ସିଏମ୍‌ସି କାଉନ୍‌ସିଲ ବୈଠକ: ୧୨୦୦ କୋଟିର ଚିଠା ବଜେଟ ଉପସ୍ଥାପିତ

କଟକ,୧୩ା୨(କାର୍ତ୍ତିକ ସାହୁ): କଟକ ମହାନଗର ନିଗମ (ସିଏମ୍‌ସି)ର ୨୮ତମ କାଉନସିଲ ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ୧୨୦୦ କୋଟି ଟଙ୍କାର ଚିଠା ବଜେଟ ଉପସ୍ଥାପନ କରାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ସିଏମ୍‌ସି ବିଭିନ୍ନ କ୍ଷେତ୍ରରୁ ୧୨୧୬ କୋଟି ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖିଛି। ମାତ୍ର ୧୨୦୯ କୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରଖିଛିି। ଆୟ କ୍ଷେତ୍ରରେ ଟିକସ ଓ ରାଜସ୍ବରୁ ୫୭୮୦ ଲକ୍ଷ, ଅକ୍ଟ୍ରାଇ ଓ ଏଣ୍ଟ୍ରି ଟିକସ ବାବଦକୁ ୧୦୦ କୋଟି, ୟୁଜର୍ସ ଚାର୍ଜେସ ବାବଦକୁ ୬୨୨ ଲକ୍ଷ, ରେଣ୍ଟାଲ ଇନ୍‌କମ୍‌ରେ ୬୦୧ ଲକ୍ଷ, ଦେୟ ଓ ଜରିମାନାରୁ ୯୨୯ ଲକ୍ଷ, ଅନ୍ୟାନ୍ୟ ଉତ୍ସରୁ ୯୩୪ ଲକ୍ଷ ଏବଂ ସରକାରଙ୍କ ଅନୁଦାନ ବାବଦକୁ ୧୦୨୭୪୦ ଲକ୍ଷ ଟଙ୍କା ଆସିବ ବୋଲି ଲକ୍ଷ୍ୟ ରଖାଯାଇଛି। ହେଲେ ବ୍ୟୟ କ୍ଷେତ୍ରରେ ଜେନେରାଲ ଆଡମିନିଷ୍ଟ୍ରେଶନ୍‌ ଏଷ୍ଟାବ୍ଲିଶମେଣ୍ଟ ଚାର୍ଜେସ୍‌ ବାବଦରେ ୧୭୭୭୪ ଲକ୍ଷ, ସ୍ବାସ୍ଥ୍ୟ ଓ ପରିମଳ କ୍ଷେତ୍ରରେ ୮୪୩୧ ଲକ୍ଷ, ପବ୍ଲିକ କନଭେନାନ୍ସ ବାବଦକୁ ୩୦୦ ଲକ୍ଷ, ଅନ୍ୟାନ୍ୟ କ୍ଷେତ୍ରରେ ୧୨୧୭ ଲକ୍ଷ, ଋଣ ବାବଦକୁ ୯୦୦ ଲକ୍ଷ ଏବଂ ନିର୍ମାଣାଧୀନ ପ୍ରକଳ୍ପ ବାବଦକୁ ୧୮୭୮୩ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ମୁକ୍ତା ଦେୟକୁ ନେଇ ହୋହଲ୍ଲା ହେବାରୁ ବଜେଟ ଉପରେ ସବିଶେଷ ଆଲୋଚନା ହୋଇ ନ ପାରି ଅଟକିଥିଲା। ପରବର୍ତ୍ତୀ ସମୟରେ ଏକ ସ୍ବତନ୍ତ୍ର ବଜେଟ ଅଧିବେଶନରେ ଚିଠା ବଜେଟ ଉପରେ ଆଲୋଚନା ହୋଇ ପୂର୍ଣ୍ଣାଙ୍ଗ ବଜେଟ ରାଜ୍ୟ ସରକାରଙ୍କୁ ପଠାଯିବା ପାଇଁ ନିଷ୍ପତ୍ତି ହୋଇଛି।
ପ୍ରକାଶ ଯେ, ବୁଧବାର ପୂର୍ବାହ୍ନରେ ବିଜୁ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକ ପ୍ରାରମ୍ଭରେ ମୁକ୍ତା ଯୋଜନାରେ ୱାର୍ଡୱାରୀ ହୋଇଥିବା ନନ୍‌ ଆକ୍ସନ ପ୍ଲାନ୍‌ କାର୍ଯ୍ୟରେ ଠିକାଦାରଙ୍କୁ ଦେୟ ପ୍ରଦାନକୁ ନେଇ ଭାଜପା ଓ କଂଗ୍ରେସ କର୍ପୋରେଟରମାନେ ମୁହଁାମୁହଁି ହୋଇଥିଲେ। କାଉନ୍‌ସିଲ ବୈଠକ ଆରମ୍ଭ ହେବା କ୍ଷଣି ଶାସକ ଓ ବିରୋଧୀ କର୍ପୋରେଟରମାନେ ମୁକ୍ତା ଯୋଜନାକୁ ନେଇ ହୋହଲ୍ଲା କରିଥିଲେ। ତତ୍କାଳୀନ ରାଜ୍ୟ ସରକାରଙ୍କ ସମୟରେ ମୁକ୍ତା ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନାରେ ୮୦ କୋଟି ଟଙ୍କାର କାର୍ଯ୍ୟ ହେବ ବୋଲି ସିଏମ୍‌ସି ବ୍ୟୟ ଅଟକଳ କରିଥିଲା। ପ୍ରଥମେ ଆକ୍ସନ୍‌ ପ୍ଲାନରେ ୪୮ କୋଟି ଟଙ୍କାର କାମ ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ନନ୍‌ ଆକ୍ସନ୍‌ ପ୍ଲାନରେ ଆଉ ୧୧ କୋଟିର ଅତିରିକ୍ତ କାର୍ଯ୍ୟ କରାଯାଇଥିଲା। ପୂର୍ବ ସରକାର ୪୦ କୋଟି ଟଙ୍କା ଦେଇଥିବାବେଳେ ନୂଆ ସରକାର ୮ କୋଟି ଟଙ୍କା ଏଥିପାଇଁ ଦେଇସାରିଛନ୍ତି। ହେଲେ ୧୧ କୋଟିର ନନ୍‌ ଆକ୍ସନ୍‌ ପ୍ଲାନ କାର୍ଯ୍ୟ ପାଇଁ ସରକାରଙ୍କଠାରୁ ଟଙ୍କା ମିଳିବା ଆଶା କମ୍‌ ରହିଛି ବୋଲି କର୍ପୋରେଟରମାନେ ଅଭିଯୋଗ ଉଠାଇଛନ୍ତି। ତେଣୁ ଏ ବାବଦ କାର୍ଯ୍ୟ ପାଇଁ ଠିକାଦାରମାନଙ୍କୁ ସିଏମ୍‌ସି ରାଜକୋଷରୁ ଟଙ୍କା ପ୍ରଦାନ କରିବାକୁ କଂଗ୍ରେସ ଓ ବିଜେଡିର କେତେଜଣ କର୍ପୋରେଟର ଦାବି କରିଥିଲେ। ମାତ୍ର ତିନିଜଣ ଭାଜପା କର୍ପୋରେଟର ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ। ନନ୍‌ ଆକ୍ସନ୍‌ ପ୍ଲାନରେ ପ୍ରକୃତ ତଦନ୍ତ ନ କରି ଅନୁମୋଦନ କରାଯିବାକୁ ବିରୋଧ ହୋଇଥିଲା। ମେୟର ସୁବାସ ସିଂ ବୁଝାସୁଝା କରିବା ସହ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ କହିଥିଲେ। ନ୍ୟାୟସଙ୍ଗତ ଭାବେ ପଦକ୍ଷେପ ନିଆଯିବ ବୋଲି ମେୟର ପ୍ରତିଶ୍ରୁତି ଦେବା ପରେ କର୍ପୋରେଟରମାନେ ଶାନ୍ତ ହୋଇଥିଲେ। ଏହି ବୈଠକରେ ସିଏମ୍‌ସି ଡେପୁଟି ମେୟର ଦମୟନ୍ତୀ ମାଝୀ, କମିଶନର ଅନାମ ଚରଣ ପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?