ଜୋତା ପିନ୍ଧି ବୁଲୁଛି ଗଞ୍ଜା, ପାଖରେ ୬୦ ହଳ, ପାଲଟିଛି ସେଲିବ୍ରିଟି, ଦେଖନ୍ତୁ ଭାଇରାଲ ଭିଡିଓ……

ଓ୍ବାଶିଂଟନ,୬।୧୨ : ମଣିଷ ଏବଂ ପ୍ରାଣୀମାନଙ୍କ ମଧ୍ୟରେ ଭଲ ପାଇବା ନିଆରା। ଏହା ଗୃହପାଳିତ ପ୍ରାଣୀ ପାଳନ କରିଥିବା ଲୋକେ ଅନୁଭବ କରିଥିବେ। ଶୀତଦିନେ ଲୋକମାନେ କୁକୁର ଏବଂ ରାସ୍ତାରେ ବୁଲୁଥିବା ପ୍ରାଣୀମାନଙ୍କୁ ପୋଷାକ ପିନ୍‌ଧାଇ ଦେଉଥିବାର ଦେଖିବାକୁ ମିଳିଥାଏ। ଯାହା ଦ୍ୱାରା ସେମାନେ ଶୀତରୁ ରକ୍ଷା ପାଇପାରିଥାନ୍ତି। କିନ୍ତୁ ଏକ ଗଞ୍ଜା ଜୋତା ପିନ୍ଧି ବୁଲୁଥିବା ଶୁଣିଲେ ଲୋକେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଏହା ସତ୍ୟ। ଏହି ଗଞ୍ଜାର ନାମ ହେଉଛି ନବଜ।

ବାସ୍ତବରେ, ଆମେରିକାର କାଲିଫର୍ନିଆର ଏସ୍କୋଣ୍ଡିଡୋରେ ଏକ ଗଞ୍ଜା ଜୋତା ପିନ୍ଧି ବୁଲୁଛି। ଗଞ୍ଜା କୌଣସି ସେଲିବ୍ରିଟିଙ୍କ ଠାରୁ କମ ନୁହେଁ। ଗଞ୍ଜା ପାଖରେ ୬୦ ହଳ ଜୋତା ଅଛି। ଗଞ୍ଜାର ପଞ୍ଝାରେ ସମସ୍ୟା ଦେଖାଦେଇଥିଲା। ଯାହା ପରେ ଡାକ୍ତରମାନଙ୍କୁ ଏହାର ଅପରେଶନ କରି କାଟି ଦେଇଥିଲେ। ଏହି କାରଣରୁ ଗଞ୍ଜାର ପଞ୍ଝା ଛୋଟ ହୋଇଗଲା ଏବଂ ଚାଲିବାରେ ଅସୁବିଧା ହୋଇଥିଲା।

ମାଲିକ ତାଙ୍କ ଗଞ୍ଜାର ଏହି ସମସ୍ୟାକୁ ଲକ୍ଷ୍ୟ କଲେ ଏବଂ ସେ ଏଥିପାଇଁ ସ୍ବତନ୍ତ୍ର ଜୋତା ତିଆରି କଲେ। ଏହି ଜୋତା ପିନ୍ଧି କୁକୁଡା ସହଜରେ ଚାଲିବା ଆରମ୍ଭ କଲା। ଲୋକମାନେ ଏହାକୁ ଦେଖିବା ପରେ ବହୁତ ଖୁସି ହେଲେ ଏବଂ ଗୋଟିଏ କିମ୍ବା ଦୁଇଟି ନୁହେଁ ଗଞ୍ଜା ପାଇଁ ୬୦ ହଳ ଜୋତା ପଠାଇଲେ। ବର୍ତ୍ତମାନ ଏହି କୁକୁଡ଼ା ଜଣେ ସେଲିବ୍ରିଟିଙ୍କ ପରି ବାସ କରୁଛି। ଲୋକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇ ରହିଛି।

ଗଞ୍ଜା ମାଲିକ ମେଶ ଡାଭିଗନ୍ନ ଏନେଇ ଖୁସି ବ୍ୟକ୍ତ କରି କହିଛନ୍ତି ମୋ ଗଞ୍ଜା ପ୍ରତି ଲୋକଙ୍କ ଭଲ ପାଉଥିବା ଲୋକଙ୍କୁ ମୁଁ ଧନ୍ୟବାଦ ଜଣାଉଛି।

Chicken With Shoes Lemster Kyp GIF - Chicken With Shoes Lemster Kyp Lemster Kip GIFs


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

ଆମେରିକାକୁ କଡ଼ା ଚେତାବନୀ ଦେଲା ଇରାନ, ତେଲ ଅଭିଭର…

ତେହରାନ୍‌,୧।୭: ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ସର୍ବୋଚ୍ଚ ନେତାଙ୍କ ସମ୍ପର୍କରେ ଇସ୍ରାଏଲର ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି । ଆମେରିକାକୁ “ତେଲ ଅଭିଭରେ ପାଳିତ ପଶୁ”…

ଦାୟିତ୍ୱ ଗ୍ରହଣ କଲେ ନୂଆ ଯୋଗାଣ ଅଧିକାରୀ, କହିଲେ ସମସ୍ତ କାର୍ଯ୍ୟକୁ ଦୁର୍ନୀତିମୁକ୍ତ କରିବା ସହ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ବସନ୍ତ କୁମାର ପଣ୍ଡା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ କେନ୍ଦୁଝର ମୁଖ୍ୟ…

କ୍ୟାବିନେଟ୍‌ ବୈଠକ ପରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆର୍ଥିକ ସମସ୍ୟା ପାଇଁ କେହି ଶିକ୍ଷାରୁ…

ଭୁବନେଶ୍ବର,୧ା୭: କ୍ୟାବିନେଟ୍‌ରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କୁ କୌଣସି ଦେୟ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ବିବାହ ପାଇଁ ଜିଦ୍‌ କରିବାରୁ ପ୍ରେମିକାଙ୍କୁ ହତ୍ୟା, ପୋଲିସ ଆଗରେ ପ୍ରେମିକ କହିଲେ ପୂରା ଘଟଣା…

ହାଟଡିହୀ/ଛେନାପଦୀ,୧ା୭(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): ପଶ୍ଚିମବଙ୍ଗ ପ୍ରେମିକାକୁ ଓଡ଼ିଶା ଡକାଇ ଝାଡ଼ଖଣ୍ଡ ପ୍ରେମିକ କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ଗତ ମଙ୍ଗଳବାର ହତ୍ୟା କରିଥିବା ଘଟଣାରେ ପର୍ଦାଫାଶ…

ରେକର୍ଡ ଭାଙ୍ଗିବେ ଆଲିଆ

ମୁମ୍ବାଇ: ଚଳଚ୍ଚିତ୍ର ‘ଆଲ୍‌ଫା’ରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ ଜବରଦସ୍ତ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଆଲିଆ ଏବଂ ଶର୍ବରୀ ଓ୍ବାଘ୍‌ ଆକ୍ସନ ଭୂମିକାରେ ଅଭିନୟ କରିଛନ୍ତି।…

ଭାଜପାରେ ସାମିଲ ହେଲେ ମଣ୍ଡଳ ଦମ୍ପତି, ତାଙ୍କ ସହିତ…

ଭୁବନେଶ୍ୱର,୧ା୭: ଭାଜପାରେ ବୁଧବାର ସାମିଲ ହୋଇଛନ୍ତି ବିଜେଡିର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଏବଂ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ। ଶଙ୍ଖ ଛାଡ଼ି ଏହି ଦମ୍ପତି ଏବେ…

ବଡ଼ ଘୋଷଣା କଲେ ସରକାର; ଏତିକି ମାସ ଯାଏ WFH କରିବେ ୫୦% କର୍ମଚାରୀ, ଗାଡ଼ି ପାର୍କିଂ…

ନୂଆଦିଲ୍ଲୀ,୧।୭: ଶୀତକାଳୀନ ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀ ସରକାର ଏକ ମାଷ୍ଟର ପ୍ଲାନ ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ, ନଭେମ୍ବର ୧ ରୁ ଫେବୃଆରୀ ୨୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri