Posted inଜାତୀୟ

ଶିବରାତ୍ରୀ-ମହାପୁରୁଷଙ୍କ ଜୟନ୍ତୀରେ ମାଂସ ଦୋକାନ ବନ୍ଦ…

ଲକ୍ଷ୍ନୌ,୨୫।୧୧: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ମହାପୁରୁଷଙ୍କ ଜୟନ୍ତୀ ଏବଂ ଶିବରାତ୍ରୀରେ ମାଂସ ଦୋକାନ ବନ୍ଦ ରହିବ। ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି। ସିନ୍ଧି ସମାଜର ସାଧୁ ଟି.ଏଲ. ଭାସୱାନୀଙ୍କ ଜନ୍ମ ବାର୍ଷିକୀ ଅବସରରେ ନଭେମ୍ବର ୨୫ରେ ସାରା ରାଜ୍ୟରେ ମାଂସ ଦୋକାନ ବନ୍ଦ ରହିବ। ଏହି ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ ସମସ୍ତ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ସରକାର ଜାରି କରିଥିବା ଆଦେଶରେ ଉଲ୍ଲେଖ କରାଯାଇଛି ଯେ ମହାବୀର ଜୟନ୍ତୀ, ବୁଦ୍ଧ ଜୟନ୍ତୀ, ଗାନ୍ଧୀ ଜୟନ୍ତୀ, ଶିବରାତ୍ରୀ ତଥା ସାଧୁ ଟି.ଏଲ. ଭାସୱାନୀଙ୍କ ଜନ୍ମ ବାର୍ଷିକୀ ଅବସରରେ ମାଂସ ଦୋକାନଗୁଡ଼ିକ ବନ୍ଦ ରଖାଯିବ। ମହାପୁରୁଷ ଜନ୍ମ ବାର୍ଷିକୀ ଏବଂ ପର୍ବପର୍ବାଣୀ ଅହିଂସା ବାର୍ତ୍ତା ଦେଉଥିବାକୁ ଦୃଷ୍ଟିରେ ରଖି ଏସବୁ ଦିନ ଗୁଡ଼ିକୁ ଅହିଂସା ଦିବସ ଭାବରେ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାର ୧୦ ବର୍ଗ କିଲୋମିଟର ଅଞ୍ଚଳକୁ ଏକ ତୀର୍ଥସ୍ଥାନ ଭାବରେ ଘୋଷଣା କରିଥିଲେ। ତୀର୍ଥସ୍ଥାନ ଅଞ୍ଚଳରେ ମଦ ଏବଂ ମାଂସ ବିକ୍ରୟ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏଠାକୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆସ୍ଥା ବିଶ୍ୱାସକୁ ଦୃଷ୍ଟିରେ ରଖି ଯୋଗୀ ସରକାର ଏହି ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିଆଜ ଏବେ ଡାଳିମ୍ବ ହୋଇଯାଇଛି: ଲାଲୁ

ପାଟନା,୧।୧୨: ଦେଶର ଅଧିକାଂଶ ରାଜ୍ୟରେ ଏବେ ପିଆଜ କିଲୋଗ୍ରାମ ପିଛା ଦର ଛୁଇଁଛି ଶହେ ଟଙ୍କା। ଲୋକେ ପିଆଜ ସେଞ୍ଚୁରି ମାରିଛି ବୋଲି କହୁଛନ୍ତି। ଏହାକୁ...

ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ଆମ୍ବପତ୍ର

ଆମ୍ବ ପତ୍ରରେ ଭିଟାମିନ୍‌ ‘ସି’, ‘ବି’ ଏବଂ ‘ଏ’ ପ୍ରଚୁର ମାତ୍ରାରେ ଥାଏ। ଏହାଛଡ଼ା ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଭରପୂର୍‌ ଥାଏ। ଜାଣନ୍ତି, ଏହି ଆମ୍ବପତ୍ରକୁ ମଧୁମେହ...

ମୋଦିଙ୍କ ବାଂଲାଦେଶ ଗସ୍ତକୁ ବିରୋଧ ପ୍ରଦର୍ଶନବେଳେ ୪ ମୃତ

ଢାକା,୨୬।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାଂଲାଦେଶ ଗସ୍ତ କରିଛନ୍ତି। ଏହା ବିରୋଧରେ ଚିଟ୍ଟାଗଙ୍ଗଠାରେ ଆନ୍ଦୋଳନବେଳେ ପୋଲିସର ରବର ବୁଲେଟ ମାଡ଼ରେ ପ୍ରାଣ ହରାଇଛନ୍ତି...

ପାଓ୍ବାରଙ୍କ ସସ୍‌ପେନ୍ସ: ସଞ୍ଜୟ କହିଲେ ବୁଝିବାକୁ ଲାଗିବ ଆଉ କିଛି ଜନ୍ମ

ମୁମ୍ବାଇ,୧୯।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଲାଗି ରହିଛି ଅସାମଞ୍ଜସ୍ୟ। ନୂଆ ସମିକରଣ ଅନୁଯାୟୀ ଶିବସେନା ଏନ୍‌ସିପି ଓ କଂଗ୍ରେସ ସହ ମିଶି ସରକାର ଗଠନ...

ସେପ୍ଟେମ୍ବର ୧ରୁ ଖୋଲିବନି ସ୍କୁଲ, ହାଇକୋର୍ଟ ଲଗାଇଲେ ରୋକ…

ହାଇଦ୍ରାବାଦ୍‌,୩୧।୮: ସେପ୍ଟେମ୍ବର ୧ରୁ ସ୍କୁଲ ଖୋଲିବା ନେଇ ସରକାରଙ୍କ ନିଷ୍ପତ୍ତି ଉପରେ ତେଲେଙ୍ଗାନା ହାଇକୋର୍ଟ ରୋକ ଲଗାଇଛନ୍ତି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ସରକାର ସ୍କୁଲ କଲେଜ...

ଲଙ୍ଗର ପାଇଁ ରୁଟି ତିଆରି କଲେ ବ୍ରିଟେନ ରାଜକୁମାର

ନୂଆଦିଲ୍ଲୀ,୧୩।୧୧: ବ୍ରିଟେନ ରାଜକୁମାର ପ୍ରିନ୍ସ ଚାଲର୍‌ସ ୩ଦିନିଆ ଗସ୍ତରେ ଭାରତକୁ ଆସିଛନ୍ତି। ବୁଧବାର ପ୍ରଥମେ ଦିଲ୍ଲୀସ୍ଥିତ ଗୁରୁଦ୍ୱାରା ବାଂଲା ସାହିବରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭବ୍ୟ...

ନିତି ଏହି ଜୁସ୍‌ରୁ ଅଧାକପ୍‌ ରଖେ ହାର୍ଟ ଆଟାକ୍‌ରୁ ଦୂରେଇ…

ସକାଳେ ଅଧାକପ୍‌ ତରଭୁଜ ଜୁସ୍‌ ପିଇଲେ ଅନେକ ଲାଭ ମିଳିଥାଏ। ଏଥିରେ ଓମେଗା ୩ ଏସିଡ୍‌ ପ୍ରଚୁର ପରିମାଣରେ ରହିଥାଏ। ଏହି ଜୁସ୍‌କୁ ନିୟମିତ ପିଇଲେ...

କରୋନା ଭୟ: ସାଧାରଣ ଜ୍ୱରରେ ବି ଲୋକେ କିଣୁଛନ୍ତି କରୋନା ଔଷଧ, ବଢୁଛି ଲିଭର ସମସ୍ୟା

ନୂଆଦିଲ୍ଲୀ, ୫।୧୦: କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଋତୁ ପରିବର୍ତ୍ତନ ସମୟରେ ସାଧାରଣତଃ ସିଜିନାଲ ଜ୍ୱର ହୋଇଥାଏ। ତେବେ ଏବେ...

Advertisement


Archives

Model This Week