‘କ୍ଷୟ ହେବାକୁ ବସିଛି ଉପକୂଳ ଅଞ୍ଚଳ’

ପୁରୀ ଅଫିସ, ୧୩ା୧୨:ପୁରୀ ଜିଲା ସ୍ବେଚ୍ଛାସେବୀ ସଙ୍ଗଠନ ସାମ୍ମୁଖ୍ୟ ‘ଦି ବେଲ୍‌’ ଏବଂ ଷ୍ଟେଟ ବ୍ୟାଙ୍କ୍‌ର ମିଳିତ ସହଯୋଗରେ ସୋମବାର ମହୋଦଧି ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା କାୟାକିଂ ରାଲି। ପୁରୀ ସମୁଦ୍ରରେ ପ୍ରଥମ ଥର ପାଇଁ ଏହା ଆୟୋଜିତ ହୋଇଥିଲା। କଟକର ଓଡ଼ିଶା ମେରିଟାଇମ କଳିଙ୍ଗ ସର୍ଫ ଲାଇଫ୍‌ ସେଭିଙ୍ଗ୍‌ ସୋସାଇଟି ଏବଂ ପୁରୀ କଳିଙ୍ଗ ସର୍ଫିଙ୍ଗ ଲାଇଭ ସେଭିଙ୍ଗ୍‌ ସର୍ଭିସ ଅନୁଷ୍ଠାନର ୮ଜଣ ଯୁବକ ‘ଅଲିଭ୍‌ ରିଡ୍‌ଲେ ସୁରକ୍ଷା କରନ୍ତୁ-ସମୁଦ୍ର ବଞ୍ଚାନ୍ତୁ’ ବାର୍ତ୍ତା ନେଇ ବଳିଆପଣ୍ଡାଠାରୁ କାୟାକିଂ ରାଲିରେ ବାହାରି ସମୁଦ୍ରରେ ନୀଳାଦ୍ରି ବିଚ୍‌ ପର୍ଯ୍ୟନ୍ତ ଯାଇଥିଲେ। ରାଲିକୁ ଜିଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ। ସେହିପରି ନୀଳାଦ୍ରି ବିଚ୍‌ ମୁକ୍ତାକାଶ ରଙ୍ଗମଞ୍ଚରେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଓ ମହିଳାଙ୍କ ମଧ୍ୟରେ ମ୍ୟୁଜିକ୍‌ ଚେୟାର ପ୍ରତିଯୋଗିତା ହୋଇଥିଲା। ଏହି ଅବସରରେ ପରିବେଶ ଓ କଇଁଛ ସୁରକ୍ଷା ଦିଗରେ କାର୍ଯ୍ୟ କରି ଅନ୍ତଃରାଷ୍ଟ୍ରୀୟ ସ୍ତରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି ସହ ଲିମ୍‌କା ବୁକ୍‌ରେ ନାମ ସାମିଲ କରିଥିବା ଯୁବ ପରିବେଶବିତ୍‌ ସୌମ୍ୟରଞ୍ଜନ ବିଶ୍ୱାଳଙ୍କୁ ମହୋଦଧି ସମ୍ମାନ-୨୦୨୨ରେ ସମ୍ମାନିତ କରାଯାଇଥିଲା। ସେହିପରି କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ମୁଖ୍ୟ ଅତିଥି ଭାବେ ଜିଲାପାଳ ସମର୍ଥ ବର୍ମା ଯୋଗଦେଇ କାୟାକିଂ ରାଲି କରିଥିବା ଦଳକୁ ସ୍ବାଗତ କରିଥିଲେ। ଆଗାମୀ ଦିନରେ ଉପକୂଳ ଅଞ୍ଚଳର ସୁରକ୍ଷା ପାଇଁ ଏହି ରାଲି ସଚେତନତା ବାର୍ତ୍ତା ବହନ କରିବ ବୋଲି ଜିଲାପାଳ କହିଥିଲେ। ‘ଦି ବେଲ୍‌’ ଆବାହକ ସିଦ୍ଧାର୍ଥ ରାୟ କହିଥିଲେ, ଓଡ଼ିଶାର ବିସ୍ତୃତ ଉପକୂଳ ବର୍ତ୍ତମାନ କ୍ଷୟ ହେବାକୁ ବସିଛି। ଫଳରେ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେଉଛି। ତେଣୁ ବେଲ୍‌ ଦ୍ୱାରା ଆରମ୍ଭ କରାଯାଇଥିବା ମହୋଦଧି ଉତ୍ସବ ଲୋକଙ୍କ ମନରେ ସମୁଦ୍ର ଓ ଉପକୂଳ ଅଞ୍ଚଳର ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବ। ତେବେ ଏହାର ଉଦ୍ଦେଶ୍ୟ ସେତିକିବେଳେ ସଫଳ ହେବ ଯେତେବେଳେ ଓଡ଼ିଶାର ପ୍ରତ୍ୟେକ ଉପକୂଳବର୍ତ୍ତୀ ଜିଲାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ଚଳିତ ବର୍ଷ କୋଣାର୍କରେ ବିଭିନ୍ନ ଅନୁଷ୍ଠାନ ତରଫରୁ ମହୋଦଧି ଉତ୍ସବ ପାଳନ ହେଉଥିବା ସେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହୋଦଧି ଉତ୍ସବର ପତାକା ଉତ୍ତୋଳନ କରାଯିବା ସହ ଉପସ୍ଥିତ ଦର୍ଶକ ଓ ଛାତ୍ରୀଛାତ୍ରମାନେ ମିଳିତ ଭାବେ ମହୋଦଧି ସୁରକ୍ଷା ପାଇଁ ଶପଥ ପାଠ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କ ପୁରୀ ମୁଖ୍ୟ ଶାଖାର ପରିଚାଳକ ବିଜୟ କୁମାର ଶତପଥୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଶିଶୁ ସମାଚାର ସମ୍ପାଦକ ସୁକାନ୍ତ କୁମାର ପଣ୍ଡା, ଶ୍ରୀ ସାଇ ଉଦୟ ଲକ୍ଷ୍ମୀ ଟ୍ରଷ୍ଟର ରାଜ କିଶୋର ପାତ୍ର, ସମର୍ପଣର ବ୍ରଜ କିଶୋର ସାହୁ, ବୋଧିଚକ୍ରର ଉମେଶ ଚନ୍ଦ୍ର ଦାସ, ଶ୍ରୀକ୍ଷେତ୍ର ଦିବ୍ୟାଙ୍ଗ ସେବା ସଙ୍ଗଠନର ଗଜଲକ୍ଷ୍ମୀ ରାୟ, ସଂକଳ୍ପ ଫାଉଣ୍ଡେଶନର ସୁଚରିତା ପାଢ଼ୀ, ଆର୍ଟ ଅଫ୍‌ ଲିଭିଂର ସୁଚିଶ୍ମିତା ମହାନ୍ତି, ଅନ୍ବେଷଣର ସନ୍ତୋଷ କୁମାର ରାଉତ, ଦି ବେଲ୍‌ ୟୁଥ୍‌ ଫୋରମ୍‌ର ସତ୍ୟନାରାୟଣ ସାହୁ, ଓମ୍‌ ପ୍ରସାଦ ମହାନ୍ତି, ଟିକିନା ପ୍ରଧାନ ଏବଂ ଅମର ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?