Posted inଖେଳ

କ୍ୱାର୍ଟର ଫାଇନାଲରେ ଜର୍ମାନୀ

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି): ଚଳିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପରେ ପ୍ରଥମ ଦଳଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଟାଇଟଲ ଫେଭରାଇଟ ଜର୍ମାନୀ। ଗୋଆର ମାର୍ଗାଓରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ୬-୦ ଗୋଲରେ ଚିଲିକୁ ହରାଇ ଦେଇଛି। ଜର୍ମାନୀ ପକ୍ଷରୁ ଜେଲା ଭିଟ୍‌ ୨୦, ଆଲାରା ସେଟଲେର ୨୪, ମାରା ଆଲବେର ୪୦, ମାରି ଷ୍ଟେନର ୫୮, ଲୋରେନ ବେଣ୍ଡର ୬୦ ଏବଂ ଲୈଲା ପୋର୍ତେଲା ୯୦+୫ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଜର୍ମାନୀ ନିଜର ପ୍ରଥମ ମ୍ୟାଚରେ ନାଇଜେରିଆକୁ ୨-୧ ଗୋଲରେ ପରାସ୍ତ କରିଥିଲା। ୨ ବିଜୟ ସହ ଏହି ଦଳ ୬ ପଏଣ୍ଟ ପାଇଛି। କ୍ୱାର୍ଟର ଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ନ୍ୟୁଜିଲାଣ୍ଡକୁ ଏହି ଦଳ ୧୭ ତାରିଖରେ ମାର୍ଗାଓରେ ଭେଟିବ। ଏହି ଦିନ କଳିଙ୍ଗ ଷ୍ଟାଡିୟମରେ ନାଇଜେରିଆ-ଚିଲି ମ୍ୟାଚ ଅନୁଷ୍ଠିତ ହେବ। ଏହାର ବିଜେତା ଗ୍ରୁପ୍‌ ‘ବି’ରୁ ଦ୍ୱିତୀୟ ଦଳଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବ। ତେଣୁ ଭୁବନେଶ୍ୱରରେ ଏହି ଦୁଇ ଦଳର ଭାଗ୍ୟ ନିର୍ଣ୍ଣୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କିଏ କଙ୍କଡା ତ, କିଏ ଆଚାର..ଜାଣନ୍ତୁ କ’ଣ ଖାଇବାକୁ ପସନ୍ଦ କରନ୍ତି ଏହିସବୁ ପ୍ରସିଦ୍ଧ ଭାରତୀୟ କ୍ରିକେଟର୍‌

ଭାରତରେ କ୍ରିକେଟ ଖେଳାଳିଙ୍କ ଚାହିଦା ଆକାଶଛୁଆଁ। ଖେଳାଳିଙ୍କ ପ୍ରେମ ସମ୍ପର୍କ ହେଉ କି ଫ୍ୟାଶନ୍‌ ଷ୍ଟାଇଲ୍‌ ସବୁବେଳେ ଚର୍ଚ୍ଚାରେ ଥାଏ। ପଡିଆରେ କଠିନ ପରିଶ୍ରମ କରି...

ବିଶ୍ୱକପ ପାଇଁ ଟିକେଟ୍‌ କିଣିବାକୁ କରିଛନ୍ତି କି ଅପେକ୍ଷା, ଜାଣନ୍ତୁ କେବେଠୁ ଆରମ୍ଭ ହେବ ବୁକିଂ

ନୂଆଦିଲ୍ଲୀ,୨୯।୭: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ୫ ଅକ୍ଟୋବରରେ ଆରମ୍ଭ ହେବ। ଭାରତରେ ଆୟୋଜିତ ହେବାକୁ ଥିବା ଏହି ମେଗା ଇଭେଣ୍ଟ ଦେଶର ୧୦ଟି ସହରରେ...

ଅମିରଙ୍କୁ ମିଳିଲା ଦୁଇ ଚେତାବନୀ

ମାଞ୍ଚେଷ୍ଟର,୧୬ା୬: ଏଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଦକ୍ଷ ବୋଲର ମହମ୍ମଦ ଅମିରଙ୍କୁ ଅମ୍ପାୟର ଦୁଇ ଥର ଚେତାବନୀ ଦେଇଛନ୍ତି। ଭାରତ...

ଟି-୨୦ ମ୍ୟାଚ୍‌ରେ କେବେ ହାରିନାହାନ୍ତି ଏହି ଦୁଇ ଦଳ

ଦୁବାଇ,୨୮।୧୦: କ୍ରିକେଟ ପ୍ରେମୀମାନେ ଆଜିକାଲି ଟି -୨୦ ବିଶ୍ୱକପ ୨୦୨୧ ଉପଭୋଗ କରୁଛନ୍ତି। ୟୁଏଇ ଏବଂ ଓମାନରେ ଖେଳାଯାଉଥିବା ଟି -୨୦ ବିଶ୍ୱକପରେ ୧୬ଟି ଦେଶ...

ଅଷ୍ଟ୍ରେଲିଆ ୪୮୦ ରନ୍‌ରେ ଅଲ୍‌ଆଉଟ

ଅହମଦାବାଦ,୧୦।୩: ଅହମଦାବାଦ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନ୍‌ କରି ଅଲ୍‌ଆଉଟ ହୋଇଯାଇଛି।...

ଜାଡେଜାଙ୍କ ବୋଲିଂରେ ଘାଇଲା ହେଲେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍‌, ୧୧୩ରେ ଅଲଆଉଟ୍‌

ନୂଆଦିଲ୍ଲୀ,୧୯।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନର ଖେଳ ଜାରି ରହିଛି। ରବିବାର ଲଞ୍ଚ ବିରତି ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌...

ରିୟଲ ମାଡ୍ରିଡ୍‌ ଫରଓ୍ବାର୍ଡ ମାରିଆନୋ ପଜିଟିଭ୍‌

ମାଡ୍ରିଡ୍‌, ୨୯ା୭ (ଏପି)-କରୋନା ଭାଇରସ୍‌ ପାଇଁ ହୋଇଥିବା ଟେଷ୍ଟରେ ରିୟଲ ମାଡ୍ରିଡ୍‌ ଫରଓ୍ବାର୍ଡ ମାରିଆନୋଙ୍କ ଫଳାଫଳ ପଜିଟିଭ୍‌ ଆସିଛି। ଅଗଷ୍ଟ ୭ରେ ମାଞ୍ଚେଷ୍ଟର ସିଟି ବିପକ୍ଷ...

ବୋଟାସ ଦ୍ରୁତତମ

ଇମୋଲା(ଇଟାଲୀ),୧୭ା୪(ଏପି)-ଇମିଲିଆ-ରେମାଗ୍ନା ଗ୍ରାଁ ପ୍ରି ପାଇଁ ଶୁକ୍ରବାର ଅନୁଷ୍ଠିତ ଦୁଇଟି ପ୍ରାକ୍ଟିସ ସେସନରେ ମର୍ସିଡିଜ୍‌ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସିଜନରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ...

Advertisement
Archives

Model This Week