Posted inରାଜ୍ୟ

ଧାନ ଓ କପା ସହିତ ୧୪ଟି ଖରିଫ୍ ଫସଲର ଏମଏସପି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୬: ଧାନ ଓ କପା ସହିତ ୧୪ଟି ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ପ୍ରସ୍ତାବ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।

ଦେଶର କୃଷକ ଭାଇ ଭଉଣୀଙ୍କ ସାମୁହିକ ସ୍ବାର୍ଥ କୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ସ୍ବାଗତ କରିବା ସହ ଧନ୍ୟବାଦ ଦେଇଛନ୍ତି। ଏହାଦ୍ବାରା ଓଡ଼ିଶାର କୃଷକ ମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ସେ କହିଛନ୍ତି।

ବୁଧବାର କେନ୍ଦ୍ର ସରକାର ଧାନ, ରାଗି, ବାଜରା, ମକା, କପା ସମେତ ୧୪ ଖରିଫ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି। କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିଥିବା ସୂଚନ ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ”କୃଷକ କଲ୍ୟାଣ ପାଇଁ ଅନେକ ନିଷ୍ପତ୍ତି ମାଧ୍ୟମରେ ପରିବର୍ତ୍ତନ ସହିତ ନିରନ୍ତରତା ଉପରେ ଧ୍ୟାନ ଦେଉଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃତୀୟ କାର୍ଯ୍ୟକାଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜିର ଏହି ନିଷ୍ପତ୍ତି ସହିତ କୃଷକମାନେ ଏମଏସପି ଆକାରରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ପାଇବେ। ଯାହା ପୂର୍ବ ସିଜିନ୍ ତୁଳନାରେ ୩୫,୦୦୦ କୋଟି ଟଙ୍କା ଅଧିକ।”


Enter your email to get our daily news in your inbox.

All Right Reserved By Dharitri.Com

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ବିଜୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଜୁନିୟର ଷ୍ଟାଲିନ୍‌, କହିଲେ ମୋ ସହ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଏବଂ ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ମଙ୍ଗଳବାର ଦିନ ଟିଭିକେ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ଜନସଭାରେ…

କଳାହାଣ୍ଡି-ନୂଆପଡ଼ା ଲାଇଫ୍ ଲାଇନ୍ ତୁର୍କେଲ ପୋଲ ଅଚଳ: ୧୧ ମାସ ହେଲା ଯୋଗାଯୋଗ ବିଚ୍ଛିନ୍ନ, କଂଗ୍ରେସର ବିଶାଳ ପଦଯାତ୍ରା

ଭବାନୀପାଟଣା, ୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓ ନୂଆପଡ଼ା ଜିଲାର ‘ଲାଇଫ୍ ଲାଇନ୍’ କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ବ୍ରିଜ୍ ବିପଦସଂକୁଳ ହୋଇପଡ଼ିଥିବାରୁ ଗତ ୧୧ ମାସ…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

ଦାଦନ ସାଜିଲା ଅଭିଶାପ: କେରଳ ଯାଉଥିବା ବେଳେ ଥୁଆମୂଳ ରାମପୁରର ଆଉ ଜଣେ ଯୁବକ ନିଖୋଜ, ଚିନ୍ତାରେ ପରିବାର…

ଥୁଆମୂଳ ରାମପୁର, ୪।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ରେ ଦାଦନ ଶ୍ରମିକ ନିଖୋଜ ସମସ୍ୟା ଦିନକୁ ଦିନ ଅଧିକ ଉଦ୍‌ବେଗଜନକ ରୂପ ନେଉଛି। ନିଜ…

ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍…

ଭାରତକୁ ବଡ଼ ଝଟ୍‌କା: ଏସିଆନ୍‌ ଗେମ୍ସରେ ଖେଳିବେନି ହର୍ଡଲ୍ସ ଷ୍ଟାର ଶୀର୍ସେ, ଜାଣନ୍ତୁ…

ନୂଆଦିଲ୍ଲୀ,୪ା୮: ଆସନ୍ତା ମାସରେ ଜାପାନରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ୧୧୦ ମି. ହର୍ଡଲ୍ସ ଷ୍ଟାର ତେଜସ ଶୀର୍ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri