ଉପକୂଳ ଜୈବ ବିବିଧତା ସୁରକ୍ଷାରେ ସୌମ୍ୟ

କ୍ଲାଇମେଟ୍‌ ଚେଞ୍ଜ: ଦି ପାୱାର ଅଫ୍‌ ୟୁଥ୍‌ :  ଜଳବାୟୁପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ ସଚେତନ ହେବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌-୨୦୨୨’। ନଭେମ୍ବର ୨୪ ତାରିଖ ‘ଧରିତ୍ରୀ’ର ଜନ୍ମବାର୍ଷିକୀ ପାଳନ ଅବସରରେ ଆୟୋଜନ ହେବାକୁ ଥିବା ଏହି ଯୁବ ସମ୍ମିଳନୀରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ। ଏଥିସହିତ ରାଜ୍ୟର ବହୁ ଶିକ୍ଷାନୁଷ୍ଠାନରୁ ଯୁବବକ୍ତା ଅଂଶଗ୍ରହଣ କରି ସେମାନଙ୍କ ସୁଚିନ୍ତିତ ମତାମତ ଦେବେ। ଯୁବ ପରିବେଶବିତ୍‌ଙ୍କ ସମ୍ପର୍କରେ…

‘ଧରିତ୍ରୀ’ ପକ୍ଷରୁ ଆସନ୍ତା ୨୪ ତାରିଖରେ ଆୟୋଜିତ ହେବାକୁ ଥିବା ଯୁବ ସମ୍ମିଳନୀରେ ଯୋଗଦେବେ ପୁରୀ ଜିଲା ଅସ୍ତରଙ୍ଗର ସୌମ୍ୟ ରଞ୍ଜନ ବିଶ୍ୱାଳ। ୨୫ବର୍ଷୀୟ ସୌମ୍ୟ ପରିବେଶ ଏବଂ ଅଲିଭ୍‌ ରିଡ୍‌ଲେ (ସାମୁଦ୍ରିକ କଇଁଛ)ଙ୍କ ସୁରକ୍ଷା ଉପରେ କାର୍ଯ୍ୟ କରୁଛନ୍ତି। ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ଅନୁଭବ କରି ଉପକୂଳ ଜୈବ ବିବିଧତା ସୁରକ୍ଷା ପାଇଁ ସୌମ୍ୟ ନିଜସ୍ବ ଅଭିନବ ଉପାୟରେ କାମ କରୁଛନ୍ତି। ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା, ଲୁଣା ଜଙ୍ଗଲ ସୁରକ୍ଷା ଓ ନଦୀ ପ୍ରଦୂଷଣ ରୋକିବା ସମ୍ପର୍କିତ ସେ ବିବିଧ ପ୍ରୟାସ ହାତକୁ ନେଇଛନ୍ତି। ୧୦ବର୍ଷ ବୟସରୁ ପରିବେଶ ସୁରକ୍ଷା ପ୍ରତି ଚିନ୍ତା କରିଥିବା ସୌମ୍ୟ ସମୁଦ୍ର କୂଳରେ ପାଟ୍ରୋଲିଂ କରିବା ଏବଂ ଦେବୀ ନଦୀ କୂଳରେ ଥିବା ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦେବା ସ୍ଥାନ ଓ ବେଳାଭୂମି ସଫା କରିବାରେ ନିଜକୁ ସମର୍ପି ଦେଇଛନ୍ତି। ସମୁଦ୍ର କୂଳରେ ଗାଁ ହୋଇଥିବାରୁ ସେ ପିଲାଦିନରୁ ମୃତ କଇଁଛ ବେଳାଭୂମିକୁ ଭାସିଆସିବା ଏବଂ ପ୍ରଦୂଷଣ ହେଉଥିବା ଦେଖି ଆସିଛନ୍ତି। ତାହା ତାଙ୍କୁ ବିବ୍ରତ କରୁଥିବାରୁ ସେ ଅଲିଭ୍‌ ରିଡ୍‌ଲେ ଏବଂ ପରିବେଶ ସୁରକ୍ଷା ନିମନ୍ତେ କିଛି କରିବାକୁ ଆଗେଇ ଆସିଛନ୍ତି। ସେହିପରି ହେନ୍ତାଳ ବଣ କିପରି ସଂରକ୍ଷିତ ହୋଇ ରହିବ ସେଥିପାଇଁ ମଧ୍ୟ କାର୍ଯ୍ୟ ଜାରି ରଖିଛନ୍ତି। ସୌମ୍ୟଙ୍କ ମତରେ, ହେନ୍ତାଳ ବଣ ନଷ୍ଟ ହେବାର ବିଭିନ୍ନ କାରଣ ରହିଛି। କିନ୍ତୁ ଏହା ନଷ୍ଟ ହେବାର ପ୍ରମୁଖ କାରଣ ହୋଇଯାଇଛି ଲୁଣା ବନ୍ଧ। ଉପକୂଳ ଅବକ୍ଷୟ ରୋକିବା ଏବଂ ନଦୀବନ୍ଧ ସୁରକ୍ଷା ପାଇଁ ସରକାର ଲୁଣା ବନ୍ଧ କରୁଛନ୍ତି, ଯାହାକି ହେନ୍ତାଳ ବଣ ଉପରେ ପ୍ରଭାବ ପକାଉଛି। ତେଣୁ ଏ ଦିଗରେ ସରକାର ଗୁରୁତ୍ୱ ଦେଇ ଏହାକୁ ତୁରନ୍ତ ବନ୍ଦ କରିବା ଉଚିତ। ରାଜ୍ୟରେ ହେନ୍ତାଳ ବଣ ବଢ଼ିଛି ବୋଲି ରିପୋର୍ଟ କହୁଛି। କାରଣ ବୃକ୍ଷରୋପଣ ଅଧିକ ରହିଛି। ଏହା ସତ। କିନ୍ତୁ ତାହା ସୁରକ୍ଷା ଅଭାବରୁ ନଷ୍ଟ ହେବାରେ ଲାଗିଛି। ପ୍ରାକୃତିକ ଭାବେ ଯେଉଁଠି ଉଠୁଛି, ସେଠି ଗଛସବୁ ବଢ଼ିବାରେ ଲାଗୁଛି। କିନ୍ତୁ ଯେଉଁଠି ରୋପଣ କରାଯାଉଛି ସେହି ନୂଆ ଗଛଗୁଡ଼ିକ ନଷ୍ଟ ହେବାରେ ଲାଗୁଛି ବୋଲି ସୌମ୍ୟ କହିଛନ୍ତି। ସେ ୨୦୧୪ରେ ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ନାମକ ଏକ ସଂସ୍ଥା କରି ଏହି କାର୍ଯ୍ୟକୁ ଆଗେଇ ନେଇଛନ୍ତି। ସମୁଦ୍ର ଉପକୂଳବର୍ତ୍ତୀ ଗାଁକୁ ଯାଇ ଅଭିଯାନର ସଦସ୍ୟମାନେ ଲୋକଙ୍କୁ ସଚେତନ କରୁଛନ୍ତି। ଖାଲି ଦେବୀନଦୀ କୂଳରେ ନୁହେଁ, ଓଡ଼ିଶାର ସବୁ ଉପକୂଳବର୍ତ୍ତୀ ଗାଁକୁ ସେମାନେ ସଚେତନତା ଅଭିଯାନରେ ସାମିଲ କରିଛନ୍ତି। ବିଶେଷକରି ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷାକୁ ସେମାନେ ପ୍ରାଥମିକତା ଦେଉଛନ୍ତି। ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନଠାରୁ ଆରମ୍ଭ କରି ଛୁଆ ଫୁଟି ବାହାରି ପୁଣି ଫେରିଯିବା ପର୍ଯ୍ୟନ୍ତ ସେମାନେ ସମୁଦ୍ର କୂଳରେ ରାତ୍ରିଯାପନ କରୁଛନ୍ତି। ଏପରି କି ଶିକାରୀଙ୍କଠାରୁ ଅଣ୍ଡା ରକ୍ଷା କରିବା ପାଇଁ ରାତି ସାରା ପାଟ୍ରୋଲିଂ କରିଥାନ୍ତି। ଚଳିତବର୍ଷ ଜାତୀୟ ଯୁବ ଦିବସ ଅବସରରେ ଜାତିସଂଘ ଭାରତ ପକ୍ଷରୁ ରାଜଧାନୀ ନୂଆଦିଲ୍ଲୀରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଭାରତର ୬ ଜଣ ଯୁବ ଅଧିବକ୍ତାଙ୍କୁ ଜାତିସଂଘ ପକ୍ଷରୁ ସ୍ବୀକୃତି ଦିଆଯାଇଛି। ଏହି ୬ ଜଣ ଯୁବ ଅଧିବକ୍ତାଙ୍କ ମଧ୍ୟରେ ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ଗୁଣ୍ଡଳବା ଗାଆଁର ସୌମ୍ୟ ରଞ୍ଜନ ବିଶ୍ୱାଳ ସ୍ଥାନ ପାଇଛନ୍ତି। ୨୦୨୨ ଅଗଷ୍ଟ ୧୨ରୁ ଆରମ୍ଭ କରି ୨୦୨୪ ଅଗଷ୍ଟ ୧୨ ଯାଏ ୨ବର୍ଷ ପାଇଁ ସ୍ବୀକୃତି ପତ୍ର ପ୍ରଦାନ କରାଯାଇଛି। ଏ ପ୍ରକାର କାର୍ଯ୍ୟଧାରା ପାଇଁ ସୌମ୍ୟ ପୂର୍ବରୁ ଲିମ୍‌କା ବୁକ୍‌ ରେକଡର୍‌ସ, ଉପଖଣ୍ଡସ୍ତରୀୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ପୁରସ୍କାର ସହ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ, ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ ପାଖରୁ ପ୍ରଶଂସିତ ହେବା ସହିତ ତାଙ୍କ ନେତୃତ୍ୱରେ ଅନେକ କାର୍ଯ୍ୟ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କ ସମେତ ଅନେକେ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?