ଜଳବାୟୁ ପରିବର୍ତ୍ତନର ପୂର୍ବାନୁମାନ

ଜଳବାୟୁ ପରିବର୍ତ୍ତନ ହେଉଛି ପୃଥିବୀର ଏକ ବଡ଼ ପରିବେଶଗତ ସମସ୍ୟା। ଏହାର ଗୁରୁତ୍ୱ ଦୃଷ୍ଟିରୁ ଏହା ଉପରେ କାର୍ଯ୍ୟ କରିଥିବା କେତେଜଣ ବ୍ୟକ୍ତିଙ୍କୁ ପୂର୍ବରୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ଜଳବାୟୁ ପୂର୍ବାନୁମାନ ହେଉଛି ଗୋଟିଏ ଜଟିଳ ପ୍ରକ୍ରିୟା, ଯେଉଁଥିରେ ଅନେକ ଉପାଦାନ ଅଛି। ଏହା ହେଉଛି ଅତି ଅବ୍ୟବସ୍ଥିତ ଏବଂ ପ୍ରାରମ୍ଭିକ ମୂଲ୍ୟରେ ସାମାନ୍ୟ ବିଚ୍ୟୁତି ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପାର୍ଥକ୍ୟ ଦେଖାଦେଇପାରେ। ଏହି ପ୍ରକ୍ରିୟା ଉପରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିବା ତିନିଜଣ ବୈଜ୍ଞାନିକଙ୍କୁ ଚଳିତବର୍ଷର ପଦାର୍ଥ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯାଇଛି। ସେମାନେ ହେଲେ ଜାପାନରେ ଜନ୍ମିତ ଆମେରିକାର ସ୍ୟୁକୋରୋ ମାନାବେ (୯୦), ଜର୍ମାନୀର କ୍ଲସ୍‌ ହାସେଲ୍‌ମାନ (୮୯) ଏବଂ ଇଟାଲୀର ଜିଓର୍ଜିଓ ପାରିସି (୭୩ ବର୍ଷ)। ମାନାବେ ଏବଂ ହାସେଲ୍‌ମାନ ପୁରସ୍କାର ରାଶିର ଅଧା ପାଇବେ ଏବଂ ଅବଶିଷ୍ଟ ଅଧା ରାଶି ପାରିସିଙ୍କୁ ପ୍ରଦାନ କରାଯିବ। ମାନାବେ ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରିନ୍ସଟନ୍‌ ବିଶ୍ୱବିଦ୍ୟାଳୟରେ ବରିଷ୍ଠ ପାଣିପାଗ ବିଜ୍ଞାନୀ ଭାବେ କାଯଁ୍ୟ କରୁଛନ୍ତି। ହାସେଲମାନ୍‌ ଜର୍ମାନୀର ହାମ୍‌ବର୍ଗଠାରେ ଥିବା ମ୍ୟାକ୍‌ସ ପ୍ଲାଙ୍କ ପାଣିପାଗ ଅନୁଷ୍ଠାନରେ ପ୍ରଫେସର ଅଛନ୍ତି। ପାରିସି ଇଟାଲୀର ରୋମ୍‌ଠାରେ ସାପିଏଞ୍ଜା ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି।
ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ବୃଦ୍ଧି ପାଇଲେ ଭୂପୃଷ୍ଠର ତାପମାତ୍ରା କିପରି ବଢ଼ୁଛି, ତାହା ସ୍ୟୁକୋରୋ ମାନାବେ ଦର୍ଶାଇଥିଲେ। ସେ ୧୯୬୦ ଦଶକରେ ପୃଥିବୀର ଜଳବାୟୁର ଏକ ଭୌତିକ ମଡେଲ୍‌ ବିକାଶ କରିଥିଲେ। ସେ ଏଥିରେ ବିକିରଣ ସାମ୍ୟତା ଓ ପବନର ଊର୍ଦ୍ଧ୍ୱମୁଖୀ ପରିବହନ ମଧ୍ୟରେ ଆନ୍ତଃକ୍ରିୟାକୁ ପ୍ରଦର୍ଶନ କରିଥିଲେ। ଏହାର ପ୍ରାୟ ଦଶ ବର୍ଷ ପରେ ପାଣିପାଗ ଓ ଜଳବାୟୁକୁ ଯୋଡ଼ି ଗୋଟିଏ ମଡେଲ ତିଆରି କଲେ। ଏଥିରୁ ଜଣାପଡ଼ିଲା ଯେ, ପାଣିପାଗ ପରିବର୍ତ୍ତନୀୟ ଓ ଅବ୍ୟବସ୍ଥିତ ହେଲେ ମଧ୍ୟ ଜଳବାୟୁ ମଡେଲ ବିଶ୍ୱସନୀୟ ହୋଇପାରିବ। ଏହି ମଡେଲ୍‌ରୁ ସେ ପ୍ରମାଣିତ କଲେ ଯେ ମନୁଷ୍ୟ ସମାଜରୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ୍‌ ହେଉଛି ବାୟୁମଣ୍ଡଳର ଅଧିକ ତାପମାତ୍ରାର କାରଣ।
ଜିଓର୍ଜିଓ ପାରିସି ୧୯୮୦ ମସିହା ବେଳକୁ ବିଶୃଙ୍ଖଳିତ ଜଟିଳ ପଦାର୍ଥଗୁଡ଼ିକର ଲୁକ୍କାୟିତ ଶୈଳୀକୁ ଆବିଷ୍କାର କଲେ। ସେ ବିଶେଷ ଭାବରେ ସ୍ପିନ୍‌ ଗ୍ଲାସରେ ରହସ୍ୟମୟ ଶୈଳୀକୁ ଅଧ୍ୟୟନ କରି ଭୌତିକ ବ୍ୟବସ୍ଥାରେ ବିଶୃଙ୍ଖଳା ଓ ଅବ୍ୟବସ୍ଥାକୁ ବିଜ୍ଞାନ ଭାଷାରେ ବୁଝାଇଲେ। ପାରିସିଙ୍କ ଆବିଷ୍କାର ହେଉଛି ଜଟିଳ ବ୍ୟବସ୍ଥା ତତ୍ତ୍ୱ ପ୍ରତି ଅତି ଗୁରୁତ୍ୱପୂର୍ଣ୍ଣ।
ମାନାବେ ୧୯୫୦ ଦଶକରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ଅଧିକ ହେଲେ ତାପମାତ୍ରା କିପରି ବୃଦ୍ଧି ପାଉଛି, ତାହାକୁ ବୁଝାଇବା ପାଇଁ ସେ ଗୋଟିଏ ମଡେଲ ପ୍ରସ୍ତୁତ କଲେ। ଏହି ମଡେଲରୁ ସେ ଜାଣିପାରିଲେ ଯେ ଭୂପୃଷ୍ଠ ନିକଟ ବାୟୁମଣ୍ଡଳର ତାପମାତ୍ରା ଅଧିକ ରହୁଥିବା ବେଳେ ଉପର ବାୟୁମଣ୍ଡଳ ଥଣ୍ଡା ରହୁଛି। ମାତ୍ର ହାସେଲମାନ୍‌ ଜଳବାୟୁ ଓ ପାଣିପାଗକୁ ଏକାଠି କରି ମଡେଲ୍‌ କରିବା ଦ୍ୱାରା ଗଣନା ସହଜ ହେଲା।
ଏହି ତିନିଜଣ ବୈଜ୍ଞାନିକ ପୃଥକ୍‌ ଭାବରେ ଯେଉଁ ମଡେଲ ପ୍ରସ୍ତୁତ କରିଛନ୍ତି ଓ ଗାଣିତିକ ଅବଧାରଣା ଦେଇଛନ୍ତି, ତାହାର ଲାଭ ଆମେ ଆଜି ପାଉଛେ। ଆସନ୍ତା ମାସ ପ୍ରାରମ୍ଭରେ ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋଠାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଜଳବାୟୁ ସମ୍ମିଳନୀରେ ଏହା ଉପରେ ଆହୁରି କଡ଼ା ପଦକ୍ଷେପ ନିଆଯିବ ହୋଲି ଆଶା। ଏହା ପୂର୍ବରୁ ଏ ସଂକ୍ରାନ୍ତ ନୋବେଲ ପୁରସ୍କାର ଘୋଷଣା ହେଉଛି ବଡ଼ ପ୍ରେରଣାଦାୟକ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧ ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri