‘କ୍ଲାଇମେଟ୍‌ ଚେଞ୍ଜ: ଦି ପାଥ୍‌ ଆହେଡ୍‌’-ଅରଣ୍ୟ ମାନବ ଯାଦବ ପାୟେଙ୍ଗ

ସାରା ବିଶ୍ୱ ପାଇଁ ଜଳବାୟୁ ପରିବର୍ତ୍ତନ ଏବେ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କର ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏ କ୍ଷେତ୍ରରେ ସହଭାଗୀ କରାଇବେ, ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌’। ଚଳିତବର୍ଷର ପ୍ରସଙ୍ଗ ରହିଛି ‘କ୍ଲାଇମେଟ୍‌ ଚେଞ୍ଜ: ଦି ପାଥ୍‌ ଆହେଡ୍‌’। ରାଜ୍ୟର ଯୁବପିଢ଼ିଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଆସନ୍ତା ୨୪ ତାରିଖରେ ‘ଯୁବ ସମ୍ମିଳନୀ’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ। ‘ଧରିତ୍ରୀ’ର ୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ହେବାକୁ ଥିବା ଏହି ୟୁଥ୍‌ କନ୍‌କ୍ଲେଭ୍‌ରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ।

‘ଧରିତ୍ରୀ’ ପକ୍ଷରୁ ଆୟୋଜିତ ହେବାକୁ ଥିବା ଯୁବ ସମ୍ମିଳନୀରେ ଯୋଗଦେବେ ଆସାମର ଯାଦବ ପାୟେଙ୍ଗ। ‘ଫରେଷ୍ଟ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ ବା ଭାରତର ଅରଣ୍ୟ ମାନବ ଭାବେ ସେ ପରିଚିତ। ଆସାମ ଜୋରହାଟ ଦେଇ ପ୍ରବାହିତ ବ୍ରହ୍ମପୁତ୍ର ନଦୀର ମଜୁଲୀ ଦ୍ୱୀପପୁଞ୍ଜରେ ଥିବା ଚଡ଼ା(sandbar)କୁ ଜଙ୍ଗଲରେ ପରିଣତ କରି ସେ କେବଳ ନିଜ ରାଜ୍ୟ ନୁହେଁ, ଦେଶ ବିଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଯାଦବ ୧୯୫୯ ଅକ୍ଟୋବର ୩୧ରେ ଜୋରହାଟଠାରେ ବିଲୁପ୍ତପ୍ରାୟ ଏକ ଜନଜାତି ସମ୍ପ୍ରଦାୟରେ ଜନ୍ମଗ୍ରହଣ କରିଥିଲେ। ୧୯୭୯ରେ ମାତ୍ର ୧୯ବର୍ଷ ବୟସରୁ ଚାରା ରୋପଣ କରିବା ଆରମ୍ଭ କରିଥିଲେ। ମଜୁଲୀ ଦ୍ୱୀପପୁଞ୍ଜ ଚଡ଼ାରେ ସେ ୨୦ଟି ବାଉଁଶ ଚାରା ପ୍ରଥମେ ଲଗାଇଥିଲେ। ପରେ ଅନେକ ହଜାର ଚାରା ଲଗାଇ ତାହାର ସୁରକ୍ଷା ଦାୟିତ୍ୱ ନେବା ସହ ଉକ୍ତ ଚଡ଼ାକୁ କିପରି ଜଙ୍ଗଲରେ ପରିବର୍ତ୍ତନ କରିବେ ସେହି ଦିଗରେ ଅହରହ କାର୍ଯ୍ୟ କରିଥିଲେ ଯାଦବ। ଭୋର ୩ଟାରୁ ଉଠି ବୋଟ୍‌ ଯୋଗେ ସେଠାକୁ ଯାଇ ଚାରା ରୋପଣ କରିବା ସହ ପୂର୍ବରୁ ଲଗାଯାଇଥିବା ଗଛର ଯତ୍ନ ନେଉଥିଲେ। ଏମିତି ଏକ ସମୟ ଆସିଲା, ୨୦୦ ହେକ୍ଟର ପରିମିତ ଚଡ଼ାଟି ଜଙ୍ଗଲରେ ପରିଣତ ହୋଇସାରିଥିଲା। ଆଉ ଯାଦବଙ୍କ ସ୍ବପ୍ନ ବି ବାସ୍ତବତାର ରୂପ ନେଇଥିଲା। ଏବେ ଏହି ଜଙ୍ଗଲ ୫୫୦ ହେକ୍ଟରକୁ ପରିବ୍ୟାପ୍ତ ହୋଇସାରିଛି। ସେଠାରେ ବିଭିନ୍ନ ପ୍ରକାରର ଗଛ ବଢ଼ିଥିବା ବେଳେ କେବଳ ବାଉଁଶ ଗଛ ୩୦୦ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ ରହିଛି। ସେହି ଜଙ୍ଗଲକୁ ଯାଦବଙ୍କ ଡାକ ନାମ ‘ମୋଲାଇ’ ନାମରେ ନାମିତ କରାଯାଇଛି। ବର୍ତ୍ତମାନ ସେଠାରେ ମହାବଳ ବାଘ, ଗଣ୍ଡା, ୧୦୦ରୁ ଊର୍ଦ୍ଧ୍ୱ ହରିଣ ଓ ଠେକୁଆ ରହୁଛନ୍ତି। ମାଙ୍କଡ଼ ସହ ବହୁ ପ୍ରଜାତିର ପକ୍ଷୀଙ୍କର ମଧ୍ୟ ମୋଲାଇ ଜଙ୍ଗଲ ସ୍ଥାୟୀ ବାସସ୍ଥାନ ପାଲଟିଛି। ଏଠାରେ ବହୁ ସଂଖ୍ୟାରେ ଶାଗୁଣା ମଧ୍ୟ ରହୁଛନ୍ତି। ପ୍ରତିବର୍ଷ ପ୍ରାୟ ୧୦୦ ହାତୀର ଏକ ଦଳ ସେହି ଜଙ୍ଗଲକୁ ଯାଆନ୍ତି ଓ ପ୍ରାୟ ୬ମାସ ରହିଥାନ୍ତି। ନିକଟ ଅତୀତରେ ଉକ୍ତ ଜଙ୍ଗଲରେ ୧୦ଟି ହାତୀ ଛୁଆ ମଧ୍ୟ ଜନ୍ମ ନେଇଥିଲେ। ୨୦୦୮ରେ ଯାଦବଙ୍କ ଏହି ଉଦ୍ୟମ ଜଙ୍ଗଲ ବିଭାଗ ନଜରକୁ ଆସିଥିଲା। ୧୧୫ ଟିକିଆ ହାତୀ ଦଳ ନିକଟସ୍ଥ ଗ୍ରାମରେ ଜମି ଓ ଫସଲ ନଷ୍ଟ କରି ‘ମୋଲାଇ’ ଜଙ୍ଗଲକୁ ପଶିଯାଇଥିଲେ। ସେମାନଙ୍କୁ ଖୋଜିବାକୁ ଯାଇ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯାଦବଙ୍କ ଏହି ଘଞ୍ଚ ଜଙ୍ଗଲକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ବନ ବିଭାଗର ଅଧିକାରୀମାନେ ପର୍ଯ୍ୟାୟକ୍ରମେ ସେହି ଜଙ୍ଗଲକୁ ଯାଇ ଏହା ଉପରେ ନଜର ରଖିବା ସହ ଯାଦବଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ୨୦୧୩ରେ ଶିକାରୀମାନେ ଜଙ୍ଗଲରେ ଗଣ୍ଡାଙ୍କୁ ମାରିବା ପାଇଁ ଯୋଜନା କରିଥିଲେ, କିନ୍ତୁ ଯାଦବଙ୍କ ଯୋଗୁ ତାହା ସଫଳ ହୋଇପାରି ନ ଥିଲା। ପୂର୍ବରୁ ଖବର ପାଇ ଯାଦବ ବନ ବିଭାଗକୁ ଜଣାଇଦେବାରୁ ଶିକାରୀମାନେ ଧରାପଡିଥିଲେ। ଏଥିସହ ସେମାନଙ୍କଠାରୁ ବହୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଥିଲା। ଯାଦବ ଏବେ ଏକ ବ୍ୟାଟେରିଚାଳିତ ଗାଡ଼ିରେ ବୁଲି ଜଙ୍ଗଲ ପରିଚାଳନା କରୁଛନ୍ତି। ବ୍ରହ୍ମପୁତ୍ରରେ ଥିବା ଅନ୍ୟ ଚଡ଼ାରେ ଏଭଳି ଜଙ୍ଗଲ ସୃଷ୍ଟି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।
ପର୍ଯ୍ୟାବରଣକୁ ଭଲ ପାଉଥିବା ଯାଦବ ସବୁବେଳେ ସେହି ପରିବେଶ ଭିତରେ ରହୁଥିଲେ। ତାଙ୍କ ସହ ପତ୍ନୀ ଓ ତିନି ସନ୍ତାନ ମଧ୍ୟ ସେହି ଜଙ୍ଗଲରେ ରହୁଥିଲେ। ୨୦୧୨ରେ କୋକିଲମୁଖ ଘାଟରେ ଏକ ଘର ତିଆରି କରି ସେଠାକୁ ସ୍ଥାନାନ୍ତର ହୋଇଛନ୍ତି। ନିଜର ରୋଜଗାର ପାଇଁ ଏକ ଗାଈ ଓ ମଇଁଷି ଫାର୍ମ କରିଛନ୍ତି। ସେହି ଫାର୍ମରୁ କ୍ଷୀର ବିକ୍ରି କରି ଯାଦବ ତାଙ୍କ ପରିବାରକୁ ଚଳାଇଥାନ୍ତି। ପରିବେଶକୁ ଭଲ ପାଉଥିବାରୁ ନୂଆ ଜଙ୍ଗଲ ସୃଷ୍ଟି ଉଦ୍ୟମ ଜୀବନର ଶେଷ ସମୟ ଯାଏ ଜାରି ରଖିବେ ବୋଲି ସେ ପଣ କରିଛନ୍ତି। ଏଥିପାଇଁ
ଯାଦବ ବହୁ ସମ୍ମାନ ଓ ପୁରସ୍କାର ପାଇଛନ୍ତି। ୨୦୧୫ରେ ଭାରତ ସରକାର ତାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ଯାଦବଙ୍କ ଜୀବନକୁ ନେଇ ଡକ୍ୟୁମେଣ୍ଟାରି ମଧ୍ୟ ପ୍ରସ୍ତୁତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଜଙ୍ଗଲରେ ବୁଲୁଛି ବିରଳ କଲରା ପତରିଆ ବାଘ, କ୍ୟାମେରାରେ କଏଦ୍ ହେଲା ଦୃଶ୍ୟ

ଭୁବନେଶ୍ୱର,୨୯।୧୧: ଓଡିଶାରେ ଜଙ୍ଗଲରେ ବୁଲୁଛି ବିରଳ କଲରା ପତରିଆ ବାଘ। ରାଜ୍ୟରେ ଏବେ ବାଘ ଜନଗଣନା ଚାଲିଥିବା ବେଳେ କଲରା ପତରିଆ ବାଘର ରୋମାଞ୍ଚକର ଦୃଶ୍ୟ...

ସରକାରଙ୍କ ସହ ଆଲୋଚନା ସଫଳ, ବସ୍ ଧର୍ମଘଟ ପ୍ରତ୍ୟାହାର

ଭୁବନେଶ୍ୱର,୨୯।୧୧: ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହେବା ପରେ ବସ୍ ଧର୍ମଘଟ ପ୍ରତ୍ୟାହାର କରିଛନ୍ତି ଅଲ ଓଡିଶା ଘରୋଇ ବସ ସଂଘ। ବୁଧବାର ସନ୍ଧ୍ୟାରେ...

କୁମ୍ବୀରକୁ ଧରି ଫଟୋ ଉଠାଉଥିଲେ କିଛି ବ୍ୟକ୍ତି: ହଠାତ୍‌ ଘଟିଲା ଏମିତି, ଆଉ ତା’ପରେ ଦେଖନ୍ତୁ ଭିଡିଓ

ବିପଦପୂର୍ଣ୍ଣ ଜୀବଙ୍କ ନିକଟକୁ ଯିବାକୁ ଡର ଲାଗେ। ଲୋକମାନେ ଏପରି ଜୀବମାନଙ୍କ ଆଖପାଖକୁ ଯିବାକୁ ଥରନ୍ତି। ଏହିପରି ଜୀବମାନେ କ୍ଷଣିକ ମଧ୍ୟରେ ଲୋକଙ୍କ କ୍ଷତି କରନ୍ତି।...

ଯୌତୁକ ନା ବଜାର: ବିବାହରେ ଉପହାର ମିଳିଲା ଏତେ ଜିତିଷ, ରାଗିଗଲେ ଲୋକେ

ବିବାହରେ ଯୌତୁକ ଦେବା ପରମ୍ପରା ଦୀର୍ଘ ଦିନ ଧରି ଚାଲିଆସୁଛି। ଆଜି ବି ଲୋକମାନେ ଏହି ପରମ୍ପରାକୁ ପ୍ରୋତ୍ସାହିତ କରୁଥିବା ଦେଖାଯାଉଛି। ସୋସିଆଲ ମିଡିଆରେ ଏକ...

ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କ ଘରୁ ଲୁଟ

ହାଟଡିହୀ,୨୯।୧୧(ଶୁଭକାନ୍ତ ନାୟକ) କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ସୁନା ଦୋକାନୀ ଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟପାଟ ହୋଇଛି। ଥାନା ଅଧୀନ...

ରସୁଲଗଡ଼ରେ ଦୁର୍ଘଟଣା: ଜଣେ ମୃତ

ଭୁବନେଶ୍ବର,୨୯।୧୧: ଭୁବନେଶ୍ୱରର ରସୁଲଗଡ଼ ଛକ ନିକଟରେ ବୁଧବାର ଦୁର୍ଘଟଣା ଘଟିଛି। ଟ୍ରକ୍‌ ଚଢ଼ିଯିବାରୁ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।...

ମଦ୍ୟପ ଓ ଅପରାଧୀଙ୍କ ପାଇଁ ନିଯୁକ୍ତି ସୁଯୋଗ, ବିଜ୍ଞାପନ ଦେଲା ଏହି କମ୍ପାନୀ

ହୋବାର୍ଟ,୨୯।୧୧: ଭଲ ଦରମା ସହ ମନ ମୁତାବକ ଚାକିରି ଖଣ୍ଡିଏ ମିଳିଲେ ବ୍ୟକ୍ତ ଯେକେଉଁଠି ଯିବାକୁ ଚାହିଁଥାଏ। ସମ୍ପ୍ରତି, ଏକ ଏଭଳି ଚାକିରିର ବିଜ୍ଞାପନ ସୋସିଆଲ...

ସମ୍ଭାବ୍ୟ ବାତ୍ୟା ନେଇ ୭ ଜିଲାପାଳଙ୍କୁ ଏସ୍‌ଆରସିଙ୍କ ଚିଠି 

ଭୁବନେଶ୍ବର,୨୯।୧୧: ଆଣ୍ଡାମାନ ସାଗରର ଲଘୁଚାପ କ୍ଷେତ୍ର ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri