Posted inଜାତୀୟ

ଅରୁଣାଚଳରୁ ନାବାଳକଙ୍କୁ ଅପହରଣ କଲା ଚାଇନା

ନୂଆଦିଲ୍ଲୀ, ୨୦ା୧: ଚାଇନାର ପିପଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଭାରତୀୟ ଭୂଖଣ୍ଡକୁ ଅନୁପ୍ରବେଶ କରି ଜଣେ ନାବାଳକଙ୍କୁ ଅପହରଣ କରିନେଇଛି। ଅରୁଣାଚଳ ପ୍ରଦେଶର ଅପର ସିଆଙ୍ଗ ଜିଲାରୁ ୧୭ ବର୍ଷୀୟ ବାଳକଙ୍କୁ ପିଏଲ୍‌ଏ ସୈନ୍ୟମାନେ ଉଠାଇନେଇଥିବା ବୁଧବାର ସେଠାକାର ଏମ୍‌ପି ତାପିର ଗାଓ ଅଭିଯୋଗ ଆଣିଛନ୍ତି। ତାପିର କହିଛନ୍ତି, ସିୟୁଙ୍ଗଲା ଅଞ୍ଚଳର ଲୁଙ୍ଗଟା ଜୋନରୁ ମିରାମ ତାରୋନ୍‌ଙ୍କୁ ଅପହରଣ କରିନେଇଥିବାବେଳେ ତାଙ୍କ ବନ୍ଧୁ ଜନି ୟାୟିଙ୍ଗ୍‌ ଖସି ପଳାଇଆସିବାରେ ସଫଳ ହୋଇଛନ୍ତି। ପିଏଲ୍‌ଏର ଏଭଳି କୁକାର୍ଯ୍ୟ ସମ୍ପର୍କରେ ଜନି ସ୍ଥାନୀୟ ଅଧିକାରୀମାନଙ୍କୁ ଅବଗତ କରାଇଛନ୍ତି। ମିରାମ ଓ ଜନି ଜିଡୋ ଗ୍ରାମର ବାସିନ୍ଦା ଏବଂ ଉଭୟେ ଶିକାର କରନ୍ତି। ସାଙ୍ଗପୋ ନଦୀ ଅରୁଣାଚଳକୁ ପ୍ରବେଶ କରିଥିବା ସ୍ଥାନ ନିକଟରେ ଏହି ଘଟଣା ଘଟିଥିବା ତାପିର କହିଛନ୍ତି। ସାଙ୍ଗ୍‌ପୋକୁ ଅରୁଣାଚଳରେ ସିଆଙ୍ଗ୍‌ କୁହାଯାଉଥିବାବେଳେ ଆସାମରେ ଏହା ବ୍ରହ୍ମପୁତ୍ର ନାମରେ ଖ୍ୟାତ। ତାପିର ଏ ନେଇ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିଷିଥ ପ୍ରାମାଣିକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଜରୁରୀ ପଦକ୍ଷେପ ନେବା ନିମନ୍ତେ ଅନୁରୋଧ କରିଛନ୍ତି। ଟୁଇଟରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଭାରତୀୟ ସେନାକୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି। ୨୦୨୦ ସେପ୍ଟେମ୍ବରରେ ପିଏଲ୍‌ଏ ସୈନ୍ୟମାନେ ଅରୁଣାଚଳର ଅପର ସୁବାଂସିରି ଜିଲାକୁ ଅନୁପ୍ରବେଶ କରି ୫ ଜଣ ଯୁବକଙ୍କୁ ଅପହରଣ କରି ନେଇଥିଲେ। ସପ୍ତାହେ ପରେ ସେମାନଙ୍କୁ ଛାଡ଼ିଥିଲେ। ପୂର୍ବ ଲଦାଖରେ ୨୦୨୦ ଏପ୍ରିଲଠାରୁ ଭାରତୀୟ ଯବାନ ଓ ଚାଇନା ସୈନ୍ୟ ମୁହାଁମୁହିଁ ସ୍ଥିତିରେ ଥିବାବେଳେ ସଦ୍ୟ ଘଟଣା ସାମ୍‌ନାକୁ ଆସିଛି। ଲଦାଖରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଚାଇନା ସହ ୩,୪୦୦ କି.ମି. ଦୀର୍ଘ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମନମୋହନ ସିଂଙ୍କ ସରକାର ସମୟରେ ଅଟକି ଯାଇଥିଲା ଭାରତ: ନାରାୟଣ ମୂର୍ତ୍ତି

ଅହମଦାବାଦ,୨୪ ।୯: ଭାରତରେ ଆଇଟି କ୍ଷେତ୍ରରେ ନାମୀ କମ୍ପାନୀ ଇନଫୋସିସର ସହ-ସଂସ୍ଥାପକ ଏନ ଆର ନାରାୟଣ ମୂର୍ତ୍ତି ଶୁକ୍ରବାର କହିଛନ୍ତି କି କଂଗ୍ରେସ ଅନୁଗାମୀ ୟୁପିଏ...

ରେଲଓ୍ବେ ପାଇଁ ୨.୪ ଲକ୍ଷ କୋଟି ବ୍ୟୟବରାଦ

ନୂଆଦିଲ୍ଲୀ,୨।୨ : ୨୦୨୩-୨୪ କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରେଲଓ୍ବେ ପାଇଁ ସର୍ବାଧିକ ୨.୪ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ୨୦୧୩-୧୪ ଆର୍ଥତ୍କ...

ମନ୍ଦିରରେ ମୁସଲମାନ ମନ୍ତ୍ରୀଙ୍କ ପ୍ରବେଶକୁ ନେଇ ଉଠିଲା ବିବାଦ

ପାଟନା,୨୩।୮: ବିହାରରେ ମହାମେଣ୍ଟ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଗୟାସ୍ଥିତ ବିଷ୍ଣୁପଦ ମନ୍ଦିରରେ ପହଞ୍ଚିଥିଲେ। ଏହି ସମୟରେ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ...

ଗିରିରାଜ୍‌ କିଶୋରଙ୍କ ପରଲୋକ

କାନ୍‌ପୁର, ୧୦ା୨(ପି.ଟି.): ବିଶିଷ୍ଟ ଲେଖକ ତଥା ଶିକ୍ଷାବିତ୍‌ ପଦ୍ମଶ୍ରୀ ଗିରିରାଜ୍‌ କିଶୋର(୮୨)ଙ୍କ ରବିବାର ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ୧୯୩୭ରେ ଉତ୍ତରପ୍ରଦେଶର...

ମାୟାବତୀଙ୍କ ବଡ଼ ଘୋଷଣା: ଲୋକ ସଭା ସମେତ ସମସ୍ତ ବିଧାନସଭା ନିର୍ବାଚନରେ ଏକା ଲଢ଼ିବ ବିଏସ୍‌ପି

ଲକ୍ଷ୍ନୌ,୧୫।୧: ୨୦୨୩ରେ ହେବାକୁ ଥିବା ସମସ୍ତ ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିବ ବହୁଜନ ସମାଜବାଦୀ ପାର୍ଟି(ବିଏସ୍‌ପି)। ଏଥିସହ ୨୦୨୪ ଲୋକ ସଭା ନିର୍ବାଚନରେ ମଧ୍ୟ ବିଏସ୍‌ପି...

ଶରଦ ପାଓ୍ବାରଙ୍କୁ ପ୍ରଶଂସା କଲେ ଶିନ୍ଦେ…

ମୁମ୍ବାଇ,୨୧।୧ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ପ୍ରଶଂସା କରିଛନ୍ତି। ଶନିବାର ପୁଣେର ବସନ୍ତ ଦାଦା ସୁଗାର ଇନଷ୍ଟିଚ୍ୟୁଟର ୪୬...

ଟିକାକରଣ ପ୍ରମାଣପତ୍ରରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ଫଟୋ…

ନୂଆଦିଲ୍ଲୀ, ୯।୧ : ଟିକାକରଣ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ହଟିବ। ବିଧାନସଭା ନିର୍ବାଚନ ହେବାକୁ ଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ, ମଣିପୁର...

ବିହାରରେ ବଦଳୁଛି ରାଜନୈତିକ ପାଣିପାଗ: ମୋଦିଙ୍କ ପ୍ରଶଂସାରେ ଶତମୁଖ ହେଲା ଆରଜେଡି

ପାଟନା, ୨।୭: ବିହାରରେ ରାଜନୈତିକ ପାଣିପାଗ ଧିରେ ଧିରେ ବଦଳିବାରେ ଲାଗିଛି। ଜେଡିୟୁ ଏବଂ ଭାଜପା ମଧ୍ୟରେ ସୃଷ୍ଟି ହୋଇଥିବା ଫାଟର ଫାଇଦା ଉଠାଇବାକୁ ଚେଷ୍ଟା...

Advertisement
Archives

Model This Week