ମା’ କୋଳକୁ ଫେରିଲା ହଜିଲା ପୁଅ

ଖଲ୍ଲିକୋଟ,୧୮ା୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବସ୍‌ଷ୍ଟାଣ୍ଡରୁ ମଙ୍ଗଳବାର ରାତିରେ ଚୋରି ହୋଇଥିବା ଶିଶୁପୁତ୍ରକୁ ପୋଲିସ ଭୁବନେଶ୍ୱରରୁ ଗୁରୁବାର ଉଦ୍ଧାର କରିଛି। ତା’ ସହିତ ଅନ୍ୟ ଏକ ଶିଶୁଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ଶିଶୁ ଚୋରି କରିଥିବା ମହିଳାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ମଳିଥିବା ସୂଚନା ମୁତାବକ, ଖଲ୍ଲିକୋଟ ବ୍ଲକ ବାଣିଆ ଗ୍ରାମର ସ୍ବାମୀ ପରିତ୍ୟକ୍ତା ମହିଳା ମାମା ଗୌଡ଼ ତାଙ୍କ ମା’ଙ୍କ ସହ ନିଜର ୧୦ ମାସର ଶିଶୁପୁତ୍ରକୁ ଧରି ବସ୍‌ଷ୍ଟାଣ୍ଡଠାରେ ଥିବା ଏକ ଲୁଗା ଦୋକାନ ବାରଣ୍ଡାରେ ରାତିରେ ଶୋଇଥିଲେ। ବୁଧବାର ସକାଳୁ ଉଠି ଦେଖିବା ବେଳକୁ ଶିଶୁପୁତ୍ର ନ ଥିଲା। ଖଲ୍ଲିକୋଟ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା।

ତାଙ୍କ ନିକଟରେ ଶୋଇଥିବା ଆଉ ଜଣେ ମହିଳା ପିଲାଟିକୁ କାନ୍ଧରେ ପକାଇ ଭୋର ୫ଟା ୨୦ରେ ନେଇ ଯାଉଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା। ପୋଲିସର ଏକ ଟିମ୍‌ ସିସିଟିଭି ଫୁଟେଜ୍‌କୁ ଆଧାର କରି ତାରସିଂ ଥାନା ଅନ୍ତର୍ଗତ ରଙ୍ଗମେରୁ ହାନନ୍ଦ ଖୋଳା ଗ୍ରାମରେ ପହଞ୍ଚତ୍ଥିଲେ। ଚୋରି କରିଥିବା ମହିଳାଙ୍କ ନାମ ପ୍ରଭାସିନୀ ପ୍ରଧାନ ବୋଲି ଜାଣିବାକୁ ପାଇଥିଲେ। ତାଙ୍କ ମୋବାଇଲ ଫୋନ୍‌କୁ ଟ୍ରାକ କରିବାରୁ ସେ ଭୁବନେଶ୍ୱରର ସୁନ୍ଦରପଦାରେ ଥିବା ଜଣାପଡ଼ିଥିଲା। ପୋଲିସ ସୁନ୍ଦରପଦାରେ ପହଞ୍ଚତ୍ ପ୍ରଭାସିନୀଙ୍କୁ ଗିରଫ କରିବା ସହ ଶିଶୁପୁତ୍ରକୁ ଉଦ୍ଧାର କରିଥିଲା। ଏହାପରେ ତାଙ୍କଠାରୁ ସୂଚନା ପାଇ ନିକଟରେ ରହୁଥିବା ପୂଜକ ସୁବାଷ ପଣ୍ଡାଙ୍କ ଠାରୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଭୋଟ ସୁରକ୍ଷା ପ୍ରତିମାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ଜଗତ୍‌ସିଂହପୁର,୩ା୫ (ପ୍ରମୋଦ କୁମାର ନାୟକ): ୨୦୨୪ ନିର୍ବାଚନ ନେଇ ପ୍ରମୁଖ ରାଜନୈତିକ ଦଳ ଯଥା ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ରଣନୀତି ପ୍ରସ୍ତୁତ ଚାଲିଛି।...

ପ୍ରାକୃତିକ ବିପର୍ଯ୍ୟୟ କ୍ଷତି ଆଶଙ୍କାରେ ଜିଲାବାସୀ

କେନ୍ଦ୍ରାପଡ଼ା,୩ା୫(ଜଗନ୍ନାଥ ଧଳ): ସମୁଦ୍ର ତଟବର୍ତ୍ତୀ କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ବୋଲି ରାଜ୍ୟ ଓ କେନ୍ଦ୍ର ସରକାର ଚିହ୍ନଟ କରିଛନ୍ତି। ଜିଲାକୁ ବନ୍ୟା, ବାତ୍ୟା ସହ...

ବାଘ, ଭାଲୁଙ୍କ ପାଇଁ କୁଲର

ସମ୍ବଲପୁର,୩ା୫(ପ୍ରମୋଦ ବହିଦାର):ବନ୍ୟପ୍ରାଣୀଙ୍କୁ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ପାଇଁ ସମ୍ବଲପୁର ପ୍ରାଣୀ ଉଦ୍ୟାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗତ ଏକ ସପ୍ତାହ ଧରି ସମ୍ବଲପୁରରେ...

୨ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଫେଲ୍‌

ଝୁମ୍ପୁରୀ,୩ା୫(ସରୋଜ ନାୟକ): ଦଶରଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଫେଲ୍‌ ମାରିଥିବା ଜଣାପଡ଼ିଛି। ଏହି ଦୁଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ...

ବଦଳିଲେ ମିଶନଶକ୍ତି ସଚିବ

ଭୁବନେଶ୍ୱର,୩।୫(ସୁନିତ୍‌ ମିଶ୍ର):ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ତଥା ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କୁ ଗୁରୁବାର ବଦଳି କରାଯାଇଛି। ଭାଜପା ଅଭିଯୋଗକ୍ରମେ ଭାରତର ନିର୍ବାଚନ କମିଶନ...

ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ପୋଷ୍ୟ ପୁତ୍ରଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି

କଟକ,୨ା୫ (କାର୍ତ୍ତିକ ସାହୁ): ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଗ୍ରହଣ କରିଥିବା ପୋଷ୍ୟପୁତ୍ରଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ ବୋଲି ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି।...

ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ!

ଭୁବନେଶ୍ୱର,୨।୫: ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ ଦେଲେ ଇସିଆଇ। ଭାଜପାର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ବଦଳି ନିର୍ଦ୍ଦେଶ...

ବୀରମିତ୍ରପୁରରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ଭଉଣୀ

କୁଆଁରମୁଣ୍ଡା,୨।୫(ମହେନ୍ଦ୍ର କୁମାର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଜେଏମ୍‌ଏମ ନେତ୍ରୀ ଅଞ୍ଜନୀ ସୋରେନ ଗୁରୁବାର ରାତିରେ ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛନ୍ତି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri