୨୩ବର୍ଷରେ ସରପଞ୍ଚ ଦାୟିତ୍ୱ

ଫିରୋଜାବାଦ,୨୬।୫: ଉତ୍ତରପ୍ରଦେଶ ଫିରୋଜାବାଦରେ ପଞ୍ଚାୟତ ନିର୍ବାଚନ ସରିବା ପରେ ମଙ୍ଗଳବାର ଭର୍ଚୁଆଲ ମାଧ୍ୟମରେ ସରପଞ୍ଚଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ ଗ୍ରହଣ କରାଯାଇଛି। ଏହି ଅବସରରେ ଜିଲାର ସର୍ବ କନିଷ୍ଠ ତଥା ୨୩ ବର୍ଷୀୟ ଯୁବତୀ ସରପଞ୍ଚ ପାଇଁ ଶପଥ ଗ୍ରହଣ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଫିରୋଜାବାଦର ବେନ୍ଦୀ ପଞ୍ଚାୟତ କହିବାକୁ ଗଲେ ବହୁତ ଛୋଟ। କିନ୍ତୁ ଏଠାକାର ରାଜନୀତିର ରାଜନୀତି ସମଗ୍ର ଜିଲାରେ ସବୁବେଳେ ଚର୍ଚ୍ଚାରେ ରହିଥାଏ। ମଙ୍ଗଳବାର ଗାଁର ନବ ନିର୍ବାଚିତ ୨୩ ବର୍ଷୀୟା ବିସିଏ ଛାତ୍ରୀ ବଂଶିକା ରାଜ ଶର୍ମା ସରପଞ୍ଚ ଭାବେ ଶପଥ ପାଠ ଗ୍ରହଣ କରିଛନ୍ତି। ଶପଥ ନେବା ପରେ ନିଜ ଭାଷଣରେ ସେ କହିଛନ୍ତି, ଗାଁରେ କୌଣସି ପ୍ରକାରର ରାଜୀନୀତି ହେବା କଥା ନୁହେଁ। ପୁରା ଗାଁ ଏକ ପରିବାର, ଆଉ ଏଠାକାର ସମସ୍ୟା ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କର ସମସ୍ୟା। ଗାଁରେ ଥିବା ମୌଳିକ ଅସୁବିଧାକୁ ସେ ସର୍ବପ୍ରଥମେ ଦୂର କରିବାକୁ ଯଥାସମ୍ଭବ ଚେଷ୍ଟା କରିବେ। ଏତଦ୍‌ ବ୍ୟତୀତ ସେ କହିଛନ୍ତି, ଶିକ୍ଷା ହେଉଛି ଜଣେ ବ୍ୟକ୍ତି ଜୀବନର ଆଧାର। ଶିକ୍ଷା ବିନା ଜୀବନ ପଶୁ ସମାନ। ତେଣୁ ସେ ଗାଁ ଯୁବତୀଙ୍କୁ ଶିକ୍ଷିତ କରିବା ଲାଗି ପ୍ରଚେଷ୍ଟା କରିବେ। ସରକାରଙ୍କ ସହାୟତାରେ ସେ ଗାଁର ମହିଳାମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ବଂଶିକା କହିଛନ୍ତି। ଯଦିଓ ସେ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁ ନ ଥିଲେ ମଧ୍ୟ ଗାଁର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ତାଙ୍କୁ ରାଜନୀତିରେ ପ୍ରବେଶ କରିିବାକୁ ବାଧ୍ୟ କରିଥିଲା ବୋଲି ବଂଶିକା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଫଳତା ପରେ ହିଁ ବାସ୍ତବ ସଂଘର୍ଷ

ମନର ଭାବକୁ ଶବ୍ଦର ରୂପ ଦେବା ମଣିଷଟିଏ ହେଉଛନ୍ତି ଗୀତିକାର ଅରୁଣ ମନ୍ତ୍ରୀ। ତାଙ୍କ ଲିଖିତ ପ୍ରଥମ ଭଜନ ‘ତୁଳସୀ କ୍ଷେତ୍ରରେ ବଳଦେବ ଖ୍ୟାତ’କୁ ଭଜନ...

ଭାଜପାରେ ସାମିଲ ହେଲେ ଏହି ପୂର୍ବତନ କ୍ରିକେଟର: ୧୭ ବର୍ଷରେ ଖେଳିଥିଲେ ପ୍ରଥମ ଟେଷ୍ଟ

ଭାରତୀୟ ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ୍‌ ଭାଜପାରେ ସାମିଲ ହୋଇଛନ୍ତି। ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଶିବରାମ ଭାଜପାରେ ଯୋଗ ଦେଇଛନ୍ତି। ତାମିଲନାଡୁର ଭାଜପା ଇନ୍‌ଚାର୍ଜ...

୧୨ ବର୍ଷର ଛାତ୍ର ଘରେ ବସି ରୋଜଗାର କଲେ ୨ କୋଟି

କରୋନା ମହାମାରୀ କିଛି ଲୋକଙ୍କ ଜୀବନକୁ ବଦଳାଇ ଦେଇଛି। କାହାର ଚାକିରି ଚାଲିଯାଇଛି ତ ଆଉ କାହାର ବ୍ୟବସାୟ ମାନ୍ଦା ହୋଇଛି। ସ୍କୁଲ, କଲେଜ, ଅଫିସ...

ସୋମବାର ୯.୭୫ କୋଟି ଚାଷୀଙ୍କ ଖାତାକୁ ପଠାଯିବ ୧୯,୫୦୦ କୋଟି …

ନୂଆଦିଲ୍ଲୀ,୮।୮: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ୯.୭୫ କୋଟି ଚାଷୀଙ୍କୁ ୧୯,୫୦୦କୋଟି ଟଙ୍କା ବାଣ୍ଟିବେ। ଏହି ଯୋଜନା ଅନ୍ତର୍ଗତ...

ଭାଲୁ ପ୍ରେମରେ ‘ଭେରା’

ମସ୍କୋ: ମଣିଷ-ପ୍ରାଣୀ ମଧ୍ୟରେ ସମ୍ପର୍କ କାହିଁ କେଉଁ କାଳରୁ ରହିଆସିଛି। ହେଲେ ଯେବେ ଜଙ୍ଗଲୀ ଜନ୍ତୁ କଥା ଉଠେ, ତେବେ ଜଣେ ତା’ ସହ ଭାବ...

ରେପୋ ରେଟ୍‌ କମାଇଲା ଆର୍‌ବିଆଇ: ୩ ମାସ ଋଣ କିସ୍ତି ବନ୍ଦ

ନୂଆଦିଲ୍ଲୀ,୨୭ା୩(ପି.ଟି.): କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସରକାର ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରିଥିବାରୁ ଏହା ଅର୍ଥନୀତିକୁ ଗୁରୁତର ପ୍ରଭାବିତ କରିଛି। ଏହି ପ୍ରଭାବକୁ...

ନନ୍ଦିଗ୍ରାମରେ ରଣହୁଙ୍କାର

କୋଲକାତା/ନୂଆଦିଲ୍ଲୀ,୧୪।୩: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଶହେ ଦିନରୁ ଊର୍ଦ୍ଧ୍ୱ ହେଲା ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଜାରି ରହିଛି। ବିବାଦୀୟ ଆଇନ ପ୍ରତ୍ୟାହାର...

ରାତି ୨ଟାରେ ବିଧାନସଭା ଅଧିବେଶନ ଡକାଇଲେ ରାଜ୍ୟପାଳ

କୋଲକାତା,୨୪।୨: ପଶ୍ଚିମବଙ୍ଗରେ ରାତି ୨ଟାରେ ବିଧାନସଭା ଅଧିବେଶନ ଡକାଇଲେ ରାଜ୍ୟପାଳ। ଏହାକୁ ଶୁଣିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ। ହେଲେ କଥାଟି ହେଉଛି ଏଭଳି, କେବଳ ଟାଇପିଂ...

Advertisement
Archives

Model This Week