ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ବାରବାଟୀ T20 ମ୍ୟାଚ୍ ଟିକେଟ୍, ଡିସେମ୍ବର ୧ରୁ ବିକ୍ରି ଆରମ୍ଭ

ଭୁବନେଶ୍ୱର,୩୦।୧୧: ଆସନ୍ତା ଡିସେମ୍ବର ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା T20 ଆନ୍ତର୍ଜାତିକ ମ୍ୟାଚ୍ ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ (OCA) ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଟିକେଟ୍ ପ୍ରଦାନ କରାଯାଇଛି।

OCA ସଭାପତି ପଙ୍କଜ ଲୋଚନ ମହାନ୍ତି ଏବଂ ସମ୍ପାଦକ ସଞ୍ଜୟ ବେହେରା ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ତାଙ୍କୁ ଭେଟି ଏହି ଟିକେଟ୍ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ OCA ପକ୍ଷରୁ ମ୍ୟାଚ୍‌ର ପ୍ରଥମ ଟିକେଟ୍ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ କରାଯାଇଥିଲା।

କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଡିସେମ୍ବର ୯ ତାରିଖ ସନ୍ଧ୍ୟା ୭ଟାରୁ ଖେଳାଯିବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବହୁ ପ୍ରତୀକ୍ଷିତ T20 ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଡିସେମ୍ବର ୧ ଅର୍ଥାତ ସୋମବାର ଠାରୁ ଆରମ୍ଭ ହେବ। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅନୁବନ୍ଧିତ ୟୁନିଟ୍, ଅନ୍‌ଲାଇନ୍ ଏବଂ ବକ୍ସ ଅଫିସ୍ (ଅଫଲାଇନ୍) ବିକ୍ରିକୁ ମିଶାଇ ମୋଟ ୨୩,୦୦୦ରୁ ଅଧିକ ଟିକେଟ୍ ବିକ୍ରି କରାଯିବ।

ଏଥିରେ ଅନଲାଇନ୍, ଅଫିଲିଏଟେଡ୍ ୟୁନିଟ୍ ଏବଂ ବକ୍ସ ଅଫିସ୍ ଟିକେଟ୍ ସାମିଲ ରହିଛି। ଅନଲାଇନ୍‌ରେ କେବଳ ପ୍ରାୟ ୨୦୦୦ ଟିକେଟ୍ Zomato ମାଧ୍ୟମରେ ବିକ୍ରି କରାଯିବ। ଅନଲାଇନ୍ ଟିକେଟ୍ ଡିସେମ୍ବର ୮ରେ ସକାଳ ୯ଟାରୁ ସନ୍ଧ୍ୟା ୬ଟା ଏବଂ ଡିସେମ୍ବର ୯ରେ ସକାଳ ୯ଟାରୁ ଅପରାହ୍ନ ୧ଟା Cambridge School ଠାରେ ରିଡିମ୍ କରାଯାଇ ପାରିବ।

ଅଫିଲିଏଟେଡ୍ ୟୁନିଟ୍‌ମାନଙ୍କ ପାଇଁ SBI ଦ୍ୱାରା OCA କନଫରେନ୍ସ ହଲ୍‌ରେ ଡିସେମ୍ବର ୩ ଓ ୪ ତାରିଖରେ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ଟିକେଟ୍ ବିକ୍ରି ହେବ। ସାଧାରଣ ଲୋକଙ୍କ ପାଇଁ ବାରବାଟୀ ଷ୍ଟାଡିୟମ୍ କାଉଣ୍ଟରରେ ଡିସେମ୍ବର ୫ ତାରିଖରୁ ସକାଳ ୯ଟାରୁ ସନ୍ଧ୍ୟା ୬ଟା ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ ଏବଂ ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ୍ ବୈଧ ପରିଚୟପତ୍ର ସହ କିଣିପାରିବେ। ଟିକେଟର ମୂଲ୍ୟ ଗ୍ୟାଲେରୀ ୭୦୦ ଟଙ୍କାରୁ ଆରମ୍ଭ ହୋଇ କର୍ପୋରେଟ୍ ବକ୍ସ ପାଇଁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ସୁରକ୍ଷା ଓ ସୁବିଧା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଖେଳାଳିଙ୍କ ଅଭ୍ୟାସ ଦେଖିବା ପାଇଁ ଗ୍ୟାଲେରୀ ନମ୍ବର ୬ ଓ ୭ ସାଧାରଣ ଜନତାଙ୍କ ପାଇଁ ଖୋଲାଯିବ। ଦର୍ଶକଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ଓ ଖାଦ୍ୟ ଷ୍ଟଲ୍ ଉପଲବ୍ଧ କରାଯିବ। ଦର୍ଶକଙ୍କ ସୁବିଧା ପାଇଁ କଟକରେ ତିନୋଟି ଫାନ୍ ପାର୍କ (ଉପର ବାଲିଯାତ୍ରା ପଡ଼ିଆ, ତଳ ବାଲିଯାତ୍ରା ପଡ଼ିଆ ଏବଂ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ୍) ସ୍ଥାପନ କରାଯିବ। ଉଭୟ ଦଳ ଡିସେମ୍ବର ୭ ତାରିଖରେ ଆସି ପରଦିନ ଅଭ୍ୟାସ କରିବେ ଏବଂ ମ୍ୟାଚ୍ ଦିନ ଦର୍ଶକଙ୍କ ପାଇଁ ଗେଟ୍ ମ୍ୟାଚ୍ ଆରମ୍ଭ ହେବାର ୩ ଘଣ୍ଟା ପୂର୍ବରୁ ଖୋଲାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଏକ ଛୋଟ ସହରର ପୁଅର ସ୍ବପ୍ନ’… ଜାତୀୟ ପୁରସ୍କାର ଜିତିବା ପରେ ଭାବବିହ୍ବଳ ହେଲେ କାର୍ତ୍ତିକ ଆର୍ଯ୍ୟନ; ଲେଖିଲେ ହୃଦୟସ୍ପର୍ଶୀ ପୋଷ୍ଟ

ମୁମ୍ବାଇ: ଗୁଜୁରାଟରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ସମ୍ମାନିତ କରିଥିଲେ। ଏହି ସମ୍ମାନ ପାଇଥିବା ବ୍ୟକ୍ତିବିଶେଷଙ୍କ…

ଭାଜପା ପାଇଁ ଆସିଲା ବଡ଼ ଖୁସି ଖବର: ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ…

ଶିଲଂ,୨୩।୯: ମେଘାଳୟର ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ ଭାଜପାରେ ଯୋଗ ଦେଉଛନ୍ତି। ଖ୍ଲିହରିଆଟ (Khliehriat) ବିଧାୟକ କାଇରମେନ ଶାଇଲାଙ୍କ ନେତୃତ୍ୱରେ ଏହି ବିଧାୟକମାନେ…

୨୮ ବର୍ଷ ପରେ ପଦକ ଜିତି ଇତିହାସ ସୃଷ୍ଟି କଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ,୨୩।୯: ମୀରାବାଇ ଚାନୁ ୨୦୨୬ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲରେ ମୋଟ ୧୯୮ କିଲୋଗ୍ରାମ ଓଜନ ଉଠାଇ ସେ ଏହି ରୌପ୍ୟ ପଦକ ହାସଲ…

ବମ୍ବେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ରାସ୍ତାରେ ବାଣ ଫୁଟାଇଲେ ହେବ…

ମୁମ୍ବାଇ,୨୩ା୯: ପର୍ବପର୍ବାଣୀ ସମୟରେ ହେଉଥିବା ପ୍ରବଳ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି…

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍‌ ଅନ୍ତର୍ଗତ ବଡ଼ନୂଆଗାଁ ଅଞ୍ଚଳରେ ବୁଧବାର ସକାଳେ ଭାଲୁ ଆକ୍ରମଣରେ ଜଣେ ଯୁବକ…

ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଲା ବିରାଟକାୟ ଗଛ: ଯାତାୟାତ ବାଧାପ୍ରାପ୍ତ

ମୋହନା, ୨୩।୯ (ମନ୍ମଥ ମିଶ୍ର): କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମୋହନା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବର୍ଷା ଯୋଗୁଁ ମୋହନା ଅନ୍ତର୍ଗତ…

ସୁନିତା ଆହୁଜା ନୁହେଁ ବରଂ କୋମଲ ରାଣୀଙ୍କ ସହ ‘ଲାଲବାଗଚା ରାଜା’ ଦର୍ଶନ କରିବାକୁ ଯାଇଥିଲେ ଗୋବିନ୍ଦା, ୟୁଜର୍ସ କହିଲେ…

ମୁମ୍ବାଇ,୨୩।୯: ଗତ କିଛି ସମୟ ଧରି ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଏକ ବିବାଦ ଚାଲିଆସୁଛି। ଗୋବିନ୍ଦାଙ୍କର ତାଙ୍କ ସହ-କଳାକାର କୋମଲ ରାଣୀଙ୍କ ସହ ସମ୍ପର୍କ…

ହାଡୁ ନାଏକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଦେବଗଡ଼,୨୩।୯(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ପୌରାଞ୍ଚଳ ରଜାମୁଣ୍ଡା ସାହିରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ ଉତ୍ତେଜନା। ରଜାମୁଣ୍ଡା ଛକ ନିକଟ ପୁରୁଣା ଏନଏଚରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?