ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ ପସନ୍ଦ କରୁ ନ ଥିଲେ। ହୁଏତ ଆପଣମାନେ କହିପାରନ୍ତି କି ବେଶି ପାଠ ପଢ଼ାପଢ଼ି କରି ନ ଥିଲେ ସେଥିପାଇଁ। ବାସ୍ତବରେ ବହୁ ଉଚ୍ଚଶିକ୍ଷିତ ବଡ଼ ପାଠୁଆ ମଧ୍ୟ ପୈତୃକ ଜମିଜମା ଦାୟିତ୍ୱ ନେଇ ସ୍ବାବଲମ୍ବୀ ଜୀବନ ବିତାଇବାକୁ ପସନ୍ଦ କରୁଥିଲେ। ଫଳତଃ ପରିବାର, କୁଟୁମ୍ବ ଓ ସମାଜ ସହ ଅନ୍ତରଙ୍ଗ ସମ୍ବନ୍ଧ ରହୁଥିଲା। ବୃଦ୍ଧ କାଳରେ ମା’ବାପାଙ୍କ ସେବା ଶୁଶ୍ରୂଷା କରିପାରୁଥିଲେ। ନାତିନାତୁଣୀରେ ଘର ପୂରିଉଠୁଥିଲା। ଓଷାବ୍ରତରେ ଗାଁ ଉତ୍ସବମୁଖର ହେଉଥିଲା। ହେଲେ ବର୍ତ୍ତମାନ ପରିସ୍ଥିତି ବଦଳିଛି। ଗାଁ ଆଜି ସହରାଭିମୁଖୀ। ବିଲପଦର ପଡ଼ିଆ। ଚାଷ କରିବାକୁ କେହି ରାଜି ନୁହନ୍ତି। ମୂଲିଆ ମିଳିବା କଷ୍ଟ। କାରଣ ସମସ୍ତଙ୍କ ଇଚ୍ଛା ନଳିପେଣ୍ଟପିନ୍ଧା ବାବୁ ହେବା ପାଇଁ। ତେଣେ ଦାଦନ ଖଟିବାକୁ ଯାଇ ବାସନ ମାଜୁଥାଉ କି ମାଲିକର ବଗିଚା କାମ କରୁ ବା ଘୁଷୁରି ଜଗୁ ମାତ୍ର ଗାଁରେ ରହି ସ୍ବାଭିମାନୀ ଓ ସ୍ବାବଲମ୍ବୀ ହେବାକୁ କାହାର ଇଚ୍ଛା ନାହିଁ।
ସହର କଥା ନ କହିଲେ ଭଲ। ଘରେ କେବଳ ବୁଢ଼ାବୁଢ଼ୀଙ୍କ ଉପସ୍ଥିତି। ପିଲାମାନେ ରୋଜଗାର ପାଇଁ ବିଦେଶରେ। ମା’ବାପାମାନେ ଏଥିପାଇଁ ଦିନରାତି ଏକ କରିଦେଇଥିଲେ। ପିଲାମାନେ ବଡ଼ ବଡ଼ ଅନୁଷ୍ଠାନରେ ପଢ଼ିବେ ଆଉ ପୁଳାପୁଳା ଟଙ୍କା ପଠେଇଲେ ମା’ବାପା ଟଙ୍କାର ପାହାଡ଼ ଉପରେ ବସିବେ। ତାହା ହିଁ ହେଇଛି। ମାସ ପୂରିଲା ବେଳକୁ ପୁଅ ବୋହୂ, ଝିଅ ଜ୍ବାଇଁଙ୍କ ପାଖରୁ ଟଙ୍କା ବ୍ୟାଙ୍କରେ ଜମା ହେବାରେ ଲାଗିଛି। ହେଲେ ବୁଢ଼ାବୁଢ଼ୀ ପରିଣତ ବୟସରେ ଆଉ ଗଣିପାରୁ ନାହାନ୍ତି। ପେଟକୁ ଆହାର ମୁଠାଏ ପାଇଁ ଡହଳ ବିକଳ। ଚାକରାଣୀ ଦୟାକଲେ ଖାଇବାକୁ ମିଳିବ । ତେଣେ ପୁଅ ଲଣ୍ଡନକୁ ବୋହୂ ଆମେରିକାରେ। ନାତିନାତୁଣୀଟିଏ ଦେଖିବାକୁ ବୁଢ଼ୀମାଉସୀ ଭାରି ଉଦ୍‌ବେଗ । ହେଲେ ଟଙ୍କା ରୋଜଗାରରୁ ବିରତି ମିଳିଲେ ତ! ଇଏ ହେଉଛି ଆଜିର ପାରିବାରିକ ଓ ସାମାଜିକ ଜୀବନ। ଏଠାରେ ଗୋଟିଏ ବାସ୍ତବ ସତ୍ୟ ଉପସ୍ଥାପନ କରୁଛି।
ଏକ ସାମାଜିକ କାମରେ ଆମେ କେତେଜଣ ଘର ଘର ସମ୍ପର୍କ କରୁଥିଲୁ। ଉଦ୍ଦେଶ୍ୟ ଆଜିର ସାମାଜିକ ପରିସ୍ଥିତି ଓ ପାରିବାରିକ ଜୀବନ ସମ୍ବନ୍ଧରେ ଜାଣିବା। ଦେଶ ବିଦେଶକୁ ଯାଇ ଝିଅପୁଅମାନେ ବଡ଼ ଚାକିରି କରୁଥିବା ମା’ବାପାମାନେ କିଭଳି ସୁଖ ସ୍ବଚ୍ଛନ୍ଦରେ ଅଛନ୍ତି ତାହା ପରଖିବା ଆମର ଇଚ୍ଛା ଥିଲା। ମଜାଦାର କଥା ହେଉଛି ସବୁଠାରୁ ବେକାରିଆ, ଅଳସୁଆ, ଅକାଳ କୁଷ୍ମାଣ୍ଡ ଭଳି ଅପଶବ୍ଦ ଶୁଣିଥିବା ପିତୃମାତୃ ବୋଲକରା ବନ୍ଧୁ ଜଣେ ଆମ ସାଥିରେ ଥାଆନ୍ତି। ଭଲ ପାଠ ପଢି ସବୁ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସେହି ମେଧାବୀ ଛାତ୍ର ଜଣକ ନିକଟସ୍ଥ କଲେଜର ଅଧ୍ୟାପକ ଏବଂ ପିତୃ ଚାଷଜମିର ଜଣେ ଚାଷୀ। କେବଳ ମା’ବାପାଙ୍କ ସେବା ଶୁଶ୍ରୂଷା ପାଇଁ ଘର ଛାଡ଼ି ଗଲେନାହିଁ। ସେ ଯାହାହେଉ ଆଜି ଅନେକଙ୍କ ଆଶାବାଡି ବିଶେଷକରି ଅସହାୟ ବୃଦ୍ଧାବୃଦ୍ଧମାନଙ୍କର। ଆମେ ଯାହା ଦେଖିଲୁ ଅଧିକାଂଶ ଘରେ ରୋଗଣା, ଅସହାୟ, ଅବହେଳିତ ବୃଦ୍ଧାବୃଦ୍ଧ। ସେମାନଙ୍କ ଦୁରାବସ୍ଥା ଦେଖି ଆମେ ମର୍ମାହତ ହେଲୁ। ଟଙ୍କାର ପାହାଡ଼ ଉପରେ ବସିଥିବା ଲୋକମାନେ କିନ୍ତୁ ଖାଇବା ପାଇଁ କିଛି ନାହିଁ। ଘରେ କାମ କରୁଥିବା ମହିଳାଟିର ଦୟା, ଅନୁକମ୍ପାରେ ଯାହା ରୋଷେଇ ହେଉଛି ତାହା ଖାଇବାକୁ ପଡୁଛି। ଯେଉଁ ଦିନ ସେ ଆସିପାରୁନି ପ୍ରାୟତଃ ଭୋକରେ ରହିବାକୁ ପଡ଼େ କିମ୍ବା ଶୁଖିଲା ଖାଦ୍ୟରେ ଚଳିଯାଏ। ମାନେ ଟଙ୍କାର ପ୍ରକୃତ ମୂଲ୍ୟ କେତେ ନଗଣ୍ୟ ସେମାନଙ୍କ ବିକଳ ଅବସ୍ଥା ଦେଖିଲେ ଉପଲବ୍ଧି କରିହେବ। ହେଲେ ବନ୍ଧୁଙ୍କୁ ଦେଖି ଅନେକ ମା’ବାପା କାନ୍ଦିପକାଇଲେ। ଆମେ ଭାବୁଥିଲୁ ତୁ ଘରେ ରହି ଭୁଲ୍‌ କରିଛୁ। କିନ୍ତୁ ସତ୍ୟ ହେଉଛି ତୋ ମା’ବାପା ପୁଣ୍ୟ କରିଥିଲେ ସେଥିପାଇଁ ପୁଅ ବୋହୂର ସେବା ଓ ନାତିନାତୁଣୀଙ୍କ ଆଦର ଯତ୍ନ ପାଉଛନ୍ତି। ଆଉ ଆମ୍ଭେମାନେ ପାପୀ, ସେଥିପାଇଁ ବୁଢ଼ା ଶାଗୁଣା ଭଳି ପାପର ପ୍ରାୟଶ୍ଚିତ୍ତ କରୁଛି। କୋଟି କୋଟି ଟଙ୍କା ରୋଜଗାରର ନିଶା ଆମକୁ ଅନ୍ଧ କରିଥିଲା। ସେଥିପାଇଁ ପିଲାଙ୍କୁ ଦେଶବିଦେଶରେ ବଡ଼ ବଡ଼ ଚାକିରି ପାଇଁ ପ୍ରୋତ୍ସାହିତ କରିଥିଲୁ। ସେମାନଙ୍କ ଶୈଶବ ଓ ବାଲ୍ୟଜୀବନକୁ କେବଳ ପାଠ ଘୋଷାରେ ଲଗେଇ ଦେଇଛୁ। ଅଧିକ ରୋଜଗାର ପାଇଁ ପ୍ରତିଯୋଗିତା ଓ ପ୍ରତିଦ୍ବନ୍ଦ୍ୱିତା ପାଇଁ ଉସୁକେଇବା ଛଡ଼ା ମୂଲ୍ୟବୋଧ, ଜୀବନାଦର୍ଶ ବା ଭଲ ମଣିଷ ହେବା ପାଇଁ ଦିନେ ମଧ୍ୟ ଚେଷ୍ଟା କରିନୁ। ତେଣୁ ଆମେ ଏଇ ପରିଣତ ବୟସରେ ନିଃସଙ୍ଗ ଜୀବନ ବିତାଉଛୁ। କେବଳ ସେତିକି ନୁହେଁ ପିଲାମାନେ ମଧ୍ୟ ଟଙ୍କା ପାଇଁ ପାଗଳ। ଜୀବନ ବୋଲି କିଛି ନାହିଁ। ଉଭୟେ ମାସେ ଦୁଇ ମାସରେ ଥରୁଟିଏ ମଧ୍ୟ ଭେଟଘାଟ ନାହିଁ। କି ଜୀବନ! ଅର୍ଥାତ୍‌ ଟଙ୍କା ଅଛି କିନ୍ତୁ ପେଟପୂରୁନି।
ସବୁକଥା ଶୁଣିବା ଓ ନିଜ ଆଖିରେ ଦେଖିବା ପରେ ଆମେ ଆଶ୍ଚର୍ଯ୍ୟ ପ୍ରକଟ କଲୁ। ଟଙ୍କାଖିଆ ମଣିଷ ଆଜି ଟଙ୍କା ପାଇଁ ସବୁକିଛି ଭୁଲିଯାଉଛି। ନୀତି, ନୈତିକତା, ଆଦର୍ଶ, ସମ୍ପର୍କ ତଥା ପରିବାର ଓ ସମାଜ ପ୍ରତି ଥିବା ଦାୟିତ୍ୱବୋଧ ମଧ୍ୟ ଭୁଲିଯାଉଛି। ଏ ଭଳି ପରିସ୍ଥିତି ଧୀରେ ଧୀରେ ଉତ୍କଟ ରୂପ ନେଉଛି। ତେଣୁ ମା’ବାପାମାନେ ନିଜ ପିଲାମାନଙ୍କୁ ଟଙ୍କା ଖଣି ନ କରି ନିଜର କର୍ତ୍ତବ୍ୟ, ଦାୟିତ୍ୱ ସହ ପରିବାର, ସମାଜ ତଥା ଦେଶ ପ୍ରତି ଥିବା ନାଗରିକବୋଧ ସମ୍ବନ୍ଧରେ ଅବଗତ କରାଇବା ସମୟର ଆହ୍ବାନ। ହଁ ଏକଥା ମନେରଖିବା ଉଚିତ ଟଙ୍କା ମଣିଷର ଆବଶ୍ୟକତା ପୂରଣ ପାଇଁ ଦରକାର କିନ୍ତୁ ଲୋଭ ସମ୍ବରଣ ପାଇଁ ନୁହେଁ। ଟଙ୍କା ଭଲ ପଲଙ୍କ ଓ ଗଦି ଦେଇପାରିବ କିନ୍ତୁ ନିଦ ନୁହେଁ। ଟଙ୍କା ସେବିକା ନିଯୁକ୍ତି ଦେଇପାରେ କିନ୍ତୁ ପୁଅଝିଅ ଭଳି ସେବା ଦେଇପାରିବ ନାହିଁ। ଟଙ୍କା ଦେଇ ଲୋକ କିଣି ହେବ ହେଲେ ପାଖରେ ଥିବା ପରିବାର ସଦସ୍ୟ ଭଳି ଧୈର୍ଯ୍ୟ, ସାହସ, ସହଯୋଗ ଓ ଭଲ ପାଇବା ଦେଇପାରିବେ ନାହିଁ। ତେଣୁ ଟଙ୍କାଖିଆ ମଣିଷ ବେଳ ଥାଉଁ ସାବଧାନ ହେବା ଦରକାର।

ଡ. ମନୋରଞ୍ଜନ ପ୍ରଧାନ
ସହକାରୀ ପ୍ରଫେସର, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜୟପୁର, କୋରାପୁଟ
ମୋ: ୯୪୩୭୯୧୪୮୧୮

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ କରୁଥିଲେ ଯୁବକ, ହଠାତ୍…

ଧୂଷୁରୀ/ଅସୁରାଳି,୩୦।୬( ଦୀପ୍ତି ରଞ୍ଜନ ନାୟକ/ସନ୍ତୋଷ ସାହୁ ) : ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତର ଫତେପୁର ଗ୍ରାମର ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର…

ଅମାଠ ବେହେରା ରାଇସ ମିଲ ସିଲ୍‌: ଜିଲାପାଳଙ୍କ ଆଦେଶ ଅବମାନନା ଅଭିଯୋଗ

କେସିଙ୍ଗା,୩୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଠ ଛକସ୍ଥିତ ବେହେରା ରାଇସ ମିଲ ଏବଂ ଗୋଟିଏ ଗୋଦାମକୁ ମଙ୍ଗଳବାର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏସିଏସଓ…

ବାବୁଙ୍କ ଘରେ ବିଡ଼ା ବିଡ଼ା ଟଙ୍କା ଦେଖି ଭିଜିଲାନ୍ସ ଚକିତ: ୨୦ରୁ ଅଧିକରୁ ପ୍ଲଟ୍‌ ସହ ଘରୁ ମିଳିଲା…

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ପ୍ରତିଷ୍ଠାନ(ଏଷ୍ଟାବ୍ଲିଶମେଣ୍ଟ) ଅଧିକାରୀ ତଥା କାର୍ଯ୍ୟାଳୟ ଅଧିକ୍ଷକ ଧନୁର୍ଦ୍ଧର ବିଶ୍ୱାଳଙ୍କ ନାମରେ ଆୟ ବର୍ହିଭୂତ…

ବଢିଲା ରବି ଧାନ ସଂଗ୍ରହ ଅବଧି: ଯୋଗାଣ ମନ୍ତ୍ରୀ ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୩୦।୬: ରବି ଧାନ ସଂଗ୍ରହ ଅବଧି ଜୁଲାଇ ୩ ତାରିଖ ଯାଏ ବୃଦ୍ଧି କରିଛନ୍ତି ସରକାର। ଅବଧି ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା…

ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ମାତୃ-ଶିଶୁ ବିଭାଗର ଲିଫ୍ଟ ଅଚଳ, ଆସୁନି ପାଣି

ପଦ୍ମପୁର,୨୯ା୬(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡର ଏକମାତ୍ର ଭରସାଯୋଗ୍ୟ ସରକାରୀ ଉପଖଣ୍ଡ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୁର୍ଘଟଣାଗ୍ରସ୍ତ କିମ୍ବା ଗୁରୁତର ରୋଗୀଙ୍କୁ…

ବାଣପୁରରେ ଭିଡ଼ ହିଂସା: ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ, ୨ ଗିରଫ, ପୋଲିସର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ

ଖୋର୍ଦ୍ଧା, ୩୦।୬ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାର ବାଲିଅନ୍ତା ଓ ରାୟଗଡ଼ାର ଇନ୍ଦିରାଗୁଡ଼ା ପରେ ଏବେ ବାଣପୁରରେ ଭିଡ଼ ହିଂସାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।…

ହୃଦୟବିଦାରକ ଦୃଶ୍ୟ! ରାସ୍ତା ନଥିବାରୁ ଖଟିଆରେ ବୁହାହେଲା ଗର୍ଭବତୀଙ୍କ ମୃତଦେହ, ଶିଶୁ ବି..

ଗୁଡ଼ାରୀ,୩୦।୬(ପ୍ରମୋଦ କୁମାର ପତି ): ଗୁଡ଼ାରୀ ବ୍ଲକ କର୍ଲାଘାଟି ଗ୍ରାମପଞ୍ଚାୟତର ପେଟାଖାଲ ଗ୍ରାମରୁ ସ୍ବାସ୍ଥ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସିଛି । ଗର୍ଭବତୀ ସେବତୀ ନାରେଙ୍ଗାକାଙ୍କ ମୃତ୍ୟୁ ହେବା…

ଲୋମହର୍ଷଣକାରୀ ହତ୍ୟା, ଲୁଟ୍ ଘଟଣା: ହତ୍ୟାକାରୀଙ୍କ ଗାଡି ଦୁର୍ଘଟଣା, ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ…

ସୁନ୍ଦରଗଡ଼, ୩୦।୬ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାରେ ଘଟିଥିବା ଏକ ଲୋମହର୍ଷଣକାରୀ ହତ୍ୟା ଓ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏନେଇ ମଙ୍ଗଳବାର ସୁନ୍ଦରଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri