Posted inଜାତୀୟ

ପାଗକୁ ଦେଖି ଯାତ୍ରା କର, ଚାରିଧାମ ଯାତ୍ରାକୁ ନେଇ ମୁଖ୍ୟମନ୍ତ୍ରୀ ଧାମି କଲେ ଅପିଲ

ଡେରାଡୁନ,୧୧।୭: ଉତ୍ତରାଖଣ୍ଡରେ ପ୍ରବଳ ମୌସୁମୀ ବର୍ଷା ହେତୁ ବନ୍ୟା ଆଶଙ୍କା କରାଯାଉଛି। ନଦୀରେ ଜଳ ନିଷ୍କାସନ ଚାଲିଛି, ଅନେକ ସ୍ଥାନରେ ଭୂସ୍ଖଳନ ଯୋଗୁଁ ରାସ୍ତା ବନ୍ଦ ହୋଇଯାଇଛି। ଉତ୍ତରାଖଣ୍ଡର ଡେରାଡୁନ ସମେତ ୧୧ ଟି ଜିଲାରେ ବର୍ଷା ସତର୍କ ସୂଚନା ଜାରି କରାଯାଇଛି, ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ବହୁ ପରିମାଣରେ ପ୍ରସ୍ତୁତି ଚଳାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି, ପ୍ରତିବର୍ଷ ମୌସୁମୀ ଋତୁରେ ରାଜ୍ୟକୁ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡେ। ବର୍ଷା ସମ୍ପର୍କରେ ସଜାଗ ରହିବାକୁ ଏବଂ ସମନ୍ବୟ ରକ୍ଷା କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଧାମି କହିଛନ୍ତି , ଅତ୍ୟଧିକ ବର୍ଷା ହେତୁ ଭୂସ୍ଖଳନ, ନଦୀର ଜଳ ସ୍ତର ବଢିଥାଏ। ଯେଉଁଥିପାଇଁ ନଦୀ ଡ୍ରେନ ଗତି ବଦଳାଇଥାଏ ଏବଂ ରାଜ୍ୟକୁ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡେ। ସେ କହିଛନ୍ତି ଯେ ମୌସୁମୀଆସିବା ମାତ୍ରେ ଆମେ ସମସ୍ତେ ସତର୍କ ମୋଡରେ ଅଛୁ। ସମସ୍ତ ଜିଲା ମାଜିଷ୍ଟ୍ରେଟ, ବିପର୍ଯ୍ୟୟ ପରିଚାଳନାରେ ନିୟୋଜିତ ବ୍ୟକ୍ତି, କର୍ମଚାରୀ ସମସ୍ତଙ୍କୁ ସତର୍କ ମୋଡରେ ରହିବାକୁ କୁହାଯାଇଛି। ଯାହାଦ୍ୱାରା ବିପର୍ଯ୍ୟୟ ସମୟରେ ଏହାର ମୁକାବିଲା କରାଯାଇପାରିବ।

ଧାମି କହିଛନ୍ତି, ବର୍ଷା ସତର୍କତାକୁ ଦୃଷ୍ଟିରେ ରଖି ଆମର ସମସ୍ତ ସଂଗଠନ କାର୍ଯ୍ୟ କରୁଛନ୍ତି, ଯେଉଁଥିରେ ଏସଡିଆରଏଫ, ଏନଡିଆରଏଫ ଏବଂ ସେନାକୁ ମଧ୍ୟ ନିୟୋଜିତ କରାଯାଇଛି। ଏହି ସମସ୍ତଙ୍କୁ ପରସ୍ପର ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବାକୁ କୁହାଯାଇଛି । ଯାହା ବି ପରିସ୍ଥିତି ଆସେ, ଏହାର ସାମ୍ନା କରାଯିବ। ପ୍ରତ୍ୟେକ ପରିସ୍ଥିତିରେ ଲୋକଙ୍କୁ ସାହାଯ୍ୟ କରାଯିବ। ଏଥିସହ ଚାରିଧାମ ଯାତ୍ରାରେ ଆସୁଥିବା ଯାତ୍ରୀମାନଙ୍କୁ ଧାମି ସରକାର ଏକ ଆବେଦନ କରିଛନ୍ତି। ସେ କହିଛନ୍ତି ଯେ ଚାରିଧାମକୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ କେବଳ ପାଣିପାଗ ସତର୍କ ସୂଚନା ଦେଖିବା ପରେ ଯାତ୍ରା କରିବାକୁ ଅନୁରୋଧ କରାଯାଇଛି। ଭ୍ରମଣ କରିବା ପୂର୍ବରୁ ପାଣିପାଗ ବିଷୟରେ ଜାଣି ନିଅନ୍ତୁ ଏବଂ ପାଗ ଭଲ ଥିବାବେଳେ ଏବଂ ସମ୍ପୂର୍ଣ୍ଣ ସୂଚନା ପରେ ଯାତ୍ରା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?