Posted inଜାତୀୟ

ଚନ୍ନିଙ୍କ ଅଭିଯୋଗ: ମୋଦିଙ୍କ ରାଲି ଯୋଗୁ ତାଙ୍କ ହେଲିକପ୍ଟର ଉଡାଣକୁ ମିଳିଲା ନାହିଁ ଅନୁମତି

ଚଣ୍ଡିଗଡ଼,୧୪ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କ ଗସ୍ତକୁ ନେଇ ପୁଣି ବିବାଦ ଦେଖାଦେଇଛି । ମୋଦିଙ୍କ ଗସ୍ତ ଯୋଗୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ହେଲିକପ୍ଟରକୁ ଉଡାଣ ଅନୁମତି ମିଳି ନ ଥିବା ଅଭିଯୋଗ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କାରଣରୁ ସୋମବାର ପଞ୍ଜାବରେ ନୋ ଫ୍ଲାଇଂ ଜୋନ ଘୋଷଣା କରାଯାଇଥିଲା । କିନ୍ତୁ ଚନ୍ନିଙ୍କୁ ଚଣ୍ଡିଗଡ଼ରୁ ହୋଶିୟାରପୁର ଯିବାର ଥିଲା । ସେଠାରେ ସେ ରାହୁଲ ଗାନ୍ଧୀଙ୍କ ରାଲିରେ ଯୋଗ ଦେଇଥାଆନ୍ତେ । ଏହି ବିବାଦକୁ ନେଇ ଚନ୍ନି କହିଛନ୍ତି, ରାଜନୀତି ଯୋଗୁ ତାଙ୍କ ହେଲିକପ୍ଟରକୁ ଉଡିବା ପାଇଁ ଅନୁମତି ମିଳିଲା ନାହିଁ । ତେବେ ପ୍ରଚାର କରିବାକୁ ଯିବାଲାଗି ନ ଦେବା ଠିକ୍ ନୁହେଁ । ଏହି ଘଟଣାକୁ ନେଇ ସୁନୀଲ ଜାଖଡ ହୋଶିୟାରପୁର ରାଲିରେ ମଞ୍ଚ ଉପରେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଆସିବା ସ୍ଥିର ହୋଇ ସାରିଥିଲା । ହେଲେ ଏହା ଦୁଖଦାୟକ ଯେ ତାଙ୍କୁ ଆସିବାକୁ ଅନୁମତି ଦିଆଗଲା ନାହିଁ । ଯଦି ନିର୍ବାଚନ କମିଶନ ଏହା ଉପରେ କିଛି ବିଚାର ନ କରିବେ ତେବେ ମୁଁ ଭାବିବି ଏହି ନିର୍ବାଚନ କେବଳ ଲୋକ ଦେଖାଣିଆ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଜାନୁୟାରୀ ୫ରେ ଯେତେବେଳେ ମୋଦି ପଞ୍ଜାବ ଗସ୍ତରେ ଆସିଥିଲେ ବର୍ଷା ଯୋଗୁ ତାଙ୍କୁ ସଡ଼କ ପଥରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବାର ଥିଲା । ହେଲେ ହଠାତ୍ ତାଙ୍କୁ ବାଟରେ କେତେଜଣ ପ୍ରଦର୍ଶନକାରୀ ଅଟକାଇ ଦେଇଥିଲେ । ଫଳରେ ସେ ଖୁବ୍ ବିବ୍ରତ ହୋଇ ପଡିଥିଲେ । ୨୦ ମିନିଟ ପର୍ଯ୍ୟନ୍ତ ସେ ଏକ ଅସୁରକ୍ଷିତ ସ୍ଥାନରେ ଅଟକି ରହିଥିଲେ । ଏହାପରେ ପଞ୍ଜାବ ରାଜନୀତିରେ ଆସିଥିଲା ଉଷ୍ମତା ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri