ଗଞ୍ଜାମରେ ବନ୍ୟା ସ୍ଥିତି: ପ୍ରଶାସନ ପ୍ରସ୍ତୁତ, ଅନୁଧ୍ୟାନ ପାଇଁ ଆସିବେ କେନ୍ଦ୍ରୀୟ ପ୍ରତିନିଧି ଦଳ

ଛତ୍ରପୁର,୩୦ା୧୦(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଗଞ୍ଜାମ ଜିଲାରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିରେ ଧିରେ ଧିରେ ସୁଧାର ଆସୁଛି। ଭଞ୍ଜନଗରଠାରୁ ଛତ୍ରପୁର ପର୍ଯ୍ୟନ୍ତ ଋଷିକୁଲ୍ୟା ନଦୀକୂଳିଆ ଅଞ୍ଚଳର ବିଭିନ୍ନ ଗାଁରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ କେତେକ ସ୍ଥାନରେ ନଦୀବନ୍ଧରେ ଘାଇ ସୃଷ୍ଟି ହେବାରୁ ଲୋକେ ଜଳବନ୍ଦୀ ହୋଇଥିଲେ। ଏବେ ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ସହ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ଜୋରଦାର କରାଯାଉଛି।

ଛତ୍ରପୁର ଓ ଗଞ୍ଜାମ ଅଞ୍ଚଳର ବିଭିନ୍ନ ଜଳମଗ୍ନ ସ୍ଥାନରୁ ପାଣି ନିଷ୍କାସନ ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି। ରାସ୍ତାଘାଟରେ ଜମିଥିବା ବନ୍ୟାଜଳ ଯୋଗୁ କେତେକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଏହାକୁ ମଧ୍ୟ ଶୀଘ୍ର ନିଷ୍କାସନ କରିବାକୁ ବ୍ୟବସ୍ଥା କରାଯାଉଛି।

ଜିଲାପାଳ ଭି. କୀର୍ତ୍ତି ଭାସନ କହିଛନ୍ତି ଯେ, ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ବିତ କରାଯାଇଛି। ଗତକାଲିଠାରୁ ବିପନ୍ନଙ୍କ ନିକଟରେ ରିଲିଫ ସାମଗ୍ରୀ ପହଞ୍ଚାଯାଉଛି। ଅଧିକ ଜଳସ୍ରୋତ ଯୋଗୁ୍‌ ଯେଉଁ ସ୍ଥାନରେ ବୋଟ୍‌ ପହଞ୍ଚିବା ସମ୍ଭବ ହେଉନାହିଁ, ସେଠାରେ ହେଲିକପ୍ଟର ମାଧ୍ୟମରେ ଖାଦ୍ୟ ପ୍ୟାକେଟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଏୟାରଡ୍ରପ୍‌ କରିବା ପାଇଁ ପ୍ରସ୍ତୁତି ଚାଲିଛି।

ଗତକାଲି ପରୀକ୍ଷାମୂଳକ ଭାବେ ଆକାଶମାର୍ଗରେ ୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଆଜି ଏହି ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ବିତ କରାଯିବ। ଜଳବନ୍ଦୀ ଅଞ୍ଚଳରେ ଫସିଥିବା ଲୋକଙ୍କୁ ଶୀଘ୍ର ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ଉଦ୍ଧାରକାରୀ ଦଳଗୁଡ଼ିକୁ ସଜାଗ ରଖାଯାଇଛି।

ବନ୍ୟା ମୁକାବିଲା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୪୫ଟି ଓଡ୍ରାଫ ଟିମ୍‌ ଏବଂ ୫୦ରୁ ଅଧିକ ଅଗ୍ନିଶମ ବାହିନୀ ଟିମ୍‌ ମୁତୟନ ହୋଇଛନ୍ତି। ଟିମ୍‌ଗୁଡ଼ିକ ଜଳବନ୍ଦୀ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରିବା ସହ ଆବଶ୍ୟକ ସ୍ଥାନରେ ରିଲିଫ ସାମଗ୍ରୀ ପହଞ୍ଚାଉଛନ୍ତି।

ଏପଟେ ଋଷିକୁଲ୍ୟା ନଦୀର ଜଳସ୍ତର ମଧ୍ୟ ଧିରେ ଧିରେ ହ୍ରାସ ପାଉଛି। ଗତକାଲି ପୁରୁଷୋତ୍ତମପୁରଠାରେ ନଦୀର ଜଳସ୍ତର ୧୯.୨ ମିଟର ଥିବା ବେଳେ ବର୍ତ୍ତମାନ ଏହା ୧୮.୯ ମିଟରକୁ ଖସିଛି। ଆଗକୁ ବର୍ଷାର ପରିମାଣ ହ୍ରାସ ପାଇଲେ ଆଜି ସନ୍ଧ୍ୟା ସୁଦ୍ଧା ବନ୍ୟା ସ୍ଥିତିରେ ଆହୁରି ସୁଧାର ଆସିବା ନେଇ ଆଶା କରାଯାଉଛି।

ବିପଦସଙ୍କୁଳ ଅଞ୍ଚଳରେ ରହୁଥିବା ଲୋକେ ପ୍ରଶାସନର ପରାମର୍ଶକୁ ଗୁରୁତ୍ୱ ଦେଇ ଆଗୁଆ ସୁରକ୍ଷିତ ସ୍ଥାନ କିମ୍ବା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେବାକୁ ଜିଲାପାଳ ଅନୁରୋଧ କରିଛନ୍ତି। ପାଣି ଗାଁ ଭିତରକୁ ପ୍ରବେଶ କରିବା ପରେ ସ୍ଥାନାନ୍ତରଣ କାର୍ଯ୍ୟ ଅଧିକ କଷ୍ଟକର ହେଉଥିବାରୁ ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ବନ୍ୟାଜଳ ଚାଷଜମିରେ ପଶିବା ଯୋଗୁ ବହୁ ଫସଲ ନଷ୍ଟ ହୋଇଥିବା ଆଶଙ୍କା ରହିଛି। ଜଳ ନିଷ୍କାସନ ପରେ କ୍ଷୟକ୍ଷତିର ଆକଳନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଚାଷଜମିରେ ବାଲି ଓ ପଙ୍କ ଜମିବା ସହ ବିଭିନ୍ନ ରାସ୍ତାଘାଟ ଓ ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଆସନ୍ତା ଦୁଇ ଦିନ ମଧ୍ୟରେ ଜିଲାର ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରାଯିବ। ଏହାପରେ ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତିର ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ପ୍ରତିନିଧି ଦଳ ଗଞ୍ଜାମ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରାଖଣ୍ଡରେ ଭୟଙ୍କର ହେଲିକପ୍ଟର କ୍ରାଶ୍‌: ସମସ୍ତ ଯାତ୍ରୀ ମୃତ

ଡେରାଡୁନ୍‌,୩୦।୧୦: ଉତ୍ତରାଖଣ୍ଡର ଯୋଶୀମଠ ନିକଟରେ ଏକ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ଘଟିଛି। ବଦ୍ରିନାଥ ଧାମରୁ ଦର୍ଶନ ସାରି ଫେରୁଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା…

ଫିଲିପ୍ସଙ୍କ ଚମତ୍କାର ଶତକ: ଭାରତ ଆଗରେ ବିଶାଳ ଟାର୍ଗେଟ୍‌

ଅକଲାଣ୍ଡ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଚତୁର୍ଥ ମୁକାବିଲା ଆଜି ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚ୍‌ର ଭାରତୀୟ…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କୁ ଛୁରାମାଡ଼, ଅଭିଯୁକ୍ତ ଅଟକ

ସମ୍ବଲପୁର,୩୦ା୧୦(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାସାୟନିକ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ତଥା(ଏଚ୍‌ଓଡି) ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଜଣେ ଅବସରପ୍ରାପ୍ତ ସୁଇପର ଆକ୍ରମଣ କରିଛନ୍ତି। ଫଳରେ ସେ…

ପ୍ରଶଂସା ସାଉଁଟିଲେ ଶ୍ରଦ୍ଧା କପୁର: ‘ଇଠା’ର ଧମାକାଦାର ଟ୍ରେଲର ରିଲିଜ୍‌

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ପୁଣି ବଡ଼ ପରଦାକୁ ଫେରୁଛନ୍ତି। ମ୍ୟାଡକ ଫିଲ୍ମସ ଏବଂ କଠପୁତଲି କ୍ରିଏସନ୍ସର ଆଗାମୀ ଫିଲ୍ମ ‘ଇଠା’ରେ ସେ ଏକ ଭିନ୍ନ ତଥା…

ଅଧାରେ ରହିଲା ଜଗା ଦର୍ଶନ, ବଡ଼ଦାଣ୍ଡରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ଭକ୍ତ, ଆଉ ତା’ ପରେ…

ପୁରୀ,୩୦ା୧୦(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ଆସିଥିବା ଜଣେ ଭକ୍ତଙ୍କର ପୁରୀରେ ଦେହାନ୍ତ ହୋଇଛି। ମନ୍ଦିରରେ ଦର୍ଶନ ପାଇଁ ବ୍ୟାରିକେଡ୍‌ ବାହାରେ ଅପେକ୍ଷା କରିଥିବାବେଳେ…

OSCPCR ଅଧ୍ୟକ୍ଷାଙ୍କ ବଡ଼ ଚେତାବନୀ: ଅଭିଯୋଗ ନ ରଖିଲେ ପୋଲିସ କର୍ମଚାରୀଙ୍କ ବିରୋଧରେ ହେବ ଆକ୍ସନ

ଭୁବନେଶ୍ୱର,୩୦।୧୦: ଶିଶୁ ସୁରକ୍ଷା ଅଧିକାର ଆୟୋଗ କମିଶନ ଅଧ୍ୟକ୍ଷା(OSCPCR) ଶୁକ୍ରବାର ଏକ କଡ଼ା ଚେତାବନୀ ଦେଇଛନ୍ତି। ଜଳେଶ୍ୱରରେ ନାବାଳିକାଙ୍କୁ ବଳାତ୍କାର ପରେ ଘଟିଥିବା ହତ୍ୟା ଘଟଣାକୁ ନେଇ…

ଘରେ ଜରୁରୀକାଳୀନ ଖାଦ୍ୟସାମଗ୍ରୀ ଗଚ୍ଛିତ କରି ରଖୁଛନ୍ତି ଜାପାନ, ଆମେରିକା, ବ୍ରିଟେନର ଲୋକେ, କିଛି ବଡ଼ ଘଟଣା ଘଟିବାକୁ ଯାଉଛି କି? ଜାଣନ୍ତୁ…

ଓ୍ବାଶିଂଟନ/ଟୋକିଓ,୩୦।୧୦: ବିଶ୍ୱର ଅନେକ ବିକଶିତ ଦେଶ ନିଜ ନାଗରିକମାନଙ୍କୁ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିବାକୁ ପରାମର୍ଶ ଦେଉଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା, ଯୁକ୍ତରାଜ୍ୟ…

ମୋବାଇଲ ୟୁଜର୍ସଙ୍କ ପାଇଁ ନଭେମ୍ୱର ୧ରୁ ନୂଆ ନିୟମ: ଅଜଣା ନମ୍ୱରରୁ କଲ୍‌ ଆସିଲେ…

ନୂଆଦିଲ୍ଲୀ,୩୦।୧୦: ଏବେ କୌଣସି ଅଜଣା ନମ୍ୱରରୁ ଫୋନ କଲ ଆସିଲେ କିଏ କଲ କରୁଛି ତାହା ଜାଣିବା ପାଇଁ ଆପଣଙ୍କୁ ଆଉ ଚିନ୍ତା ହେବାକୁ ପଡ଼ିବ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?