Posted inଜାତୀୟ

ଇଡିର ଚତୁର୍ଥ ସମନରେ ବି ହାଜର ହେବେ ନାହିଁ କେଜ୍‌ରିଓ୍ବାଲ! ଗୋଆ ଗସ୍ତରେ ଯିବେ…

ନୂଆଦିଲ୍ଲୀ,୧୮।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚତୁର୍ଥ ସମନକୁ ମଧ୍ୟ ଏଡ଼ାଇ ଯାଇପାରନ୍ତି। ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ଗୁରୁବାର ହାଜର ହେବାକୁ କହିଥିଲା। ହେଲେ କେଜ୍‌ରିଓ୍ବାଲଙ୍କର ୩ ଦିନିଆ ଗୋଆ ଗସ୍ତର କାର୍ଯ୍ୟକ୍ରମ ରହିଛି। ସେ ଧାର୍ଯ୍ୟ ସମୟ ଅର୍ଥାତ ଗୁରୁବାର ଗୋଆ ଯିବେ। ସେଠାରେ ସେ ଆଗାମୀ ଲୋକ ସଭା ନିର୍ବାଚନ ଲାଗି ରାଜ୍ୟରେ ଦଳର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।

ବୁଧବାର ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଖବରଦାତାଙ୍କ ପ୍ରଶ୍ନର ଜବାବରେ କେଜ୍‌ରିଓ୍ବାଲ କହିଥିଲେ, ଆମେ ଆଇନ ଅନୁଯାୟୀ କାମ କରିବୁ। ହେଲେ ଭାଜପା ଲଗାତାର ଭାବେ ତାଙ୍କୁ ପଳାତକ ଭାବେ ବ୍ୟବହାର କରୁଥିବା କହି କଟାକ୍ଷ କରୁଛି। ଆଗାମୀ ଦିନରେ ଇଡି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବୋଲି ଦଳର ମୁଖପାତ୍ର ପ୍ରବୀଣ ଶଙ୍କର କହିଛନ୍ତି।

କହିରଖୁଛୁ, ପୂର୍ବରୁ କେଜ୍‌ରିଓ୍ବାଲଙ୍କୁ ଗତ ୩ ଥର ସମନ(ନଭେମ୍ବର ୨, ଡିସେମ୍ବର ୨୨ ଏବଂ ଜାନୁୟାରୀ ୩)କୁ ଅବୈଧ ଏବଂ ରାଜନୀତି ପ୍ରଣୋଦିତ କହି ଏଡାଇ ଯାଇଥିଲେ। ଏହାପରେ ଜାନୁଆରୀ ୧୩ରେ ଇଡି ଚତୁର୍ଥ ସମନ ପଠାଇଥିଲା। ଏଏପି ଦ୍ୱାରା କେଜ୍‌ରିଓ୍ବାଲ ଙ୍କ ୩ ଦିନିଆ ଗୋଆ ଗସ୍ତ ନେଇ ଘୋଷଣା କରାଯିବାର ଦିନକ ପରେ ଏହି ସମନ ଜାରି କରାଯାଇଥିଲା। ନିର୍ବାଚନ ପ୍ରଚାରକୁ ରୋକିବା ଲାଗି ଇଡି ସମନ ପଠାଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କୁ ସନ୍ଦେହ କରିବାର କାରଣ ନାହିଁ: ସିଇସି ନିଯୁକ୍ତି ପ୍ରକ୍ରିୟାକୁ ନେଇ କେନ୍ଦ୍ରର ସଫେଇ

ନୂଆଦିଲ୍ଲୀ,୧ା୮:ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ଅନ୍ୟ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପାଇଁ ଏକ ସ୍ବାଧୀନ ଓ ନିରପେକ୍ଷ ପ୍ରକ୍ରିୟା ଜରୁରୀ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଥିଲେ।…

‘ତାଙ୍କ ପାଦ ଧୋଇ ସେହି ପାଣି ପିଇବାକୁ ଚାହେଁ’, ପିଏମ ମୋଦିଙ୍କୁ ବିଷ୍ଣୁଙ୍କ ଅବତାର ବୋଲି କହି ଚର୍ଚ୍ଚାରେ ଅଭିନେତା

ନୂଆଦିଲ୍ଲୀ,୧।୮: ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ପିଏମ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା…

ଔଷଧ କିଣିବା ପୂର୍ବରୁ ଜାଣନ୍ତୁ! ଆଜିଠୁ ବଦଳିଲା ୨୩ଟି ମେଡିସିନର ଦାମ୍‌

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ଆଜି ଅଗଷ୍ଟ ୧ରୁ ଔଷଧର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ୨୨ଟି ଔଷଧ ଏବଂ ଫିକ୍ସଡ ଡୋଜ କମ୍ବିନେସନର ନୂତନ ଖୁଚୁରା…

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଧର୍ମ ପଚାରି କଲେ ଗୁଳି

ଶ୍ରୀନଗର,୧।୮: ଜମ୍ମୁ-କଶ୍ମୀରର କୁଲଗାମରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣ ହୋଇଛି। କୁଲଗାମ ଜିଲାର ଏକ ଇଟାଭାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି…

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

LPG ପରେ ଏବେ ପେଟ୍ରୋଲ-ଡିଜେଲକୁ ନେଇ ବଡ଼ ଖବର, ଜାରି ହେଲା ନୂଆ ମୂଲ୍ୟ

ନୂଆଦିଲ୍ଲୀ,୧।୮: ଆଜିଠାରୁ ନୂତନ ମାସ ଅର୍ଥାତ୍‌ ଅଗଷ୍ଟ ୧, ୨୦୨୬ର ଶୁଭାରମ୍ଭ ହୋଇଯାଇଛି। ସକାଳୁ ସକାଳୁ ଯେଉଁଠାରେ କମର୍ସିଆଲ ଏଲପିଜି ସିଲିଣ୍ଡରର ଦର ହ୍ରାସ ପାଇଥିବାର ଖବର…

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

ପିଏମ ମୋଦିଙ୍କ ନୂଆ ଭିଡିଓ ବାର୍ତ୍ତା: କହିଲେ-ମୋତେ ଗାଳି ଦେଇଥିବା ପିଲାମାନଙ୍କୁ…

ନୂଆଦିଲ୍ଲୀ,୧।୮: ଜନ୍ତର-ମନ୍ତରରେ ଛାତ୍ର ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଅନେକ ପିଲା ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ, ଯେଉଁଥିପାଇଁ ସେମାନେ ଭାଜପା ସମର୍ଥକଙ୍କ ଟାର୍ଗେଟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri