Posted inଜାତୀୟ

ଜଳବାୟୁ ପରିବର୍ତ୍ତନ: ସବୁଜିମା ହେବ ଥର୍‌ ମରୁଭୂମି

ନୂଆଦିଲ୍ଲୀ,୧୮।୮:ଶୁଷ୍କ ଜଳବାୟୁ ଲାଗି ପରିଚିତ ଥିବା ଭାରତର ଥର୍‌ ମରୁଭୂମି ଜଳବାୟୁ ପରିବର୍ତ୍ତନ କାରଣରୁ ଚଳିତ ଶତାଦ୍ଦୀ ଶେଷ ସୁଦ୍ଧା ସବୁଜିମାରେ ଭରପୂର ହୋଇପାରେ ବୋଲି ଏହି ସର୍ଭେରୁ ଜଣାପଡ଼ିଛି। ତାପମାତ୍ରା ବୃଦ୍ଧି ଯୋଗୁ ବିଶ୍ୱର ଅଧିକାଂଶ ମରୁଭୂମି ତାର କ୍ଷେତ୍ରଫଳ ବିସ୍ତାର କରିଚାଲିଥିବାବେଳେ ଥର୍‌ ମରୁଭୂମି ଏଥିରେ ବ୍ୟତିକ୍ରମ ଦେଖାଇଛି। ଏହି କାରଣରୁ ଶତାଦ୍ଦୀ ଶେଷ ସୁଦ୍ଧା ଏହା ସବୁଜିମାରେ ଭରପୂର ହୋଇପାରେ ବୋଲି ଗବେଷକ ମାନେ କହିଛନ୍ତି। ଥର୍‌ ମରୁଭୂମି ରାଜସ୍ଥାନ ଏବଂ ପାକିସ୍ତାନର ପଞ୍ଜାବ ଓ ସିନ୍ଧୁ ପ୍ରଦେଶର କିଛି ସ୍ଥାନକୁ ସ୍ପର୍ଶ କରୁଛି। ଏହାର କ୍ଷେତ୍ରଫଳ ପ୍ରାୟ ୨ ଲକ୍ଷ ବର୍ଗ କି.ମି.। ଏହା ପୃଥିବୀର ବିଂଶତମ ବିଶାଳ ମରୁଭୂମି। ଗ୍ଲୋବାଲ ଓ୍ବାର୍ମିଂ ପ୍ରଭାବରୁ ପୃଥିବୀରେ ଥିବା ମରୁଭୂମିଗୁଡ଼ିକର କ୍ଷେତ୍ରଫଳ ବୃଦ୍ଧି ଘଟୁଛି ବୋଲି ଏହି ସର୍ଭେରୁ ଜଣାପଡ଼ିଛି। ୨୦୫୦ ସୁଦ୍ଧା ସାହାରା ମରୁଭୂମିର କ୍ଷେତ୍ରଫଳ ୬ହଜାର ବର୍ଗ କି.ମି. ବୃଦ୍ଧି ପାଇଥିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ୧୯୦୧ରୁ ୨୦୧୫ ମଧ୍ୟରେ ଭାରତ ଏବଂ ପାକିସ୍ତାନର ଉତ୍ତର ପଶ୍ଚିମ ଅର୍ଦ୍ଧ ଶୁଷ୍କ ଅଞ୍ଚଳରେ ବର୍ଷାର ମାତ୍ରା ୧୦ରୁ ୧୫% ବୃଦ୍ଧି ପାଇଛି। ଏହି ଧାରା ଆଗାମୀ ଦିନରେ ୫୦ରୁ ୨୦୦% ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ମାନେ ଆକଳନ କରିଛନ୍ତି। ଏହି ସର୍ଭେ ଏକଥା ମଧ୍ୟ ଦର୍ଶାଇଛି, ଭାରତର ପୂର୍ବଭାଗ ମୌସୁମୀ ପଶ୍ଚିମ ଓ ଉତ୍ତରପଶ୍ଚିମ ଅଞ୍ଚଳର ଜଳବାୟୁ ଲାଗି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ଏହି ଅଞ୍ଚଳ ଗୁଡ଼ିକ ବର୍ଷାଋତୁରେ ସିନ୍ଧୁ ଅଞ୍ଚଳରେ ଅଧିକ ବର୍ଷା କରାଇବାରେ ସହାୟକ ହେଉଥିଲା ବୋଲି ଇତିହାସରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଭାରତୀୟ ଜଳବାୟୁ ବର୍ତ୍ତମାନ ବାରମ୍ବାର ପରିବର୍ତ୍ତନ ଘଟିବାରେ ଲାଗିଛି। ଏହି ଧାରା ଆଗାମୀ ଦିନରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଅଞ୍ଚଳ ଜଳବାୟୁକୁ ଅଧିକ ଶୁଷ୍କ କରିବ। ଏହି ପରିବର୍ତ୍ତନ ଦେଶର ବର୍ଦ୍ଧିତ ଜନସଂଖ୍ୟା ଲାଗି ଖାଦ୍ୟ ସଙ୍କଟ ଦେଖାଦେବାର କାରଣ ହୋଇପାରେ ବୋଲି ମଧ୍ୟ ଆକଳନ କରାଯାଇଛି। ଭାରତର ଗ୍ରୀଷ୍ମଋତୁ ଜଳବାୟୁ କିପରି ଥର୍‌ ମରୁଭୂମିକୁ ସବୁଜିମାରେ ପରିବର୍ତ୍ତନ କରିବ ସେନେଇ ଗୁଆହାଟୀରେ ଥିବା କଟନ୍‌ ବିଶ୍ୱବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ବି.ଏନ୍‌. ଗୋସ୍ବାମୀ ତାଙ୍କ ସର୍ଭେରେ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତ ମହାସାଗରରେ ଉତ୍ତପ୍ତ ଜଳର ମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିବର୍ତ୍ତନ ଗ୍ରୀଷ୍ମଋତୁରେ ଦେଶର ପଶ୍ଚିମଭାଗରେ ବର୍ଷା କରାଇବାରେ ସହାୟକ ହେଉଛି। ପାଣିପାଗ ପରିବର୍ତ୍ତନର ଏହି ଧାରା ଦେଶର ଉତ୍ତର ପଶ୍ଚିମ ଅଞ୍ଚଳରେ ଥିବା ଅର୍ଦ୍ଧ ଶୁଷ୍କ ଅଞ୍ଚଳକୁ ସବୁଜିମା କରିବାରେ ସହାୟକ ହେବ ବୋଲି ଗୋସ୍ବାମୀ ଆକଳନ କରିଛନ୍ତି। ଏଥିସହ ଏହା ସମ୍ପୃକ୍ତ ଅଞ୍ଚଳର କୃଷି ଓ ଅର୍ଥନୀତି ପରିବର୍ତ୍ତନରେ ମଧ୍ୟ ସହାୟକ ହେବ ବୋଲି ସର୍ଭେରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

ରାଜନୀତିରେ ହଲଚଲ: ମମତା ବାନାର୍ଜୀଙ୍କୁ ଖୋଲା ଅଫର ଦେଲା କଂଗ୍ରେସ, କହିଲା-ବାକି ଥିବା ବିଧାୟକ, ସାଂସଦଙ୍କୁ…

ନୂଆଦିଲ୍ଲୀ, ୨।୧୦: ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା। ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କୁ କଂଗ୍ରେସକୁ ଫେରିବାକୁ ଖୋଲା ନିମନ୍ତ୍ରଣ ଦେଇଛନ୍ତି କଂଗ୍ରେସ ନେତା ଅଧୀର…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ପ୍ରଧାନମନ୍ତ୍ରୀ ମୋଦି, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ସମସ୍ତେ ହାତ ଯୋଡ଼ି ପରସ୍ପରକୁ ଅଭିବାଦନ ଜଣାଇଲେ; ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ଶାସକ ଓ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ଟଣାଓଟରା ଚାଲିଥିବା ବେଳେ ଶୁକ୍ରବାର ସଂସଦ ଭବନରୁ ଏକ ଆକର୍ଷଣୀୟ ଭିଡିଓ ସାମ୍ନାକୁ ଆସିଛି। ମହାତ୍ମା ଗାନ୍ଧୀ…

Video: ‘ଶିବାଜୀ ପାର୍କ, ଶିବାଜୀ ପାର୍କ…’ ଡାକି ଅଟୋ ଡ୍ରାଇଭର ସାଜିଲେ ଅଭିଜିତ ଦୀପକେ, କେଉଁ ବାର୍ତ୍ତା ଦେବାକୁ ଚାହୁଁଥିଲେ CJP ମୁଖ୍ୟ, ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଅକ୍ଟୋବର ୨ ଅପରାହ୍ନ ୪ଟାରେ ମୁମ୍ବାଇରେ ଏକ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଛି। ଏହି ବିକ୍ଷୋଭ ଶିବାଜୀ…

Video: କାପଟେନ ସ୍ମିତ୍‌ଙ୍କ ନୂଆ ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ, ଏବେ କହିଲେ ‘ହନୁମାନ’ ମୋତେ ବଞ୍ଚାଇଦେଲେ

ନୂଆଦିଲ୍ଲୀ,୨।୧୦: ଫ୍ଲାଏ-ଦୁବାଇ (Flydubai) ବିମାନ ଘଟଣା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନରେ କଥା ହୋଇଥିଲେ। ଶୁକ୍ରବାର (ଅକ୍ଟୋବର…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଲାଗିବ ବଡ଼ ଝଟକା? ଉପ-ନିର୍ବାଚନରେ TVK ଟଙ୍କା ବାଣ୍ଟୁଥିବା ନେଇ ସହଯୋଗୀ ଦଳର ଦାବି

ଚେନ୍ନାଇ,୨।୧୦: ତାମିଲନାଡୁର ମଦୁରାନଥକମ ଏବଂ ଧାରାପୁରମ ନିର୍ବାଚନ ମଣ୍ଡଳୀରେ ଅକ୍ଟୋବର ୬ରେ ହେବାକୁ ଥିବା ଉପ-ନିର୍ବାଚନ ପୂର୍ବରୁ, ମୁଖ୍ୟମନ୍ତ୍ରୀ ବିଜୟଙ୍କ ଦଳ ‘ଟିଭିକେ’ (TVK) ବିରୁଦ୍ଧରେ ଗୁରୁତର…

ସ୍ମିତ୍‌ ମଚ୍ଛାରଙ୍କ ସାହସର ଖୁବ ପ୍ରଶଂସା କରି ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫ୍ଲାଏଦୁବାଇ’ (Flydubai) ବିମାନର ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। କ୍ୟାପଟେନ ସ୍ମିତ୍‌ ନିଜର ଅନୁଭୂତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?