ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟ

ଅନ୍ତର୍ଯ୍ୟାମୀ ପଟ୍ଟନାୟକ

ହିମାଚଳ ପ୍ରଦେଶର ଭୟାବହ ଭୂସ୍ଖଳନ ଘଟି ଅନେକଙ୍କ ଜୀବନ ଅକାଳରେ ଚାଲିଯାଇଛି। ଏହିପରି ଏକ ଦୁଃଖଦ ଘଟଣା ସମୟରେ ଆଉ ଏକ ଖବର କେବଳ ପାରାଦୀପବାସୀ ନୁହେଁ, ଓଡ଼ିଶାବାସୀଙ୍କ ପାଇଁ ଗୁରୁତ୍ୱ ରଖୁଛି। ସୂଚନାଥାଉ କି, ଶତାବ୍ଦୀ ଶେଷରେ ସମୁଦ୍ରରେ ବୁଡ଼ିଯିବ ପାରାଦୀପ! ସମ୍ପ୍ରତି ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରାର ଅଚାନକ ବୃଦ୍ଧି, ମେରୁ ଅଞ୍ଚଳରେ ହିମଖଣ୍ଡ ତରଳି ସମୁଦ୍ର ଜଳସ୍ତର ବଢ଼ିବାରେ ଲାଗିଲେ ୨୧୦୦ ମସିହା ବେଳକୁ ଭାରତର ପାଖାପାଖି ବାରଟିରୁ ଊର୍ଦ୍ଧ୍ୱ ସମୁଦ୍ରକୂଳିଆ ସହର ତିନିଫୁଟ ସମୁଦ୍ର ପାଣିରେ ବୁଡ଼ିଯାଇପାରେ। ଆମେରିକାର ସ୍ପେସ୍‌ ଏଜେନ୍ସି ନାସା ଏ ପୂର୍ବାନୁମାନ କରିଛି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ କୌଣସି ବିପଦ ପୂର୍ବରୁ ନାସା ଏ ନେଇ ଏକ ପ୍ରକଳ୍ପ ପ୍ରସ୍ତୁତ କରୁଛି। ଆଜି କରୋନାକୁ ନେଇ ସମଗ୍ର ବିଶ୍ୱ ଏକ ପ୍ରକାର ଦୋହଲି ଯାଇଛି। ଏସବୁ ଭିତରେ ତଥାପି ସମୟକୁ ନେଇ ଆଗେଇବାକୁ ଆମମାନଙ୍କୁ ପଡ଼ୁଛି। ତେବେ ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଅଭାବନୀୟ ଓ ଅପ୍ରତ୍ୟାସିତ ପ୍ରାକୃତିକ ବିପଦ ଏବଂ ଜଳବାୟୁ ସଙ୍କଟ ସମଗ୍ର ବିଶ୍ୱ ପାଇଁ ଉଦ୍‌ବେଗର କାରଣ ପାଲଟିଛି। ଇତିମଧ୍ୟରେ ଦେଖାଦେଇଛି ୟୁରୋପ, ଉତ୍ତର ଆମେରିକା, ଏସିଆ, ଓସେନିଆ ଓ ଆଫ୍ରିକାର ପ୍ରାୟ ୪୦ ଦେଶ ଗମ୍ଭୀର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛନ୍ତି। ମୋଟାମୋଟି ଦେଖିଲେ, ବିଶ୍ୱ ଏବେ ଏକସଙ୍ଗେ ବନ୍ୟା, ଝଡ଼, ହିଟ୍‌ୱେଭ, ଜଙ୍ଗଲ ନିଅଁା ଓ ମରୁଡ଼ି କବଳରେ। ପ୍ରକୃତି ବିରୋଧରେ ଅତିଶୟ ମାନବୀୟ ହସ୍ତକ୍ଷେପ ଏହାର ମୁଖ୍ୟ କାରଣ, ଯଦ୍ଦ୍ବାରା ପୃଥିବୀ ଉପରେ ଜଳବାୟୁ ସଙ୍କଟ ଘନେଇଛି ବୋଲି ବୈଜ୍ଞାନିକ ପ୍ରମାଣରୁ ସ୍ପଷ୍ଟ ହୋଇଛି। ଏହିପରି ଅତିଶୟ ଜଳବାୟୁଜନିତ ଘଟଣା ବାରମ୍ବାର ତଥା ଆହୁରି ଗମ୍ଭୀର ହେବାକୁ ଯାଉଛି ବୋଲି ୱାର୍ଲ୍‌ଡ ମେଟେରୋଲୋଜିକାଲ ଅର୍ଗାନାଇଜେଶନ୍‌ ନିଜର ସଦ୍ୟ ରିପୋର୍ଟରେ ଚେତାଇ ଦେଇଛି। ମାନବ ପ୍ରେରିତ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱସ୍ତରରେ ଅତିରିକ୍ତ ବର୍ଷା ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆର ସଦ୍ୟତମ ଅଧ୍ୟୟନ ସ୍ପଷ୍ଟ କରିଛି। ଏହି ସମୟରେ ସେଣ୍ଟର ଫର୍‌ ସାଇନ୍‌ସ ଆଣ୍ଡ୍‌ ଏନ୍‌ଭାଇରନ୍‌ମେଣ୍ଟ ନାମକ ସଂସ୍ଥା ଦ୍ୱାରା ଜାରି କରାଯାଇଥିବା ଏକ ଉଦ୍‌ବେଗଜନକ ରିପୋର୍ଟ ଦର୍ଶାଉଛି ଯେ, ଭାରତର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ସାର୍ବଜନୀନ ଭାବେ ପର୍ଯ୍ୟାପ୍ତ ତଥ୍ୟ ପ୍ରକାଶ କରୁନାହିଁ। ଦେଶର ୨୯ଟି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଓ ଛଅଟି ପ୍ରଦୂଷଣ ନିୟନ୍ତ୍ରଣ କମିଟିକୁ ନେଇ ସିଏସ୍‌ଇ ତଥ୍ୟ ସ୍ବଚ୍ଛତା ଭିତ୍ତିରେ ଏକ ସୂଚକାଙ୍କ ପ୍ରକାଶ କରିଛି। ବର୍ତ୍ତମାନର ପ୍ରଦୂଷଣ ମାତ୍ରା, କଠିନ ବର୍ଜ୍ୟ ପରିଚାଳନା ଆଦି ସୂଚନା ସାର୍ବଜନୀନ କରିବାରେ ମଧ୍ୟ ଅନେକ ବୋର୍ଡ ବିଫଳ ହୋଇଛନ୍ତି। ପ୍ରଦୂଷଣ ସିଧାସଳଖ ଭାବେ ଜଳବାୟୁ ପରିବର୍ତ୍ତନକୁ ପ୍ରଭାବିତ କରୁଥିବାରୁ ସେ ସମ୍ପର୍କିତ ବାସ୍ତବ ତଥ୍ୟକୁ ଅନ୍ଧକାରରେ ନ ରଖି ସ୍ବଚ୍ଛତାର ସହ ସେଗୁଡ଼ିକୁ ପ୍ରଘଟ କଲେ ଯାଇ ମୁକାବିଲାର ଉଚିତ ପନ୍ଥା ନିରୂପଣ କରାଯାଇପାରିବ।
ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ସଙ୍କଟ ତାଲିକାରେ ବିଶ୍ୱର ଅନ୍ୟତମ ବିକାଶଶୀଳ ରାଷ୍ଟ୍ର ଭାରତ ମଧ୍ୟ ବର୍ତ୍ତି ପାରିନାହିଁ। ମଣିଷ ନିଜେ ପ୍ରଚୁର ମାତ୍ରାରେ ଉଭୟ ଟକ୍ସିକ୍‌ ଓ ନନ୍‌ଟକ୍ସିକ୍‌ ପଲ୍ୟୁଶନ ବା ପ୍ରଦୂଷଣ ଉପତ୍ନ୍ନ କରୁଛି। ଟକ୍ସିକ୍‌ ପଲ୍ୟୁଶନ ହେଉଛି ଫାଇନ୍‌ ପାର୍ଟିକ୍ୟୁଲେଟ ମ୍ୟାଟର, ଯାହା ମଣିଷ ସ୍ବାସ୍ଥ୍ୟକୁ ସିଧାସଳଖ କ୍ଷତି ପହଞ୍ଚାଏ। ସେହିପରି ନନ୍‌ଟକ୍ସିକ୍‌ ପଲ୍ୟୁଶନ ବିଶ୍ୱତାପନ ପାଇଁ ଦାୟୀ। ଜଳବାୟୁ ପରିବର୍ତ୍ତନର ନକାରାତ୍ମକ ପ୍ରଭାବ ଯୋଗୁଁ ଏହା ମାନବ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଉଭୟ ପ୍ରଦୂଷଣ ପରସ୍ପରକୁ ବଢ଼ାଇଥାଏ। ସଦ୍ୟ ଅଧ୍ୟୟନରେ ଗବେଷକମାନେ ବିଶ୍ୱର କିଛି ନିର୍ଦ୍ଦିଷ୍ଟ ଦେଶରେ ଟକ୍ସିକ୍‌ ଓ ନନ୍‌ଟକ୍ସିକ୍‌ ପ୍ରଦୂଷଣ ମଧ୍ୟରେ ଦୃଢ଼ ସମ୍ପର୍କ ଦର୍ଶାଇଛନ୍ତି। ଏହି ଦୁଇ ପ୍ରକାର ପ୍ରଦୂଷଣ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। ପ୍ଲସ ୱାନ୍‌ ପତ୍ରିକାରେ ପ୍ରକାଶିତ ଅଧ୍ୟୟନରେ ଗବେଷକମାନେ ଏଭଳି କିଛି ଦେଶ ଚିହ୍ନଟ କରିଛନ୍ତି, ଯାହା ଉଭୟ ପ୍ରଦୂଷଣର ଶିକାର ହୋଇଛନ୍ତି। ଟକ୍ସିକ୍‌ ପଲ୍ୟୁଶନ ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ କ୍ଷତି ଆଶଙ୍କା ଅଧିକ ଥିବା ଦେଶ ମଧ୍ୟରେ ଶୀର୍ଷ ୧୦ରେ ରହିଛନ୍ତି- ସିଙ୍ଗାପୁର, ର୍ବାଣ୍ଡା, ଚାଇନା, ଭାରତ, ସୋଲୋମନ ଆଇଲ୍ୟାଣ୍ଡ, ଭୁଟାନ, ବୋଟସୱାନା, ଜର୍ଜିଆ, ଦକ୍ଷିଣ କୋରିଆ ଓ ଥାଇଲାଣ୍ଡ। ଗବେଷକମାନେ ଆହୁରି ମଧ୍ୟ କହିଛନ୍ତି, ବିଶ୍ୱତାପନ ଓ ପ୍ରବଳ ବୃଷ୍ଟିପାତ କୃଷି କାର୍ଯ୍ୟରେ ବାଧା ଉପତ୍ନ୍ନ କରୁଛି। ଏହାଦ୍ୱାରା କୁପୋଷଣ ଓ ଏହାଜନିତ ରୋଗ ବୃଦ୍ଧି ପାଉଛି। ଚାଇନା ଓ ଭାରତ ଉପରୋକ୍ତ ତାଲିକାର ଶୀର୍ଷ ୫ ଦେଶ ମଧ୍ୟରେ ଅଛନ୍ତି। ଉଭୟ ଦେଶ ଜଳବାୟୁ ପରିବର୍ତ୍ତନ ଓ ଟକ୍ସିକ୍‌ ପଲ୍ୟୁଶନ ଭୟଙ୍କର ସଙ୍କଟ ଦେଇ ଗତି କରୁଛନ୍ତି।
ଉଦ୍‌ବେଗର ବିଷୟ ହେଉଛି, ଅତ୍ୟାଧୁନିକ ଜ୍ଞାନକୌଶଳ ମଧ୍ୟ ଏ କ୍ଷେତ୍ରରେ ବିଫଳ ହୋଇଛି। ବିଶ୍ୱର ଶୀର୍ଷ ଜଳବାୟୁ ବିଶେଷଜ୍ଞ ସ୍ବୀକାର କରିଛନ୍ତି, ଜର୍ମାନୀ ବନ୍ୟା ଓ ଉତ୍ତର ଆମେରିକାର ହିଟ୍‌ ୱେଭ୍‌ର ତୀବ୍ରତା ଅନୁମାନ କରିବାରେ ସେମାନେ ବିଫଳ ହୋଇଛନ୍ତି। ଦୀର୍ଘ ଦଶନ୍ଧି ଧରି ସେମାନେ ଚେତାଇ ଆସୁଛନ୍ତି, ତାପମାତ୍ରାରେ ଦ୍ରୁତ ବୃଦ୍ଧି ପ୍ରବଳ ବୃଷ୍ଟିପାତର କାରଣ ହେବ। ସେହି ଅନୁରୂପ ହିଟୱେଭ୍‌ ସାମ୍ନା କରିବ ବିଶ୍ୱ। କିନ୍ତୁ ସେମାନେ କହନ୍ତି, ତାଙ୍କ କମ୍ପ୍ୟୁଟର ପ୍ରକୃତିଠାରୁ ଅଧିକ ଶକ୍ତିଶାଳୀ ନୁହେଁ, ଯାହା ଏଭଳି ଭୟଙ୍କର ଘଟଣାର ଗମ୍ଭୀରତାର ଉଚିତ ଅନୁମାନ କରିପାରିବ। ଏବେ ତାହା ଫଳିଛି। ପାଣିପାଗର ପୂର୍ବାନୁମାନ ପାଇଁ ସୁପର କମ୍ପ୍ୟୁଟର ଲୋଡ଼ା ବୋଲି ସେମାନେ ଦାବି କରିଛନ୍ତି। ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ମଣିଷ ଯେତେ ଶକ୍ତିଶାଳୀ ହେଉଛି, ପ୍ରକୃତିଠାରୁ ସେତିକି ଦୂରେଇ ଯାଉଛି। କୃତ୍ରିମ ବୁଦ୍ଧିମତ୍ତା ପ୍ରେମରେ ପାଗଳ ମଣିଷ ପ୍ରତି ମୁହୂର୍ତ୍ତରେ ପ୍ରକୃତିକୁ ଧ୍ୱଂସ କରିଚାଲିଛି, ଯାହାର ପରିଣାମ ଆଜି ଆମ ସାମ୍ନାରେ। ପ୍ରକୃତିର ଧ୍ୱଂସଲୀଳାକୁ କୌଣସି ସୁପର କମ୍ପ୍ୟୁଟର କିମ୍ବା କୃତ୍ରିମ ବୁଦ୍ଧିମତ୍ତା ମାପି ପାରିବ ନାହିଁ। ଏହା ଏବେ ପ୍ରମାଣିତ ହୋଇଛି। ସମଗ୍ର ବିଶ୍ୱରେ ଯେଉଁପରି ଭାବେ ଭୟାବହ ଜଳବାୟୁ ଜନିତ ଅଘଟଣା ଓ ଦୁର୍ଘଟଣା ଦେଖାଯାଇଛି, ଏହା ପୂର୍ବରୁ ଦେଖାଯାଇନଥିଲା। ବିପର୍ଯ୍ୟୟରୁୁ ଉଚିତ ଶିକ୍ଷା ଗ୍ରହଣ କରି ପୃଥିବୀକୁ ବଞ୍ଚାଇବା ଲାଗି ଆମ ସମସ୍ତଙ୍କର ଦାୟିତ୍ୱବୋଧ ରହିଛି।
ପାରାଦୀପ, ମୋ: ୯୪୩୭୦୨୨୦୬୧


Enter your email to get our daily news in your inbox.

All Right Reserved By Dharitri.Com

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

ସମାଜ ବିଭକ୍ତୀକରଣର ଅନ୍ତୁଡ଼ିଶାଳ

ସ୍ବାଧୀନୋତ୍ତର ଭାରତର ସରକାରମାନେ ଶିକ୍ଷାର ପ୍ରସାର ଦିଗରେ କାମ କରିଚାଲିଛନ୍ତି। ବହୁ ଶିକ୍ଷା କମିଶନ ବସିଛି। ବହୁ ଆଇନ ପ୍ରଣୟନ ହୋଇଛି। ସେଥିମଧ୍ୟରୁ ବିଳମ୍ବରେ ହେଲେ ମଧ୍ୟ…

ଚାଲ ଫେରିବା ଗାଁକୁ

ଗ୍ରାମାଞ୍ଚଳ ଓ ଗ୍ରାମ୍ୟ ଜୀବନ କାହାକୁ ଆକୃଷ୍ଟ ନ କରେ! ମୋ ଜନ୍ମସ୍ଥାନଟି ହେଉଛି ରାଜ୍ୟର ଉପକୂଳବର୍ତ୍ତୀ ବ୍ରାହ୍ମଣୀ ନଦୀକୂଳ ଆଳି ମାଣିକପାଟଣା। ଗଁାଦିନର ସ୍ମୃତି ଅନେକ।…

ଏଇ ଭାରତରେ

ରାସ୍ତାରେ ଭିକ୍ଷାବୃତ୍ତି କରୁଥିବା ପିଲାଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି ଦିଲ୍ଲୀର କୃଷ୍ଣ କୁମାର। ଏଭଳି ପିଲାଙ୍କୁ ସେ ରାସ୍ତାକଡ଼ରେ ପଢ଼ାଉଛନ୍ତି। ସ୍କୁଲ କହିଲେ ଭଲ ଘର…

ମଣିଷ ଦେଖିଲେ ଡର ଲାଗୁଛି

ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଏ ନିବନ୍ଧଟି ପ୍ରସ୍ତୁତ କରିବାକୁ ଗଲାବେଳେ ପ୍ରଖ୍ୟାତ ସାହିତି୍ୟକ ମନୋଜ ଦାସଙ୍କ ‘କେତେ ଦିଗନ୍ତ’ ପୁସ୍ତକରୁ ରୋଚକ ପ୍ରସଙ୍ଗଟିଏ ସ୍ମରଣକୁ ଆସୁଛି। କିଛି…

ପୁଅ କୋଉ ବିଜ୍ଞାନ ପଢ଼ିବ

ସୁମୀ ଅତି ସ୍ନେହରେ ପୁଅର ନାଆଁ ରଖିଥିଲା ‘ଶ୍ରୀମୟ’। କିନ୍ତୁ ପୁଅ ବଡ଼ ହେଲା ପରେ ତା’ ସାଙ୍ଗମାନଙ୍କୁ ‘ଶ୍ରୀମୟ’ ନାଆଁଟା ପସନ୍ଦ ହେଲାନି। ସେମାନେ ତାକୁ…

ଦୂରେଇଯାଇଛି ବାଂଲାଦେଶ

ବହିର୍ବ୍ୟାପାର ନୀତି କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ ହୋଇଗଲେ ତାହା ଦୁର୍ବଳ ଓ ଦୂରଦୃଷ୍ଟିବିହୀନ ହୋଇଥାଏ। କ୍ଷମତାରୁ ବିତାଡ଼ିତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri