ଉପକୂଳରୁ ବାସୁମତି ଧାନ ଆନ୍ଧ୍ର, କୋଲକାତା ଚାଲାଣ

ମହାକାଳପଡ଼ା, ୨୪ା୧(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଚାଷୀମାନେ ଅଧିକ ଖର୍ଚ୍ଚାନ୍ତ ହୋଇ ଖରିଫ ଋତୁରେ ଧାନ ଚାଷ କରିଛନ୍ତି। ତେବେ ଚାଷୀମାନେ ମଣ୍ଡିରେ ୨୦୪୦ ଟଙ୍କାରେ ଧାନ ବିକ୍ରି ପାଇଁ ସରକାର ନିୟମ କରୁଛନ୍ତି। ହେଲେ ଚାଷୀମାନେ ଅଧିକ ଖର୍ଚ୍ଚାନ୍ତ ହୋଇ ଖରିଫ ଫସଲ ଧାନ ବାସୁମତୀ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। କାରଣ ସ୍ଥାନୀୟ ଧାନ ବ୍ୟବସାୟୀମାନେ ଚାଷୀଙ୍କଠାରୁ ବାସୁମତୀ ଧାନକୁ ୩ହଜାର ଟଙ୍କାରେ କିଣି ଆନ୍ଧ୍ର ଓ କୋଲକାତା ବ୍ୟବସାୟୀଙ୍କୁ ବେଶ୍‌ ଉଚ୍ଚ ମୂଲ୍ୟରେ ବିକ୍ରି କରୁଥିବା ଦେଖିବକୁ ମିଳୁଛି। ଆନ୍ଧ୍ର ଓ କୋଲକାତା ବ୍ୟବସାୟୀମାନେ ଏହି ଅଞ୍ଚଳର ସ୍ଥାନୀୟ ବ୍ୟବସାୟୀଙ୍କୁ ହାତକରି ଚାଷୀଙ୍କଠାରୁ ବାସୁମତୀ ଧାନ ବିପୁଳ ପରିମାଣରେ ଟ୍ରକ୍‌ ଯୋଗେ ଚାଲାଣ କରୁଛନ୍ତି। ଏଠାରେ ପ୍ରଶ୍ନ ଉଠେ ସରକାର ଚାଷୀମାନଙ୍କ ହିତ ସାଧନ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ଚାଷୀଟିଏ ଯେପରି ଅଭାବୀ ବିକ୍ରିର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସମବାୟ ଓ ଯୋଗାଣ ବିଭାଗ ପକ୍ଷରୁ ବ୍ଲକରେ ୨୪ଟି ପ୍ରାଥମିକ କୃଷି ସମବାୟ ସମିତି ଖୋଲାଯାଇଛି। ଏହି ଧାନମଣ୍ଡିଗୁଡ଼ିକରେ ଚାଷୀଙ୍କଠାରୁ କୁଇଣ୍ଟାଲ ଧାନ ପ୍ରତି ୫ କିଲୋ ଧାନ କଟ୍‌ନି ଛଟ୍‌ନି କରୁଛନ୍ତି। ଫଳରେ ସ୍ଥାନୀୟ ଚାଷୀମାନେ ମଣ୍ଡିରେ ବିକ୍ରି ନ କରି ବାଧ୍ୟ ହୋଇ ରାଜ୍ୟ ବାହାର ବ୍ୟବସାୟୀଙ୍କୁ ବିକ୍ରିକରି ବେଶ୍‌ ଦୁଇପଇସା ରୋଜଗାର କରୁଛନ୍ତି। ଏହି ବାସୁମତୀ ଧାନ ବ୍ଲକର ଖରିନାସୀ, ବତୀଘର, ରାମନଗର, ପେଟଛେଲା, ଜମ୍ବୁ, ବଉଳକଣି, ସୁନିତି, ନାଞ୍ଜୁରା ଆଦି ପଞ୍ଚାୟତରୁ ଟ୍ରକ୍‌ରେ ଚାଲାଣ ହେଉଛି। ଦୈନିକ ୫ରୁ ୧୦ ଟ୍ରକ୍‌ ଧାନ ରାଜ୍ୟ ବାହାରକୁ ଯାଉଛି। ଏ ସମ୍ପର୍କରେ ବ୍ଲକ ସମବାୟ ଅଧିକାରୀ ଯୋଗେନ୍ଦ୍ର ବିଶ୍ୱାଳଙ୍କ ପଚାରିବାରେ ନିର୍ଦ୍ଦିଷ୍ଟ ଅଭିଯୋଗ ମିଳିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri