Posted inଫୁରସତ

ବିଷ ବିକି ହେଲେ ମାଲାମାଲ, ଜାଣନ୍ତୁ କେମିତି

ବିଭିନ୍ନ ଲୋକଙ୍କ ଭିନ୍ନ ଭିନ୍ନ ନିଶା ଥାଏ। ଅଦ୍ଭୁତ ନିଶା ଯୋଗୁ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥାନ୍ତି। ବେଳେବେଳେ ଏଭଳି ଅଜବ ନିଶାକୁ ପେଶା ଭାବରେ ଗ୍ରହଣ କରି ଟଙ୍କା ମଧ୍ୟ ରୋଜଗାର କରନ୍ତି। ସେମିତି ଜଣେ ବ୍ୟକ୍ତି ହେଲେ ୨୫ ବର୍ଷ ବୟସ୍କ ମହମ୍ମଦ ହାମଦି। ଇଜିପ୍ଟର ବାସିନ୍ଦା ମହମ୍ମଦ ହାମଦି କଙ୍କଡା ବିଛା ବିଷ ବିକ୍ରି କରନ୍ତି। ଏହା ଯେ ଦିନେ ତାଙ୍କୁ ଏତେ ଧନୀ ଏବଂ ସଫଳ କରିବ, ସେ ନିଜେ ମଧ୍ୟ ଭାବି ନ ଥିଲେ। ଗୋଟିଏ ଗ୍ରାମ ବିଷ ବିକି ୭୩ ଲକ୍ଷ ଟଙ୍କା ପାଆନ୍ତି। କଙ୍କଡା ବିଛା ଧରିବାର ନିଶା ଯୋଗୁ ହାମଦି ପାଠପଢା ଛାଡି ଦେଇତତ୍ଲେ। ମିଶରର ରେଗିସ୍ତାନ ଅଞ୍ଚଳରେ ସେ ବିଛା ଧରି ସେଥିରୁ ବିଷ ବାହାର କରିଥାନ୍ତି। ଏହି ବିଷକୁ ସେ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି। ଏହି ବିଷ ଔଷଧ ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ। ମାତ୍ର ୨୫ ବର୍ଷ ବୟସରେ ହାମଦି କାୟରୋ ବେନୋମ କମ୍ପାନୀର ମାଲକ ହୋଇଛନ୍ତି। ଏହି କମ୍ପାନୀ ଭିନ୍ନ ଭିନ୍ନ ପ୍ରଜାତିର ୮୦ ହଜାରରୁ ଅଧିକ ବିଛା ଏବଂ ସାପ ରଖି ସେଥିରୁ ବିଷ କାଢି ବିକ୍ରି କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?