କରୋନା ଟିକା ପ୍ରସ୍ତୁତିରେ ଭାରତକୁ ସହଯୋଗ: ହାଇଦ୍ରାବାଦରେ ୬୪ ବିଦେଶୀ ପ୍ରତିନିଧି

ହାଇଦ୍ରାବାଦ,୯।୧୨: ଭାରତରେ ପ୍ରସ୍ତୁତ କରାଯାଉଥିବା କରୋନା ଟିକା ପ୍ରସ୍ତୁତିରେ ଭାରତକୁ ସହଯୋଗ କରିବା ପାଇଁ ବିଦେଶୀ ରାଷ୍ଟ୍ରଙ୍କ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ଏହି ମର୍ମରେ ୬୪ ବିଦେଶୀ ପ୍ରତିନିଧି ବୁଧବାର ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ପହଞ୍ଚିଛନ୍ତି। ପ୍ରତିନିଧିମାନେ ବାୟୋଟେକ୍‌ ଏବଂ ବାୟୋଲୋଜିକାଲ୍‌-ଇ କମ୍ପାନୀ ବୁଲି କରୋନା ଟିକା ପ୍ରସ୍ତୁତି ସମ୍ପର୍କରେ ଅଧିକାରୀଙ୍କଠାରୁ ପଚାରି ବୁଝିଛନ୍ତି। ପରବର୍ତ୍ତୀ ସମୟରେ ବିଦେଶୀ ପ୍ରତିନିଧିମାନେ ଅନ୍ୟ ସହରକୁ ମଧ୍ୟ ଗସ୍ତ କରିବେ। ପୃଥିବୀରୁ କରୋନା ମହାମାରୀ ଶେଷ କରିବା ଲାଗି କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ଏକ୍ଷେତ୍ରରେ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଭାରତ କାର୍ଯ୍ୟ କରୁଥିବା ସେ ପ୍ରକାଶ କରିଥିଲେ। ଅନ୍ୟ ଦେଶ ସହିତ ସହଯୋଗରେ କରୋନା ଟିକା ପ୍ରସ୍ତୁତ କରାଯାଇ ଏହାକୁ ବିଭିନ୍ନ ରାଷ୍ଟ୍ରକୁ ଯୋଗାଇ ଦିଆଯିବା ଉପରେ ମୋଦି ଗୁରୁତ୍ୱାରୋପ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମସ୍ତିଷ୍କ ଜ୍ୱରକୁ ନେଇ ଝାଡ଼ଖଣ୍ଡରେ ହାଇ ଆଲର୍ଟ ଜାରି

ରାଞ୍ଚି,୧୭।୬: ବିହାରରେ ଏବେ ମସ୍ତିଷ୍କ ଜ୍ୱର ମହାମାରୀର ରୂପ ନେଲାଣି। ଏବେ ସୁଦ୍ଧା ପାଖାପାଖି ଶହେ ଶିଶୁଙ୍କର ମସ୍ତିଷ୍କ ଜ୍ୱର ଯୋଗୁ ମୃତ୍ୟୁ ହୋଇସାରିଲାଣି। ତେବେ...

‘କିଷାନ ଯାତ୍ରା’ ଆରମ୍ଭ ପୂର୍ବରୁ ଅଖିଳେଶ ଅଟକ

ଲକ୍ଷ୍ନୌ,୭।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଉତ୍ତରପ୍ରଦେଶ ରାଜନୀତିରେ ଉଷ୍ଣତା ବୃଦ୍ଧି ପାଇଛି। ସମାଜବାଦୀ ପାର୍ଟି ପକ୍ଷରୁ ସ୍ଥିତିରୁ ଫାଇଦା ଉଠାଇବାର ଉଦ୍ୟମ ଆରମ୍ଭ...

ମାସୁଦ୍‌ ଆଝାର୍‌ ପୁଣି ସକ୍ରିୟ: ଭାରତରେ ଅନୁପ୍ରବେଶ ପାଇଁ ୫୦ ଜୈଶ୍‌ ଆତଙ୍କବାଦୀ ବାଲାକୋଟରେ ନେଉଛନ୍ତି ପ୍ରଶିକ୍ଷଣ

ଶ୍ରୀନଗର,୧୪।୧୧: ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ୍‌ ଆଝାର୍‌ ପୁଣି ସକ୍ରିୟ ହୋଇଥିବା କୁହାଯାଉଛି। ମାସୁଦ୍‌ଙ୍କ ନିର୍ଦ୍ଦେଶରେ ଜୈଶ୍‌ ଆତଙ୍କବାଦୀ ଓସାମା ୟୁସୁଫ୍‌ ଭାରତରେ ଅନୁପ୍ରବେଶ...

ଆଜି ରାଜ୍ୟରୁ ୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ରାଜ୍ୟରୁ ସୋମବାର ୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୯୯୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ସାଇନା ନେହଓ୍ବାଲ ଥାଇଲାଣ୍ଡରେ କ୍ୱାରାଣ୍ଟାଇନ୍‌

ନୂଆଦିଲ୍ଲୀ,୧୨।୧: ବ୍ୟାଡ଼ମିଣ୍ଟନ ଖେଳାଳି ସାଇନା ନେହଓ୍ବାଲଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ରିପୋର୍ଟ ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଥାଇଲାଣ୍ଡରେ କ୍ୱାରାଣ୍ଟାଇନ୍‌ରେ...

ସିଏପିଏଫ୍‌ ଯବାନଙ୍କ ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ କରାଯିବ ଅବଗତ,ସୁପ୍ରିମ୍‌କୋଟଙ୍କ ଅନୁମତି…

ନୂଆଦିଲ୍ଲୀ,୧୪।୩ : କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ (ସିଏପିଏଫ୍‌) ରେ ଥିବା ଯବାନମାନେ ଧୀରେଧୀରେ ନିଜର ମାନସିକ ସନ୍ତୁଳନ ହରାଇ ବସୁଥିବା ଦେଖିବାକୁ ମିଳୁଛି। ଯବାନଙ୍କ ମାନସିକ...

ସକ୍ରିୟ ମାମଲା ୧୬ ହଜାର ତଳେ…

ନୂଆଦିଲ୍ଲୀ, ୧୪।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଉପରେ ଗ୍ରେନେଡ୍‌ ମାଡ଼

ଶ୍ରୀନଗର,୨୪।୧୦: ଜମ୍ମୁ-କଶ୍ମୀର କୁଲଗାମ୍‌ରେ ଥିବା ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଉପରେ ଗ୍ରେନେଡ୍‌ ମାଡ଼ ହୋଇଛି। ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି। ସୁରକ୍ଷାକର୍ମୀ ଘଟଣାସ୍ଥଳକୁ ଘେରି ରହିବା...

Advertisement
Archives

Model This Week