ଅକ୍ଟୋବରରେ ୧.୫୧ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨ା୧୧: ଚଳିତ ବର୍ଷ ଅକ୍ଟୋବରରେ ରେକର୍ଡ ପରିମାଣର ଟିକସ ଆଦାୟ ହୋଇଥିବା ଜଣାପଡ଼ିଛି। ଏପରିକି ଅକ୍ଟୋବରରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ୧.୫୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅକ୍ଟୋବରରେ ମୋଟ ୧,୫୧,୭୧୮କୋଟି ଟଙ୍କାର ଟିକସ ସଂଗ୍ରହ ହୋଇଥିବା ବେଳେ ଏହା ଏପର୍ଯ୍ୟନ୍ତର ୨ୟ ସର୍ବାଧିକ ଜିଏସ୍‌ଟି ସଂଗ୍ରହ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ୨୦୨୨ ଏପ୍ରିଲରେ ସବୁଠୁ ଅଧିକ ଜିଏସ୍‌ଟି ସଂଗ୍ରହ ହୋଇଥିବାର ରେକର୍ଡ ରହିଛି। ତେବେ ଅକ୍ଟୋବରରେ ୧୬.୬% ବୃଦ୍ଧି ହୋଇ ୧.୫୧ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ସେହିଭଳି ଲଗାତର ୮ମ ଥର ପାଇଁ ଜିଏସଟି କଲେକ୍ସନ ୧.୪ଲକ୍ଷ କୋଟି ଟଙ୍କା ପାରକରିଛି, ଯାହା ସରକାରଙ୍କ ଲାଗି ବାସ୍ତବିକ ଆଶ୍ୱସ୍ତିକର ବୋଲି କୁହାଯାଉଛି। ଚଳିତ ବର୍ଷ ଅକ୍ଟୋବରରେ ସଂଗୃହୀତ ମୋଟ ଜିଏସଟିରୁ ୨୬,୦୩୯କୋଟି ଟଙ୍କା ସିଜିଏସଟି ବାବଦକୁ ଆଦାୟ ହୋଇଥିବା ବେଳେ ଏସଜିଏସଟିରେ ୩୩,୩୯୬ କୋଟି ଟଙ୍କା, ଆଇଜିଏସଟିରେ ୮୧,୭୭୮ କୋଟି ଟଙ୍କା ଆଦାୟ ହୋଇଛି। ଏଥିରେ ରପ୍ତାନି ସାମଗ୍ରୀ (ଇମ୍ପୋର୍ଟ ଗୁଡ୍‌ସ) ବାବଦରେ ୩୭,୨୯୭ କୋଟି ଟଙ୍କା ମିଳିଥିବା ବେଳେ ୧୦,୫୦୫ ସେସ୍‌ ବାବଦକୁ ଆଦାୟ ହୋଇଛି। ଅପରପକ୍ଷରେ ଦେଶରେ ସାମଗ୍ରୀ ଓ ସେବା କର ଲାଗୁ ହେବା ପରଠାରୁ ରାଜକୋଷକୁ ପ୍ରତି ମାସରେ ଲକ୍ଷାଧିକ ଟଙ୍କାର ଶୁଳ୍କ ଆମଦାନୀ ହେଉଛି। ୨୦୨୨ ସେପ୍ଟେମ୍ବରରେ ମୋଟ୍‌ ୮.୩ କୋଟି ଇ-ୱେ ବିଲ୍‌ ପ୍ରସ୍ତୁତ ହୋଇଥିଲା, ଯାହାକି ୨୦୨୨ ଅଗଷ୍ଟରେ ପ୍ରସ୍ତୁତ ହୋଇଥିବା ୭.୭ କୋଟି ଇ-ୱେ ବିଲ୍‌ଠାରୁ ଉଲ୍ଲେଖନୀୟ ଭାବେ ଅଧିକ ରହିଛି। ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ୨୦୨୨ ଅକ୍ଟୋବରରେ ୩,୭୬୯ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗୃହୀତ ହୋଇଛି। ଗତବର୍ଷ ସମାନ ମାସ ତୁଳନାରେ ରାଜ୍ୟରେ ଜିଏସଟି ସଂଗ୍ରହ ୫% ପ୍ରତିଶତ ବୃଦ୍ଧି ପାଇଛି। ଅକ୍ଟୋବର ୨୦୨୧ରେ ଓଡ଼ିଶାରୁ ୩,୫୯୩ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri