Posted inଜାତୀୟ

ଅରୁଣାଚଳରୁ ନାବାଳକଙ୍କୁ ଅପହରଣ କଲା ଚାଇନା

ନୂଆଦିଲ୍ଲୀ, ୨୦ା୧: ଚାଇନାର ପିପଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଭାରତୀୟ ଭୂଖଣ୍ଡକୁ ଅନୁପ୍ରବେଶ କରି ଜଣେ ନାବାଳକଙ୍କୁ ଅପହରଣ କରିନେଇଛି। ଅରୁଣାଚଳ ପ୍ରଦେଶର ଅପର ସିଆଙ୍ଗ ଜିଲାରୁ ୧୭ ବର୍ଷୀୟ ବାଳକଙ୍କୁ ପିଏଲ୍‌ଏ ସୈନ୍ୟମାନେ ଉଠାଇନେଇଥିବା ବୁଧବାର ସେଠାକାର ଏମ୍‌ପି ତାପିର ଗାଓ ଅଭିଯୋଗ ଆଣିଛନ୍ତି। ତାପିର କହିଛନ୍ତି, ସିୟୁଙ୍ଗଲା ଅଞ୍ଚଳର ଲୁଙ୍ଗଟା ଜୋନରୁ ମିରାମ ତାରୋନ୍‌ଙ୍କୁ ଅପହରଣ କରିନେଇଥିବାବେଳେ ତାଙ୍କ ବନ୍ଧୁ ଜନି ୟାୟିଙ୍ଗ୍‌ ଖସି ପଳାଇଆସିବାରେ ସଫଳ ହୋଇଛନ୍ତି। ପିଏଲ୍‌ଏର ଏଭଳି କୁକାର୍ଯ୍ୟ ସମ୍ପର୍କରେ ଜନି ସ୍ଥାନୀୟ ଅଧିକାରୀମାନଙ୍କୁ ଅବଗତ କରାଇଛନ୍ତି। ମିରାମ ଓ ଜନି ଜିଡୋ ଗ୍ରାମର ବାସିନ୍ଦା ଏବଂ ଉଭୟେ ଶିକାର କରନ୍ତି। ସାଙ୍ଗପୋ ନଦୀ ଅରୁଣାଚଳକୁ ପ୍ରବେଶ କରିଥିବା ସ୍ଥାନ ନିକଟରେ ଏହି ଘଟଣା ଘଟିଥିବା ତାପିର କହିଛନ୍ତି। ସାଙ୍ଗ୍‌ପୋକୁ ଅରୁଣାଚଳରେ ସିଆଙ୍ଗ୍‌ କୁହାଯାଉଥିବାବେଳେ ଆସାମରେ ଏହା ବ୍ରହ୍ମପୁତ୍ର ନାମରେ ଖ୍ୟାତ। ତାପିର ଏ ନେଇ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିଷିଥ ପ୍ରାମାଣିକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଜରୁରୀ ପଦକ୍ଷେପ ନେବା ନିମନ୍ତେ ଅନୁରୋଧ କରିଛନ୍ତି। ଟୁଇଟରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଭାରତୀୟ ସେନାକୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି। ୨୦୨୦ ସେପ୍ଟେମ୍ବରରେ ପିଏଲ୍‌ଏ ସୈନ୍ୟମାନେ ଅରୁଣାଚଳର ଅପର ସୁବାଂସିରି ଜିଲାକୁ ଅନୁପ୍ରବେଶ କରି ୫ ଜଣ ଯୁବକଙ୍କୁ ଅପହରଣ କରି ନେଇଥିଲେ। ସପ୍ତାହେ ପରେ ସେମାନଙ୍କୁ ଛାଡ଼ିଥିଲେ। ପୂର୍ବ ଲଦାଖରେ ୨୦୨୦ ଏପ୍ରିଲଠାରୁ ଭାରତୀୟ ଯବାନ ଓ ଚାଇନା ସୈନ୍ୟ ମୁହାଁମୁହିଁ ସ୍ଥିତିରେ ଥିବାବେଳେ ସଦ୍ୟ ଘଟଣା ସାମ୍‌ନାକୁ ଆସିଛି। ଲଦାଖରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଚାଇନା ସହ ୩,୪୦୦ କି.ମି. ଦୀର୍ଘ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri