ଜଳବାୟୁ ପରିବର୍ତ୍ତନ ଓ ତଟଭୂମି ଅବକ୍ଷୟ

ପ୍ରଫେସର କିଶୋର ସାମଲ

ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତ ଭଳି ବିକାଶଶୀଳ ଦେଶଗୁଡ଼ିକ ଉପରେ ସମୁଦ୍ର ଉପକୂଳ ଓ ତାହାର ତଟଭୂମି ଅଞ୍ଚଳରେ ଭୂକ୍ଷରଣ ଭଳି ବହୁତ କୁପ୍ରଭାବ ପଡୁଛି। ଏପରିକି ଭାରତର ବେଳାଭୂମିରେ ଥିବା କେତୋଟି ବଡ଼ ବଡ଼ ସହର ୫୦ ବର୍ଷ ମଧ୍ୟରେ ସମୁଦ୍ରରେ ଜଳମଗ୍ନ ହେବାର ଆଶଙ୍କା ଦେଖାଦେଲାଣି। ଆମ ରାଜ୍ୟ ଓଡ଼ିଶାର ଦୁଇ ତିନୋଟି ବେଳାଭୂମିରେ ସମୁଦ୍ର ଅତଡା ଖାଉଛି। ସମୁଦ୍ର ତଟଭୂମିରେ ଅତଡା ଖାଉଥିବାରୁ କେନ୍ଦ୍ରାପଡ଼ା ଜିଲାର ରାଜନଗର ବ୍ଲକ ଅନ୍ତର୍ଭୁକ୍ତ ସାତଭାୟା ଗ୍ରାମପଞ୍ଚାୟତର କେତେଖଣ୍ଡ ଗ୍ରାମ ବଙ୍ଗୋପସାଗରରେ ଲୀନ ହୋଇଯାଇଛି। ଏହି ବେଳାଭୂମିରେ ୧୯୬୦ ଦଶକର ପ୍ରଥମ ଭାଗରୁ ତଟଭୂମିର ଅବକ୍ଷୟ ଆରମ୍ଭ ହୋଇଛି। ଅଙ୍ଗାରକାମ୍ଳ ନିର୍ଗମନ, ଜଳବାୟୁ ପରିବର୍ତ୍ତନ, ଉତ୍ତାପ ବୃଦ୍ଧି, ଉଭୟ ଉତ୍ତର ଓ ଦକ୍ଷିଣ ମେରୁ ଏବଂ ପର୍ବତମାଳାରେ ବରଫ ତରଳିବା ଯୋଗୁ ସମୁଦ୍ର ଜଳପତ୍ତନ ବୃଦ୍ଧି ପାଇ ଏହା ହେଉଛି ବୋଲି ବିଶ୍ୱାସ କରାଯାଉଛି। ସାତଭାୟା ଅଞ୍ଚଳରେ ଏହା କିଛି ଅଂଶରେ ସତ୍ୟ। ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ କେତେକାଂଶରେ ସମୁଦ୍ରକୂଳ ଖାଇବା ପାଇଁ ଦାୟୀ। ବିଶେଷତଃ ଓଡ଼ିଶାରେ ୧୯୭୧ ଓ ୧୯୯୯ ବାତ୍ୟାରେ ସାତଭାୟା ଗ୍ରାମପଞ୍ଚାୟତର କେତୋଟି ଗ୍ରାମର କିଛି ଅଂଶ ସମୁଦ୍ରରେ ଲୀନ ହୋଇଯାଇଥିଲା ଏବଂ ଅନେକ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ। ଯେଉଁମାନେ ବଞ୍ଚତ୍ଗଲେ, କିନ୍ତୁ ନିଜର ଘରଦ୍ୱାର ହରାଇଲେ, କିଛି ଦିନ ପାଖ ଗ୍ରାମର କାହା ଘର ପିଣ୍ଡାରେ କିମ୍ବା ଏକ ପହ୍ଲା କରି ରହିଲେ। ତା’ପରେ ନୂଆ ଛୋଟ ଗଁା ପ୍ରତିଷ୍ଠା କରି ବସବାସ କଲେ।
ଆମେ ଶିଳ୍ପ, ରାସ୍ତା, ରେଳଲାଇନ, ପ୍ରତିରୋଧ ନଦୀବନ୍ଧ ବା ଡ୍ୟାମ୍‌ ଓ ଅନ୍ୟାନ୍ୟ ଯୋଜନା ପାଇଁ ପରିବାରଗୁଡ଼ିକ ବିସ୍ଥାପିତ ଓ ବାସଚ୍ୟୁତ ହେବା ବିଷୟ ଜାଣିଥିଲୁ। ନଦୀର ଜଳପ୍ରବାହ ପ୍ରତିରୋଧ ପାଇଁ ନିର୍ମିତ ବଡ଼ ନଦୀବନ୍ଧ ଲାଗି ବାସଗୃହ, ଚାଷଜମି ଓ ଜଙ୍ଗଲ ସବୁ ଜଳମଗ୍ନ ହେଉଥିଲା। ଏହା ଥିଲା ମନୁଷ୍ୟକୃତ। କିନ୍ତୁ କେନ୍ଦ୍ରାପଡ଼ା ଜିଲାର ସାତଭାୟାରେ ବିସ୍ଥାପିତ ପରିବାରଙ୍କର ବାସଚ୍ୟୁତ, ଜଙ୍ଗଲ ଓ ଚାଷଜମି ଜଳମଗ୍ନ ଘଟଣାକୁ ମନୁଷ୍ୟକୃତ ବୋଲି ଧରା ନ ଯାଇ ଏହା କେବଳ ପ୍ରାକୃତିକ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ଘଟିଛି ବୋଲି ଧାରଣା ହେଉଛି। ଗବେଷଣାର ଅନୁସନ୍ଧାନ ବେଳେ ଆମେ ଜାଣିବାକୁ ପାଇଲୁ ଯେ, ପ୍ରାୟ ସବୁ ବିସ୍ଥାପିତ ପରିବାରଙ୍କ ମତରେ ତାଙ୍କ ଗ୍ରାମ ବୁଡ଼ିଯିବାର ମୁଖ୍ୟ କାରଣ ହେଲା, ପାରାଦୀପ ବନ୍ଦର। ସମୁଦ୍ର ବିଜ୍ଞାନ ବିଶାରଦ ପ୍ରଫେସର କେ. ନାଗେଶ୍ୱର ରାଓଙ୍କ ମତରେ ମଧ୍ୟ ପାରାଦୀପ ବନ୍ଦର ପାଇଁ ୧୯୬୦ ଦଶକରୁ ସାତଭାୟାରେ ସମୁଦ୍ରକୂଳର ଅବକ୍ଷୟ ଦେଖା ଦେଇଛି। ବନ୍ଦର ପାଇଁ ଝାଉଁ ଓ ମାଙ୍ଗ୍ରୋଭ ଜଙ୍ଗଲ ଏବଂ ବାଲିକୁଦକୁ ନଷ୍ଟ କରାଯାଇଛି, ଯାହାଫଳରେ ସମୁଦ୍ରତଟର ବଡ଼ ବଡ଼ ଜୁଆରକୁ ରୋକିବା ଶକ୍ତି ଦୁର୍ବଳ ହୋଇଯାଇଛି ଓ ଅତଡ଼ା ଖାଇବାକୁ ଲାଗିଛି। ବନ୍ଦରକୁ ସୁରକ୍ଷା ପ୍ରଦାନ କରିବା ପାଇଁ ସମୁଦ୍ର କାନ୍ଥ ଓ ସ୍ପର ନିର୍ମାଣ କରାଯାଇଛି। ଏଥିପାଇଁ ଜଳସ୍ରୋତ ଓ ଉଚ୍ଚ ଜୁଆର ସାତଭାୟା ଆଡ଼କୁ ଗତିକରି ସେଠାରେ ସମୁଦ୍ର ତୀରରେ ପିଟି ହେଉଛି। ବନ୍ଦରର ନିୟମିତ ପ୍ରତିପାଳନ ସଫେଇ ମଧ୍ୟ ସମୁଦ୍ରତଟ ଗତିଶୀଳ ଖାଦ ସନ୍ତୁଳନ ଅବସ୍ଥାକୁ ବାଧା ଦେଉଛି। ଏହିସବୁ କାରଣ ଓ ଘଟଣା ପାଇଁ ଆଖପାଖର ବେଳାଭୂମିଗୁଡ଼ିକର ଅବକ୍ଷୟ ହେଉଛି। ବିଶେଷଜ୍ଞଙ୍କ ମତରେ ମହାନଦୀ ଓ ବ୍ରାହ୍ମଣୀରେ ଯଥାକ୍ରମେ ହୀରାକୁଦ ଓ ରେଙ୍ଗାଲିରେ ବଡ଼ ପ୍ରତିରୋଧ ନଦୀବନ୍ଧ(ଡ୍ୟାମ୍‌) ହେବା ଦ୍ୱାରା ମୁଖ୍ୟନଦୀ ଓ ସେମାନଙ୍କର ଶାଖାନଦୀ ମୁହାଣକୁ ଆସୁଥିବା ପଟୁମାଟି ଆଉ ଆସୁନାହିଁ। ଯାହାଦ୍ୱାରା ସାତଭାୟା ନିକଟରେ ସମୁଦ୍ରକୂଳରେ ପଟୁମାଟି ସହ ଖାଦର ସ୍ବାଭାବିକ ଭାବରେ ଅଭିବୃଦ୍ଧି କମିଯାଉଛି। ତେଣୁ ସେଠାରେ ସାଗରବେଳାର ଅବକ୍ଷୟ ବଢୁଛି। ସମୁଦ୍ର କୂଳଖାଇ ଗ୍ରାମଗୁଡ଼ିକ ବୁଡ଼ିଯାଉଛି।
ସମୁଦ୍ରତଟର ଅବକ୍ଷୟ ବିଷୟରେ ବୈଜ୍ଞାନିକ ଓ ଭୂଗୋଳଶାସ୍ତ୍ର ବିଶାରଦମାନେ ଅଧିକ ଗବେଷଣା କରିବା ଆବଶ୍ୟକ। ଅଧିକାଂଶ ବାସଚ୍ୟୁତ ପରିବାର ନିଜ ଚେଷ୍ଟାରେ ପ୍ରତିଷ୍ଠିତ ପାଞ୍ଚଟି ଛୋଟ ଗାଁରେ ବସବାସ କରୁଥିଲେ ମଧ୍ୟ ତାଙ୍କ ଭିତରେ ଭୟ ରହିଲା ଯେ, ତାଙ୍କ ପ୍ରତିଷ୍ଠିତ ଛୋଟ ଗାଁଗୁଡ଼ିକ ମଧ୍ୟ ସମୁଦ୍ରରେ ଭବିଷ୍ୟତରେ ଲୀନ ହୋଇଯାଇପାରେ। ତେଣୁ ଏହି ବିସ୍ଥାପିତ ପରିବାରବର୍ଗଙ୍କ ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ସାତଭାୟାଠାରୁ ୧୦କି.ମି. ଦୂରରେ ବଗପାଟିଆରେ ଏକ ପୁନଃବସତି କଲୋନି ନିର୍ମାଣ କରାଯାଇଛି। ବାସଚ୍ୟୁତ ପରିବାର ସେଠାରେ ବସବାସ ଆରମ୍ଭ କଲେଣି। କିନ୍ତୁ ବାସଚ୍ୟୁତ ପରିବାରଗୁଡ଼ିକ ସେମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଛୋଟ ଗାଁ ଭଳି ଏହି ପୁନଃବସତି କଲୋନିରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ମୋ: ୯୪୩୭୦୪୮୪୯୬


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?