Posted inଖେଳ

‘କୋହଲି ଏବେ ଯେଉଁଭଳି ଖେଳୁଛନ୍ତି, ସହଜରେ ସଚିନଙ୍କ ୧୦୦ ଶତକର ରେକର୍ଡ ଭାଙ୍ଗିବେ’

ନୂଆଦିଲ୍ଲୀ,୧୨।୧: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ନିଜ ଆଦର୍ଶ ବୋଲି ମନେ କରନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲି। ସଚିନଙ୍କ ନାମରେ ଅନ୍ତର୍ଜାତୀୟସ୍ତରରେ ୧୦୦ ଶତକ ରେକର୍ଡ ରହିଛି। ଏଣୁ କୋହଲି ତାଙ୍କ ରେକର୍ଡ ଭାଙ୍ଗି ପାରିବେ କି ନାହିଁ ବୋଲି ସର୍ବଦା ବିତର୍କ ହୋଇଆସିଛି। ନିକଟରେ ମୁମ୍ବାଇରେ ଦିନିକିଆ ବିଶ୍ୱକପ୍‌ ମ୍ୟାଚ୍‌ ସମୟରେ କୋହଲି ସଚିନଙ୍କ ଦିନିକିଆରେ ୪୯ ଶତକର ବିଶ୍ୱ ରେକର୍ଡକୁ ଭାଙ୍ଗିଥିଲେ। ଏବେ ତାଙ୍କ ନଜର ସଚିନଙ୍କ ଟେଷ୍ଟରେ ୫୧ ଏବଂ ଅନ୍ତର୍ଜାତୀୟସ୍ତରରେ ୧୦୦ ଶତକର ରେକର୍ଡ ଉପରେ ରହିଛି। ଏନେଇ ଓ୍ବେଷ୍ଟଇଣ୍ଡିଜକୁ ଦୁଇଥର ବିଶ୍ୱ ଚାମ୍ପିୟନ କରାଇଥିବା ପୂର୍ବତନ ଅଧିନାୟକ କ୍ଲିଭ୍‌ ଲୟଡ୍‌ ମତ ରଖିଛନ୍ତି।

ଲୟଡ୍‌ କୋଲକାତାରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି, ସଚିନଙ୍କ ରେକର୍ଡ ଭାଙ୍ଗିବାକୁ କେତେ ସମୟ ଲାଗିବ ଜାଣେନା। ହେଲେ କୋହଲି ଏବେ ଫିଟ୍‌ ଅଛନ୍ତି। ଯେଉଁଭଳି ଭାବେ ସେ ବ୍ୟାଟିଂ କରୁଛନ୍ତି ସେ କିଛି ବି ରେକର୍ଡ ହାସଲ କରିପାରନ୍ତି।

କୋହଲିଙ୍କର ତିନୋଟି ଯାକ ଫର୍ମାଟରେ ୮୦ ଶତକ ରହିଛି। ଟେଷ୍ଟରେ କୋହଲି ୨୯ ଶତକ ମାରିଥିବା ବେଳେ ଦିନିକିଆରେ ୫୦ ଏବଂ ଟି୨୦ରେ ୧ ଶତକ ରହିଛି। ଅପରପକ୍ଷେ ସଚିନ ଟେଷ୍ଟରେ ୫୧, ଦିନିକିଆରେ ୪୯ ଶତକ ମାରିଥିଲେ। ଟି୨୦ରେ ତାଙ୍କର କୌଣସି ଶତକ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?