Posted inଖେଳ

କଲମ୍ବିଆ-ସ୍ପେନ୍‌ ଫାଇନାଲ ଲଢ଼େଇ

ମାର୍ଗାଓ, ୨୭।୧୦ ,(ତପନ ସ୍ବାଇଁ): ମାର୍ଗାଓର ଐତିହାସିକ ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ବୁୁଧବାର ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ୨ଟି ରୋମାଞ୍ଚକ ଏବଂ ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ଅନୁଷ୍ଠିତ ହୋଇ ଯାଇଛି। ନାଇଜେରିଆକୁ ସଡନ୍‌ ଡେଥ୍‌ ୬-୫ ଗୋଲରେ ହରାଇ କଲମ୍ବିଆ ଏବଂ ଜର୍ମାନୀକୁ ୧-୦ ଗୋଲରେ ହରାଇ ସ୍ପେନ୍‌ ଫାଇନାଲରେ ପ୍ରବେଶ କରିଛି। ଗତଥରର ଚାମ୍ପିୟନ ସ୍ପେନ୍‌ ୯୦ତମ ମିନିଟରେ ଲୁସିଆ କୋରାଲେସଙ୍କ ଗୋଲ ବଳରେ କ୍ରମାଗତ ଦ୍ୱିତୀୟ ଏବଂ ତୃତୀୟ ଥରପାଇଁ ଫାଇନାଲ ଟିକେଟ କାଟିଛି। ପୂର୍ବରୁ ଏହି ଦଳ ୨୦୧୪ ଓ ୨୦୧୮ରେ ଚାମ୍ପିୟନ ହୋଇଥିବାବେଳେ ୨୦୧୬ରେ ତୃତୀୟ ସ୍ଥାନ ଅଧିକାର କରିଥିଲା। ଅନ୍ୟପକ୍ଷରେ ୭ମ ଥରପାଇଁ ଟୁର୍ନାମେଣ୍ଟ ଖେଳୁଥିବା ଜର୍ମାନୀ ଦ୍ୱିତୀୟ ଥରପାଇଁ ସେମିଫାଇନାଲରେ ପରାସ୍ତ ହୋଇଛି। ଫଳରେ ଏହି ଦଳ ତୃତୀୟ ସ୍ଥାନ ପାଇଁ ନାଇଜେରିଆକୁ ଭେଟିବ। ୨୦୦୮ରେ ଶ୍ରେଷ୍ଠ ସଫଳତାଭାବେ ଏହି ଦଳ ୩ୟ ସ୍ଥାନ ହାସଲ କରିଥିଲା। ପୂରା ମ୍ୟାଚରେ ଆକର୍ଷଣୀୟ ପ୍ରଦର୍ଶନ ପାଇଁ ସ୍ପେନ୍‌ର ସାାଣ୍ଡ୍ରା ଭିଲାଫାନେ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। କଲମ୍ବିଆ ଓ ସ୍ପେନ୍‌ ମଧ୍ୟରେ ଫାଇନାଲ ୩୦ ତାରିଖରେ ନଭି ମୁମ୍ବାଇସ୍ଥିତ ଡି.ୱାଇ ପାଟିଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ଦିନ ତୃତୀୟ ସ୍ଥାନ ପାଇଁ ପ୍ଲେ-ଅଫ୍‌ ମଧ୍ୟ ଅନୁଷ୍ଠିତ ହେବ।

ଆରମ୍ଭରୁ ଶେଷ କଡ଼ା ଟକ୍କର

ଦୁଇ ସମକକ୍ଷ ଦଳ ଜର୍ମାନୀ ଓ ସ୍ପେନ ମଧ୍ୟରେ ମ୍ୟାଚ ସ୍ବାଭାବିକଭାବେ ଆରମ୍ଭରୁ ରୋମାଞ୍ଚରେ ଭରପୂର ଥିଲା। ଜର୍ମାନୀ ଲଙ୍ଗ ପାସ ଏବଂ ସ୍ପେନ ନିଜ ଷ୍ଟାଇଲରେ ଶର୍ଟ ପାସ୍‌ ଦେଇ ଖେଳିଥିଲେ। ଦୁଇଟି ଯାକ ଦଳର ଷ୍ଟାର୍ଟିଂ ଲାଇନ୍‌ଅପ୍‌ ୪-୩-୩ ଥିଲା। ଖେଳ ଆଗେଇବା ସହ ମ୍ୟାଚ ବେଶ୍‌ ରୋମାଞ୍ଚକ ହୋଇ ଉଠିଥିଲା। ୨୦ତମ ମିନିଟରେ ଜର୍ମାନୀର ମାରା ଆଲବର ପ୍ରତିପକ୍ଷ ଗୋଲପୋଷ୍ଟକୁ ବଲ୍‌ ପଠାଇବାପରେ ଖେଳାଳିଙ୍କ ମଧ୍ୟରେ ଉଲ୍ଲାସ ଖେଳି ଯାଇଥିଲା। ମାତ୍ର ଇଂଲଣ୍ଡ ରେଫରି ୱେଲ୍ଚ୍‌ ରିବେକା ଭିଡିଓ ଆସିଷ୍ଟାଣ୍ଟ ରେଫରି (ଭିଏଆର)ର ସହାୟତା ନେଇ ଗୋଲ ଚେକ୍‌ କରିଥିଲେ। ରିପ୍ଲେରେ ଏହା ଅଫ୍‌ସାଇଡ ହୋଇଥିବା ଜଣା ପଡ଼ିଥିଲା। ବିପଜ୍ଜନକ ଖେଳ ପାଇଁ ସ୍ପେନ୍‌ର ଜୁଡିତ ପୁଜୋଲ୍ସ ୪୫+୭ ମିନିଟରେ ୟେଲୋ କାର୍ଡ ପାଇଥିଲେ। ନିର୍ଦ୍ଧାରିତ ୪୫ ମିନିଟ ଏବଂ ଇଞ୍ଜୁରି ଟାଇମ୍‌ ୮ ମିନିଟରେ ଗୋଲ ନ ହେବାରୁ ପ୍ରଥମାର୍ଦ୍ଧ ୦-୦ସ୍ଥିତିରେ ଶେଷ ହୋଇଥିଲା।

ପ୍ରଥମାର୍ଦ୍ଧର ଟକ୍କର ଦ୍ୱିତୀୟାର୍ଦ୍ଧରେ ମଧ୍ୟ ବଳବତ୍ତର ରହିଥିଲା। କେହି ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ। ଫଳରେ ଅନେକ ସୁଯୋଗ ସୃଷ୍ଟି ହୋଇଥିଲେ ମଧ୍ୟ ୮୯ତମ ମିନିଟ ପର୍ଯ୍ୟନ୍ତ ଗୋଲ ହୋଇପାରି ନ ଥିଲା। ଜର୍ମାନୀ ଦଳର ଖେଳାଳିଙ୍କୁ ହାତରେ ଟାଣି ପକାଇ ଦେବା ଉଦ୍ୟମ ଯୋଗୁ ସ୍ପେନର ଭିକି ଲୋପେଜଙ୍କୁ ୮୨ତମ ମିନିଟରେ ୟେଲୋ କାର୍ଡ ମିଳିଥିଲା। ମ୍ୟାଚ ଡ୍ର ଆଡ଼କୁ ଯାଉଥିବାବେଳେ ୯୦ତମ ମିନିଟରେ ଗୋଲ ଦେଇ ମ୍ୟାଚରେ ରୋମାଞ୍ଚ ଖେଳାଇ ଦେଇଥିଲେ ସ୍ପେନର ଲୁସିଆ କୋରାଲେସ। ୭୧ତମ ମିନିଟରେ କ୍ରିଷ୍ଟିନା ଲିବରାନଙ୍କ ସ୍ଥାନରେ ବଦଳ ଖେଳାଳିଭାବେ ପଡ଼ିଆରେ ପ୍ରବେଶ କରିଥିବା ଲୁସିଆ ସାଥି ଖେଳାଳି ଇନହୋଆ ଆଲ୍‌ଗୁଆସିଲଙ୍କଠାରୁ ପାଇଥିବା ପାସ୍‌ର ସଦ୍‌ବ୍ୟବହାର କରି ବାମ ପାଦରେ ବିଜୁଳି ବେଗରେ ବଲ୍‌କୁ ଜର୍ମାନୀ ଗୋଲପୋଷ୍ଟକୁ ବଲ୍‌ ପଠାଇ ଦେଇଥିଲେ। ଜର୍ମାନୀ ଗୋଲକିପର ଲିନା ଆଲଟେନବର୍ଗ ଡାଇଭ୍‌ ମାରି ଭରପୂର ପ୍ର୍ରୟାସ କରିଥିଲେ ହେଁ ବଲ ନିକଟରେ ପହଞ୍ଚତ୍ ପାରି ନ ଥିଲେ। ଏହାପରେ ୯ ମିନିଟର ଇଞ୍ଜୁରି ଟାଇମ୍‌ରେ ଜର୍ମାନୀ ଗୋଲ ପରିଶୋଧ ପାଇଁ ଆପ୍ରାଣ ଉଦ୍ୟମ କରିିଥିଲେ ହେଁ ସଫଳ ହୋଇ ନ ଥିଲା। ମ୍ୟାଚରେ ଜର୍ମାନୀ ୪୦ ଓ ସ୍ପେନ୍‌ ୫୯ ପ୍ରତିଶତ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିବାରେ ସକ୍ଷମ ହୋଇଥିଲା। ଫାଉଲ୍‌ରେ କିନ୍ତୁ ସ୍ପେନ୍‌ ଆଗରେ ରହିଥିଲା। ଜର୍ମାନୀ ଖେଳାଳି ୬ ଏବଂ ସ୍ପେନ୍‌ ଖେଳାଳି ୯ ଥର ଫାଉଲ୍‌ ମାରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?