Posted inଖେଳ

ସଡନ୍‌ ଡେଥ୍‌ରେ ଜିତିଲା କଲମ୍ବିଆ

ମାର୍ଗାଓ, ୨୭।୧୦, (କ୍ରୀଡ଼ା ପ୍ରତିନିଧି): କଲମ୍ବିଆ ପ୍ରଥମ ଥର ପାଇଁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି। ପ୍ରଥମ ୪ ଉଦ୍ୟମରେ ୨୦୦୮, ୨୦୧୨, ୨୦୧୪ ଓ ୨୦୧୮ରେ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିବା ଏହି ଦକ୍ଷିଣ ଆମେରିକୀୟ ଦଳ ୫ମ ପ୍ରୟାସରେ ସଫଳ ହୋଇ ଟାଇଟଲ ପର୍ଯ୍ୟାୟରେ ପହଞ୍ଚତ୍ଛି। ସ୍ଥାନୀୟ ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ଏହି ଦଳ ପେନାଲ୍ଟି ଶୁଟ୍‌ ଆଉଟ ପରେ ସଡନ୍‌ ଡେଥ୍‌ ୬-୫ ଗୋଲରେ ନାଇଜେରିଆକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟର ଖେଳ ଗୋଲଶୂନ୍ୟ ରହିବା ପରେ ଫଳାଫଳ ପାଇଁ ପେନାଲ୍ଟି ଶୁଟ୍‌ ଆଉଟ ପଦ୍ଧତିର ସହାୟତା ନିଆଯାଇଥିଲା। ଏଥିରେ ମଧ୍ୟ ସ୍ଥିତି ୪-୪ରେ ବରାବର ରହିବାରୁ ସଡନ୍‌ ଡେଥ୍‌ ପର୍ଯ୍ୟାୟ ଆରମ୍ଭ ହୋଇଥିଲା।

ଏଥିରେ କଲମ୍ବିଆ ବାଜି ମାରିଥିଲା। ତେବେ ନାଇଜେରିଆ ଖେଳାଳିମାନେ ମଧ୍ୟ ଉତ୍ତମ ପ୍ରଦର୍ଶନ କରି ମନ ଜିତିଥିଲେ। ନାଇଜେରିଆ ୨୦୧୦, ୨୦୧୨ ଓ ୨୦୧୪ରେ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରୁ ବିଦାୟ ନେଇଥିବାବେଳେ ଏଥର ସେମିଫାଇନାଲରେ ହାରିଥିବାରୁ ବ୍ରୋଞ୍ଜ ପଦକ ପାଇଁ ଲଢ଼ିବ। ଏହି ମ୍ୟାଚର ନାୟିକା ଥିଲେ କଲମ୍ବିଆ ଗୋଲକିପର ଲୁଇସା ଅଗୁଡେଲୋ। ଫଳରେ ତାଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା।
ପ୍ରଥମଥର ପାଇଁ ସେମିଫାଇନାଲ ଖେଳୁଥିବା ଏହି ଦୁଇ ଦଳ ଆରମ୍ଭରୁ ଆକ୍ରମଣାତ୍ମକ ପନ୍ଥା ଅବଲମ୍ବନ କରିଥିଲେ। ପ୍ରଥମ ୧୫ ମିନିଟ କଲମ୍ବିଆ ହାଫ୍‌ରେ ବଲ୍‌ ରଖିଥିଲା ନାଇଜେରିଆ। ୫ମ ମିନିଟରେ ଅଧିନାୟିକା ବ୍ଲେସିଂ ଇମାନୁଏଲ, ୮ମ ମିନିଟରେ ଟାଇଓ ଆଫୋଲାବିଙ୍କ ଶଟ୍‌ ସେଭ୍‌ ହୋଇ ଯାଇଥିଲା। କ୍ରମେ କଲମ୍ବିଆ ମଧ୍ୟ ଆକ୍ରମଣକୁ ଜୋରଦାର କରିଥିଲା। ୧୫ତମ ମିନିଟରେ ନାଇଜେରିଆର ମିରାକ୍ଲ ଉସାନି ଫାଉଲ୍‌ କରିବାରୁ କଲମ୍ବିଆକୁ ଫ୍ରି କିକ୍‌ ମିଳିଥିଲା। ମାତ୍ର ୧୬ତମ ମିନିଟରେ କଲମ୍ବିଆର ଓରିଆନା କ୍ୱିଣ୍ଟେରୋଙ୍କ ରାଇଟ ଫୁଟେଡ ଶଟ୍‌ ସେଭ୍‌ ହୋଇ ଯାଇଥିଲା। ୨୮ତମ ମିନିଟରେ ବ୍ଲେସିଂଙ୍କ ଫାଉଲ୍‌ ଯୋଗୁ କଲମ୍ବିଆକୁ ଗୋଲ ଏରିଆ ବାହାରେ ଆଉ ଏକ ଫ୍ରି କିକ୍‌ ମିଳିଥିଲା। ମାତ୍ର ମାରି ଆଲଭାରେଜଙ୍କ ଶଟ୍‌ ନାଇଜେରିଆ ଗୋଲପୋଷ୍ଟ ବାର୍‌ରେ ବାଜି ବାହାରକୁ ଚାଲି ଯାଇଥିଲା। ୩୮ତମ ମିନିଟରେ ବଲ୍‌ ପାଇଁ ସଂଘର୍ଷ ଚାଲିଥିବାବେଳେ କଲମ୍ବିଆ ପକ୍ଷରୁ କ୍ରମାଗତ ୩ ଥର ଗୋଲ ଉଦ୍ୟମ କରାଯାଇଥିଲା। ମାତ୍ର ନାଇଜେରିଆ ଗୋଲକିପର ଫେଥ୍‌ ଓମିଲାନା ଦକ୍ଷତାର ସହ ସେଭ୍‌ କରିଥିଲେ। ୪୫ତମ ମିନିଟରେ କଲମ୍ବିଆର ୟେସିକା ମୁନୋଜ ବଲ ନେଇ ଆଗେଇ ଯାଇଥିଲେ ହେଁ ଅଫ୍‌ ସାଇଡ କରି ବସିଥିଲେ। ଫଳରେ ସେ ଦେଇଥିବା ଗୋଲକୁ ରୋମାନିଆ ରେଫରି ଡିମେଟ୍ରେସ୍କୁ ଲୁଲିଆନା ନାକଚ କରି ଦେଇଥିଲେ। ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟ ରହିଥିଲା।

ଦ୍ୱିତୀୟାର୍ଦ୍ଧ ଖେଳ ମଧ୍ୟ ରୋମାଞ୍ଚକ ହୋଇଥିଲା। ଗୋଲ ଦେଇ ପ୍ରତିପକ୍ଷ ଦଳ ଉପରେ ଚାପ ପକାଇବାକୁ ଉଭୟ ଦଳ ଜୋରଦାର ଉଦ୍ୟମ କରିଥିଲେ। ୭୨ତମ ମିନିଟରେ କଲମ୍ବିଆ ନିକଟରେ ଭଲ ସୁଯୋଗ ପହଞ୍ଚତ୍ଥିଲା। ମାତ୍ର ଅଧିନାୟିକା ଲିଣ୍ଡା କାଏସେଡୋଙ୍କ ଶଟ୍‌ ଗୋଲପୋଷ୍ଟର ବାମପଟ ବାର୍‌ରେ ଘସିହୋଇ ବାହାରକୁ ଚାଲି ଯାଇଥିଲା। ଅଗ୍ରଣୀ ନେବା ପାଇଁ ଉଭୟ ଦଳ ଆପ୍ରାଣ ଉଦ୍ୟମ କରିଥିଲେ ହେଁ ସମ୍ଭବ ହୋଇ ନ ଥିଲା। ନିର୍ଦ୍ଧାରିତ ୯୦ ମିନିଟ ଓ ଇଞ୍ଜୁରି ଟାଇମର ୬ ମିନିଟ ଖେଳ ଗୋଲଶୂନ୍ୟ ରହିଥିଲା।

ଶୁଟ୍‌ ଆଉଟ ରୋମାଞ୍ଚ

ଶୁଟ୍‌ ଆଉଟ ପର୍ଯ୍ୟାୟରେ ପ୍ରଥମ ୫ଟି ଶଟ୍‌ ମଧ୍ୟରୁ କଲମ୍ବିଆର ଗାବ୍ରିଏଲା ରୋଡ୍ରିଗ୍ବେଜ, ଷ୍ଟିଫାନିଆ ପେର୍ଲାଜା, ମାରି ଇସ୍ପିଟାଲେଟ, ଲିଣ୍ଡା କାଇସେଡୋ ଗୋଲ ଦେଇଥିବାବେଳେ ୟେସିକା ମୁନୋଜ ମିସ୍‌ କରିଥିଲେ। ନାଇଜେରିଆ ପକ୍ଷରୁ ଇଡେଟ ଓଫିଅଙ୍ଗ, ଇଟିମ ଇଡିଡଙ୍ଗ, ଉସାନି ମିିରାକ୍ଲ ଓ ତାଇୟୋ ଆଫୋଲାବି ଗୋଲ ଦେଇଥିଲେ ଏବଂ ଓମାମୁଜୋ ଇଡାଫେ ବିଫଳ ହୋଇଥିଲେ। ଗୋଲ ୪-୪ରେ ବରାବର ରହିବାରୁ ସଡନ୍‌ ଡେଥ ପର୍ଯ୍ୟାୟର ସହାୟତା ନିଆ ଯାଇଥିଲା। ପରେ କଲମ୍ବିଆ ପକ୍ଷରୁ ଜୁଆନା ଅର୍ଟେଗନ ଓ ନାତାଲିଆ ହେର୍ନାଣ୍ଡେଜ ଗୋଲ ଦେଇଥିବାବେଳେ ନାଇଜେରିଆର ଶକିରାଟ ଓୟିନଲୋଲା ଗୋଲ ଦେବାରେ ସକ୍ଷମ ହୋଇଥିଲେ। ତେବେ କମ୍ଫର୍ଟ ଫେଲୋରୁନୋଶୋଙ୍କ ଶଟ୍‌କୁ କଲମ୍ବିଆ ଗୋଲକିପର ଲୁଇସା ଅଗୁଡେଲୋ ସେଭ୍‌ କରି ଦେଇଥିଲେ। ଏଥିସହ ନାଇଜେରିଆ ଖେଳାଳିମାନେ ଦୁଃଖରେ ଭାଙ୍ଗି ପଡ଼ିଥିବାବେଳେ କଲମ୍ବିଆ ଦଳର ବିଜୟ ଉତ୍ସବ ଆରମ୍ଭ ହୋଇ ଯାଇଥିଲା। ନାଇଜେରିଆ ଗୋଲକିପର ଥିଲେ ଚିକାମ୍‌ସୋ ଜିୱାକୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?