ଜଳବାୟୁ ନ୍ୟାୟ

ସାମାଜିକ ନ୍ୟାୟ ପରି ପରିବେଶ ନ୍ୟାୟ, ପରିବେଶ ଉପରେ ବିଶ୍ୱର ସମସ୍ତ ଜନତାଙ୍କ ସମାନ ଅଧିକାର ତଥା ଏବର ପିଢ଼ି ସହିତ ଆଗାମୀ ପିଢ଼ିର ଜନତାଙ୍କ ସମାନ ଅଧିକାର ଉପରେ ଆଧାରିତ ଏକ ଗଣତାନ୍ତ୍ରିକ ବିଚାର। ଆନ୍ତଃରାଜ୍ୟ ନଦୀରୁ ଉପରମୁଣ୍ଡ ରାଜ୍ୟ ଅଧିକ ପାଣି ନେଇଯିବା ପରିବେଶ ନ୍ୟାୟର ଉଲ୍ଲଂଘନ। ସେହିପରି କଳକାରଖାନାଗୁଡ଼ିକ କୃଷକଙ୍କୁ କମ୍‌ ପାଣିଦେଇ ନିଜେ ନଦୀରୁ ଅଧିକ ପାଣି ନେଇଯିବା ପରିବେଶ ନ୍ୟାୟ ବିରୋଧୀ। ମୋଟାମୋଟି ଭାବେ ପରିବେଶ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ପରିବେଶ କ୍ଷତିରୁ ଲାଭବାନ ଗୋଷ୍ଠୀ, ସ୍ବତନ୍ତ୍ର ଆର୍ଥିକ ଓ ବିକାଶ ଯୋଜନା ପ୍ରଦାନ କରିବା, ପରିବେଶ ନ୍ୟାୟଜନିତ କାର୍ଯ୍ୟକ୍ରମର ଏକ ପ୍ରମୁଖ ଅଂଶ।
ଜଳବାୟୁ ନ୍ୟାୟ ପରିବେଶ ନ୍ୟାୟର ଏକ ପ୍ରମୁଖ ଅଙ୍ଗରୂପେ ଆଜି ବିବେଚିତ ହେଉଛି। ଜଳବାୟୁ ବିଶେଷଜ୍ଞଙ୍କ ମତରେ ଗତ ପ୍ରାୟ ୨୦୦ ବର୍ଷରେ ବିଶ୍ୱର ଶିଳ୍ପାୟନ କାଳଖଣ୍ଡରେ ବିଶ୍ୱର ତାପମାତ୍ରା ୧ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇଛି। ଯଦି ବିଶ୍ୱର ତାପମାତ୍ରା ଏହିପରି ବୃଦ୍ଧିପାଏ ତେବେ ୨୦୫୦ବେଳକୁ ଏହା ୧.୫ ଡିଗ୍ରୀ ସେଲ୍‌ସିୟସ ଓ ୨୧୦୦ ବେଳକୁ ଏହା ୩ ଡିଗ୍ରୀ ସେଲ୍‌ସିୟସକୁ ବୃଦ୍ଧି ପାଇବ। ଗତ ୧୦,୦୦୦ ବର୍ଷ ମଧ୍ୟରେ ବିଶ୍ୱର ତାପମାତ୍ରା ଏହିପରି ବୃଦ୍ଧି ପାଇ ନ ଥିଲା। ତାପମାତ୍ରା ବୃଦ୍ଧିର କାରଣ ମଣିଷ ସମାଜରୁ ନିର୍ଗତ ‘ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌’। ବିକାଶଶୀଳ ଦେଶ ଭାରତ ଆଦିଙ୍କ ମୁଣ୍ଡପିଛା ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ ବିକଶିତ ଦେଶମାନଙ୍କର ମୁଣ୍ଡପିଛା ନିର୍ଗମନ ହାରଠାରୁ ବହୁତ କମ୍‌। ଏହି ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ଗୁଡ଼ିକ ପୃଥିବୀ ଉପରେ ଏକ ଚାଦର ଭଳି ଢାଙ୍କି ହୋଇ ରହିବାରୁ ସୂର୍ଯ୍ୟର ଉତ୍ତାପ ପୃଥିବୀ ପୃଷ୍ଠରେ ପଡ଼ିରହି ବିଶ୍ୱର ଉତ୍ତାପ ବୃଦ୍ଧି କରିଥାଏ। ସମାଧାନର ବାଟହେଲା ଗ୍ରୀନ୍‌ହାଉସ୍‌ ଗ୍ୟାସର ନିର୍ଗମନକୁ କ୍ରମାଗତ ଭାବେ ହ୍ରାସ କରିବା, ପରିବେଶର ସୁସ୍ଥତା ବୃଦ୍ଧି କରିବା ଏବଂ ଲୋକଙ୍କୁ ଜଳବାୟୁ ବିପର୍ଯ୍ୟୟ ନିରୋଧୀ କରିବା। ଉଭୟେ ଧନୀ ଓ ବିକାଶଶୀଳ ରାଷ୍ଟ୍ରମାନେ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ସହିତ ଜଳବାୟୁ ନ୍ୟାୟ ନୀତି ଯୋଗୁ ଧନୀ ରାଷ୍ଟ୍ରମାନେ ବିକାଶଶୀଳ ଓ କମ୍‌ ବିକଶିତ ଦେଶମାନଙ୍କୁ ବିକଳ୍ପ ଆର୍ଥିକ ଓ ଶିଳ୍ପାୟାନ ଜନିତ ସହାୟତା ପ୍ରଦନା ନ କଲେ ସେମାନେ ଜଳବାୟୁ ଅନୁକୂଳ ଆର୍ଥିକ ବ୍ୟବସ୍ଥାକୁ ଯିବେ କିପରି?
ଆନ୍ତର୍ଜାତିକ ସ୍ତରରେ ବିଶ୍ୱ ଉତ୍ତାପ ବୃଦ୍ଧିକୁ ଏକ ଜଳବାୟୁ ଇମରଜେନ୍ସି ବା ଜରୁରିକାଳୀନ ସମସ୍ୟା ରୂପେ ବିଚାର କରି ମିଳିତ ଜାତିସଂଘ ବିଭିନ୍ନ ପଦକ୍ଷେପ ନେଉଛି। ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ଖସଡାରେ, ୧୩ ନମ୍ବର ଲକ୍ଷ୍ୟରୂପେ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ପଦକ୍ଷେପ ନେବାକୁ ଜାତିସଂଘ ଦେଶମାନଙ୍କୁ ପରାମର୍ଶ ଦେଇଛି, ଯାହାକୁ ଦେଶମାନେ ନିଜ ନିଜ ସ୍ତରରେ ବିଚାରକୁ ନେଇ ଜାତୀୟ ଓ ପ୍ରାନ୍ତୀୟ କାର୍ଯ୍ୟକ୍ରମମାନ ପ୍ରଣୟନ କରୁଛନ୍ତି। ୨୦୧୫ରେ ମିଳିତ ଜାତିସଂଘ ୟୁଏନ୍‌ଏଫ୍‌ସିସିସି(ୟୁନାଇଟେଡ୍‌ ନେଶନ୍‌ସ କ୍ଲାଇମେଟ ଚେଞ୍ଜ ଫ୍ରେମ୍‌ୱାର୍କ କନ୍‌ଭେନଶନ୍‌) ବା ମିଳିତ ଜାତିସଂଘ ଜଳବାୟ ପରିବର୍ତ୍ତନ ଢାଞ୍ଚାଗତ ନିୟମ, ପ୍ୟାରିସ୍‌ଠାରେ ୧୯୬ ଦେଶଙ୍କ ଦ୍ୱାରା ସ୍ବାକ୍ଷରିତ କରାଇଲା, ଯାହା ନଭେମ୍ବର ୨୦୧୬ରୁ କାର୍ଯ୍ୟକାରୀ ହେଲା। ଏହାକୁ ପ୍ୟାରିସ୍‌ ଚୁକ୍ତିନାମା ମଧ୍ୟ କୁହାଯାଏ। ଏହା ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ପ୍ରଥମ ଆନ୍ତର୍ଜାତିକ ଆଇନଗତ ଚୁକ୍ତି। ଏହାକୁ ପ୍ରତିବର୍ଷ ତଦାରଖ କରୁଛି ଜାତିସଂଘର ସିଓପି(କନ୍‌ଫରେନ୍ସ ଅଫ୍‌ ପାର୍ଟିଜ୍‌) କମିଟି। ସିଓପିର ପ୍ରଥମ ବୈଠକ ୧୯୭୯ରେ ବସିଥିବାବେଳେ ୨୮ତମ ବୈଠକ ନଭେମ୍ବର ୩୦ରୁ ୧୨ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଦୁବାଇରେ ଅନୁଷ୍ଠିତ ହେଉଛି। ଏହି ବୈଠକରେ ଦେଶମାନେ କେତେଦୂର ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ କାର୍ଯ୍ୟ କରୁଛନ୍ତି ଓ କ’ଣ କ’ଣ ଅସୁବିଧା ରହିଛି ତାହା ଉପରେ ଆଲୋଚନା ହେବା ସହିତ ଜଳବାୟୁ ନ୍ୟାୟଜନିତ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହେବ। ମିଳିତ ଜାତିସଂଘ ଏବେ ‘ନେଟ୍‌ ଜିରୋ’ ବା ଶୂନ୍ୟ ଗ୍ରୀନ୍‌ହାଉସ ଗ୍ୟାସ୍‌ ନିର୍ଗମନ ଉପରେ ଗୁରୁତ୍ୱ ପ୍ରଦାନ କରୁଛି। ବିଶ୍ୱର ତାପମାତ୍ରା ବୃଦ୍ଧି ୧.୫ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରଖିବାକୁ ହେଲେ ୨୦୩୦ ସୁଦ୍ଧା ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌କୁ ୪୫% ହ୍ରାସ ଏବଂ ୨୦୫୦ ସୁଦ୍ଧା ଶୂନ୍ୟସ୍ତରକୁ ଆଣିବାକୁ ହେବ। କିନ୍ତୁ ଏହି ଲକ୍ଷ୍ୟ ହାସଲ ହେବା ଏବେ ବି କଷ୍ଟକର ମନେହେଉଛି। ବିକାଶଶୀଳ ଓ କମ୍‌ ବିକଶିତ ରାଷ୍ଟ୍ରମାନେ ବିକଶିତ ରାଷ୍ଟ୍ରମାନଙ୍କଠାରୁ ଜଳବାୟୁ ନ୍ୟାୟ କ୍ଷେତ୍ରରେ ଆର୍ଥିକ, ବୈଷୟିକ ଓ ବାଣିଜି୍ୟକ ସହାୟତା ମାଗୁଛନ୍ତି, ଯାହାକୁ ଧନୀ ରାଷ୍ଟ୍ରମାନେ କର୍ଣ୍ଣପାତ କରୁନାହାନ୍ତି।
ଭାରତ ସରକାର ଆନ୍ତର୍ଜାତିକ ଚୁକ୍ତିରେ ସ୍ବାକ୍ଷର କରିଥିବାରୁ ଜଳବାୟ ପରିବର୍ତ୍ତନ ସଂକ୍ରାନ୍ତୀୟ ଜାତୀୟ ପଦକ୍ଷେପ ଖସଡ଼ା (ନ୍ୟାଶନାଲ ଆକ୍‌ଶନ ପ୍ଲାନ୍‌ ଫର୍‌ କ୍ଲାଇମେଟ୍‌ ଚେଞ୍ଜ) ପ୍ରସ୍ତୁତ କରି ରୂପାୟନ କରୁଛନ୍ତିି। ଏଥିରେ ଜାତୀୟ ସୌର ମିଶନ, ହିମାଳୟ ପରିବେଶ ନିରନ୍ତର ବିକାଶ ମିଶନ, ସବୁଜ ଭାରତ ମିଶନ, ଶକ୍ତି ମିଶନ, ନିରନ୍ତର କୃଷି ମିଶନ ଆଦି ଅନ୍ତର୍ଭୁକ୍ତ। ଭାରତ ସରକାର ବିକଳ୍ପ ଶକ୍ତି ଉପରେ କାର୍ଯ୍ୟ କରୁଛନ୍ତି। ତେବେ କୋଇଲା ଓ ଗ୍ୟାସ୍‌ ଆଦି ହାଇଡ୍ରୋକାର୍ବନ୍‌ ଶକ୍ତି ଉପରେ ଦେଶ ବିକାଶର ନିର୍ଭରଶୀଳତାରୁ ସରକାର ହଠାତ୍‌ ବାହାରିପାରୁନାହାନ୍ତି, ଯାହାଫଳରେ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ ଉଲ୍ଲେଖନୀୟ ଭାବେ ହ୍ରାସ ପାଉନାହିଁ। କେନ୍ଦ୍ରଭଳି ରାଜ୍ୟ ସରକାରମାନେ ମଧ୍ୟ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ‘ରାଜ୍ୟ ପଦକ୍ଷେପ ଖସଡ଼ା’ ପ୍ରସ୍ତୁତ କରିଛନ୍ତି। ଓଡ଼ିଶା ସରକାର ୨୦୧୮-୨୩ ଜଳବାୟୁ ପଦକ୍ଷେପ ଖସଡ଼ା ପ୍ରଚଳନ କରିଛନ୍ତି। ଯେଉଁଥିରେ ୧୦୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ମଧ୍ୟ ଜଳବାୟୁ ବଜେଟ ଉପସ୍ଥାପନ କରୁଛି। ତେବେ ନୀତି ଆୟୋଗ ଦ୍ୱାରା ପ୍ରସ୍ତୁତ ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ର ୨୦୧୯ ବର୍ଷର ସମୀକ୍ଷାରେ ଜଳବାୟୁ ପରିବର୍ତ୍ତନ ପାଇଁ କାର୍ଯ୍ୟ କରିବା କ୍ଷେତ୍ରରେ ଓଡ଼ିଶା ଶୀର୍ଷରୁ ତୃତୀୟ ସ୍ଥାନରେ ଅଛି। ଓଡ଼ିଶା ସରକାରଙ୍କ ପାଇଁ ଆହ୍ବାନ ହେଲା କିପରି ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧିତ ଆଗାମୀ ‘ବିପର୍ଯ୍ୟୟ‘ ଲାଗି ପ୍ରସ୍ତୁତି କରିବେ ଓ କିପରି ଖଣିଖାଦାନ ତଥା ତାପଜ ବିଦ୍ୟୁତ୍‌ କେନ୍ଦ୍ର ସ୍ଥାପନ ଯୋଗୁ କ୍ଷତିଗ୍ରସ୍ତ ଲୋକଙ୍କୁ ଜଳବାୟୁ ନ୍ୟାୟ ପ୍ରଦାନ କରିବେ।
ବିଶ୍ୱର ଜଳବାୟୁ ନ୍ୟାୟକୁ ଲାଗୁ କରିବାରେ ପ୍ରତିବନ୍ଧକ ସାଜୁଛନ୍ତି ହାଇଡ୍ରୋକାର୍ବନ ଶକ୍ତି କମ୍ପାନୀ, ତେଲ ଓ କୋଇଲା ଖଣି ମାଲିକ, ଗାଡ଼ି ନିର୍ମାଣ କମ୍ପାନୀ, କୃଷି ବ୍ୟବସାୟୀ, ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ଲାଭରେ ଥିବା କର୍ପୋରେଟ୍‌। ଲୋକେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡ଼ିବା ଆରମ୍ଭ ହେଲାଣି ବୋଲି ଜାଣିପାରୁନାହାନ୍ତି। ଜଳବାୟୁ ନ୍ୟାୟ କ୍ଷେତ୍ରରେ ଗଣମାଧ୍ୟମର ମଧ୍ୟ ପ୍ରମୁଖ ଭୂମିକା ରହିଛି।

– ଲଳିତ ମୋହନ ମିଶ୍ର
ମୋ-୭୦୦୮୨୩୩୭୨୯


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri