‘କ୍ଷୟ ହେବାକୁ ବସିଛି ଉପକୂଳ ଅଞ୍ଚଳ’

ପୁରୀ ଅଫିସ, ୧୩ା୧୨:ପୁରୀ ଜିଲା ସ୍ବେଚ୍ଛାସେବୀ ସଙ୍ଗଠନ ସାମ୍ମୁଖ୍ୟ ‘ଦି ବେଲ୍‌’ ଏବଂ ଷ୍ଟେଟ ବ୍ୟାଙ୍କ୍‌ର ମିଳିତ ସହଯୋଗରେ ସୋମବାର ମହୋଦଧି ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା କାୟାକିଂ ରାଲି। ପୁରୀ ସମୁଦ୍ରରେ ପ୍ରଥମ ଥର ପାଇଁ ଏହା ଆୟୋଜିତ ହୋଇଥିଲା। କଟକର ଓଡ଼ିଶା ମେରିଟାଇମ କଳିଙ୍ଗ ସର୍ଫ ଲାଇଫ୍‌ ସେଭିଙ୍ଗ୍‌ ସୋସାଇଟି ଏବଂ ପୁରୀ କଳିଙ୍ଗ ସର୍ଫିଙ୍ଗ ଲାଇଭ ସେଭିଙ୍ଗ୍‌ ସର୍ଭିସ ଅନୁଷ୍ଠାନର ୮ଜଣ ଯୁବକ ‘ଅଲିଭ୍‌ ରିଡ୍‌ଲେ ସୁରକ୍ଷା କରନ୍ତୁ-ସମୁଦ୍ର ବଞ୍ଚାନ୍ତୁ’ ବାର୍ତ୍ତା ନେଇ ବଳିଆପଣ୍ଡାଠାରୁ କାୟାକିଂ ରାଲିରେ ବାହାରି ସମୁଦ୍ରରେ ନୀଳାଦ୍ରି ବିଚ୍‌ ପର୍ଯ୍ୟନ୍ତ ଯାଇଥିଲେ। ରାଲିକୁ ଜିଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ। ସେହିପରି ନୀଳାଦ୍ରି ବିଚ୍‌ ମୁକ୍ତାକାଶ ରଙ୍ଗମଞ୍ଚରେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଓ ମହିଳାଙ୍କ ମଧ୍ୟରେ ମ୍ୟୁଜିକ୍‌ ଚେୟାର ପ୍ରତିଯୋଗିତା ହୋଇଥିଲା। ଏହି ଅବସରରେ ପରିବେଶ ଓ କଇଁଛ ସୁରକ୍ଷା ଦିଗରେ କାର୍ଯ୍ୟ କରି ଅନ୍ତଃରାଷ୍ଟ୍ରୀୟ ସ୍ତରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି ସହ ଲିମ୍‌କା ବୁକ୍‌ରେ ନାମ ସାମିଲ କରିଥିବା ଯୁବ ପରିବେଶବିତ୍‌ ସୌମ୍ୟରଞ୍ଜନ ବିଶ୍ୱାଳଙ୍କୁ ମହୋଦଧି ସମ୍ମାନ-୨୦୨୨ରେ ସମ୍ମାନିତ କରାଯାଇଥିଲା। ସେହିପରି କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ମୁଖ୍ୟ ଅତିଥି ଭାବେ ଜିଲାପାଳ ସମର୍ଥ ବର୍ମା ଯୋଗଦେଇ କାୟାକିଂ ରାଲି କରିଥିବା ଦଳକୁ ସ୍ବାଗତ କରିଥିଲେ। ଆଗାମୀ ଦିନରେ ଉପକୂଳ ଅଞ୍ଚଳର ସୁରକ୍ଷା ପାଇଁ ଏହି ରାଲି ସଚେତନତା ବାର୍ତ୍ତା ବହନ କରିବ ବୋଲି ଜିଲାପାଳ କହିଥିଲେ। ‘ଦି ବେଲ୍‌’ ଆବାହକ ସିଦ୍ଧାର୍ଥ ରାୟ କହିଥିଲେ, ଓଡ଼ିଶାର ବିସ୍ତୃତ ଉପକୂଳ ବର୍ତ୍ତମାନ କ୍ଷୟ ହେବାକୁ ବସିଛି। ଫଳରେ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେଉଛି। ତେଣୁ ବେଲ୍‌ ଦ୍ୱାରା ଆରମ୍ଭ କରାଯାଇଥିବା ମହୋଦଧି ଉତ୍ସବ ଲୋକଙ୍କ ମନରେ ସମୁଦ୍ର ଓ ଉପକୂଳ ଅଞ୍ଚଳର ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବ। ତେବେ ଏହାର ଉଦ୍ଦେଶ୍ୟ ସେତିକିବେଳେ ସଫଳ ହେବ ଯେତେବେଳେ ଓଡ଼ିଶାର ପ୍ରତ୍ୟେକ ଉପକୂଳବର୍ତ୍ତୀ ଜିଲାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ଚଳିତ ବର୍ଷ କୋଣାର୍କରେ ବିଭିନ୍ନ ଅନୁଷ୍ଠାନ ତରଫରୁ ମହୋଦଧି ଉତ୍ସବ ପାଳନ ହେଉଥିବା ସେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହୋଦଧି ଉତ୍ସବର ପତାକା ଉତ୍ତୋଳନ କରାଯିବା ସହ ଉପସ୍ଥିତ ଦର୍ଶକ ଓ ଛାତ୍ରୀଛାତ୍ରମାନେ ମିଳିତ ଭାବେ ମହୋଦଧି ସୁରକ୍ଷା ପାଇଁ ଶପଥ ପାଠ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କ ପୁରୀ ମୁଖ୍ୟ ଶାଖାର ପରିଚାଳକ ବିଜୟ କୁମାର ଶତପଥୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଶିଶୁ ସମାଚାର ସମ୍ପାଦକ ସୁକାନ୍ତ କୁମାର ପଣ୍ଡା, ଶ୍ରୀ ସାଇ ଉଦୟ ଲକ୍ଷ୍ମୀ ଟ୍ରଷ୍ଟର ରାଜ କିଶୋର ପାତ୍ର, ସମର୍ପଣର ବ୍ରଜ କିଶୋର ସାହୁ, ବୋଧିଚକ୍ରର ଉମେଶ ଚନ୍ଦ୍ର ଦାସ, ଶ୍ରୀକ୍ଷେତ୍ର ଦିବ୍ୟାଙ୍ଗ ସେବା ସଙ୍ଗଠନର ଗଜଲକ୍ଷ୍ମୀ ରାୟ, ସଂକଳ୍ପ ଫାଉଣ୍ଡେଶନର ସୁଚରିତା ପାଢ଼ୀ, ଆର୍ଟ ଅଫ୍‌ ଲିଭିଂର ସୁଚିଶ୍ମିତା ମହାନ୍ତି, ଅନ୍ବେଷଣର ସନ୍ତୋଷ କୁମାର ରାଉତ, ଦି ବେଲ୍‌ ୟୁଥ୍‌ ଫୋରମ୍‌ର ସତ୍ୟନାରାୟଣ ସାହୁ, ଓମ୍‌ ପ୍ରସାଦ ମହାନ୍ତି, ଟିକିନା ପ୍ରଧାନ ଏବଂ ଅମର ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri