Posted inଖେଳ

ସଡନ୍‌ ଡେଥ୍‌ରେ ଜିତିଲା କଲମ୍ବିଆ

ମାର୍ଗାଓ, ୨୭।୧୦, (କ୍ରୀଡ଼ା ପ୍ରତିନିଧି): କଲମ୍ବିଆ ପ୍ରଥମ ଥର ପାଇଁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି। ପ୍ରଥମ ୪ ଉଦ୍ୟମରେ ୨୦୦୮, ୨୦୧୨, ୨୦୧୪ ଓ ୨୦୧୮ରେ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିବା ଏହି ଦକ୍ଷିଣ ଆମେରିକୀୟ ଦଳ ୫ମ ପ୍ରୟାସରେ ସଫଳ ହୋଇ ଟାଇଟଲ ପର୍ଯ୍ୟାୟରେ ପହଞ୍ଚତ୍ଛି। ସ୍ଥାନୀୟ ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ଏହି ଦଳ ପେନାଲ୍ଟି ଶୁଟ୍‌ ଆଉଟ ପରେ ସଡନ୍‌ ଡେଥ୍‌ ୬-୫ ଗୋଲରେ ନାଇଜେରିଆକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟର ଖେଳ ଗୋଲଶୂନ୍ୟ ରହିବା ପରେ ଫଳାଫଳ ପାଇଁ ପେନାଲ୍ଟି ଶୁଟ୍‌ ଆଉଟ ପଦ୍ଧତିର ସହାୟତା ନିଆଯାଇଥିଲା। ଏଥିରେ ମଧ୍ୟ ସ୍ଥିତି ୪-୪ରେ ବରାବର ରହିବାରୁ ସଡନ୍‌ ଡେଥ୍‌ ପର୍ଯ୍ୟାୟ ଆରମ୍ଭ ହୋଇଥିଲା।

ଏଥିରେ କଲମ୍ବିଆ ବାଜି ମାରିଥିଲା। ତେବେ ନାଇଜେରିଆ ଖେଳାଳିମାନେ ମଧ୍ୟ ଉତ୍ତମ ପ୍ରଦର୍ଶନ କରି ମନ ଜିତିଥିଲେ। ନାଇଜେରିଆ ୨୦୧୦, ୨୦୧୨ ଓ ୨୦୧୪ରେ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରୁ ବିଦାୟ ନେଇଥିବାବେଳେ ଏଥର ସେମିଫାଇନାଲରେ ହାରିଥିବାରୁ ବ୍ରୋଞ୍ଜ ପଦକ ପାଇଁ ଲଢ଼ିବ। ଏହି ମ୍ୟାଚର ନାୟିକା ଥିଲେ କଲମ୍ବିଆ ଗୋଲକିପର ଲୁଇସା ଅଗୁଡେଲୋ। ଫଳରେ ତାଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା।
ପ୍ରଥମଥର ପାଇଁ ସେମିଫାଇନାଲ ଖେଳୁଥିବା ଏହି ଦୁଇ ଦଳ ଆରମ୍ଭରୁ ଆକ୍ରମଣାତ୍ମକ ପନ୍ଥା ଅବଲମ୍ବନ କରିଥିଲେ। ପ୍ରଥମ ୧୫ ମିନିଟ କଲମ୍ବିଆ ହାଫ୍‌ରେ ବଲ୍‌ ରଖିଥିଲା ନାଇଜେରିଆ। ୫ମ ମିନିଟରେ ଅଧିନାୟିକା ବ୍ଲେସିଂ ଇମାନୁଏଲ, ୮ମ ମିନିଟରେ ଟାଇଓ ଆଫୋଲାବିଙ୍କ ଶଟ୍‌ ସେଭ୍‌ ହୋଇ ଯାଇଥିଲା। କ୍ରମେ କଲମ୍ବିଆ ମଧ୍ୟ ଆକ୍ରମଣକୁ ଜୋରଦାର କରିଥିଲା। ୧୫ତମ ମିନିଟରେ ନାଇଜେରିଆର ମିରାକ୍ଲ ଉସାନି ଫାଉଲ୍‌ କରିବାରୁ କଲମ୍ବିଆକୁ ଫ୍ରି କିକ୍‌ ମିଳିଥିଲା। ମାତ୍ର ୧୬ତମ ମିନିଟରେ କଲମ୍ବିଆର ଓରିଆନା କ୍ୱିଣ୍ଟେରୋଙ୍କ ରାଇଟ ଫୁଟେଡ ଶଟ୍‌ ସେଭ୍‌ ହୋଇ ଯାଇଥିଲା। ୨୮ତମ ମିନିଟରେ ବ୍ଲେସିଂଙ୍କ ଫାଉଲ୍‌ ଯୋଗୁ କଲମ୍ବିଆକୁ ଗୋଲ ଏରିଆ ବାହାରେ ଆଉ ଏକ ଫ୍ରି କିକ୍‌ ମିଳିଥିଲା। ମାତ୍ର ମାରି ଆଲଭାରେଜଙ୍କ ଶଟ୍‌ ନାଇଜେରିଆ ଗୋଲପୋଷ୍ଟ ବାର୍‌ରେ ବାଜି ବାହାରକୁ ଚାଲି ଯାଇଥିଲା। ୩୮ତମ ମିନିଟରେ ବଲ୍‌ ପାଇଁ ସଂଘର୍ଷ ଚାଲିଥିବାବେଳେ କଲମ୍ବିଆ ପକ୍ଷରୁ କ୍ରମାଗତ ୩ ଥର ଗୋଲ ଉଦ୍ୟମ କରାଯାଇଥିଲା। ମାତ୍ର ନାଇଜେରିଆ ଗୋଲକିପର ଫେଥ୍‌ ଓମିଲାନା ଦକ୍ଷତାର ସହ ସେଭ୍‌ କରିଥିଲେ। ୪୫ତମ ମିନିଟରେ କଲମ୍ବିଆର ୟେସିକା ମୁନୋଜ ବଲ ନେଇ ଆଗେଇ ଯାଇଥିଲେ ହେଁ ଅଫ୍‌ ସାଇଡ କରି ବସିଥିଲେ। ଫଳରେ ସେ ଦେଇଥିବା ଗୋଲକୁ ରୋମାନିଆ ରେଫରି ଡିମେଟ୍ରେସ୍କୁ ଲୁଲିଆନା ନାକଚ କରି ଦେଇଥିଲେ। ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟ ରହିଥିଲା।

ଦ୍ୱିତୀୟାର୍ଦ୍ଧ ଖେଳ ମଧ୍ୟ ରୋମାଞ୍ଚକ ହୋଇଥିଲା। ଗୋଲ ଦେଇ ପ୍ରତିପକ୍ଷ ଦଳ ଉପରେ ଚାପ ପକାଇବାକୁ ଉଭୟ ଦଳ ଜୋରଦାର ଉଦ୍ୟମ କରିଥିଲେ। ୭୨ତମ ମିନିଟରେ କଲମ୍ବିଆ ନିକଟରେ ଭଲ ସୁଯୋଗ ପହଞ୍ଚତ୍ଥିଲା। ମାତ୍ର ଅଧିନାୟିକା ଲିଣ୍ଡା କାଏସେଡୋଙ୍କ ଶଟ୍‌ ଗୋଲପୋଷ୍ଟର ବାମପଟ ବାର୍‌ରେ ଘସିହୋଇ ବାହାରକୁ ଚାଲି ଯାଇଥିଲା। ଅଗ୍ରଣୀ ନେବା ପାଇଁ ଉଭୟ ଦଳ ଆପ୍ରାଣ ଉଦ୍ୟମ କରିଥିଲେ ହେଁ ସମ୍ଭବ ହୋଇ ନ ଥିଲା। ନିର୍ଦ୍ଧାରିତ ୯୦ ମିନିଟ ଓ ଇଞ୍ଜୁରି ଟାଇମର ୬ ମିନିଟ ଖେଳ ଗୋଲଶୂନ୍ୟ ରହିଥିଲା।

ଶୁଟ୍‌ ଆଉଟ ରୋମାଞ୍ଚ

ଶୁଟ୍‌ ଆଉଟ ପର୍ଯ୍ୟାୟରେ ପ୍ରଥମ ୫ଟି ଶଟ୍‌ ମଧ୍ୟରୁ କଲମ୍ବିଆର ଗାବ୍ରିଏଲା ରୋଡ୍ରିଗ୍ବେଜ, ଷ୍ଟିଫାନିଆ ପେର୍ଲାଜା, ମାରି ଇସ୍ପିଟାଲେଟ, ଲିଣ୍ଡା କାଇସେଡୋ ଗୋଲ ଦେଇଥିବାବେଳେ ୟେସିକା ମୁନୋଜ ମିସ୍‌ କରିଥିଲେ। ନାଇଜେରିଆ ପକ୍ଷରୁ ଇଡେଟ ଓଫିଅଙ୍ଗ, ଇଟିମ ଇଡିଡଙ୍ଗ, ଉସାନି ମିିରାକ୍ଲ ଓ ତାଇୟୋ ଆଫୋଲାବି ଗୋଲ ଦେଇଥିଲେ ଏବଂ ଓମାମୁଜୋ ଇଡାଫେ ବିଫଳ ହୋଇଥିଲେ। ଗୋଲ ୪-୪ରେ ବରାବର ରହିବାରୁ ସଡନ୍‌ ଡେଥ ପର୍ଯ୍ୟାୟର ସହାୟତା ନିଆ ଯାଇଥିଲା। ପରେ କଲମ୍ବିଆ ପକ୍ଷରୁ ଜୁଆନା ଅର୍ଟେଗନ ଓ ନାତାଲିଆ ହେର୍ନାଣ୍ଡେଜ ଗୋଲ ଦେଇଥିବାବେଳେ ନାଇଜେରିଆର ଶକିରାଟ ଓୟିନଲୋଲା ଗୋଲ ଦେବାରେ ସକ୍ଷମ ହୋଇଥିଲେ। ତେବେ କମ୍ଫର୍ଟ ଫେଲୋରୁନୋଶୋଙ୍କ ଶଟ୍‌କୁ କଲମ୍ବିଆ ଗୋଲକିପର ଲୁଇସା ଅଗୁଡେଲୋ ସେଭ୍‌ କରି ଦେଇଥିଲେ। ଏଥିସହ ନାଇଜେରିଆ ଖେଳାଳିମାନେ ଦୁଃଖରେ ଭାଙ୍ଗି ପଡ଼ିଥିବାବେଳେ କଲମ୍ବିଆ ଦଳର ବିଜୟ ଉତ୍ସବ ଆରମ୍ଭ ହୋଇ ଯାଇଥିଲା। ନାଇଜେରିଆ ଗୋଲକିପର ଥିଲେ ଚିକାମ୍‌ସୋ ଜିୱାକୁ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁସଂଖ୍ୟା…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri