ରେଳ ସାଇଡିଂରେ କୋଇଲା ଅପମିଶ୍ରଣ

ଯାଜପୁର/କଳିଙ୍ଗନଗର,୧୩ା୧୦(ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ରେଳୱେ ସାଇଡିଂରେ କୋଇଲା ଅପମିଶ୍ରଣ ଅଭିଯୋଗ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ମଙ୍ଗଳବାର ଓ ବୁଧବାର ମାଇନିଂ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ର ଏକ ୬ ଜଣିଆ ଦଳ ତଦନ୍ତ କରି ଫେରିଛନ୍ତି। ଏହି କାରବାର ଗତ ୨ ବର୍ଷ ହେଲା କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗରେ ଚାଲି ଆସିଛି ବୋଲି କୁହାଯାଉଛି। ତେଣୁ ଏହି ତଦନ୍ତ ଲୋକ ଦେଖାଣିଆ ଏବଂ ନିଶ୍ଚିତ ଭାବେ ଚାପି ଦିଆଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଶାହା କମିଶନଙ୍କ ରିପୋର୍ଟ ଆଧାରରେ ଆବଶ୍ୟକ ଜରିମାନା ଦେଇ ନ ପାରିବାରୁ ୨୦୨୦ ଜାନୁୟାରୀରୁ ମେସ୍କୋ ଷ୍ଟିଲ କାରଖାନା ବନ୍ଦ ପଡିଛି। ଏହାପରେ ଶ୍ରମିକ ଓ କର୍ମଚାରୀମାନଙ୍କ ବକୈୟା ଦରମା ପ୍ରଦାନ କରିବା ଉଦ୍ଦେଶ୍ୟ ରଖି ମେସ୍କୋ କାରଖାନା ପରିସରରେ ଥିବା ରେଲୱେ ସାଇଡିଂ ଆରମ୍ଭ କରାଯାଇଥିଲା। କିନ୍ତୁ ଏଥିରେ ଶ୍ରମିକ ଓ କର୍ମଚାରୀମାନଙ୍କୁ କୌଣସି ଲାଭ ମିଳିଲା ନାହିଁ। ବରଂ ରେଲୱେ ସାଇଡିଂରେ ତାଳଚେର ଅଞ୍ଚଳରୁ ଆସୁଥିବା କୋଇଲା ସହ ଶିଳ୍ପ କାରଖାନାରୁ ବାହାରୁଥିବା କଳାପାଉଁଶ ଗୁଣ୍ଡ ଓ ଚାରକୋଲ ମିଶାଇ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବା ମାଇନିଂ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁସାରେ ବିପୁଳ ପରିମାଣରେ ଶିଳ୍ପ ବର୍ଜ୍ୟବସ୍ତୁ ତଥା କଳା ପାଉଁଶ ଗୁଣ୍ଡ ଏବଂ ଚାରକୋଲ ଆଣି କୋଇଲା ର଼୍ୟାକରେ ମିଶାଇ ଦିଆଯାଉଥିଲା। ବାକି କୋଇଲାକୁ ଅଲଗା କରି ତାକୁ କଳାବଜାରରେ ବିକ୍ରୀ କରାଯାଉଥିଲା। ଏହି କାରବାରରେ ସ୍ଥାନୀୟ କେତେଜଣ ଶ୍ରମିକ ନେତାଙ୍କ ହାତ ରହିଥିବା ମଧ୍ୟ ଆଲୋଚନା ହେଉଛି। ସ୍ଥାନୀୟ କେତେଜଶ ଖଣି ବିଭାଗ ଅଧିକାରୀ ମଧ୍ୟ ଏନେଇ ଜାଣିଶୁଣି ନୀରବ ରହୁଛନ୍ତି। ତେଣୁ ସେମାନେ କେବେ ଏଠାରେ ଚଢାଉ କରିଥିବା ଦେଖାଯାଇନାହିଁ । ଏପରି କି ସେଠାରୁ କୋଇଲା ବୋଝେଇ ହେଉଥିବା ରେଳ ର଼୍ୟାକରେ ଅଧା କୋଇଲା ସହିତ ଅଧା ଚାରକୋଲ ଓ କାରଖାନାର ବର୍ଜ୍ୟ ଆସ୍‌ ବୋଝେଇ କରାଯାଉଥିଲେ ମଧ୍ୟ ରେଳ ବିଭାଗ କେବେ କାର୍ଯ୍ୟାନୁଷ୍ଠାନ ନେବା ଉଦାହରଣ ନାହିଁ । ଏପରି କି ସାଇଡିଂ ପରିସରରେ କୋଇଲା ଗଦା କରିବାର ନିୟମ ନାହିଁ। ତଥାପି ଅପମିଶ୍ରଣ ପାଇଁ ବହୁ ଦିନ ଧରି କୋଇଲା ଗଦା କରାଯାଉଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ ନୀରବ ରହିଛନ୍ତି। କାରଖାନା ପରିସରରେ ଅନୁମତି ନ ଥିବା ଏକାଧିକ ସ୍ଥାନରେ ଚୋରା କାରବାର ପାଇଁ ଅପମିଶ୍ରଣ ଖୋଲା ମେଲାରେ ଚାଲିଛି । ଶିଳ୍ପାଞ୍ଚଳରୁ ମିଳୁଥିବା ଚାରକୋଲର ଟନ୍‌ ପ୍ରତି ସର୍ବାଧିକ ମୂଲ୍ୟ ୭୦୦ ଟଙ୍କା ହୋଇଥିବାବେଳେ ଶିଳ୍ପ ଉତ୍ପାଦନ ପାଇଁ ଆସୁଥିବା କୋଇଲା ଟନ ପ୍ରତି ମୂଲ୍ୟ ପାଖାପାଖି ୪୦୦୦ ଟଙ୍କା ରହିଛି ା ତେଣୁ ପ୍ରତି ଟନ ଅପମିଶ୍ରଣ ବାବଦରେ ବ୍ୟବସାୟୀମାନେ ୩୩୦୦ ଟଙ୍କାରୁ ଅଧିକ ଲାଭ କରୁଥିଲେ। ଅନ୍ୟପକ୍ଷେ ଶିଳ୍ପ ପାଉଁଶ ଗୁଣ୍ଡ ମାଗଣାରେ ମିଳିଯାଉ ଥିବାରୁ କୋଇଲା କେଳେଙ୍କାରୀରେ ଏହି ବ୍ୟକ୍ତିମାନେ ବିପୁଳ ପରିମାଣର ଲାଭ ଉଠାଉଛନ୍ତି । ଦୀର୍ଘ ବର୍ଷ ଧରି ଗଚ୍ଛିତ ରହିଥିବା ଏକ କାରଖାନାର ବର୍ଜ୍ୟ ପାଉଁଶ ଏହି ବେଆଇନ କାରବାର ଚଳାଇବା ପାଇଁ ବେଶ ସହାୟକ ହୋଇ ପାରିଛି ବୋଲି ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ଭୁବନେଶ୍ୱର ମାଇନିଂ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଚଢାଉ କରିଥିଲେ ବି କିଛି ସୁରାକ ପାଇ ନ ଥିବା କୁହାଯାଉଛି। କାରଣ ପୂର୍ବରୁ ଏହି ଚୋରା କାରବାରରେ ଲିପ୍ତ ଥିବା ଅଧିକାରୀ ଓ କର୍ମଚାରୀମାନେ ସତର୍କ ହୋଇ ଯାଇଥିଲେ।
ଏନେଇ ଯାଜପୁର ରୋଡ ଖଣି ଉପନିର୍ଦ୍ଦେଶକ ବିଭୂତି ଭୂଷଣ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ନେଇ ପୂର୍ବରୁ ସେ ଅଭିଯୋଗ ପାଇଛନ୍ତି। ଏହି କ୍ରମରେ ଏକ ସ୍ବତନ୍ତ୍ର ଦଳ ୨ଦିନ ଧରି ତଦନ୍ତ କରି ଫେରିଛନ୍ତି। ଏଯାଏ ତଦନ୍ତ ରିପୋର୍ଟ ମିଳିନାହିଁ। ରିପୋର୍ଟ ମିଳିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri