ଜଳବାୟୁ ପରିବର୍ତ୍ତନର ପୂର୍ବାନୁମାନ

ଜଳବାୟୁ ପରିବର୍ତ୍ତନ ହେଉଛି ପୃଥିବୀର ଏକ ବଡ଼ ପରିବେଶଗତ ସମସ୍ୟା। ଏହାର ଗୁରୁତ୍ୱ ଦୃଷ୍ଟିରୁ ଏହା ଉପରେ କାର୍ଯ୍ୟ କରିଥିବା କେତେଜଣ ବ୍ୟକ୍ତିଙ୍କୁ ପୂର୍ବରୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ଜଳବାୟୁ ପୂର୍ବାନୁମାନ ହେଉଛି ଗୋଟିଏ ଜଟିଳ ପ୍ରକ୍ରିୟା, ଯେଉଁଥିରେ ଅନେକ ଉପାଦାନ ଅଛି। ଏହା ହେଉଛି ଅତି ଅବ୍ୟବସ୍ଥିତ ଏବଂ ପ୍ରାରମ୍ଭିକ ମୂଲ୍ୟରେ ସାମାନ୍ୟ ବିଚ୍ୟୁତି ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପାର୍ଥକ୍ୟ ଦେଖାଦେଇପାରେ। ଏହି ପ୍ରକ୍ରିୟା ଉପରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିବା ତିନିଜଣ ବୈଜ୍ଞାନିକଙ୍କୁ ଚଳିତବର୍ଷର ପଦାର୍ଥ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯାଇଛି। ସେମାନେ ହେଲେ ଜାପାନରେ ଜନ୍ମିତ ଆମେରିକାର ସ୍ୟୁକୋରୋ ମାନାବେ (୯୦), ଜର୍ମାନୀର କ୍ଲସ୍‌ ହାସେଲ୍‌ମାନ (୮୯) ଏବଂ ଇଟାଲୀର ଜିଓର୍ଜିଓ ପାରିସି (୭୩ ବର୍ଷ)। ମାନାବେ ଏବଂ ହାସେଲ୍‌ମାନ ପୁରସ୍କାର ରାଶିର ଅଧା ପାଇବେ ଏବଂ ଅବଶିଷ୍ଟ ଅଧା ରାଶି ପାରିସିଙ୍କୁ ପ୍ରଦାନ କରାଯିବ। ମାନାବେ ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରିନ୍ସଟନ୍‌ ବିଶ୍ୱବିଦ୍ୟାଳୟରେ ବରିଷ୍ଠ ପାଣିପାଗ ବିଜ୍ଞାନୀ ଭାବେ କାଯଁ୍ୟ କରୁଛନ୍ତି। ହାସେଲମାନ୍‌ ଜର୍ମାନୀର ହାମ୍‌ବର୍ଗଠାରେ ଥିବା ମ୍ୟାକ୍‌ସ ପ୍ଲାଙ୍କ ପାଣିପାଗ ଅନୁଷ୍ଠାନରେ ପ୍ରଫେସର ଅଛନ୍ତି। ପାରିସି ଇଟାଲୀର ରୋମ୍‌ଠାରେ ସାପିଏଞ୍ଜା ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି।
ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ବୃଦ୍ଧି ପାଇଲେ ଭୂପୃଷ୍ଠର ତାପମାତ୍ରା କିପରି ବଢ଼ୁଛି, ତାହା ସ୍ୟୁକୋରୋ ମାନାବେ ଦର୍ଶାଇଥିଲେ। ସେ ୧୯୬୦ ଦଶକରେ ପୃଥିବୀର ଜଳବାୟୁର ଏକ ଭୌତିକ ମଡେଲ୍‌ ବିକାଶ କରିଥିଲେ। ସେ ଏଥିରେ ବିକିରଣ ସାମ୍ୟତା ଓ ପବନର ଊର୍ଦ୍ଧ୍ୱମୁଖୀ ପରିବହନ ମଧ୍ୟରେ ଆନ୍ତଃକ୍ରିୟାକୁ ପ୍ରଦର୍ଶନ କରିଥିଲେ। ଏହାର ପ୍ରାୟ ଦଶ ବର୍ଷ ପରେ ପାଣିପାଗ ଓ ଜଳବାୟୁକୁ ଯୋଡ଼ି ଗୋଟିଏ ମଡେଲ ତିଆରି କଲେ। ଏଥିରୁ ଜଣାପଡ଼ିଲା ଯେ, ପାଣିପାଗ ପରିବର୍ତ୍ତନୀୟ ଓ ଅବ୍ୟବସ୍ଥିତ ହେଲେ ମଧ୍ୟ ଜଳବାୟୁ ମଡେଲ ବିଶ୍ୱସନୀୟ ହୋଇପାରିବ। ଏହି ମଡେଲ୍‌ରୁ ସେ ପ୍ରମାଣିତ କଲେ ଯେ ମନୁଷ୍ୟ ସମାଜରୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ୍‌ ହେଉଛି ବାୟୁମଣ୍ଡଳର ଅଧିକ ତାପମାତ୍ରାର କାରଣ।
ଜିଓର୍ଜିଓ ପାରିସି ୧୯୮୦ ମସିହା ବେଳକୁ ବିଶୃଙ୍ଖଳିତ ଜଟିଳ ପଦାର୍ଥଗୁଡ଼ିକର ଲୁକ୍କାୟିତ ଶୈଳୀକୁ ଆବିଷ୍କାର କଲେ। ସେ ବିଶେଷ ଭାବରେ ସ୍ପିନ୍‌ ଗ୍ଲାସରେ ରହସ୍ୟମୟ ଶୈଳୀକୁ ଅଧ୍ୟୟନ କରି ଭୌତିକ ବ୍ୟବସ୍ଥାରେ ବିଶୃଙ୍ଖଳା ଓ ଅବ୍ୟବସ୍ଥାକୁ ବିଜ୍ଞାନ ଭାଷାରେ ବୁଝାଇଲେ। ପାରିସିଙ୍କ ଆବିଷ୍କାର ହେଉଛି ଜଟିଳ ବ୍ୟବସ୍ଥା ତତ୍ତ୍ୱ ପ୍ରତି ଅତି ଗୁରୁତ୍ୱପୂର୍ଣ୍ଣ।
ମାନାବେ ୧୯୫୦ ଦଶକରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ଅଧିକ ହେଲେ ତାପମାତ୍ରା କିପରି ବୃଦ୍ଧି ପାଉଛି, ତାହାକୁ ବୁଝାଇବା ପାଇଁ ସେ ଗୋଟିଏ ମଡେଲ ପ୍ରସ୍ତୁତ କଲେ। ଏହି ମଡେଲରୁ ସେ ଜାଣିପାରିଲେ ଯେ ଭୂପୃଷ୍ଠ ନିକଟ ବାୟୁମଣ୍ଡଳର ତାପମାତ୍ରା ଅଧିକ ରହୁଥିବା ବେଳେ ଉପର ବାୟୁମଣ୍ଡଳ ଥଣ୍ଡା ରହୁଛି। ମାତ୍ର ହାସେଲମାନ୍‌ ଜଳବାୟୁ ଓ ପାଣିପାଗକୁ ଏକାଠି କରି ମଡେଲ୍‌ କରିବା ଦ୍ୱାରା ଗଣନା ସହଜ ହେଲା।
ଏହି ତିନିଜଣ ବୈଜ୍ଞାନିକ ପୃଥକ୍‌ ଭାବରେ ଯେଉଁ ମଡେଲ ପ୍ରସ୍ତୁତ କରିଛନ୍ତି ଓ ଗାଣିତିକ ଅବଧାରଣା ଦେଇଛନ୍ତି, ତାହାର ଲାଭ ଆମେ ଆଜି ପାଉଛେ। ଆସନ୍ତା ମାସ ପ୍ରାରମ୍ଭରେ ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋଠାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଜଳବାୟୁ ସମ୍ମିଳନୀରେ ଏହା ଉପରେ ଆହୁରି କଡ଼ା ପଦକ୍ଷେପ ନିଆଯିବ ହୋଲି ଆଶା। ଏହା ପୂର୍ବରୁ ଏ ସଂକ୍ରାନ୍ତ ନୋବେଲ ପୁରସ୍କାର ଘୋଷଣା ହେଉଛି ବଡ଼ ପ୍ରେରଣାଦାୟକ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧ ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?