ରେଳ ସାଇଡିଂରେ କୋଇଲା ଅପମିଶ୍ରଣ

ଯାଜପୁର/କଳିଙ୍ଗନଗର,୧୩ା୧୦(ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ରେଳୱେ ସାଇଡିଂରେ କୋଇଲା ଅପମିଶ୍ରଣ ଅଭିଯୋଗ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ମଙ୍ଗଳବାର ଓ ବୁଧବାର ମାଇନିଂ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ର ଏକ ୬ ଜଣିଆ ଦଳ ତଦନ୍ତ କରି ଫେରିଛନ୍ତି। ଏହି କାରବାର ଗତ ୨ ବର୍ଷ ହେଲା କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗରେ ଚାଲି ଆସିଛି ବୋଲି କୁହାଯାଉଛି। ତେଣୁ ଏହି ତଦନ୍ତ ଲୋକ ଦେଖାଣିଆ ଏବଂ ନିଶ୍ଚିତ ଭାବେ ଚାପି ଦିଆଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଶାହା କମିଶନଙ୍କ ରିପୋର୍ଟ ଆଧାରରେ ଆବଶ୍ୟକ ଜରିମାନା ଦେଇ ନ ପାରିବାରୁ ୨୦୨୦ ଜାନୁୟାରୀରୁ ମେସ୍କୋ ଷ୍ଟିଲ କାରଖାନା ବନ୍ଦ ପଡିଛି। ଏହାପରେ ଶ୍ରମିକ ଓ କର୍ମଚାରୀମାନଙ୍କ ବକୈୟା ଦରମା ପ୍ରଦାନ କରିବା ଉଦ୍ଦେଶ୍ୟ ରଖି ମେସ୍କୋ କାରଖାନା ପରିସରରେ ଥିବା ରେଲୱେ ସାଇଡିଂ ଆରମ୍ଭ କରାଯାଇଥିଲା। କିନ୍ତୁ ଏଥିରେ ଶ୍ରମିକ ଓ କର୍ମଚାରୀମାନଙ୍କୁ କୌଣସି ଲାଭ ମିଳିଲା ନାହିଁ। ବରଂ ରେଲୱେ ସାଇଡିଂରେ ତାଳଚେର ଅଞ୍ଚଳରୁ ଆସୁଥିବା କୋଇଲା ସହ ଶିଳ୍ପ କାରଖାନାରୁ ବାହାରୁଥିବା କଳାପାଉଁଶ ଗୁଣ୍ଡ ଓ ଚାରକୋଲ ମିଶାଇ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବା ମାଇନିଂ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁସାରେ ବିପୁଳ ପରିମାଣରେ ଶିଳ୍ପ ବର୍ଜ୍ୟବସ୍ତୁ ତଥା କଳା ପାଉଁଶ ଗୁଣ୍ଡ ଏବଂ ଚାରକୋଲ ଆଣି କୋଇଲା ର଼୍ୟାକରେ ମିଶାଇ ଦିଆଯାଉଥିଲା। ବାକି କୋଇଲାକୁ ଅଲଗା କରି ତାକୁ କଳାବଜାରରେ ବିକ୍ରୀ କରାଯାଉଥିଲା। ଏହି କାରବାରରେ ସ୍ଥାନୀୟ କେତେଜଣ ଶ୍ରମିକ ନେତାଙ୍କ ହାତ ରହିଥିବା ମଧ୍ୟ ଆଲୋଚନା ହେଉଛି। ସ୍ଥାନୀୟ କେତେଜଶ ଖଣି ବିଭାଗ ଅଧିକାରୀ ମଧ୍ୟ ଏନେଇ ଜାଣିଶୁଣି ନୀରବ ରହୁଛନ୍ତି। ତେଣୁ ସେମାନେ କେବେ ଏଠାରେ ଚଢାଉ କରିଥିବା ଦେଖାଯାଇନାହିଁ । ଏପରି କି ସେଠାରୁ କୋଇଲା ବୋଝେଇ ହେଉଥିବା ରେଳ ର଼୍ୟାକରେ ଅଧା କୋଇଲା ସହିତ ଅଧା ଚାରକୋଲ ଓ କାରଖାନାର ବର୍ଜ୍ୟ ଆସ୍‌ ବୋଝେଇ କରାଯାଉଥିଲେ ମଧ୍ୟ ରେଳ ବିଭାଗ କେବେ କାର୍ଯ୍ୟାନୁଷ୍ଠାନ ନେବା ଉଦାହରଣ ନାହିଁ । ଏପରି କି ସାଇଡିଂ ପରିସରରେ କୋଇଲା ଗଦା କରିବାର ନିୟମ ନାହିଁ। ତଥାପି ଅପମିଶ୍ରଣ ପାଇଁ ବହୁ ଦିନ ଧରି କୋଇଲା ଗଦା କରାଯାଉଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ ନୀରବ ରହିଛନ୍ତି। କାରଖାନା ପରିସରରେ ଅନୁମତି ନ ଥିବା ଏକାଧିକ ସ୍ଥାନରେ ଚୋରା କାରବାର ପାଇଁ ଅପମିଶ୍ରଣ ଖୋଲା ମେଲାରେ ଚାଲିଛି । ଶିଳ୍ପାଞ୍ଚଳରୁ ମିଳୁଥିବା ଚାରକୋଲର ଟନ୍‌ ପ୍ରତି ସର୍ବାଧିକ ମୂଲ୍ୟ ୭୦୦ ଟଙ୍କା ହୋଇଥିବାବେଳେ ଶିଳ୍ପ ଉତ୍ପାଦନ ପାଇଁ ଆସୁଥିବା କୋଇଲା ଟନ ପ୍ରତି ମୂଲ୍ୟ ପାଖାପାଖି ୪୦୦୦ ଟଙ୍କା ରହିଛି ା ତେଣୁ ପ୍ରତି ଟନ ଅପମିଶ୍ରଣ ବାବଦରେ ବ୍ୟବସାୟୀମାନେ ୩୩୦୦ ଟଙ୍କାରୁ ଅଧିକ ଲାଭ କରୁଥିଲେ। ଅନ୍ୟପକ୍ଷେ ଶିଳ୍ପ ପାଉଁଶ ଗୁଣ୍ଡ ମାଗଣାରେ ମିଳିଯାଉ ଥିବାରୁ କୋଇଲା କେଳେଙ୍କାରୀରେ ଏହି ବ୍ୟକ୍ତିମାନେ ବିପୁଳ ପରିମାଣର ଲାଭ ଉଠାଉଛନ୍ତି । ଦୀର୍ଘ ବର୍ଷ ଧରି ଗଚ୍ଛିତ ରହିଥିବା ଏକ କାରଖାନାର ବର୍ଜ୍ୟ ପାଉଁଶ ଏହି ବେଆଇନ କାରବାର ଚଳାଇବା ପାଇଁ ବେଶ ସହାୟକ ହୋଇ ପାରିଛି ବୋଲି ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ଭୁବନେଶ୍ୱର ମାଇନିଂ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଚଢାଉ କରିଥିଲେ ବି କିଛି ସୁରାକ ପାଇ ନ ଥିବା କୁହାଯାଉଛି। କାରଣ ପୂର୍ବରୁ ଏହି ଚୋରା କାରବାରରେ ଲିପ୍ତ ଥିବା ଅଧିକାରୀ ଓ କର୍ମଚାରୀମାନେ ସତର୍କ ହୋଇ ଯାଇଥିଲେ।
ଏନେଇ ଯାଜପୁର ରୋଡ ଖଣି ଉପନିର୍ଦ୍ଦେଶକ ବିଭୂତି ଭୂଷଣ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ନେଇ ପୂର୍ବରୁ ସେ ଅଭିଯୋଗ ପାଇଛନ୍ତି। ଏହି କ୍ରମରେ ଏକ ସ୍ବତନ୍ତ୍ର ଦଳ ୨ଦିନ ଧରି ତଦନ୍ତ କରି ଫେରିଛନ୍ତି। ଏଯାଏ ତଦନ୍ତ ରିପୋର୍ଟ ମିଳିନାହିଁ। ରିପୋର୍ଟ ମିଳିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?