ବାଦଲଫଟା ବର୍ଷା

ବନ୍ୟା ବାତ୍ୟା ଭଳି ବାଦଲ ଫାଟିବା ଏକ ପ୍ରାକୃତିକ ବିତ୍ପାତ। ଏହା ବିଶେଷକରି ସମୁଦ୍ର ପତ୍ତନଠାରୁ ଯଥେଷ୍ଟ ଉଚ୍ଚରେ ଥିବା ପାର୍ବତ୍ୟାଞ୍ଚଳରେ ସଂଘଟିତ ହୋଇଥାଏ। ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅଚାନକ ବନ୍ୟା ଆସେ ଏବଂ ଘରଦ୍ୱାର ପାଣିରେ ଭସେଇ ନିଏ, ଯାହା ଧନଜୀବନ ହାନିର କାରଣ ସାଜିଥାଏ। ଏଥିରେ ସାରା ବିଶ୍ୱରେ ପ୍ରତି ବର୍ଷ ବହୁ ଧନଜୀବନ ହାନି ଘଟିଥାଏ। ଚଳିତ ବର୍ଷ ଅଗଷ୍ଟ ୧୪ରେ ଜମ୍ମୁ-କଶ୍ମୀରର ମଚେଲ ମାତା ମନ୍ଦିରକୁ ଯିବା ମାର୍ଗରେ କିସ୍ତୱାଡା ଜିଲାର ସମୁଦ୍ର ପତ୍ତନରୁ ୯୫୦୦ ଫୁଟ ଊର୍ଦ୍ଧ୍ୱରେ ଥିବା ଚାସୋଟି ଗ୍ରାମ ନିକଟରେ ବାଦଲ ଫାଟିବା କାରଣରୁ ୪୬ ଜଣ ତୀର୍ଥଯାତ୍ରୀଙ୍କ ମତ୍ୟୁ ଘଟିଥିଲା ଏବଂ ଶତାଧିକ ବ୍ୟକ୍ତି ଆହତ ହୋଇଥିଲେ। ୨୦୨୪ ଜୁଲାଇ ୩୧ ତାରିଖ ଏବଂ ଚଳିତ ବର୍ଷ ଅଗଷ୍ଟ ୫ ତାରିଖରେ ଉତ୍ତରାଖଣ୍ଡ ରାଜ୍ୟର ହିମାଳୟ ପାର୍ବତ୍ୟାଞ୍ଚଳରେ ବାଦଲ ଫାଟିବା କାରଣରୁ ଅଚାନକ ବନ୍ୟା ଆସି ଧନଜୀବନର ବ୍ୟାପକ କ୍ଷତି ଘଟିଥିଲା। ସେହିପରି ଗତ ୨୦୨୨ ମସିହା ଜୁଲାଇ ୮ ତାରିଖ ଦିନ ଜମ୍ମୁ-କଶ୍ମୀରର ପବିତ୍ର ଅମରନାଥ ଗୁମ୍ଫା ରାସ୍ତାର ପହଲଗାମ୍‌ ନିକଟରେ ବାଦଲ ଫାଟିବା କାରଣରୁ ଅଚାନକ ବନ୍ୟା ଆସି ୧୫ ଜଣଙ୍କ ମୃତ୍ୟୁ ଘଟିବା ସାଙ୍ଗକୁ ବହୁ ଲୋକ ଆହତ ହୋଇଥିଲେ। ତା’ ସହ ଅନେକ ଅସ୍ଥାୟୀ ଶିବିର, ଭୋଜନାଳୟ ଓ ଲାଙ୍ଗରର ତମ୍ବୁ ପାଣିରେ ଭାସିଯାଇଥିଲା। ଫଳରେ ଅମରନାଥ ଯାତ୍ରାକୁ ଅସ୍ଥାୟୀ ରୂପେ ସ୍ଥଗିତ କରିବାକୁ ପଡ଼ିଥିଲା। ତେବେ ପ୍ରଶ୍ନ ଉଠେ : ଏହି ବାଦଲ ଫାଟିବା କ’ଣ ଏବଂ ଏହାର କାରଣ କ’ଣ।
କୌଣସି ୨୦ ରୁ ୩୦ ବର୍ଗ କି.ମି. ପରିମିତ ସୀମିତ ଅଞ୍ଚଳ ମଧ୍ୟରେ ଏକ ଘଣ୍ଟା କିମ୍ବା ତା’ଠାରୁ କମ୍‌ ସମୟ ମଧ୍ୟରେ ୧୦୦ ମି.ମି. ରୁ ଅଧିକ ବୃଷ୍ଟିପାତ ହେଲେ ତାହାକୁ ‘ବାଦଲ ଫାଟିବା’ ଘଟଣା କହନ୍ତି। ପୂର୍ବେ ବିଶ୍ୱାସ କରାଯାଉଥିଲା ଯେ, ଆକାଶର ବାଦଲ ଏକ ଜଳ ପୂର୍ଣ୍ଣ ବେଲୁନ ସଦୃଶ ଏବଂ ଏହା ଫାଟିଗଲେ ଏଥିରେ ଥିବା ସମସ୍ତ ଜଳରାଶି ବର୍ଷା ଆକାରରେ ଅଚାନକ ତଳକୁ ଖସିପଡ଼େ। ସେଥିପାଇଁ ଏହାକୁ ପୂର୍ବେ ବାଦଲ ଫାଟିବା (Cloud Bursting) ବୋଲି କୁହାଯାଉଥିଲା। ମାତ୍ର ଏହି ଧାରଣା ଠିକ୍‌ ନୁହେଁ। ସ୍ବଳ୍ପ ସମୟ ମଧ୍ୟରେ ଅତି ସୀମିତ ସ୍ଥାନରେ ଅଚାନକ ଅତ୍ୟଧିକ ବର୍ଷା ହୋଇଗଲେ ଏହାକୁ ‘ବାଦଲ ଫାଟିବା’ ଘଟଣା କୁହାଯାଏ। ତଥାପି ପୂର୍ବର ଏହି ନାମକରଣ ଏବେବି ରହିଯାଇଛି। ପୂର୍ବର ଏହି ଅଜବ ନାମକରଣ ଏବେ ମଧ୍ୟ ପ୍ରଚଳିତ ହେଉଛି।
ଏବେ ଆସନ୍ତୁ, ବାଦଲ ଫାଟିବାର କାରଣ ଜାଣିବା। ଯେତେବେଳେ ଜଳୀୟବାଷ୍ପ ଭରା ମୌସୁମୀ ବାୟୁ କୌଣସି ଉଚ୍ଚ ପର୍ବତରେ ବାଧା ପାଇ ଏହାର ତୀଖ ପୃଷ୍ଠ ଦେଇ ଉପରକୁ ଉଠିବା ପାଇଁ ବାଧ୍ୟ ହୁଏ, ଏହା ଅଚାନକ ପ୍ରସାରିତ ହୋଇ ଶୀତଳତା ସୃଷ୍ଟିକରେ। ଏଥିରେ ଥିବା ସମସ୍ତ ଜଳୀୟବାଷ୍ପ ଘନୀଭୂତ ହୋଇ ଜଳକଣାରେ ପରିଣତ ହୁଏ। ମାତ୍ର ଏହି ଜଳକଣା ଊର୍ଦ୍ଧ୍ୱକୁ ଉଠୁଥିବା ବାୟୁସ୍ରୋତର ସଂଘାତରେ ତଳେ ଖସି ନ ପଡ଼ି ଆକାଶରେ ବିପୁଳ ଜଳକଣା ଭରା ଏକ ବିଶାଳ ପିଣ୍ଡ ରୂପରେ ଜମା ହୋଇ ରହେ। ଜଳୀୟବାଷ୍ପ ଭରା ଏହି ବିଶାଳ ପିଣ୍ଡ କିନ୍ତୁ ବାସ୍ତବରେ ଅତ୍ୟନ୍ତ ଅସ୍ଥିର ଓ ଅସ୍ଥାୟୀ ଅଟେ। ସମୟକ୍ରମେ, ଊର୍ଦ୍ଧ୍ୱକୁ ଉଠୁଥିବା ବାୟୁସ୍ରୋତ ଦୁର୍ବଳ ହୋଇଗଲେ, ଏହି ପିଣ୍ଡର ସମସ୍ତ ଜଳକଣା ଏକାବେଳକେ ତଳକୁ ଖସି ପଡ଼ିଥାଏ। ଏହାକୁ ‘ବାଦଲ ଫାଟିବା’ ଘଟଣା କୁହାଯାଏ। ଏହା ଅଚାନକ ବନ୍ୟା ସୃଷ୍ଟି କରେ।
ଆମ ଭାରତରେ ବିଶେଷ କରି ହିମାଳୟ ଅଞ୍ଚଳରେ ବାଦଲ ଫାଟିବା ଏକ ସାଧାରଣ ଘଟଣା। କିଛି ବାଦଲ ଫାଟିବା ଘଟଣା ମଧ୍ୟ ସମତଳ ଭୂମିରେ ଲକ୍ଷ୍ୟ କରାଯାଏ। ୧୯୦୮ ମସିହା ସେପ୍ଟେମ୍ବର ୨୮ ତାରିଖରେ ବାଦଲ ଫାଟିବା ଯୋଗୁଁ ତେଲଙ୍ଗନା ରାଜ୍ୟର ମୁସି ନଦୀରେ ଅଚାନକ ଜଳସ୍ତର ୩ ରୁ ୪ ମିଟର ବୃଦ୍ଧି ପାଇଥିଲା। ଏହାଦ୍ୱାରା ପ୍ରବଳ ବନ୍ୟା ଆସି ନଦୀ କୂଳରେ ଥିବା ୧୫,୦୦୦ ଲୋକଙ୍କ ମୃତ୍ୟୁ ଘଟିବା ସାଙ୍ଗକୁ ସମୁଦାୟ ୮୦,୦୦୦ ଘର ଭାସିଯାଇଥିଲା। ୧୯୭୦ ମସିହା ଜୁଲାଇ ୨୦ ତାରିଖରେ ଅଳକାନନ୍ଦା ନଦୀର ଉପରମୁଣ୍ଡ ଜଳଗ୍ରହଣ କ୍ଷେତ୍ରରେ ବାଦଲ ଫାଟିବା ଦ୍ୱାରା ଅଚାନକ ବନ୍ୟା ଆସି ୧୩ଟି ସେତୁ, ୩୦ଟି ତୀର୍ଥଯାତ୍ରୀ ବସ୍‌ ସମେତ ଏକ ବସ୍ତି ସମ୍ପୂର୍ଣ୍ଣ ଭାସିଯାଇଥିଲା। ୧୯୯୭ ମସିହା ଅଗଷ୍ଟ ୧୫ ତାରିଖରେ ହିମାଚଳ ପ୍ରଦେଶର ସିମଲା ଜିଲାର ଚିଦଗାଓଁଠାରେ ବାଦଲ ଫାଟିବା କାରଣରୁ ୧୧୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ୧୯୯୮ ମସିହା ଅଗଷ୍ଟ ୧୭ ତାରିଖରେ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ବାଦଲ ଫାଟିବା ଯୋଗୁଁ ଭୂସ୍ଖଳନ ଘଟି ବହୁ କୈଳାଶ-ମାନସରୋବର ତୀର୍ଥଯାତ୍ରୀଙ୍କ ସମେତ ସମୁଦାୟ ୨୫୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ୨୦୦୩ ଜୁଲାଇ ୧୬ ତାରିଖରେ ହିମାଚଳ ପ୍ରଦେଶର ଶିଲାଗଡ଼ଠାରେ ବାଦଲ ଫାଟିବାରୁ ଅଚାନକ ବନ୍ୟା ଆସି ୪୦ ଜଣ ଲୋକଙ୍କ ପ୍ରାଣହାନି ଘଟିଥିଲା। ୨୦୦୫ ମସିହା ଜୁଲାଇ ୨୬ ତାରିଖରେ ବାଦଲ ଫାଟିବା ଯୋଗୁ ବାଣିଜ୍ୟ ନଗରୀ ମୁମ୍ବାଇରେ ୮ ଘଣ୍ଟା ସମୟ ମଧ୍ୟରେ ୯୫୦ ମି.ମି. ବୃଷ୍ଟିପାତ ହୋଇଥିଲା, ଯାହାଦ୍ୱାରା ୧୦୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିଲେ। ୨୦୦୯ ମସିହା ଅଗଷ୍ଟ ୭ ତାରିଖରେ ଉତ୍ତରାଖଣ୍ଡ ରାଜ୍ୟର ପିଥୋରାଗଡ଼ ଜିଲାର ମୁନସ୍ୟାରି ଗାଁ ନିକଟରେ ବାଦଲ ଫାଟିବା ଫଳରେ ଭୂସ୍ଖଳନ ଘଟି ୩୮ ଜଣ ଲୋକ ପ୍ରାଣ ହରାଇଥିଲେ। ୨୦୧୦ ମସିହା ସେପ୍ଟେମ୍ବର ମାସରେ ଉତ୍ତରାଖଣ୍ଡ ରାଜ୍ୟର ଆଲମୋଡ଼ାଠାରେ ବାଦଲ ଫାଟିବା ଯୋଗୁ ବନ୍ୟା ଆସି ଦୁଇଟି ଗାଁ ସମ୍ପୂର୍ଣ୍ଣ ବୁଡ଼ିଯାଇଥିଲା ଏବଂ ଅଧିକାଂଶ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଥିଲା। ସେହି ୨୦୧୦ ମସିହା ଅଗଷ୍ଟ ୬ ତାରିଖରେ ଲଦାଖ କ୍ଷେତ୍ରର ସୀମନ୍ତ ସହର ଲେହଠାରେ ବାଦଲ ଫାଟିବାରୁ ୧୭୯ ଜଣ ଲୋକଙ୍କ ପ୍ରାଣହାନି ଘଟିଥିଲା। ୨୦୧୩ ମସିହା ଜୁନ୍‌ ମାସରେ ଉତ୍ତରାଖଣ୍ଡ ରାଜ୍ୟର କେଦାରନାଥଠାରେ ବାଦଲ ଫାଟିବାରୁ ୫୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ୨୦୧୮ ମସିହା ମେ ମାସରେ ସେହି ଉତ୍ତରାଖଣ୍ଡ ରାଜ୍ୟର ଚମୋଲୀ ଜିଲାରେ ବାଦଲ ଫାଟିବା ଦ୍ୱାରା ଅନେକ ଯାନବାହନ ଆବର୍ଜନା ଓ କାଦୁଅରେ ପୋତି ହୋଇପଡ଼ିଥିଲା। ୨୦୨୧ ମସିହା ଜୁଲାଇ ୨୧ ତାରିଖରେ ଜମ୍ମୁ-କଶ୍ମୀରର କିସ୍ତୱାଡା ଜିଲାର ଦଛନ ଅଞ୍ଚଳରେ ବାଦଲ ଫାଟିବାରୁ ୨୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା।
ବିଶ୍ୱର ସବୁଠାରୁ ପ୍ରଳୟଙ୍କରୀ ବାଦଲଫଟା ଘଟଣା ୧୯୭୨ ନଭେମ୍ବର ୨୬ ତାରିଖରେ ଆଟ୍‌ଲାଣ୍ଟିକ ମହାସାଗରର କାରିବିଆନ ସାଗର ମଧ୍ୟରେ ଅବସ୍ଥିତ ଫ୍ରାନ୍ସ ଶାସିତ ଏକ ଦ୍ୱୀପପୁଞ୍ଜ ଗୁଆଡେଲୁପର ବାସେ-ଟେରେ ଦ୍ୱୀପରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ମାତ୍ର ୧ ମିନିଟ ସମୟ ମଧ୍ୟରେ ୩୮.୧୦ ମି.ମି. ପରିମାଣର ବୃଷ୍ଟିପାତ ରେକର୍ଡ କରାଯାଇଥିଲା। (କ୍ରମଶଃ..)

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର,
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର
ମୋ : ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…

ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…

CJP ଆନ୍ଦୋଳନ ଭିତରେ କେନ୍ଦ୍ର ସରକାରଙ୍କ ଠାରେ ବଡ଼ ଦାବି କଲେ ମୁଖ୍ୟମନ୍ତ୍ରୀ ବିଜୟ: NEET ପରୀକ୍ଷାକୁ…

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP)ର ପ୍ରଦର୍ଶନ ଏବଂ ବିବାଦ ଭିତରେ ତମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଥଲାପତି କେନ୍ଦ୍ର ସରକାରଙ୍କ ନିକଟରେ ଏକ ବଡ଼ ଦାବି ରଖିଛନ୍ତି।…

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri