ୟ ସାମଗ୍ରୀ ଷ୍ଟଲ୍‌ ବା ଦୋକାନରେ ସଜା ହେଉଛି। ରଙ୍ଗବେରଙ୍ଗ ମିଠା ସହ ଅନ୍ୟାନ୍ୟ ଖାଦ୍ୟ ଗ୍ରାହକଙ୍କ ମନ ମୋହୁଛି। ତେବେ ଏହି ରଙ୍ଗିନ ଖାଦ୍ୟ କେନ୍ଦ୍ରାପଡ଼ା ଜିଲାରେ ବିଭିନ୍ନ ରୋଗର କାରଣ ହୋଇଛି। ଅସ୍ବାସ୍ଥ୍ୟକର ପରିବେଶରେ ନିର୍ମିତ ଗୁପ୍‌ଚୁପଠାରୁ ଆରମ୍ଭକରି ହୋଟେଲ, ଜଳଖିଆ ଦୋକାନ ସାମଗ୍ରୀ ପାଇଁ ଜିଲାର ବହୁ ବୁଦ୍ଧିଜୀବୀ ଚିନ୍ତାରେ ପଡ଼ିଛନ୍ତି। ପାଉଁରୁଟି, ପାଣି ବୋତଲ ଓ ପାଉଚ, ଆଇସ୍‌କ୍ରିମ ଆଦି ସ୍ଥାନୀୟ ଅଞ୍ଚଳରୁ ଉତ୍ପାଦନ କରାଯାଇ ପ୍ୟାକେଟରେ ବିକ୍ରି ହେଉଥିଲେ ମଧ୍ୟ ଏଥିରେ ନିର୍ମାଣ ତାରିଖ, ବ୍ୟବହାର ସମୟ ଶେଷ ଅବଧି ଆଦି ଲେଖା ରହୁନାହିଁ। ପ୍ରଶାସନ ଏ ନେଇ ସବୁ ଜାଣୁଥିଲେ ମଧ୍ୟ ନୀରବ ରହୁଛି। ଏକ ବଡ଼ ଧରଣର ବିପଦ ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରିଥିବା ସ୍ଥାନୀୟ ଅଞ୍ଚଳବାସୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ଖଡିଅଙ୍ଗର ସେକ୍‌ ଅମଜାନ କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ଗ୍ରାମାଞ୍ଚଳ ସହ ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଅଞ୍ଚଳରେ ପ୍ରାୟ ୫ ହଜାରରୁ ଅଧିକ ଛୋଟ ବଡ଼ ଜଳଖିଆ ଦୋକାନ ରହିଛି। ସେହିପରି ଜିଲାରେ ୨୦୦ରୁ ଅଧିକ ମଧ୍ୟମ ଧରଣର ହୋଟେଲ ରହିଛି। ଏଠାରେ ମିଳୁଥିବା ଖାଦ୍ୟ ଉପରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜର ନାହିଁ। ପ୍ରତି ଦୋକାନରେ ରଙ୍ଗମିଶା ଖାଦ୍ୟ ସହ କେତେକ ସ୍ଥାନରେ ଗ୍ରାହକଙ୍କୁ ବାସି ଖାଦ୍ୟ ପରଷାଯାଉଛି। ସେହିପରି ଚାଟ୍‌, ଜିଲାପି, ପକୁଡ଼ି, ପକୋଡ଼ା ପ୍ରଭୃତି ଫାଷ୍ଟ ଫୁଡ୍‌ ଆଦିରେ ବହୁଳ ରାସାୟନିକ ରଙ୍ଗ ମିଶାଯାଉଛି। ଗୁପ୍‌ଚୁପ୍‌ର ଖଟାପାଣି ପାଟିକୁ ସ୍ବାଦ ଦେବା ଲାଗି ତେନ୍ତୁଳି ବଦଳରେ ଭିନେଗାର ପ୍ରୟୋଗ ହେଉଛି। ଏହି ରାସାୟନିକ ପଦାର୍ଥ ଏବେ ରୋଗର କାରଣ ହୋଇଛି। ସାମାଜିକ କର୍ମୀ ମନୋଜ କୁମାର ନାୟକ କହିଛନ୍ତି, ଜୀବନ ଧାରଣ ପାଇଁ ଖାଦ୍ୟ ଜରୁରୀ। ତେବେ ବ୍ୟବସାୟୀମାନେ ଗ୍ରାହକଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଉନାହାନ୍ତି। ଖାଦ୍ୟରେ ରଙ୍ଗ ମିଶାଇବା, ପୋଡ଼ା ତେଲରେ ଛାଣିବା, ବାସିଖାଦ୍ୟ ଦେବା ଆଦି ବ୍ୟବସାୟୀଙ୍କ ସ୍ବଭାବ ହୋଇଗଲାଣି। କମ୍‌ ପଇସା ଖର୍ଚ୍ଚକରି ବେଶି ଲାଭ ସମସ୍ତଙ୍କ ଲକ୍ଷ୍ୟ ହେଲାଣି। ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ସାମଗ୍ରୀ ତିଆରି ରୋଗ ସୃଷ୍ଟିର ଅନ୍ୟତମ କାରଣ ହୋଇଛି। ଆଇସ୍‌କ୍ରିମ ଓ ପାଉଁରୁଟି ନିର୍ମାଣ ସ୍ଥଳ ଆଦୌ ପରିଷ୍କାର ହେଉନାହିଁ। ସେହିପରି ଏଠାରେ ବ୍ୟବହୃତ ସାମଗ୍ରୀ ଉପରେ କୌଣସି ତନଖି ନ ଥିବାରୁ ନିର୍ମାତା ମନଇଚ୍ଛା ଗ୍ରାହକଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଣ କରୁଛନ୍ତି। ଏପରି କି ଏଠାରେ ପ୍ରସ୍ତୁତ ପାଣି ବୋତଲ ଓ ପାଉଚ, ଆଇସ୍‌କ୍ରିମ ଆଦିର ବ୍ୟବହାର ସମ୍ବନ୍ଧୀୟ ତଥ୍ୟ ଆଦୌ ଉଲ୍ଲେଖ ରହୁନାହିଁ। ଆଇନଜୀବୀ ବିଧୁଭୂଷଣ ମହାପାତ୍ର କୁହନ୍ତି, ଖାଦ୍ୟରେ ରଙ୍ଗର ବ୍ୟବହାର, ବାସିଖାଦ୍ୟ ଯୋଗୁ ଗଳା ଓ ଜିଭ କୁଣ୍ଡାଇହେବା ସହ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବା, ଲୋ ବ୍ଲଡ୍‌ ପ୍ରେସର, ବାନ୍ତି, ଡାଇରିଆ, ଦେହ ଫଳିଯିବାଠାରୁ ଆରମ୍ଭ କରି କାଡ୍‌ ସିନୋଜେନିକ ବା କର୍କଟ ରୋଗ ସୃଷ୍ଟି ହେଉଛି। ଫଳ ପାଚିବା ପାଇଁ ରାସାୟନିକ ଦ୍ରବ୍ୟ ବହୁଳ ବ୍ୟବହାର ହେଉଥିବା ବେଳେ ପରିବା କଞ୍ଚା ଦେଖାଯିବା ପାଇଁ ବ୍ୟବସାୟୀମାନେ ରଙ୍ଗର ବ୍ୟବହାର କରୁଛନ୍ତି। ରଙ୍ଗ ରହୁଥିବା ଯେଉଁ ଡବାରେ ସବୁଜ ବିନ୍ଦୁ ରହିଛି, ତାହା ଖାଦ୍ୟ ଉପଯୋଗୀ। ଯେଉଁ ଡବାରେ ଲାଲ ବିନ୍ଦୁ ରହୁଛି, ତାହା ଖାଦ୍ୟ ଅନୁପୋଯୋଗୀ ବୋଲି ସାଧାରଣ ଲୋକେ ଜାଣିପାରିବେ। ଜିଲାରେ ଖାଦ୍ୟ ନମୁନା ପରୀକ୍ଷା ପାଇଁ ଗବେଷଣାଗାର ଆବଶ୍ୟକ। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ଖାଦ୍ୟ ନିରୀକ୍ଷକଙ୍କ ତତ୍ତ୍ୱାବଧାନରେ ପ୍ରତିମାସ ବିଭିନ୍ନ ସ୍ଥାନରେ ଗ୍ରାହକଙ୍କୁ ଦିଆଯାଉଥିବା ଖାଦ୍ୟ ସମ୍ପର୍କରେ ତନଖି ହେଉଛି। କେତେକ ସ୍ଥାନରେ ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଉଛି। କର୍ମଚାରୀ ଅଭାବରୁ ଜିଲାର ସମସ୍ତ ସ୍ଥାନରେ ଚଢ଼ାଉ ସମ୍ବବ ହେଉ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?