୮,୫୦,୦୦୦ ରୁ ଅଧିକ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ସଂଗ୍ରହ

ଭୁବନେଶ୍ୱର,୨୯ା୭: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହିନ୍ଦୁସ୍ଥାନ କୋକା-କୋଲା ବେଭେରେଜସ ବା ଏଚସିସିବି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହୋଇଥିଲା। ଏପରିକି କମ୍ପାନୀ ଆନନ୍ଦନା କୋକା-କୋଲା ଫାଉଣ୍ଡେଶନ ସହଭାଗିତାରେ ପୁରୀ ରଥଯାତ୍ରା ଓ ସମୁଦ୍ର କୂଳ ପରିସରରୁ ପ୍ରାୟ ୮,୫୦,୦୦୦ରୁ ଅଧିକ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ସଂଗ୍ରହ କରିଛି। ଉଲ୍ଲେଖଯୋଗ୍ୟ, ଏସିସିବି ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଦି ୱାଇ୪ଡ଼ି ଫାଉଣ୍ଡେଶନ ଓଡିଶା, ଫାଉଣ୍ଡେଶନ ଏବଂ ଜଳବାୟୁ ସୁରକ୍ଷା, ଓଡିଶା ବିକାଶ ପରିଚାଳନା କାର୍ଯ୍ୟକ୍ରମ ଏବଂ ପୁରୀ ପୌରପାଳିକା ସମର୍ଥନରେ ସଂଗୃହୀତ ୮,୫୦,୦୦୦ରୁ ଅଧିକ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ମୋଟ ୧୭,୦୦୦କିଲୋଗ୍ରାମରୁ ଅଧିକ ହୋଇଥିଲା।

ଏହି ପ୍ରୋଜେକ୍ଟରେ ବୋତଲ ସଂଗ୍ରହ ପାଇଁ ଉସତ୍ର୍ଗୀକୃତ ଜୋନ ସହିତ ଏବଂ ପ୍ରଶିକ୍ଷିତ ‘ସଫାଇ ସାଥି’ ଦ୍ୱାରା ପରିଚାଳିତ ସଚେତନତା ଅଭିଯାନ ପାଇଁ ଏକ ବିସ୍ତୃତ ସେଟଅପ ଦେଖିବାକୁ ମିଳିଥିଲା। ସରକାରୀ ଏବଂ କର୍ପୋରେଟର ମଧ୍ୟରେ ଏକ ଦୃଢ ସହଭାଗିତାର ପ୍ରତୀକ ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ସଂଗ୍ରହ ଷ୍ଟଲ ଉଦଘାଟନ କରିବା ସହିତ ଏହି ଅଭିଯାନ ଓଡିଶା ସରକାରଙ୍କ ତରଫରୁ ସମ୍ବର୍ଦ୍ଧନା ପାଇଥିଲା। ଏସିସିବିର ଜନସମ୍ପର୍କ ମୁଖ୍ୟ (ଯୋଗାଯୋଗ ଏବଂ ସ୍ଥାୟୀତା ଅଫିସର) ହିମାଂଶୁ ପ୍ରିୟଦର୍ଶୀ କହିଛନ୍ତି, ବ୍ୟବହୃତ ପ୍ଲାଷ୍ଟିକ ବୋତଲ ମୁକ୍ତ ରଥଯାତ୍ରା ସହିତ ପୁରୀର ଐତିହ୍ୟକୁ ପାଳନ କରିବା ପାଇଁ ଆମର ମିଶନ ଏହି ପଦକ୍ଷେପ ମାଧ୍ୟମରେ ସ୍ପଷ୍ଟ ରୂପେ ଜୀବନ୍ତ ହୋଇଉଠିଛି। ପୁରୀରେ ଆମର ସାମୂହିକ ପ୍ରୟାସର ସ୍ପଷ୍ଟ ପ୍ରଭାବ ଦେଖି ଆମେ ଆନନ୍ଦିତ।


Enter your email to get our daily news in your inbox.

All Right Reserved By Dharitri.Com

ଏମଏମଡିଆର୍‌ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି: ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଲେ ବିଶାଳ ପ୍ରତିବାଦ

କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍‌ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ…

ରୋହିତ,ସେହୱାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?