Posted inରାଜ୍ୟ

ଜଳବାୟୁ ପରିବର୍ତ୍ତନ: ଶିମିଳିପାଳରେ କମୁଛି ତାପମାତ୍ରା, ପ୍ରାଣୀଙ୍କ ଉପରେ ପ୍ରଭାବ ଜାଣିବାକୁ ଗବେଷଣା ଲୋଡ଼ା

ଭୁବନେଶ୍ୱର, ୧୮।୧(ଅସମାପିକା ସାହୁ)- ଚଳିତ ମାସରେ ଶିମିଳିପାଳ ଜଙ୍ଗଲର ବାରହା କାମୁଡ଼ା ଅଞ୍ଚଳରେ ଦୁଇ ଥର ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସ ଛୁଇଁଲାଣି। କିଛି ଦିନ ହେଲା ବ୍ୟାଘ୍ର ପ୍ରକଳ୍ପର ଅନ୍ୟାନ୍ୟ କିଛି ଅଞ୍ଚଳରେ ୨-୩ ଡିଗ୍ରୀ ତାପମାତ୍ରା ଲାଗି ରହିଛି। ଏହା ଜଳବାୟୁ ପରିବର୍ତ୍ତନର ବିଭୀଷିକା ବୋଲି କୁହାଯାଉଛି। ଗତ ଦୁଇ ଚାରି ବର୍ଷ ଧରି ଗ୍ରୀଷ୍ମ ଦିନେ ଶିମିଳିପାଳରେ ଜଙ୍ଗଲ ନିଆଁ ଅଣାୟତ ହେବା ବହୁ ଚର୍ଚ୍ଚା ହୋଇଥିଲା। ସେତେବେଳେ ଏଭଳି ଏକ ବିପଦପୂର୍ଣ୍ଣ ଦୃଶ୍ୟର ଅବତାରଣା ହୁଏତ ଅନେକ ଅନୁମାନ କରି ପାରିନଥିଲେ। ଅତ୍ୟଧିକ ଥଣ୍ଡାକୁ ପ୍ରତିହତ କରି ଶିମିଳିପାଳରେ ବନ୍ୟପ୍ରାଣୀଙ୍କର ସମସ୍ୟା ବଢ଼ିବା ସ୍ବାଭାବିକ।

ଯଦିଓ ବାଘମାନଙ୍କର ଦେହରେ ଲୋମଯୁକ୍ତ ମୋଟା ଚମଡ଼ା ଅଛି, ହେଲେ ଶୂନ ବା ବିଯୁକ୍ତ ତାପମାତ୍ରାରେ ବଞ୍ଚତ୍ ରହିବା ଭାରତୀୟ ବାଘମାନଙ୍କ ପାଇଁ କଷ୍ଟକର ବୋଲି ଅନେକ ଗବେଷଣା ହୋଇସାରିଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ୨୦୭୦ ମସିହା ବେଳକୁ ସୁନ୍ଦରବନ ଅଞ୍ଚଳରେ ବାଘମାନଙ୍କ ପାଇଁ ଆଉ ପ୍ରାକୃତିକ ଆବାସ ନ ଥିବ ଏବଂ ସେମାଙ୍କର ସଂଖ୍ୟା ଗୁରୁତର ଭାବେ ହ୍ରାସ ପାଇବ ବୋଲି ୨୦୧୯ରେ ଏକ ଗବେଷଣା ପୂର୍ବାନୁମାନ କରିଥିଲା। ଏହି ପରିପ୍ରେକ୍ଷୀରେ ଶିମିଳିପାଳରେ ଶୂନ ତାପମାତ୍ରା ଦୀର୍ଘ ଦିନ ଧରି ଲାଗି ରହିଲେ ଓଡ଼ିଶାର ଗର୍ବ ବୋଲାଉଥିବା ମହାବଳ ବାଘ ଏବଂ ଅନ୍ୟ ବନ୍ୟପ୍ରାଣୀଙ୍କ ଅବସ୍ଥା ସଙ୍ଗୀନ ହେବ ବୋଲି ଆଶଙ୍କା କରାଯାଉଛି।

ମୟୂରଭଞ୍ଜ ଜିଲାରେ ହାଡ଼ଭଙ୍ଗା ଶୀତ ଏବଂ ଶିମିଳିପାଳ କୋର ଏରିଆରେ ଥିବା ବାରହା କାମୁଡ଼ାରେ ଶୂନ ଡିଗ୍ରୀ ତାପମାତ୍ରା କିଛି ଗୋଟେ ଅଦୃଶ୍ୟ ବିପଦ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ପରିବେଶବିତ ଏବଂ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କଲେଣି। କାରଣ ୨୦୨୩ ଡିସେମ୍ବର ୧୭ରେ ଶିମିଳିପାଳରେ ୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ୨୦୨୨ ଡିସେମ୍ବର ୧୬ରେ ତାପମାତ୍ରା ୯ ଡିଗ୍ରୀ ଥିଲା। ତେବେ ଶୂନ ଡିଗ୍ରୀ ତାପମାତ୍ରା ଦିନକୁ କେତେ ସମୟ ପର୍ଯ୍ୟନ୍ତ ରହୁଛି ଏବଂ ତାର ଯଦି ବି କିଛି ପ୍ରଭାବ ପଡୁଥାଏ ତାହା ଉପରେ ଗବେଷଣା ହେବା ଦରକାର ବୋଲି ଓଡ଼ିଶା ବିଜ୍ଞାନ ଏକାଡ଼େମୀର ସମ୍ପାଦକ ତଥା ପୂର୍ବତନ ପ୍ରାଣୀ ବିଜ୍ଞାନ ପ୍ରଫେସର ଡ. ଆଶିଷ କୁମାର ମହାନ୍ତି କହିଛନ୍ତି। ସେ କହିଛନ୍ତି, ସାଧାରଣ ଭାବରେ ଉଷ୍ମ ରକ୍ତ ବିଶିଷ୍ଟ ପ୍ରାଣୀମାନେ ନିଜ ଦେହର ତାପମାତ୍ରାକୁ ପରିବେଶ ତାପମାତ୍ରା ସହିତ ସନ୍ତୁଳନ କରିଥାଆନ୍ତି। କିନ୍ତୁ ଶୂନ ବା ବିଯୁକ୍ତ ତାପମାତ୍ରାରେ ଆମ ଦେହରେ ଥିବା ଏଞ୍ଜାଇମ ସବୁ କାମ କରିବା ବନ୍ଦ ହେଇଯିବ ଏବଂ ହାଇପୋଥାଲାମସ ମଧ୍ୟ ଅକାମୀ ହେଇଯିବ। ତେବେ ବାଘମାନେ ବନ୍ୟପ୍ରାଣୀ ଏବଂ ତାଙ୍କର ଆଡାପ୍ଟେସନ ବଳିଷ୍ଠ ହୋଇଥିବାରୁ ସେମାନେ ଯଦିଓ ଭାରତର ବିଭିନ୍ନ ଜଙ୍ଗଲରେ ଭଲ ଭାବରେ ଖାପ ଖୁଆଇ ଚଳିପାରନ୍ତି, କିନ୍ତୁ ବିଯୁକ୍ତ ତାପମାତ୍ରା ଲଗାତାର ଭାବରେ ଅଧିକ ଦିନ ଯଦି ରହିଯିବ ତେବେ ସେମାନେ ମଧ୍ୟ ସମସ୍ୟା ଭୋଗିବେ ବୋଲି ଡ. ମହାନ୍ତି ଚିନ୍ତାପ୍ରକଟ କରିଛନ୍ତି।

ସେପଟେ ନନ୍ଦନକାନନରେ ଶୀତ ଦିନ ଆସିବା ପୂର୍ବରୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ପାଇଁ ନିର୍ଦ୍ଧିିଷ୍ଟ କାର୍ଯ୍ୟଖସଡ଼ା ରହିଛି। ଅଧିକ ଶୀତରୁ ରକ୍ଷା ପାଇଁ କାହା ଘରେ ଉତ୍ତାପ ବଢ଼େଇବା ପାଇଁ ହିଟିଙ୍ଗ ପ୍ୟାଡ ଦିଆଯାଏ ତ କାହା ଘରେ ରୁମ ହିଟର ମଧ୍ୟ ଦିଆଯାଏ। ଖାସ କରି ସରୀସୃପ ମାନେ ଯେଉଁମାନଙ୍କ ଦେହରେ ଶୀତଳ ରକ୍ତ ପ୍ରବାହିତ ସେମାନଙ୍କ ଘରେ ଶୀତ ଦିନେ ଚିଡ଼ିଆଖାନାରେ ଉତ୍ତାପ ବୃଦ୍ଧି କରେଇବା ବ୍ୟବସ୍ଥା କରାଯାଇଥାଏ। ତେବେ ପ୍ରାକୃତିକ ପରିବେଶରେ ସରୀସୃପମାନେ ଶୀତରୁ ରକ୍ଷା ପାଇବା ପାଇଁ ଶୀତଳ ସୁପ୍ତି ବା ହାଇବରନେସନ(Hibernation)ର ସାହାଯ୍ୟ ନେଇଥାନ୍ତି। ଥଣ୍ଡାରୁ ରକ୍ଷା ପାଇଁ ସାପମାନେ ଗାତ ବା କୋରଡ଼ ଆଦି ଭିତରେ ପଶିଯାଆନ୍ତି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ସବୁ ଅଞ୍ଚଳରେ ଏବଂ ସବୁ ପ୍ରାଣୀଙ୍କ ଉପରେ ସମାନ ଭାବରେ ପଡ଼ି ନ ଥାଏ। ଅଧିକ ଥଣ୍ଡା ସମୟରେ ନିଜ ଶରୀରର ତାପମାତ୍ରାକୁ ସନ୍ତୁଳିତ କରି ଉଷ୍ମତା ଆଣିବା ପାଇଁ ପକ୍ଷୀମାନଙ୍କୁ ତାଙ୍କର ଡେଣାକୁ ବାରମ୍ବାର ଫଡ଼ ଫଡ଼ କରିବାକୁ ପଡ଼ିଥାଏ। ହରିଣ ଭଳି ତୃଣଭୋଜୀମାନେ ଶୋଇବା ବେଳେ ମାଟି ଉପରେ ନ ଶୋଇ, ଗଛତଳେ ଝଡ଼ି ପଡ଼ିଥିବା ସୁଖିଲା ପତ୍ର ଉପରେ ଶୁଅନ୍ତି।

ବନ୍ୟପ୍ରାଣୀ ବିଶେଷଜ୍ଞ ତଥା ନନ୍ଦନକାନନର ପୂର୍ବତନ ଡିସିଏଫ କମଳ ଲୋଚନ୍‌ ପୁରୋହିତ କହିଛନ୍ତି, ବାଘମାନେ ପ୍ରତିକୂଳ ପରିବେଶରେ ବେଶ ଭଲ ଭାବରେ ଖାପ ଖୁଆଇ ଚଳି ପାରନ୍ତି। ଶୀକାର ଛଡ଼ା ତାଙ୍କର ଅନ୍ୟ କିଛି ବିଶେଷ ଅସୁବିଧା ନାହିଁ ବୋଲି ମୁଁ ଭାବୁଛି। ବିଯୁକ୍ତ ତାପମାତ୍ରା ଅଧିକ ଦିନ ଯଦି ଲଗାତର ଭାବରେ ଅଧିକ ସମୟ ଧରି ଲାଗି ରହିବ, ସେତେବେଳେ ଅସୁବିଧା ହୋଇପାରେ। କିନ୍ତୁ ଓଡ଼ିଶାରେ ବିଯୁକ୍ତ ତାପମାତ୍ରା ହେଲେ ଖାଲି ବାଘ କାହିଁକି ମଣିଷ ବି ଅସୁବିଧା ଭୋଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଘର କବାଟ ଖୋଲୁଖୋଲୁ ଚୋଟ ମାରିଲା ବିଷଧର ସାପ, ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଭୁଡୁକି ଗ୍ରାମର ଏ.ବାଉରୀ ପାତ୍ରଙ୍କ ସ୍ତ୍ରୀ ଏ.ସାଇଆମ୍ମା ପାତ୍ର(୭୦) ନାମ୍ନୀ ବୃଦ୍ଧା ବୁଧବାର ଅପରାହ୍ନରେ…

ତାତିଲେ ଚାଷୀ, ୧୦ରେ ଜେଲଭରୋ ଆନ୍ଦୋଳନ: ଚାଷ, ଚାଷୀ ସମସ୍ୟା ଅସମାହିତ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। କିନ୍ତୁ ଏଠାରେ ଚାଷ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri