Posted inରାଜ୍ୟ

ଜଳବାୟୁ ପରିବର୍ତ୍ତନ: ଶିମିଳିପାଳରେ କମୁଛି ତାପମାତ୍ରା, ପ୍ରାଣୀଙ୍କ ଉପରେ ପ୍ରଭାବ ଜାଣିବାକୁ ଗବେଷଣା ଲୋଡ଼ା

ଭୁବନେଶ୍ୱର, ୧୮।୧(ଅସମାପିକା ସାହୁ)- ଚଳିତ ମାସରେ ଶିମିଳିପାଳ ଜଙ୍ଗଲର ବାରହା କାମୁଡ଼ା ଅଞ୍ଚଳରେ ଦୁଇ ଥର ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସ ଛୁଇଁଲାଣି। କିଛି ଦିନ ହେଲା ବ୍ୟାଘ୍ର ପ୍ରକଳ୍ପର ଅନ୍ୟାନ୍ୟ କିଛି ଅଞ୍ଚଳରେ ୨-୩ ଡିଗ୍ରୀ ତାପମାତ୍ରା ଲାଗି ରହିଛି। ଏହା ଜଳବାୟୁ ପରିବର୍ତ୍ତନର ବିଭୀଷିକା ବୋଲି କୁହାଯାଉଛି। ଗତ ଦୁଇ ଚାରି ବର୍ଷ ଧରି ଗ୍ରୀଷ୍ମ ଦିନେ ଶିମିଳିପାଳରେ ଜଙ୍ଗଲ ନିଆଁ ଅଣାୟତ ହେବା ବହୁ ଚର୍ଚ୍ଚା ହୋଇଥିଲା। ସେତେବେଳେ ଏଭଳି ଏକ ବିପଦପୂର୍ଣ୍ଣ ଦୃଶ୍ୟର ଅବତାରଣା ହୁଏତ ଅନେକ ଅନୁମାନ କରି ପାରିନଥିଲେ। ଅତ୍ୟଧିକ ଥଣ୍ଡାକୁ ପ୍ରତିହତ କରି ଶିମିଳିପାଳରେ ବନ୍ୟପ୍ରାଣୀଙ୍କର ସମସ୍ୟା ବଢ଼ିବା ସ୍ବାଭାବିକ।

ଯଦିଓ ବାଘମାନଙ୍କର ଦେହରେ ଲୋମଯୁକ୍ତ ମୋଟା ଚମଡ଼ା ଅଛି, ହେଲେ ଶୂନ ବା ବିଯୁକ୍ତ ତାପମାତ୍ରାରେ ବଞ୍ଚତ୍ ରହିବା ଭାରତୀୟ ବାଘମାନଙ୍କ ପାଇଁ କଷ୍ଟକର ବୋଲି ଅନେକ ଗବେଷଣା ହୋଇସାରିଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ୨୦୭୦ ମସିହା ବେଳକୁ ସୁନ୍ଦରବନ ଅଞ୍ଚଳରେ ବାଘମାନଙ୍କ ପାଇଁ ଆଉ ପ୍ରାକୃତିକ ଆବାସ ନ ଥିବ ଏବଂ ସେମାଙ୍କର ସଂଖ୍ୟା ଗୁରୁତର ଭାବେ ହ୍ରାସ ପାଇବ ବୋଲି ୨୦୧୯ରେ ଏକ ଗବେଷଣା ପୂର୍ବାନୁମାନ କରିଥିଲା। ଏହି ପରିପ୍ରେକ୍ଷୀରେ ଶିମିଳିପାଳରେ ଶୂନ ତାପମାତ୍ରା ଦୀର୍ଘ ଦିନ ଧରି ଲାଗି ରହିଲେ ଓଡ଼ିଶାର ଗର୍ବ ବୋଲାଉଥିବା ମହାବଳ ବାଘ ଏବଂ ଅନ୍ୟ ବନ୍ୟପ୍ରାଣୀଙ୍କ ଅବସ୍ଥା ସଙ୍ଗୀନ ହେବ ବୋଲି ଆଶଙ୍କା କରାଯାଉଛି।

ମୟୂରଭଞ୍ଜ ଜିଲାରେ ହାଡ଼ଭଙ୍ଗା ଶୀତ ଏବଂ ଶିମିଳିପାଳ କୋର ଏରିଆରେ ଥିବା ବାରହା କାମୁଡ଼ାରେ ଶୂନ ଡିଗ୍ରୀ ତାପମାତ୍ରା କିଛି ଗୋଟେ ଅଦୃଶ୍ୟ ବିପଦ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ପରିବେଶବିତ ଏବଂ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କଲେଣି। କାରଣ ୨୦୨୩ ଡିସେମ୍ବର ୧୭ରେ ଶିମିଳିପାଳରେ ୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ୨୦୨୨ ଡିସେମ୍ବର ୧୬ରେ ତାପମାତ୍ରା ୯ ଡିଗ୍ରୀ ଥିଲା। ତେବେ ଶୂନ ଡିଗ୍ରୀ ତାପମାତ୍ରା ଦିନକୁ କେତେ ସମୟ ପର୍ଯ୍ୟନ୍ତ ରହୁଛି ଏବଂ ତାର ଯଦି ବି କିଛି ପ୍ରଭାବ ପଡୁଥାଏ ତାହା ଉପରେ ଗବେଷଣା ହେବା ଦରକାର ବୋଲି ଓଡ଼ିଶା ବିଜ୍ଞାନ ଏକାଡ଼େମୀର ସମ୍ପାଦକ ତଥା ପୂର୍ବତନ ପ୍ରାଣୀ ବିଜ୍ଞାନ ପ୍ରଫେସର ଡ. ଆଶିଷ କୁମାର ମହାନ୍ତି କହିଛନ୍ତି। ସେ କହିଛନ୍ତି, ସାଧାରଣ ଭାବରେ ଉଷ୍ମ ରକ୍ତ ବିଶିଷ୍ଟ ପ୍ରାଣୀମାନେ ନିଜ ଦେହର ତାପମାତ୍ରାକୁ ପରିବେଶ ତାପମାତ୍ରା ସହିତ ସନ୍ତୁଳନ କରିଥାଆନ୍ତି। କିନ୍ତୁ ଶୂନ ବା ବିଯୁକ୍ତ ତାପମାତ୍ରାରେ ଆମ ଦେହରେ ଥିବା ଏଞ୍ଜାଇମ ସବୁ କାମ କରିବା ବନ୍ଦ ହେଇଯିବ ଏବଂ ହାଇପୋଥାଲାମସ ମଧ୍ୟ ଅକାମୀ ହେଇଯିବ। ତେବେ ବାଘମାନେ ବନ୍ୟପ୍ରାଣୀ ଏବଂ ତାଙ୍କର ଆଡାପ୍ଟେସନ ବଳିଷ୍ଠ ହୋଇଥିବାରୁ ସେମାନେ ଯଦିଓ ଭାରତର ବିଭିନ୍ନ ଜଙ୍ଗଲରେ ଭଲ ଭାବରେ ଖାପ ଖୁଆଇ ଚଳିପାରନ୍ତି, କିନ୍ତୁ ବିଯୁକ୍ତ ତାପମାତ୍ରା ଲଗାତାର ଭାବରେ ଅଧିକ ଦିନ ଯଦି ରହିଯିବ ତେବେ ସେମାନେ ମଧ୍ୟ ସମସ୍ୟା ଭୋଗିବେ ବୋଲି ଡ. ମହାନ୍ତି ଚିନ୍ତାପ୍ରକଟ କରିଛନ୍ତି।

ସେପଟେ ନନ୍ଦନକାନନରେ ଶୀତ ଦିନ ଆସିବା ପୂର୍ବରୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ପାଇଁ ନିର୍ଦ୍ଧିିଷ୍ଟ କାର୍ଯ୍ୟଖସଡ଼ା ରହିଛି। ଅଧିକ ଶୀତରୁ ରକ୍ଷା ପାଇଁ କାହା ଘରେ ଉତ୍ତାପ ବଢ଼େଇବା ପାଇଁ ହିଟିଙ୍ଗ ପ୍ୟାଡ ଦିଆଯାଏ ତ କାହା ଘରେ ରୁମ ହିଟର ମଧ୍ୟ ଦିଆଯାଏ। ଖାସ କରି ସରୀସୃପ ମାନେ ଯେଉଁମାନଙ୍କ ଦେହରେ ଶୀତଳ ରକ୍ତ ପ୍ରବାହିତ ସେମାନଙ୍କ ଘରେ ଶୀତ ଦିନେ ଚିଡ଼ିଆଖାନାରେ ଉତ୍ତାପ ବୃଦ୍ଧି କରେଇବା ବ୍ୟବସ୍ଥା କରାଯାଇଥାଏ। ତେବେ ପ୍ରାକୃତିକ ପରିବେଶରେ ସରୀସୃପମାନେ ଶୀତରୁ ରକ୍ଷା ପାଇବା ପାଇଁ ଶୀତଳ ସୁପ୍ତି ବା ହାଇବରନେସନ(Hibernation)ର ସାହାଯ୍ୟ ନେଇଥାନ୍ତି। ଥଣ୍ଡାରୁ ରକ୍ଷା ପାଇଁ ସାପମାନେ ଗାତ ବା କୋରଡ଼ ଆଦି ଭିତରେ ପଶିଯାଆନ୍ତି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ସବୁ ଅଞ୍ଚଳରେ ଏବଂ ସବୁ ପ୍ରାଣୀଙ୍କ ଉପରେ ସମାନ ଭାବରେ ପଡ଼ି ନ ଥାଏ। ଅଧିକ ଥଣ୍ଡା ସମୟରେ ନିଜ ଶରୀରର ତାପମାତ୍ରାକୁ ସନ୍ତୁଳିତ କରି ଉଷ୍ମତା ଆଣିବା ପାଇଁ ପକ୍ଷୀମାନଙ୍କୁ ତାଙ୍କର ଡେଣାକୁ ବାରମ୍ବାର ଫଡ଼ ଫଡ଼ କରିବାକୁ ପଡ଼ିଥାଏ। ହରିଣ ଭଳି ତୃଣଭୋଜୀମାନେ ଶୋଇବା ବେଳେ ମାଟି ଉପରେ ନ ଶୋଇ, ଗଛତଳେ ଝଡ଼ି ପଡ଼ିଥିବା ସୁଖିଲା ପତ୍ର ଉପରେ ଶୁଅନ୍ତି।

ବନ୍ୟପ୍ରାଣୀ ବିଶେଷଜ୍ଞ ତଥା ନନ୍ଦନକାନନର ପୂର୍ବତନ ଡିସିଏଫ କମଳ ଲୋଚନ୍‌ ପୁରୋହିତ କହିଛନ୍ତି, ବାଘମାନେ ପ୍ରତିକୂଳ ପରିବେଶରେ ବେଶ ଭଲ ଭାବରେ ଖାପ ଖୁଆଇ ଚଳି ପାରନ୍ତି। ଶୀକାର ଛଡ଼ା ତାଙ୍କର ଅନ୍ୟ କିଛି ବିଶେଷ ଅସୁବିଧା ନାହିଁ ବୋଲି ମୁଁ ଭାବୁଛି। ବିଯୁକ୍ତ ତାପମାତ୍ରା ଅଧିକ ଦିନ ଯଦି ଲଗାତର ଭାବରେ ଅଧିକ ସମୟ ଧରି ଲାଗି ରହିବ, ସେତେବେଳେ ଅସୁବିଧା ହୋଇପାରେ। କିନ୍ତୁ ଓଡ଼ିଶାରେ ବିଯୁକ୍ତ ତାପମାତ୍ରା ହେଲେ ଖାଲି ବାଘ କାହିଁକି ମଣିଷ ବି ଅସୁବିଧା ଭୋଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?