Posted inଜାତୀୟ

ଜଳବାୟୁ ପରିବର୍ତ୍ତନ: ସବୁଜିମା ହେବ ଥର୍‌ ମରୁଭୂମି

ନୂଆଦିଲ୍ଲୀ,୧୮।୮:ଶୁଷ୍କ ଜଳବାୟୁ ଲାଗି ପରିଚିତ ଥିବା ଭାରତର ଥର୍‌ ମରୁଭୂମି ଜଳବାୟୁ ପରିବର୍ତ୍ତନ କାରଣରୁ ଚଳିତ ଶତାଦ୍ଦୀ ଶେଷ ସୁଦ୍ଧା ସବୁଜିମାରେ ଭରପୂର ହୋଇପାରେ ବୋଲି ଏହି ସର୍ଭେରୁ ଜଣାପଡ଼ିଛି। ତାପମାତ୍ରା ବୃଦ୍ଧି ଯୋଗୁ ବିଶ୍ୱର ଅଧିକାଂଶ ମରୁଭୂମି ତାର କ୍ଷେତ୍ରଫଳ ବିସ୍ତାର କରିଚାଲିଥିବାବେଳେ ଥର୍‌ ମରୁଭୂମି ଏଥିରେ ବ୍ୟତିକ୍ରମ ଦେଖାଇଛି। ଏହି କାରଣରୁ ଶତାଦ୍ଦୀ ଶେଷ ସୁଦ୍ଧା ଏହା ସବୁଜିମାରେ ଭରପୂର ହୋଇପାରେ ବୋଲି ଗବେଷକ ମାନେ କହିଛନ୍ତି। ଥର୍‌ ମରୁଭୂମି ରାଜସ୍ଥାନ ଏବଂ ପାକିସ୍ତାନର ପଞ୍ଜାବ ଓ ସିନ୍ଧୁ ପ୍ରଦେଶର କିଛି ସ୍ଥାନକୁ ସ୍ପର୍ଶ କରୁଛି। ଏହାର କ୍ଷେତ୍ରଫଳ ପ୍ରାୟ ୨ ଲକ୍ଷ ବର୍ଗ କି.ମି.। ଏହା ପୃଥିବୀର ବିଂଶତମ ବିଶାଳ ମରୁଭୂମି। ଗ୍ଲୋବାଲ ଓ୍ବାର୍ମିଂ ପ୍ରଭାବରୁ ପୃଥିବୀରେ ଥିବା ମରୁଭୂମିଗୁଡ଼ିକର କ୍ଷେତ୍ରଫଳ ବୃଦ୍ଧି ଘଟୁଛି ବୋଲି ଏହି ସର୍ଭେରୁ ଜଣାପଡ଼ିଛି। ୨୦୫୦ ସୁଦ୍ଧା ସାହାରା ମରୁଭୂମିର କ୍ଷେତ୍ରଫଳ ୬ହଜାର ବର୍ଗ କି.ମି. ବୃଦ୍ଧି ପାଇଥିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ୧୯୦୧ରୁ ୨୦୧୫ ମଧ୍ୟରେ ଭାରତ ଏବଂ ପାକିସ୍ତାନର ଉତ୍ତର ପଶ୍ଚିମ ଅର୍ଦ୍ଧ ଶୁଷ୍କ ଅଞ୍ଚଳରେ ବର୍ଷାର ମାତ୍ରା ୧୦ରୁ ୧୫% ବୃଦ୍ଧି ପାଇଛି। ଏହି ଧାରା ଆଗାମୀ ଦିନରେ ୫୦ରୁ ୨୦୦% ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ମାନେ ଆକଳନ କରିଛନ୍ତି। ଏହି ସର୍ଭେ ଏକଥା ମଧ୍ୟ ଦର୍ଶାଇଛି, ଭାରତର ପୂର୍ବଭାଗ ମୌସୁମୀ ପଶ୍ଚିମ ଓ ଉତ୍ତରପଶ୍ଚିମ ଅଞ୍ଚଳର ଜଳବାୟୁ ଲାଗି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ଏହି ଅଞ୍ଚଳ ଗୁଡ଼ିକ ବର୍ଷାଋତୁରେ ସିନ୍ଧୁ ଅଞ୍ଚଳରେ ଅଧିକ ବର୍ଷା କରାଇବାରେ ସହାୟକ ହେଉଥିଲା ବୋଲି ଇତିହାସରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଭାରତୀୟ ଜଳବାୟୁ ବର୍ତ୍ତମାନ ବାରମ୍ବାର ପରିବର୍ତ୍ତନ ଘଟିବାରେ ଲାଗିଛି। ଏହି ଧାରା ଆଗାମୀ ଦିନରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଅଞ୍ଚଳ ଜଳବାୟୁକୁ ଅଧିକ ଶୁଷ୍କ କରିବ। ଏହି ପରିବର୍ତ୍ତନ ଦେଶର ବର୍ଦ୍ଧିତ ଜନସଂଖ୍ୟା ଲାଗି ଖାଦ୍ୟ ସଙ୍କଟ ଦେଖାଦେବାର କାରଣ ହୋଇପାରେ ବୋଲି ମଧ୍ୟ ଆକଳନ କରାଯାଇଛି। ଭାରତର ଗ୍ରୀଷ୍ମଋତୁ ଜଳବାୟୁ କିପରି ଥର୍‌ ମରୁଭୂମିକୁ ସବୁଜିମାରେ ପରିବର୍ତ୍ତନ କରିବ ସେନେଇ ଗୁଆହାଟୀରେ ଥିବା କଟନ୍‌ ବିଶ୍ୱବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ବି.ଏନ୍‌. ଗୋସ୍ବାମୀ ତାଙ୍କ ସର୍ଭେରେ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତ ମହାସାଗରରେ ଉତ୍ତପ୍ତ ଜଳର ମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିବର୍ତ୍ତନ ଗ୍ରୀଷ୍ମଋତୁରେ ଦେଶର ପଶ୍ଚିମଭାଗରେ ବର୍ଷା କରାଇବାରେ ସହାୟକ ହେଉଛି। ପାଣିପାଗ ପରିବର୍ତ୍ତନର ଏହି ଧାରା ଦେଶର ଉତ୍ତର ପଶ୍ଚିମ ଅଞ୍ଚଳରେ ଥିବା ଅର୍ଦ୍ଧ ଶୁଷ୍କ ଅଞ୍ଚଳକୁ ସବୁଜିମା କରିବାରେ ସହାୟକ ହେବ ବୋଲି ଗୋସ୍ବାମୀ ଆକଳନ କରିଛନ୍ତି। ଏଥିସହ ଏହା ସମ୍ପୃକ୍ତ ଅଞ୍ଚଳର କୃଷି ଓ ଅର୍ଥନୀତି ପରିବର୍ତ୍ତନରେ ମଧ୍ୟ ସହାୟକ ହେବ ବୋଲି ସର୍ଭେରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୯।୬:ଭାରତରେ ଖାଦ୍ୟ, ଫଳ ଓ ପନିପରିବା ଆଦି ଉପରେ ଅତ୍ୟଧିକ ପରିମାଣରେ କେମିକଲ୍ସ ସ୍ପ୍ରେ ଓ ମିଶ୍ରଣ ଯୋଗୁ ଏସବୁ ନେଇ ଲୋକଙ୍କ ଭରସା ଏକପ୍ରକାର ଉଠିଗଲାଣି।…

ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ , ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଖୁସି

ଭୁବନେଶ୍ୱର/କୋଲକାତା, ୯/୬: ଦୀଘା ଜଗନ୍ନାଥ ମନ୍ଦିରର ନାମକରଣକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏକ ବଡ଼ ଘୋଷଣା କରିଛନ୍ତି।…

ସକ୍ରିୟ ହେଲା ଘୂର୍ଣ୍ଣିବଳୟ; ୧୧ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା, ୧୫ଜିଲାକୁ ଆଲର୍ଟ କଲା IMD

ଲକ୍ଷ୍ନୌ,୯।୬: ଉତ୍ତର ପ୍ରଦେଶ (UP) ରେ ପାଣିପାଗ ଏବେଠାରୁ ରୂପ ବଦଳାଇବା ଆରମ୍ଭ କଲାଣି। ବାରାଣସୀ, ପ୍ରୟାଗରାଜ, ବାନ୍ଦା ଏବଂ ଆଗ୍ରା ଭଳି ସହରଗୁଡ଼ିକରେ ପାରଦ ୪୧…

ନିଜ ଜ୍ୱାଇଁକୁ ବାହାହେଲେ ଶାଶୁ, ସ୍ତ୍ରୀ ଦେଖି କହିଲେ…

କାନପୁର,୯।୬: ଉତ୍ତରପ୍ରଦେଶର କାନପୁର ଦେହାତ ଜିଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜ ସ୍ତ୍ରୀଙ୍କୁ ଛାଡ଼ି ଶାଶୁଙ୍କୁ କୋର୍ଟରେ ବାହା ହେଇଛନ୍ତି। ବିବାହ…

କମିବାର ନାଁ ନେଉନାହିଁ ମମତାଙ୍କ ସମସ୍ୟା; ହଠାତ୍‌ କାର୍ଯ୍ୟାଳୟରେ ପହଞ୍ଚିଲା CID ଟିମ୍‌, ଜାଣନ୍ତୁ କାହିଁକିି…

କୋଲକାତା,୯।୬: ଟିଏମସି ସତ୍ତା ହରାଇବା ପରେ ପଶ୍ଚିମବଙ୍ଗ ରାଜନୀତିରେ କୋଣଠେସା ହୋଇପଡ଼ିଥିବା ମମତା ବାନାର୍ଜୀଙ୍କ ଅସୁବିଧା କମିବାର ନାଁ ନେଉନାହିଁ। ମଙ୍ଗଳବାର କୋଲକାତାସ୍ଥିତ ତାଙ୍କ କାଳୀଘାଟ କାର୍ଯ୍ୟାଳୟ…

TMC ମୁଖ୍ୟରୁ ହଟିବେ ମମତା? ବିଦ୍ରୋହୀ ଦଳ ଖେଳିବେ ବଡ଼ ଗେମ୍‌!

ନୂଆଦିଲ୍ଳୀ,୯।୬: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (TMC) ଏବେ ଏକ ବଡ଼ ଧରଣର ବିଦ୍ରୋହ ଓ ବିଭାଜନର ସାମ୍ନା କରୁଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଜନୈତିକ ଭବିଷ୍ୟତ ଏବେ…

ଭାରତ ପାଖରେ ଅଛି କେତେ ପରମାଣୁ ଅସ୍ତ୍ର, ଆସିଲା ନୂଆ ରିପୋର୍ଟ: ଚାଇନା-ପାକିସ୍ତାନକୁ ଲାଗିପାରେ ୪୪୦ ଭୋଲ୍ଟର ଝଟ୍‌କା

ନୂଆଦିଲ୍ଲୀ,୯।୬: ଅସ୍ତ୍ରଶସ୍ତ୍ର ଉପରେ ନଜର ରଖୁଥିବା ଏକ ବିଶ୍ୱସ୍ତରୀୟ ସଂସ୍ଥା SIPRIର ଭାରତକୁ ନେଇ ଏଲକ ଆଶ୍ଚର୍ଯ୍ୟଜନକ ଦାବି କରିଛି। ଭାରତ ଅତିକମ୍‌ରେ ବ୍ୟବହାର ପାଇଁ ୧୨ଟି…

‘ବଦଳି ଗଲେ ଦିଦି, ଶୁଣୁନାହାନ୍ତି ଆମ କଥା’, ବିଦ୍ରୋହୀ TMC ସାଂସଦଙ୍କ ବଡ଼ ବୟାନ

କୋଲକାତା,୯।୬: ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ବର୍ତ୍ତମାନ ସମସ୍ୟାର ପାହାଡ଼ ସାମ୍ନା କରୁଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ସେ ଅଳ୍ପକେ ମୁକୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri