Posted inଖେଳ

କଲମ୍ବିଆ-ସ୍ପେନ୍‌ ଫାଇନାଲ ଲଢ଼େଇ

ମାର୍ଗାଓ, ୨୭।୧୦ ,(ତପନ ସ୍ବାଇଁ): ମାର୍ଗାଓର ଐତିହାସିକ ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ବୁୁଧବାର ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ୨ଟି ରୋମାଞ୍ଚକ ଏବଂ ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ଅନୁଷ୍ଠିତ ହୋଇ ଯାଇଛି। ନାଇଜେରିଆକୁ ସଡନ୍‌ ଡେଥ୍‌ ୬-୫ ଗୋଲରେ ହରାଇ କଲମ୍ବିଆ ଏବଂ ଜର୍ମାନୀକୁ ୧-୦ ଗୋଲରେ ହରାଇ ସ୍ପେନ୍‌ ଫାଇନାଲରେ ପ୍ରବେଶ କରିଛି। ଗତଥରର ଚାମ୍ପିୟନ ସ୍ପେନ୍‌ ୯୦ତମ ମିନିଟରେ ଲୁସିଆ କୋରାଲେସଙ୍କ ଗୋଲ ବଳରେ କ୍ରମାଗତ ଦ୍ୱିତୀୟ ଏବଂ ତୃତୀୟ ଥରପାଇଁ ଫାଇନାଲ ଟିକେଟ କାଟିଛି। ପୂର୍ବରୁ ଏହି ଦଳ ୨୦୧୪ ଓ ୨୦୧୮ରେ ଚାମ୍ପିୟନ ହୋଇଥିବାବେଳେ ୨୦୧୬ରେ ତୃତୀୟ ସ୍ଥାନ ଅଧିକାର କରିଥିଲା। ଅନ୍ୟପକ୍ଷରେ ୭ମ ଥରପାଇଁ ଟୁର୍ନାମେଣ୍ଟ ଖେଳୁଥିବା ଜର୍ମାନୀ ଦ୍ୱିତୀୟ ଥରପାଇଁ ସେମିଫାଇନାଲରେ ପରାସ୍ତ ହୋଇଛି। ଫଳରେ ଏହି ଦଳ ତୃତୀୟ ସ୍ଥାନ ପାଇଁ ନାଇଜେରିଆକୁ ଭେଟିବ। ୨୦୦୮ରେ ଶ୍ରେଷ୍ଠ ସଫଳତାଭାବେ ଏହି ଦଳ ୩ୟ ସ୍ଥାନ ହାସଲ କରିଥିଲା। ପୂରା ମ୍ୟାଚରେ ଆକର୍ଷଣୀୟ ପ୍ରଦର୍ଶନ ପାଇଁ ସ୍ପେନ୍‌ର ସାାଣ୍ଡ୍ରା ଭିଲାଫାନେ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। କଲମ୍ବିଆ ଓ ସ୍ପେନ୍‌ ମଧ୍ୟରେ ଫାଇନାଲ ୩୦ ତାରିଖରେ ନଭି ମୁମ୍ବାଇସ୍ଥିତ ଡି.ୱାଇ ପାଟିଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ଦିନ ତୃତୀୟ ସ୍ଥାନ ପାଇଁ ପ୍ଲେ-ଅଫ୍‌ ମଧ୍ୟ ଅନୁଷ୍ଠିତ ହେବ।

ଆରମ୍ଭରୁ ଶେଷ କଡ଼ା ଟକ୍କର

ଦୁଇ ସମକକ୍ଷ ଦଳ ଜର୍ମାନୀ ଓ ସ୍ପେନ ମଧ୍ୟରେ ମ୍ୟାଚ ସ୍ବାଭାବିକଭାବେ ଆରମ୍ଭରୁ ରୋମାଞ୍ଚରେ ଭରପୂର ଥିଲା। ଜର୍ମାନୀ ଲଙ୍ଗ ପାସ ଏବଂ ସ୍ପେନ ନିଜ ଷ୍ଟାଇଲରେ ଶର୍ଟ ପାସ୍‌ ଦେଇ ଖେଳିଥିଲେ। ଦୁଇଟି ଯାକ ଦଳର ଷ୍ଟାର୍ଟିଂ ଲାଇନ୍‌ଅପ୍‌ ୪-୩-୩ ଥିଲା। ଖେଳ ଆଗେଇବା ସହ ମ୍ୟାଚ ବେଶ୍‌ ରୋମାଞ୍ଚକ ହୋଇ ଉଠିଥିଲା। ୨୦ତମ ମିନିଟରେ ଜର୍ମାନୀର ମାରା ଆଲବର ପ୍ରତିପକ୍ଷ ଗୋଲପୋଷ୍ଟକୁ ବଲ୍‌ ପଠାଇବାପରେ ଖେଳାଳିଙ୍କ ମଧ୍ୟରେ ଉଲ୍ଲାସ ଖେଳି ଯାଇଥିଲା। ମାତ୍ର ଇଂଲଣ୍ଡ ରେଫରି ୱେଲ୍ଚ୍‌ ରିବେକା ଭିଡିଓ ଆସିଷ୍ଟାଣ୍ଟ ରେଫରି (ଭିଏଆର)ର ସହାୟତା ନେଇ ଗୋଲ ଚେକ୍‌ କରିଥିଲେ। ରିପ୍ଲେରେ ଏହା ଅଫ୍‌ସାଇଡ ହୋଇଥିବା ଜଣା ପଡ଼ିଥିଲା। ବିପଜ୍ଜନକ ଖେଳ ପାଇଁ ସ୍ପେନ୍‌ର ଜୁଡିତ ପୁଜୋଲ୍ସ ୪୫+୭ ମିନିଟରେ ୟେଲୋ କାର୍ଡ ପାଇଥିଲେ। ନିର୍ଦ୍ଧାରିତ ୪୫ ମିନିଟ ଏବଂ ଇଞ୍ଜୁରି ଟାଇମ୍‌ ୮ ମିନିଟରେ ଗୋଲ ନ ହେବାରୁ ପ୍ରଥମାର୍ଦ୍ଧ ୦-୦ସ୍ଥିତିରେ ଶେଷ ହୋଇଥିଲା।

ପ୍ରଥମାର୍ଦ୍ଧର ଟକ୍କର ଦ୍ୱିତୀୟାର୍ଦ୍ଧରେ ମଧ୍ୟ ବଳବତ୍ତର ରହିଥିଲା। କେହି ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ। ଫଳରେ ଅନେକ ସୁଯୋଗ ସୃଷ୍ଟି ହୋଇଥିଲେ ମଧ୍ୟ ୮୯ତମ ମିନିଟ ପର୍ଯ୍ୟନ୍ତ ଗୋଲ ହୋଇପାରି ନ ଥିଲା। ଜର୍ମାନୀ ଦଳର ଖେଳାଳିଙ୍କୁ ହାତରେ ଟାଣି ପକାଇ ଦେବା ଉଦ୍ୟମ ଯୋଗୁ ସ୍ପେନର ଭିକି ଲୋପେଜଙ୍କୁ ୮୨ତମ ମିନିଟରେ ୟେଲୋ କାର୍ଡ ମିଳିଥିଲା। ମ୍ୟାଚ ଡ୍ର ଆଡ଼କୁ ଯାଉଥିବାବେଳେ ୯୦ତମ ମିନିଟରେ ଗୋଲ ଦେଇ ମ୍ୟାଚରେ ରୋମାଞ୍ଚ ଖେଳାଇ ଦେଇଥିଲେ ସ୍ପେନର ଲୁସିଆ କୋରାଲେସ। ୭୧ତମ ମିନିଟରେ କ୍ରିଷ୍ଟିନା ଲିବରାନଙ୍କ ସ୍ଥାନରେ ବଦଳ ଖେଳାଳିଭାବେ ପଡ଼ିଆରେ ପ୍ରବେଶ କରିଥିବା ଲୁସିଆ ସାଥି ଖେଳାଳି ଇନହୋଆ ଆଲ୍‌ଗୁଆସିଲଙ୍କଠାରୁ ପାଇଥିବା ପାସ୍‌ର ସଦ୍‌ବ୍ୟବହାର କରି ବାମ ପାଦରେ ବିଜୁଳି ବେଗରେ ବଲ୍‌କୁ ଜର୍ମାନୀ ଗୋଲପୋଷ୍ଟକୁ ବଲ୍‌ ପଠାଇ ଦେଇଥିଲେ। ଜର୍ମାନୀ ଗୋଲକିପର ଲିନା ଆଲଟେନବର୍ଗ ଡାଇଭ୍‌ ମାରି ଭରପୂର ପ୍ର୍ରୟାସ କରିଥିଲେ ହେଁ ବଲ ନିକଟରେ ପହଞ୍ଚତ୍ ପାରି ନ ଥିଲେ। ଏହାପରେ ୯ ମିନିଟର ଇଞ୍ଜୁରି ଟାଇମ୍‌ରେ ଜର୍ମାନୀ ଗୋଲ ପରିଶୋଧ ପାଇଁ ଆପ୍ରାଣ ଉଦ୍ୟମ କରିିଥିଲେ ହେଁ ସଫଳ ହୋଇ ନ ଥିଲା। ମ୍ୟାଚରେ ଜର୍ମାନୀ ୪୦ ଓ ସ୍ପେନ୍‌ ୫୯ ପ୍ରତିଶତ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିବାରେ ସକ୍ଷମ ହୋଇଥିଲା। ଫାଉଲ୍‌ରେ କିନ୍ତୁ ସ୍ପେନ୍‌ ଆଗରେ ରହିଥିଲା। ଜର୍ମାନୀ ଖେଳାଳି ୬ ଏବଂ ସ୍ପେନ୍‌ ଖେଳାଳି ୯ ଥର ଫାଉଲ୍‌ ମାରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri