ହକି ବିଶ୍ୱକପ୍‌ ପାଇଁ ଆସିଥିଲା କୋକେନ୍‌

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଓଡ଼ିଶାରେ ଦାମୀ ନିଶାଦ୍ରବ୍ୟ କୋକେନ କାରବାରକୁ ନେଇ ହଇଚଇ ସୃଷ୍ଟି ହୋଇଛି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଭୁବନେଶ୍ୱରରୁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ୨୦୨ ଗ୍ରାମ କୋକେନ୍‌ ଜବତ କରିବା ସହ ସମ୍ପୃକ୍ତ ୨ ନିଶା ମାଫିଆଙ୍କୁ ଗିରଫ କରିବା ପରେ ତନାଘନା ଆରମ୍ଭ ହୋଇଛି। କୋକେନ ଜବତ ଓଡ଼ିଶାରେ ପ୍ରଥମ ହୋଇଥିବାରୁ ଏହାର ମାଷ୍ଟରମାଇଣ୍ଡ୍‌ଙ୍କୁ ଧରିବା ସହ ର଼୍ୟାକେଟର ଚେର ଖୋଜିବା ବଡ଼ ଚ୍ୟାଲେଞ୍ଜ ହୋଇଛି। ଗିରଫ ଅଭିଯୁକ୍ତଦ୍ୱୟ ରାଜସ୍ଥାନର ରବି ସିଂ ଓ ସନ୍ନି କୁମାର ଏବେ ଜେଲରେ ଥିବାବେଳେ ପ୍ରାଥମିକ ତଦନ୍ତରୁ ଏସ୍‌ଟିଏଫ୍‌କୁ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଆସନ୍ତା ବର୍ଷ ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱକପ୍‌କୁ ଅଭିଯୁକ୍ତଦ୍ୱୟ ଟାର୍ଗେଟ କରିଥିଲେ। ବିଦେଶୀ ଖେଳାଳି ଓ ପ୍ରଶଂସକ ଆସିବାକୁ ଦୃଷ୍ଟିରେ ରଖି ଏଠାରେ ବ୍ୟବସାୟର କ୍ଷେତ୍ର ପ୍ରସ୍ତୁତ କରୁଥିଲେ ବୋଲି ଏସ୍‌ଟିଏଫ୍‌ ଡିଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି।
୨୦୨୩ ଜାନୁୟାରୀ ୧୩ରୁ ୨୯ ତାରିଖ ମଧ୍ୟରେ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ୍‌ ଖେଳାଯିବ। ଏଥିସହ ଚଳିତ ବର୍ଷ ଅକ୍ଟୋବର ୧୧ରୁ ୩୦ ତାରିଖ ମଧ୍ୟରେ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ ମଧ୍ୟ ଓଡ଼ିଶା ସମେତ ଗୋଆ ଓ ମୁମ୍ବାଇରେ ଖେଳାଯିବ। ଏଥିପାଇଁ ୟୁରୋପ୍‌, ଆମେରିକା, ନେଦରଲାଣ୍ଡ, ଜର୍ମାନି ଆଦି ଦେଶର ଖେଳାଳିମାନେ ଓଡ଼ିଶା ଆସିବେ। ଏଥିସହ ସେମାନଙ୍କ ଅନେକ ପ୍ରଶଂସକ ଓ ଅତିଥି ମଧ୍ୟ ଏଠାକୁ ଆସିବେ। ଉପରୋକ୍ତ ଦେଶରେ ଦାମୀ ନିଶାଦ୍ରବ୍ୟ କୋକେନ୍‌ ଅଧିକ ସେବନ କରାଯଏ। ତେଣୁ ସେମାନଙ୍କୁ ଟାର୍ଗେଟ କରି ରବି ଓ ସନ୍ନି ଆଗୁଆ ଓଡ଼ିଶାରେ କୋକେନ୍‌ ବ୍ୟବସାୟର ଆରମ୍ଭ କରିବାକୁ ଯାଉଥିଲେ। ଅନ୍ୟପକ୍ଷରେ ଦିଲ୍ଲୀ ତୁର୍କମାନ୍‌ ଗେଟ୍‌ ଅଞ୍ଚଳରେ ରହୁଥିବା ଜଣେ ନିଶା ମାଫିଆଙ୍କଠାରୁ କୋକେନ୍‌ ଆଣି ଅଭିଯୁକ୍ତ ରବି ବିକ୍ରି କରୁଥିଲେ। ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାବେଳେ ମଧ୍ୟ ସେ ଏହି କାରବାର ଆରମ୍ଭ କରିଥିଲେ। ଏସ୍‌ଟିଏଫ୍‌ ଉକ୍ତ ନିଶା ମାଫିଆଙ୍କୁ ଚିହ୍ନଟ କରିଥିବାବେଳେ ତଦନ୍ତରେ ବାଧା ଉପୁଜିବା ଆଶଙ୍କା କରି ତାଙ୍କ ନାମ ପ୍ରଘଟ କରୁନାହିଁ। ଅଭିଯୁକ୍ତଦ୍ୱୟଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ ଏସ୍‌ଟିଏଫ୍‌ ଆବେଦନ କରିଛି। କୋର୍ଟ ଅନୁମତି ଦେବା ପରେ ଏସ୍‌ଟିଏଫ୍‌ ଅଭିଯୁକ୍ତଦ୍ୱୟଙ୍କୁ ମାରାଥନ୍‌ ଜେରା କରି ଏହି ମାମଲାରେ ଅଧିକ ତଥ୍ୟ ଖୋଜିବ। ଏଥିସହ ମାଷ୍ଟରମାଇଣ୍ଡ୍‌କୁ ଧରିବାକୁ ଏସ୍‌ଟିଏଫ୍‌ ଦିଲ୍ଲୀ ପୋଲିସର ସହାୟତା ଲୋଡ଼ିବା ସହ ସେଠାକୁ ଯିବ ବୋଲି ସୂଚନା ମିଳିଛି।
ସେପଟେ ମୁଖ୍ୟ ଅଭିଯୁକ୍ତ ରବି ହେଉଛନ୍ତି ସନ୍ନିଙ୍କର ମାମୁ ପୁଅ ଭାଇ। ରବି ରାଜସ୍ଥାନରେ ରହୁଥିବାବେଳେ ସନ୍ନି ଭୁବନେଶ୍ୱରର ସାଲିଆସାହିସ୍ଥିତ ତାରିଣୀ ବସ୍ତିରେ ରହୁଛନ୍ତି। ତେବେ ଉକ୍ତ ବସ୍ତିରେ ରହୁଥିବା ସନ୍ନିଙ୍କ ଶ୍ୱଶୁର ମୁରଲୀଧର ନାୟକ ଗଣମାଧ୍ୟମକୁ କହିଛନ୍ତି, ସନ୍ନିଙ୍କ ବାପା ଓ ମାଆ ପ୍ରଥମେ ଏଠାରେ ଭଡ଼ାରେ ରହୁଥିଲେ। ପରେ ମୋ ଝିଅଙ୍କ ସହ ସନ୍ନିଙ୍କର ବାହାଘର ହୋଇଥିଲା। ସନ୍ନି ଏଠାରେ ପରିବାର ସହ ରହି ଚୁଡ଼ି ବ୍ୟବସାୟ କରନ୍ତି। ତେବେ କୋକେନ୍‌ ବ୍ୟବସାୟ ବାବଦରେ ସେ କିଛି ଜାଣିନାହାନ୍ତି ବୋଲି ମୁରଲୀଧର କହିଛନ୍ତି। ତେବେ ସନ୍ନିଙ୍କର ମାର୍କେଟ ବିଲ୍ଡିଂରେ ଚୁଡ଼ି ବ୍ୟବସାୟ ରହିଛି। ଏଥିସହ ସେ ବ୍ରାଉନସୁଗାର କିମ୍ବା ଅନ୍ୟ ନିଶାଦ୍ରବ୍ୟ ବ୍ୟବସାୟ କରୁଥିଲେ କି ନାହିଁ ସେନେଇ ତଦନ୍ତ କରାଯାଉଛି। ଅଭିଯୁକ୍ତଦ୍ୱୟଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ତଥ୍ୟ ହାସଲ କରାଯିବ ବୋଲି ଡିଆଇଜି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Nana Lover Story: ଏହି ଅଭିନେତ୍ରୀଙ୍କ ପ୍ରେମରେ ଦିୱାନା ଥିଲେ ନାନା!, ରାଇଟର କଲେ ଖୁଲାସା…

ମୁମ୍ୱାଇ: ବଲିଉଡର ଦିଗ୍‌ଜ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି। ନିଜ ଦୀର୍ଘ ଅଭିନୟ କ୍ୟାରିୟରରେ ନାନା ପାଟେକରଙ୍କ ନାଁ କିଛି…

୧୩ ବର୍ଷ ବୟସରେ କମାଉଥିଲେ ୩୫ ଟଙ୍କା! ପ୍ରତିଦିନ ୮ କିମି ପାଦରେ ଚାଲି କେଉଁଠିକୁ ଯାଉଥିଲେ ନାନା ପାଟେକର?

ମୁମ୍ୱାଇ: ଦିଗ୍‌ଜ ଅଭିନେତା ବିଶ୍ୱନାଥ ପାଟେକର (ନାନା ପାଟେକର) ଆଜି ୮ ଅକ୍ଟୋବର ୨୦୨୬ରେ ୭୫ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ହୃଦଘାତ (କାର୍ଡିଆକ ଆରେଷ୍ଟ)…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ୭୦% ଶସ୍ତା ହେବ ଏହି ଔଷଧ

ନୂଆଦିଲ୍ଲୀ,୮।୧୦: କ୍ୟାନ୍ସର ଚିକିତ୍ସାରେ ଭାରି ଖର୍ଚ୍ଚକୁ ନେଇ ଚିନ୍ତିତ ରୋଗୀ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ନନ୍-ସେଡ୍ୟୁଲ୍…

ଭୋଟ୍‌ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ ନାରାରେ କମ୍ପିଲା ଲାଞ୍ଜିଗଡ଼

ଲାଞ୍ଜିଗଡ଼,୮ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦକୁ…

କ୍ରିକେଟ୍‌ରେ ଚାମ୍ପିୟନ୍‌ ହେଲା ଆମେରିକା: ଭାରତୀୟ ବଂଶୋଦ୍ଭବ କଲେ କମାଲ

ଡଲାସ,୮।୧୦:ଭାରତୀୟ ବଂଶୋଦ୍ଭବ ଅଧିନାୟକ ମୋନାଙ୍କ ପଟେଲଙ୍କ ଧମାକାଦାର ଶତକ ବଳରେ ନାମ୍ବିଆକୁ ୪ ଉଇକେଟରେ ପରାସ୍ତ କରି ICC Cricket World Cup League Two 2023-27ର…

କୋହଲିଙ୍କୁ ପିଛା ଛାଡ଼ୁନି ବିବାଦ: ଆଗେ ଫସୁଛନ୍ତି ପରେ ଦେଉଛନ୍ତି ସଫେଇ

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟର ତାରକା ବିରାଟ କୋହଲିଙ୍କୁ ନେଇ ପୁଣିଥରେ ଏକ ବିବାଦ ଚର୍ଚ୍ଚାକୁ ଆସିଛି। ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ…

ଗୁଡ଼ାରୀବାସୀଙ୍କ ପାଇଁ ବଡ଼ ଖବର: ଗୁଡ଼ାରୀ-ଢେପାଗୁଡ଼ା-କର୍ଲାଘାଟି ରାସ୍ତା ପ୍ରଶସ୍ତୀକରଣକୁ ମଞ୍ଜୁରି, ବିଧାୟକ କହିଲେ….

ଗୁଡାରି,୮ା୧୦(ପ୍ରମୋଦ କୁମାର ପତି ): ରାୟଗଡା ଜିଲାର ଗୁଡାରି – ଢେପାଗୁଡା – କର୍ଲାଘାଟି ରାସ୍ତାର ପ୍ରଶସ୍ତୀକରଣ ପ୍ରକଳ୍ପ ମଞ୍ଜୁର ହୋଇଛି । ଏନେଇ ପୂର୍ତ୍ତ ବିଭାଗ…

କଂଗ୍ରେସର ବନ୍ଦ ଡାକରା: ରାଜ୍ୟ ରାଜପଥ ଅବରୋଧ କଲେ ବିକ୍ଷୋଭକାରୀ

ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?