
ନୂଆଦିଲ୍ଲୀ,୨୦।୧୦: ଦିଲ୍ଲୀରେ ମହାନଗର ନିଗମ ନିର୍ବାଚନ(ଏମ୍ସିଡି ନିର୍ବାଚନ)କୁ ନେଇ ରାଜନୀତି ସରଗରମ ହୋଇଛି। ବିଶେଷ ଭାବେ ଶାସକ ଆମ୍ ଆଦମୀ ପାର୍ଟି(ଏଏପି) ଏବଂ ଭାଜପା ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଛି। ଦିଲ୍ଲୀ ତେହେଖଣ୍ଡରେ ବର୍ଜ୍ୟବସ୍ତୁ-ଶକ୍ତି କାରଖାନାର ଉଦଘାଟନ କରି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଯଦି ଏମସିଡିରେ ଭାଜପା କ୍ଷମତା ପାଏ ତେବେ ସେ ଦିଲ୍ଲୀକୁ ଅଳିଆ ମୁକ୍ତ କରିବେ। ୨୦୨୫ ସୁଦ୍ଧା,୧୦୦% ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ହେବ। ଏହା ଉପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରି କହିଛନ୍ତି, ୧୫ ବର୍ଷରେ ଯେଉଁ କାମ କରିପାରିଲ ନାହିଁ, ପୁଣି ଆଉ ୩ ବର୍ଷ ଦରକାର। ଲୋକ ତୁମ ଉପରେ କାହିଁକି ଭରସା କରିବେ। ଛାଡିଦିଅ, ତୁମଦ୍ୱାରା ହେବ ନାହିଁ, ଏବେ ଆମେ ଦିଲ୍ଲୀକୁ ଆବର୍ଜନା ମୁକ୍ତ କରି ଦେଖାଇବୁ।
15 साल से जो काम आप नहीं कर पाये, अब आपको तीन साल और चाहिए? जनता आप पर भरोसा क्यों करे? आप रहने दीजिए। आपसे नहीं होगा। अब हम दिल्ली को कूड़ा मुक्त करके दिखाएँगे। https://t.co/RAXat6KaiZ
— Arvind Kejriwal (@ArvindKejriwal) October 20, 2022