Posted inଜାତୀୟ

ମୁହଁ ଖୋଲିଲେ ଗେହଲଟ

ଜୟପୁର,୨୪ ।୪: ରାଜସ୍ଥାନରେ କିଛିଦିନ ହେବ ଅନୁମାନ ଲଗାଯାଉଛି କି ମୁଖ୍ୟମନ୍ତ୍ରୀ ବଦଳି ପାରନ୍ତି । ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସେ ଜୟପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଖବରଦାତାଙ୍କ ସହ କଥା ହେବା ଅବସରରେ କହିଛନ୍ତି ମୁଁ ୨-୩ ଦିନ ହେବ ଏକଥା ଶୁଣୁଛି ଯେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବଦଳିବେ । ହେଲେ ଏହାସବୁ କେବଳ ଶୁଣାକଥା । ଏଥିରେ କୌଣସି ସତ୍ୟତା ନାହିଁ । ସେ କହିଛନ୍ତି ମିଡିଆରେ ଏମିତି ଚର୍ଚ୍ଚା ଚାଲିଛି ଯେ ମୁଖ୍ୟମନ୍ତ୍ରୀ ବଦଳୁଛନ୍ତି, ସରକାର ବଦଳୁଛି । ହେଲେ ଏମିତି କଥା ଶୁଣନ୍ତୁ ନାହିଁ କାରଣ ଏହାଦ୍ୱାରା ଗଭର୍ନାନ୍ସ ଉପରେ ପ୍ରଭାବ ପଡିଥାଏ ।
ଗେହଲଟ ଆହୁରି ମଧ୍ୟ କହିଛନ୍ତି ମୋର ଇସ୍ତଫା ପରମାନେଣ୍ଟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖରେ ପଡିରହିଛି । ଯେବେ ସେ ଚାହିଁ ସେତେବେଳେ କାର୍ଯ୍ୟକାରୀ କରିବେ । ଏହି କାମ ରାତାରାତି ହୋଇଯିବ କାହା କାନରେ ଖବର ବି ପଡିବ ନାହିଁ । ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ଦିଲ୍ଲୀରେ ସଚ୍ଚିନ ପାଇଲଟ ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଅଚାନକ ଅନୁମାନ କରାଯାଇଥିଲା କି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବଦଳିବେ । ଏହାକୁ ନେଇ ଚର୍ଚ୍ଚା ବି ଜୋର ଧରିଥିଲା । ଏହି ଖବରକୁ ଦେଖି ଏବେ ଗେହଲଟ ମୁହଁ ଖୋଲିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ମିଳିବ କରୋନା ଭ୍ୟାକସିନ୍‌!

ନୂଆଦିଲ୍ଲୀ,୨୩।୪: କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୨୧୦ ଦେଶକୁ ବ୍ୟାପିଥିବା ବେଳେ ଏବେ ଏହା ଆମେରିକାରେ ସର୍ବାଧିକ ଲୋକଙ୍କ ଜୀବନ ନେଲାଣି। ଏହି ଭାଇରସର...

ଧର୍ମ ନାମରେ ଦେଶ ବିଭାଜନ ଷଡ଼ଯନ୍ତ୍ର କରୁଛି ଭାଜପା

ନୂଆଦିଲ୍ଲୀ,୧୮ା୫(ପି.ଟି.): ଧର୍ମ ନାମରେ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି ଭାଜପା ଦେଶ ବିଭାଜନ ଲାଗି ଷଡ଼ଯନ୍ତ୍ର ଚଳାଇଥିବା ମଙ୍ଗଳବାର କଂଗ୍ରେସ ଅଭିଯୋଗ କରିଛି। ଲୋକଙ୍କୁ...

ଦିଲ୍ଲୀରେ ପହଞ୍ଚିଲେ ମାଇକ୍‌ ପୋମ୍ପିଓ-ମାର୍କ ଏସ୍ପର

ନୂଆଦିଲ୍ଲୀ, ୨୬।୧୦: ଆମେରିକା ବହିର୍ବ୍ୟାପାର ମନ୍ତ୍ରୀ ଭାରତ ଗସ୍ତରେ ଆସି ସୋମବାର ଅପରାହ୍ନରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର ମଧ୍ୟ...

ପଞ୍ଜାବକୁ ନେଇ ନିଆଯାଇନାହିଁ କୌଣସି ଅନ୍ତିମ ନିଷ୍ପତ୍ତି: ହରିଶ

ନୂଆଦିଲ୍ଲୀ,୧୬।୭: ପଞ୍ଜାବରେ ଥମୁନି ରାଜନୈତିକ ଝଡ଼। ଆସନ୍ତା ବର୍ଷ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ...

କେବେ ଆସିବ କରୋନା ଟିକା, ଏମିତି କହିଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୩।୮: କରୋନା ମହାମାରୀ ମଧ୍ୟରେ ବିଶ୍ୱର ଅନେକ ଦେଶ ଏହାର ଟିକା ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି। ରୁଷ ବିଶ୍ୱର ପ୍ରଥମ କରୋନା ଟିକା ପ୍ରସ୍ତୁତ...

ଭାରତର ସମସ୍ତ ରାଜ୍ୟପାଳଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୭।୩: ସାରା ଦେଶରେ ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇଛି। କରୋନା ସହ ମୁକାବିଲା ପାଇଁ କେନ୍ଦ୍ର ସରକାର ସାରାଦେଶରେ ଲକ୍‌ଡାଉନ୍‌...

କେନ୍ଦ୍ର ସରକାର-ଟୁଇଟରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ,୧୨ ।୨: କେନ୍ଦ୍ର ସରକାର ଓ ଟୁଇଟରକୁ ସୁପ୍ରିମକୋର୍ଟ ଶୁକ୍ରବାର ଏକ ଜନହିତକର ଆବେଦନର ଶୁଣାଣି ସମୟରେ ନୋଟିସ ଜାରି କରିଛନ୍ତି । ସୁପ୍ରିମକୋର୍ଟ କେନ୍ଦ୍ର,...

୪ ଦିନରେ ପେଟ୍ରୋଲ ୮୪ ପଇସା ବୃଦ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର,୮।୫: ଦ୍ରୁତ ସଂକ୍ରାମକ ସାଜିଥିବା କରୋନାର ୨ୟ ଲହର ସହ ଦେଶ ସଂଗ୍ରାମ ଚଳାଇଥିବା ବେଳେ ତୈଳ ଦର ଲଗାତର ବୃଦ୍ଧି ଘଟିଚାଲିଛି। ଗତ ୪...

Advertisement
Archives

Model This Week