ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ ଚଳନ୍ତାନି! ବ୍ୟସ୍ତ ହେବାର ଆବଶ୍ୟକତା କାହିଁକି। କିନ୍ତୁ ବ୍ୟସ୍ତ ଥିବା ମଣିଷଟି ମଧ୍ୟରେ ନିଜକୁ ପରଖିଲେ ଯାଇ ଉପଲବ୍ଧି କରିହୁଏ ବାସ୍ତବତାକୁ। କାରଣ, ଏଠି ସ୍ବପ୍ନ ଦେଖିବାକୁ ରାତି ନିଅଣ୍ଟ। କାର୍ଯ୍ୟ ସାଧନ ପାଇଁ ଜୀବନ ରାସ୍ତାରେ ଆଗକୁ ବଢ଼ିବାର ଅଛି। ପୁଣି ଯଥା ସମୟରେ କାର୍ଯ୍ୟ ସମ୍ପନ୍ନ ହେବା ବିଧେୟ। ସୁତରାଂ ତମାମ ଜୀବନ ଚାଲିଥାଏ ଧାଁ ଦଉଡ଼।
ଧାଁ ଦଉଡ଼ ହେଉଛି ଜୀବନର ଏକ ନିରନ୍ତର ପ୍ରକ୍ରିୟା। ଯାହା ମନୁଷ୍ୟକୁ କରିଥାଏ କର୍ମତତ୍ପର। ନିଜର ମୌଳିକ ଅଧିକାର ଖାଦ୍ୟ, ବସ୍ତ୍ର ଓ ବାସଗୃହ ପାଇଁ ଅନବରତ ଚାଲିଥାଏ ଏ ଯାତ୍ରା। ସୂର୍ଯ୍ୟ ଉଦୟଠାରୁ ଅସ୍ତ ପର୍ଯ୍ୟନ୍ତ କର୍ମତତ୍ପର ହୋଇଉଠେ ସାରା ଦୁନିଆ। ଉଦ୍ଦେଶ୍ୟ, ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା । ଜୀବନର ଏହି ଚଲାପଥରେ ଅନେକ ଥର ଝୁଣ୍ଟି ପଡି-ଉଠି ଚାଲିବାକୁ ହୋଇଥାଏ। ଝୁଣ୍ଟି ପଡ଼ିଲେ ତଳେ ପଡ଼ି ଖଣ୍ଡିଆଖାବରା ହୋଇଯାଏ ଦେହ। ଯନ୍ତ୍ରଣା ଭୋଗିବାକୁ ହୋଇଥାଏ। ଏ କ୍ଷେତ୍ରରେ କିଏ ତଳୁ ଉଠାଇ ଦିଏ ତ କିଏ ପୁଣି ଅଣଦେଖା କରି ଚାଲିଯାଏ। ଏହା ଭିତରେ ବି ଦିକ୍‌ ଦିକ୍‌ ଜଳୁଥାଏ ଆଶାର ଦୀପଟିଏ। ଏଇ ତ ଜୀବନ।
ଜୀବନଟା କିନ୍ତୁ ଅବିରାମ ଗତିରେ ଚାଲିଥାଏ। ବହିଗଲା ପାଣିପରି ସବୁବେଳେ ତା’ ଗତି ଆଗକୁ ଆଗକୁ। ଅନବରତ ଆଗକୁ ଯାଉଥିବା ମଣିଷ ଜୀବନରେ ସଫଳ ହୁଏ। ଅଟକିଗଲେ କାମ ବି ଅଟକି ଯାଏ। ନିଅଣ୍ଟ ପଡ଼େ ସମୟ। କାମ କିନ୍ତୁ ସରି ନ ଥାଏ। ତାକୁ କୈଣସିମତେ ସାରିବାକୁ ହେବ। ସୁତରାଂ ଧାଇଁବାକୁ ହୋଇଥାଏ। ଏ ଧାଇଁବାକୁ ନେଇ ହୁଏତ କିଏ ସମାଲୋଚନା କରିପାରନ୍ତି ମାତ୍ର ସେସବୁ ପ୍ରତି ଧ୍ୟାନ ନ ଦେଇ ଆଗକୁ ଆଗକୁ ମାଡ଼ି ଚାଲିଲେ ହିଁ ଜୀବନ ହୁଏ ସଫଳ। ଜୀବନଟା କେବେକେବେ ପାଲଟି ଯାଏ ନିରାଶାର ମରୁଭୂମି। ଯେଉଁଠି ଅନବରତ ସୃଷ୍ଟିକରେ ମରୀଚିକାର ଭ୍ରମ। ଦୂରରୁ ଆଶା ଦେଖାଏ କିନ୍ତୁ ନିରାଶ କରେ। ଶୋଷ ମେଣ୍ଟି ପାରେନା। ଫଳରେ ଭୋଗିବାକୁ ହୋଇଥାଏ ନୈରାଶ୍ୟ। ବାଟ ଚାଲିବା ବ୍ୟର୍ଥ ଯାଏ। ଅଗତ୍ୟା ନିରାଶାର ମରୁଭୂମିରେ ଏକଲା ଏକଲା ଚାଲିବାକୁ ପଡ଼ିଥାଏ। କିନ୍ତୁ ଏଇଟା ଯେ ଭୁଲ୍‌ ବାଟ, ଏକଥା ସମ୍ଭବତଃ ସେ ଜାଣି ନ ଥାଏ। ଫଳରେ ସଫଳତା ମିଳିବା କାଠିକର ପାଠ ହୋଇପଡ଼େ
ଜୀବନ ବାଟରେ ଯିବାକୁ ହେଲେ ମୁଖ୍ୟ କଥା ହେଉଛି, ବାଟକୁ ଜାଣିବା ଅର୍ଥାତ୍‌ ନିଜ ଲକ୍ଷ୍ୟ ପଥକୁ ସ୍ଥିର କରିବା। ଯେ ପର୍ଯ୍ୟନ୍ତ ଠିକ୍‌ ରାସ୍ତା ନ ମିଳିଛି, ସେ ପର୍ଯ୍ୟନ୍ତ ଅଧ୍ୟବସାୟ କରିବାକୁ ହେବ। ସାଧନା ଜାରି ରଖିବାକୁ ହେବ। ତୁରନ୍ତ ଫଳପ୍ରାପ୍ତି ଆଶାରେ ଅବାଟକୁ ବାଛି ନେବା ଅର୍ଥ ନିଜେ ନିଜର ବିନାଶ କରିବା। ସେଥିରେ ଗଲେ ପଶ୍ଚାତାପ କରିବା ହିଁ ସାର ହୁଏ। ସୁତରାଂ ଜୀବନର ଧାଁ ଦଉଡ଼ ଭିତରେ ନିଜ ପାଇଁ ନିଜ ପଥ ବାଛିବାର ଏକାନ୍ତ ଆବଶ୍ୟକତା ରହିଛି। ଜୀବନର ଦୈନନ୍ଦିନ ଧାଁ ଦଉଡ଼ର ପଥ ଯେ ସର୍ବଦା ନିଷ୍କଣ୍ଟକ ସେକଥା କହିହେବ ନାହିଁ। ପଥ କେବେ କଣ୍ଟକିତ ତ କେବେ ପୁଣି ପୁଷ୍ପିତ। ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେଲେ କଣ୍ଟାର ଆଘାତ ବି ସହିବାକୁ ପଡ଼ିଥାଏ। ଥରେ ନୁହେଁ ବାରମ୍ବାର ସହିବାକୁ ହୋଇଥାଏ ଝୁଣ୍ଟିବାର ନିର୍ମମ ଯନ୍ତ୍ରଣା। ତଥାପି ପଡ଼ି ଉଠି ଧାଇଁବାକୁ ହୋଇଥାଏ। ଅନେକ କ୍ଷେତ୍ରରେ ଏ ଆଘାତ ଥାଏ ପ୍ରାୟୋଜିତ। ଆଗକୁ ଯାଉଥିବା ମଣିଷର ଗୋଡ଼ ଟାଣି ଜଖମ କରିବାକୁ ଅନେକେ ପ୍ରସ୍ତୁତ ହୋଇ ରହିଥାନ୍ତି। ପାଦ ଖସେଇ ଦେବାକୁ ତତ୍ପର ହୋଇଉଠନ୍ତି। ଏସବୁ ଦେଖି ଡରିଗଲେ ଚଳିବ ନାହିଁ, ବରଂ ଏଥିସହିତ ଲଢ଼େଇ ଜାରି ରଖିବାକୁ ହେବ। ତା’ ନ ହେଲେ ଜୀବନର ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ହେବ ନାହିଁ।
ଧାଇଁବା ପଛରେ ରହିଛି ପ୍ରଚୁର ସମ୍ମୋହନ। ଅନନ୍ୟ ଆକର୍ଷଣ। ପୁଣି ସଫଳତାକୁ କରାୟତ୍ତ କରିବାର ଦୁର୍ବାର ଆକାଂକ୍ଷା। ଠେକୁଆ – କଇଁଛ ଦୌଡ଼ ପରି ମନ୍ଥର ଗତି ସମ୍ପନ୍ନ କଇଁଛର ଶେଷରେ ଘଟିଛି ଜିତାପଟ। ନିଜ ଶକ୍ତି ଉପରେ ଆସ୍ଥା ରଖି ଗର୍ବରେ ଅନ୍ଧ ହୋଇଯାଇଥିବା ଠେକୁଆକୁ ଭୋଗିବାକୁ ପଡ଼ିଛି ବିଫଳତା। ସୁତରାଂ ଆମ ଜୀବନର ଧାଁ ଦଉଡ଼ ଭିତରେ କେବଳ ନିଜର ଶକ୍ତି ଉପରେ ଭରସା ରଖିଲେ ହେବନାହିଁ। ଏଥିଲାଗି କୌଶଳର ମଧ୍ୟ ଏକାନ୍ତ ପ୍ରୟୋଜନ ରହିଛି। ନିଜ ଶକ୍ତି, ସାଧନା, ଲକ୍ଷ୍ୟ, କୌଶଳ ଓ ଆତ୍ମବିଶ୍ୱାସ ଆଧାରରେ ବାଟ ଚାଲିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ସମ୍ଭବ ହୋଇପାରିବ।

ସଂଗ୍ରାମ କେଶରୀ ପୃଷ୍ଟି
ରାଜ କିଶୋରନଗର, ଅନୁଗୋଳ
ମୋ: ୯୪୩୭୫୪୭୧୪୬

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri