ହ୍ବାଇଟ ହାଉସରୁ ମିଳିଲା କୋକିନ…

ଓ୍ବାଶିଂଟନ,୫।୭ : ଆମେରିକାର ହ୍ବାଇଟ ହାଉସରେ ଉତ୍ତେଜନା ଦେଖାଦେଇଛି। ସିକ୍ରେଟ ସର୍ଭିସ ଅଧିକାରୀଙ୍କ ପାଟ୍ରୋଲିଂ ସମୟରେ ଏକ ସନ୍ଦିଗ୍ଧ ଧଳା ପାଉଡର ମିଳିଥିଲା। ଅଧିକାରୀମାନେ ଶୀଘ୍ର କୋଠା ବନ୍ଦ କରି ତଦନ୍ତ କରିଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଏହି ପାଉଡର ହେଉଛି କୋକେନ। ଏହି ସବୁ ଘଟଣା ହ୍ବାଇଟ ହାଉସରେ ଘଟିଥିବା, ସମୟରେ ରାଷ୍‌ଔ୍ରପତି ଜୋ ବାଇଡେନ ସେଠାରେ ଉପସ୍ଥିତ ନ ଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ ୱେଷ୍ଟ ୱିଙ୍ଗରେ ଏହି ପାଉଡର ମିଳିଥିଲା, କିନ୍ତୁ ଅଧିକ ବିବରଣୀ ଦିଆଯାଇ ନାହିଁ। ବାଇଡେନ ରହୁଥିବା କାର୍ଯ୍ୟନିର୍ବାହୀ ମହଲ ସହିତ ୱେଷ୍ଟ ୱିଙ୍ଗ ସଂଯୁକ୍ତ। ଏଥିରେ ଓଭାଲ ଅଫିସ, କ୍ୟାବିନେଟ ରୁମ ଏବଂ ପ୍ରେସ ଏରିଆ, ଏବଂ ରାଷ୍ଟ୍ରପତିଙ୍କ କର୍ମଚାରୀଙ୍କ ପାଇଁ କାର୍ଯ୍ୟାଳୟ ଏବଂ କାର୍ଯ୍ୟକ୍ଷେତ୍ର ରହିଛି। ପଶ୍ଚିମ ୱିଙ୍ଗରେ ନିୟମିତ ଭାବେ ଶହ ଶହ ଲୋକ କାମ କରନ୍ତି କିମ୍ବା ପରିଦର୍ଶନ କରିଥାନ୍ତି ।

ସିକ୍ରେଟ ସର୍ଭିସ ଅଧିକାରୀ ମଙ୍ଗଳବାର କହିଛନ୍ତି ରବିବାର ଦିନ ୱେଷ୍ଟ ୱିଙ୍ଗ ଭିତରୁ ଏକ ଅଜ୍ଞାତ ବସ୍ତୁ ମିଳିଥିଲା ଯାହା ଦ୍ୱାରା ହ୍ବାଇଟ ହାଉସ କମ୍ପ୍ଲେକ୍ସକୁ ସାମୟିକ ଭାବେ ବନ୍ଦ କରିବାକୁ କୁହାଯାଇଥିଲା। ପରେ ଏହି ଜିନିଷ ପରୀକ୍ଷା କରାଯାଇଥିଲା, ଯାହାକୁ କୋକେନ ବୋଲି ଚିହ୍ନଟ କରାଯାଇଥିଲା ୍‌।

ଜଣେ ଅଧିକାରୀ କହିଛନ୍ତି ଏହା ବିପଜ୍ଜନକ ଜିନିଷ କି ନାହିଁ ତାହା ଜାଣିବା ପାଇଁ ଅଗ୍ନିଶମ ବିଭାଗକୁ ମଧ୍ୟ ଡକାଯାଇଥିଲା। ସେ କହିଛନ୍ତି ଏହି ଧଳା ପାଉଡର କିପରି ହ୍ବାଇଟ ହାଉସକୁ ଆସିଲା ତାହା ଅନୁସନ୍ଧାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତିଖିରୀ ସରପଞ୍ଚ ଚାମେଲି ଓଝା ମାମଲା: ଅଦାଲତଙ୍କ ବିନାନୁମତିରେ ପ୍ରକାଶ ହେବନି ଫଳ

କଟକ/ମହାକାଳପଡ଼ା,୧୨ା୮(କାର୍ତ୍ତିକ ସାହୁ/ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ମାମଲାର ଶୁଣାଣି ମଙ୍ଗଳବାର ଶେଷ ହୋଇଛି। ହାଇକୋର୍ଟ ବିଚାରପତି…

ମଣିଷଙ୍କ ମୁହଁ ଦେଖି ଆବେଗ ବୁଝିପାରନ୍ତି କୁକୁର

ବର୍ଲିନ,୧୨।୮(ରଏଟର୍ସ): କୁକୁର ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ବୋଲି କୁହାଯାଇଥାଏ। ତେବେ ନିକଟରେ ୟୁନିଭର୍ସିଟି ଅଫ୍‌ ଭିଏନାର ଗବେଷକମାନେ କରିଥିବା ଏକ ଗବେଷଣାରୁ ଜଣାପଡ଼ିଛି, କୁକୁରମାନେ ଲୋକଙ୍କ ମୁହଁ…

ଶେଷରେ ନିଖୋଜ ଦାଦନ ଶ୍ରମିକଙ୍କ ମିଳିଲା ପତ୍ତା: କେରଳରେ…

ଥୁଆମୂଳ ରାମପୁର, ୧୨ା୮ (ଦୁର୍ଗା କୀର୍ତ୍ତି):ଶେଷରେ ନିଖୋଜ ଦାଦନ ଶ୍ରମିକ ଘାସିରାମ ମାଝୀ (୩୦)ଙ୍କୁ ନେଇ ସୃଷ୍ଟିହୋଇଥିବା ଆଶଙ୍କା ଦୂରହୋଇଛି। କେରଳରେ ଦିଗହରା ହୋଇ ବୁଲୁଥିବା କଳାହାଣ୍ଡି…

ଗୋପାଳଙ୍କୁ ନିର୍ମମ ହତ୍ୟା: ମାଁ ପାଟଣେଶ୍ୱରୀ ମନ୍ଦିର ପଛପଟ ରୋଡ଼ରୁ ମିଳିଲା ଜୁଡ଼ୁବୁଡ଼ୁ ମୃତଦେହ

ସମ୍ବଲପୁର,୧୨।୮(ପ୍ରମୋଦ ବହିଦାର): ଟାଉନ ଥାନା ଅନ୍ତର୍ଗତ ମାଁ ପାଟଣେଶ୍ୱରୀ ମନ୍ଦିର ପଛପଟ ଫିସେରୀ ରୋଡ଼ରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଖବର ମିଳିଛି। ମୃତକ…

ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୨।୮: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

କ୍ୟାନ୍‌ସର ଚିହ୍ନଟ ହେଲେ ସରକାରଙ୍କୁ ଜଣାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୨ା୮: କ୍ୟାନ୍‌ସରର ସଅଳ ଚିହ୍ନଟ ଓ ତୁରନ୍ତ ଚିକିତ୍ସା ପାଇଁ ଏହାକୁ ଏକ ‘ଅଧିସୂଚିତ ରୋଗ’ ଭାବେ ଘୋଷଣା କରିବା ନିମନ୍ତେ ସୁପ୍ରିମକୋର୍ଟ ମଙ୍ଗଳବାର ଅବଶିଷ୍ଟ ୧୯ଟି…

ଗଞ୍ଜେଇ ଖାଇଥିଲେ ପାଇଲଟ: ଏୟାର ଇଣ୍ଡିଆ ବିମାନ ୩୦୦ ଫୁଟ୍‌ ଖସିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୨ା୮:ଏୟାର ଟର୍ବୁଲାନ୍ସ ଯୋଗୁ ଗତ ୪ ତାରିଖରେ ଫୁକେଟ୍‌ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ହଠାତ୍‌ ୩୦୦ ଫୁଟ୍‌ ତଳକୁ ଖସିବାରୁ ୧୭ ଜଣ ଯାତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri