Posted inଖେଳ

ସାନିଆ ମିର୍ଜା, ଶୋଏବ ମଲିକଙ୍କ ତଲାକରେ ଲାଗିଲା ମୋହର!

ଇସଲାମାବାଦ,୧୦ ।୧୧: କିଛିଦିନ ହେବ ଶୁଣିବାକୁ ମିଳୁଛି କି ଟେନିସ ତାରକା ସାନିଆ ମିର୍ଜା ଓ ତାଙ୍କ କ୍ରିକେଟର ପତି ଶୋଏବ ମଲିକ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ସାନିଆ ମିର୍ଜା ଲଗାତାର ଭାବେ ସୋସିଆଲ ମିଡିଆରେ ଏମିତି କିଛି ପୋଷ୍ଟ ଶେୟାର କରି ଚାଲିଛନ୍ତି ଯାହାକୁ ନେଇ ଅନୁମାନ କରାଯାଉଛି କି ଉଭୟଙ୍କ ମଧ୍ୟରେ କିଛି ଠିକ୍ ନାହିଁ । ଏବେ ଏହାକୁ ସ୍ପଷ୍ଟ କରିବାକୁ ସାନିଆ ଓ ଶୋଏବଙ୍କ ଜଣେ ନିକଟ ସମ୍ପର୍କିୟ ଅଫିସିଆଲି ଘୋଷଣା କରିଛନ୍ତି କି ଖୁବଶୀଘ୍ର ସାନିଆ ଓ ଶୋଏବ ଅଲଗା ହେବାକୁ ଯାଉଛନ୍ତି । ଏହି ସୂଚନା ଅନୁଯାୟୀ, ସାନିଆ ଏବେ ଦୁବଇରେ ରହୁଥିବା ବେଳେ ଶୋଏବ ଏବେ ପାକିସ୍ତାନରେ ରହୁଛନ୍ତି । ତେଣୁ ଏଥରୁ ଅନୁମାନ କରାଯାଉଛି କି ଏମାନେ ହୁଏତ ଅଲଗା ହୋଇପାରନ୍ତି । ଏହି ଖବର ଜାଣିବା ପରେ ସାନିଆ ଓ ଶୋଏବଙ୍କ ପ୍ରସଂଶକଙ୍କ ମନ ଖରାପ ହୋଇଛି ।
ସୂଚନାଯୋଗ୍ୟ, ଇନଷ୍ଟାଷ୍ଟୋରି ବ୍ୟତୀତ କିଛିଦିନ ପୂର୍ବରୁ ସାନିଆ ମିର୍ଜା ତାଙ୍କ ପୁଅ ସହ ଏକ ଫଟୋ ଶେୟାର କରିଥିଲେ । ଏହାସହ ସେ କ୍ୟାପଶନରେ ଲେଖିଥିଲେ, ଏହି ଖୁସିର ମୁହୂର୍ତ୍ତ ଆମକୁ ଏହି କଠିନ ଦିନରୁ ବାହାର କରିଦେଉଛି । ଏହି ଫଟୋରେ ସାନିଆଙ୍କ ପୁଅ ତାଙ୍କୁ ଆଦରରେ ଗେହ୍ଲା କରୁଥିବା ଦେଖାଯାଇଥିଲା । ସୂଚନାଯୋଗ୍ୟ, ୨୦୧୦ରେ ଏମାନେ ରାଜକୀୟ ଢଙ୍ଗରେ ବିବାହ କରିଥିବା ବେଳେ ଏବେ ଏମାନଙ୍କ ତଲାକକୁ ନେଇ ଚର୍ଚ୍ଚା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri