ହକି ବିଶ୍ୱକପ୍‌ ପାଇଁ ଆସିଥିଲା କୋକେନ୍‌

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଓଡ଼ିଶାରେ ଦାମୀ ନିଶାଦ୍ରବ୍ୟ କୋକେନ କାରବାରକୁ ନେଇ ହଇଚଇ ସୃଷ୍ଟି ହୋଇଛି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଭୁବନେଶ୍ୱରରୁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ୨୦୨ ଗ୍ରାମ କୋକେନ୍‌ ଜବତ କରିବା ସହ ସମ୍ପୃକ୍ତ ୨ ନିଶା ମାଫିଆଙ୍କୁ ଗିରଫ କରିବା ପରେ ତନାଘନା ଆରମ୍ଭ ହୋଇଛି। କୋକେନ ଜବତ ଓଡ଼ିଶାରେ ପ୍ରଥମ ହୋଇଥିବାରୁ ଏହାର ମାଷ୍ଟରମାଇଣ୍ଡ୍‌ଙ୍କୁ ଧରିବା ସହ ର଼୍ୟାକେଟର ଚେର ଖୋଜିବା ବଡ଼ ଚ୍ୟାଲେଞ୍ଜ ହୋଇଛି। ଗିରଫ ଅଭିଯୁକ୍ତଦ୍ୱୟ ରାଜସ୍ଥାନର ରବି ସିଂ ଓ ସନ୍ନି କୁମାର ଏବେ ଜେଲରେ ଥିବାବେଳେ ପ୍ରାଥମିକ ତଦନ୍ତରୁ ଏସ୍‌ଟିଏଫ୍‌କୁ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଆସନ୍ତା ବର୍ଷ ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱକପ୍‌କୁ ଅଭିଯୁକ୍ତଦ୍ୱୟ ଟାର୍ଗେଟ କରିଥିଲେ। ବିଦେଶୀ ଖେଳାଳି ଓ ପ୍ରଶଂସକ ଆସିବାକୁ ଦୃଷ୍ଟିରେ ରଖି ଏଠାରେ ବ୍ୟବସାୟର କ୍ଷେତ୍ର ପ୍ରସ୍ତୁତ କରୁଥିଲେ ବୋଲି ଏସ୍‌ଟିଏଫ୍‌ ଡିଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି।
୨୦୨୩ ଜାନୁୟାରୀ ୧୩ରୁ ୨୯ ତାରିଖ ମଧ୍ୟରେ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ୍‌ ଖେଳାଯିବ। ଏଥିସହ ଚଳିତ ବର୍ଷ ଅକ୍ଟୋବର ୧୧ରୁ ୩୦ ତାରିଖ ମଧ୍ୟରେ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ ମଧ୍ୟ ଓଡ଼ିଶା ସମେତ ଗୋଆ ଓ ମୁମ୍ବାଇରେ ଖେଳାଯିବ। ଏଥିପାଇଁ ୟୁରୋପ୍‌, ଆମେରିକା, ନେଦରଲାଣ୍ଡ, ଜର୍ମାନି ଆଦି ଦେଶର ଖେଳାଳିମାନେ ଓଡ଼ିଶା ଆସିବେ। ଏଥିସହ ସେମାନଙ୍କ ଅନେକ ପ୍ରଶଂସକ ଓ ଅତିଥି ମଧ୍ୟ ଏଠାକୁ ଆସିବେ। ଉପରୋକ୍ତ ଦେଶରେ ଦାମୀ ନିଶାଦ୍ରବ୍ୟ କୋକେନ୍‌ ଅଧିକ ସେବନ କରାଯଏ। ତେଣୁ ସେମାନଙ୍କୁ ଟାର୍ଗେଟ କରି ରବି ଓ ସନ୍ନି ଆଗୁଆ ଓଡ଼ିଶାରେ କୋକେନ୍‌ ବ୍ୟବସାୟର ଆରମ୍ଭ କରିବାକୁ ଯାଉଥିଲେ। ଅନ୍ୟପକ୍ଷରେ ଦିଲ୍ଲୀ ତୁର୍କମାନ୍‌ ଗେଟ୍‌ ଅଞ୍ଚଳରେ ରହୁଥିବା ଜଣେ ନିଶା ମାଫିଆଙ୍କଠାରୁ କୋକେନ୍‌ ଆଣି ଅଭିଯୁକ୍ତ ରବି ବିକ୍ରି କରୁଥିଲେ। ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାବେଳେ ମଧ୍ୟ ସେ ଏହି କାରବାର ଆରମ୍ଭ କରିଥିଲେ। ଏସ୍‌ଟିଏଫ୍‌ ଉକ୍ତ ନିଶା ମାଫିଆଙ୍କୁ ଚିହ୍ନଟ କରିଥିବାବେଳେ ତଦନ୍ତରେ ବାଧା ଉପୁଜିବା ଆଶଙ୍କା କରି ତାଙ୍କ ନାମ ପ୍ରଘଟ କରୁନାହିଁ। ଅଭିଯୁକ୍ତଦ୍ୱୟଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ ଏସ୍‌ଟିଏଫ୍‌ ଆବେଦନ କରିଛି। କୋର୍ଟ ଅନୁମତି ଦେବା ପରେ ଏସ୍‌ଟିଏଫ୍‌ ଅଭିଯୁକ୍ତଦ୍ୱୟଙ୍କୁ ମାରାଥନ୍‌ ଜେରା କରି ଏହି ମାମଲାରେ ଅଧିକ ତଥ୍ୟ ଖୋଜିବ। ଏଥିସହ ମାଷ୍ଟରମାଇଣ୍ଡ୍‌କୁ ଧରିବାକୁ ଏସ୍‌ଟିଏଫ୍‌ ଦିଲ୍ଲୀ ପୋଲିସର ସହାୟତା ଲୋଡ଼ିବା ସହ ସେଠାକୁ ଯିବ ବୋଲି ସୂଚନା ମିଳିଛି।
ସେପଟେ ମୁଖ୍ୟ ଅଭିଯୁକ୍ତ ରବି ହେଉଛନ୍ତି ସନ୍ନିଙ୍କର ମାମୁ ପୁଅ ଭାଇ। ରବି ରାଜସ୍ଥାନରେ ରହୁଥିବାବେଳେ ସନ୍ନି ଭୁବନେଶ୍ୱରର ସାଲିଆସାହିସ୍ଥିତ ତାରିଣୀ ବସ୍ତିରେ ରହୁଛନ୍ତି। ତେବେ ଉକ୍ତ ବସ୍ତିରେ ରହୁଥିବା ସନ୍ନିଙ୍କ ଶ୍ୱଶୁର ମୁରଲୀଧର ନାୟକ ଗଣମାଧ୍ୟମକୁ କହିଛନ୍ତି, ସନ୍ନିଙ୍କ ବାପା ଓ ମାଆ ପ୍ରଥମେ ଏଠାରେ ଭଡ଼ାରେ ରହୁଥିଲେ। ପରେ ମୋ ଝିଅଙ୍କ ସହ ସନ୍ନିଙ୍କର ବାହାଘର ହୋଇଥିଲା। ସନ୍ନି ଏଠାରେ ପରିବାର ସହ ରହି ଚୁଡ଼ି ବ୍ୟବସାୟ କରନ୍ତି। ତେବେ କୋକେନ୍‌ ବ୍ୟବସାୟ ବାବଦରେ ସେ କିଛି ଜାଣିନାହାନ୍ତି ବୋଲି ମୁରଲୀଧର କହିଛନ୍ତି। ତେବେ ସନ୍ନିଙ୍କର ମାର୍କେଟ ବିଲ୍ଡିଂରେ ଚୁଡ଼ି ବ୍ୟବସାୟ ରହିଛି। ଏଥିସହ ସେ ବ୍ରାଉନସୁଗାର କିମ୍ବା ଅନ୍ୟ ନିଶାଦ୍ରବ୍ୟ ବ୍ୟବସାୟ କରୁଥିଲେ କି ନାହିଁ ସେନେଇ ତଦନ୍ତ କରାଯାଉଛି। ଅଭିଯୁକ୍ତଦ୍ୱୟଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ତଥ୍ୟ ହାସଲ କରାଯିବ ବୋଲି ଡିଆଇଜି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri