ଉପକୂଳ ଜୈବ ବିବିଧତା ସୁରକ୍ଷାରେ ସୌମ୍ୟ

କ୍ଲାଇମେଟ୍‌ ଚେଞ୍ଜ: ଦି ପାୱାର ଅଫ୍‌ ୟୁଥ୍‌ :  ଜଳବାୟୁପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ ସଚେତନ ହେବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌-୨୦୨୨’। ନଭେମ୍ବର ୨୪ ତାରିଖ ‘ଧରିତ୍ରୀ’ର ଜନ୍ମବାର୍ଷିକୀ ପାଳନ ଅବସରରେ ଆୟୋଜନ ହେବାକୁ ଥିବା ଏହି ଯୁବ ସମ୍ମିଳନୀରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ। ଏଥିସହିତ ରାଜ୍ୟର ବହୁ ଶିକ୍ଷାନୁଷ୍ଠାନରୁ ଯୁବବକ୍ତା ଅଂଶଗ୍ରହଣ କରି ସେମାନଙ୍କ ସୁଚିନ୍ତିତ ମତାମତ ଦେବେ। ଯୁବ ପରିବେଶବିତ୍‌ଙ୍କ ସମ୍ପର୍କରେ…

‘ଧରିତ୍ରୀ’ ପକ୍ଷରୁ ଆସନ୍ତା ୨୪ ତାରିଖରେ ଆୟୋଜିତ ହେବାକୁ ଥିବା ଯୁବ ସମ୍ମିଳନୀରେ ଯୋଗଦେବେ ପୁରୀ ଜିଲା ଅସ୍ତରଙ୍ଗର ସୌମ୍ୟ ରଞ୍ଜନ ବିଶ୍ୱାଳ। ୨୫ବର୍ଷୀୟ ସୌମ୍ୟ ପରିବେଶ ଏବଂ ଅଲିଭ୍‌ ରିଡ୍‌ଲେ (ସାମୁଦ୍ରିକ କଇଁଛ)ଙ୍କ ସୁରକ୍ଷା ଉପରେ କାର୍ଯ୍ୟ କରୁଛନ୍ତି। ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ଅନୁଭବ କରି ଉପକୂଳ ଜୈବ ବିବିଧତା ସୁରକ୍ଷା ପାଇଁ ସୌମ୍ୟ ନିଜସ୍ବ ଅଭିନବ ଉପାୟରେ କାମ କରୁଛନ୍ତି। ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା, ଲୁଣା ଜଙ୍ଗଲ ସୁରକ୍ଷା ଓ ନଦୀ ପ୍ରଦୂଷଣ ରୋକିବା ସମ୍ପର୍କିତ ସେ ବିବିଧ ପ୍ରୟାସ ହାତକୁ ନେଇଛନ୍ତି। ୧୦ବର୍ଷ ବୟସରୁ ପରିବେଶ ସୁରକ୍ଷା ପ୍ରତି ଚିନ୍ତା କରିଥିବା ସୌମ୍ୟ ସମୁଦ୍ର କୂଳରେ ପାଟ୍ରୋଲିଂ କରିବା ଏବଂ ଦେବୀ ନଦୀ କୂଳରେ ଥିବା ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦେବା ସ୍ଥାନ ଓ ବେଳାଭୂମି ସଫା କରିବାରେ ନିଜକୁ ସମର୍ପି ଦେଇଛନ୍ତି। ସମୁଦ୍ର କୂଳରେ ଗାଁ ହୋଇଥିବାରୁ ସେ ପିଲାଦିନରୁ ମୃତ କଇଁଛ ବେଳାଭୂମିକୁ ଭାସିଆସିବା ଏବଂ ପ୍ରଦୂଷଣ ହେଉଥିବା ଦେଖି ଆସିଛନ୍ତି। ତାହା ତାଙ୍କୁ ବିବ୍ରତ କରୁଥିବାରୁ ସେ ଅଲିଭ୍‌ ରିଡ୍‌ଲେ ଏବଂ ପରିବେଶ ସୁରକ୍ଷା ନିମନ୍ତେ କିଛି କରିବାକୁ ଆଗେଇ ଆସିଛନ୍ତି। ସେହିପରି ହେନ୍ତାଳ ବଣ କିପରି ସଂରକ୍ଷିତ ହୋଇ ରହିବ ସେଥିପାଇଁ ମଧ୍ୟ କାର୍ଯ୍ୟ ଜାରି ରଖିଛନ୍ତି। ସୌମ୍ୟଙ୍କ ମତରେ, ହେନ୍ତାଳ ବଣ ନଷ୍ଟ ହେବାର ବିଭିନ୍ନ କାରଣ ରହିଛି। କିନ୍ତୁ ଏହା ନଷ୍ଟ ହେବାର ପ୍ରମୁଖ କାରଣ ହୋଇଯାଇଛି ଲୁଣା ବନ୍ଧ। ଉପକୂଳ ଅବକ୍ଷୟ ରୋକିବା ଏବଂ ନଦୀବନ୍ଧ ସୁରକ୍ଷା ପାଇଁ ସରକାର ଲୁଣା ବନ୍ଧ କରୁଛନ୍ତି, ଯାହାକି ହେନ୍ତାଳ ବଣ ଉପରେ ପ୍ରଭାବ ପକାଉଛି। ତେଣୁ ଏ ଦିଗରେ ସରକାର ଗୁରୁତ୍ୱ ଦେଇ ଏହାକୁ ତୁରନ୍ତ ବନ୍ଦ କରିବା ଉଚିତ। ରାଜ୍ୟରେ ହେନ୍ତାଳ ବଣ ବଢ଼ିଛି ବୋଲି ରିପୋର୍ଟ କହୁଛି। କାରଣ ବୃକ୍ଷରୋପଣ ଅଧିକ ରହିଛି। ଏହା ସତ। କିନ୍ତୁ ତାହା ସୁରକ୍ଷା ଅଭାବରୁ ନଷ୍ଟ ହେବାରେ ଲାଗିଛି। ପ୍ରାକୃତିକ ଭାବେ ଯେଉଁଠି ଉଠୁଛି, ସେଠି ଗଛସବୁ ବଢ଼ିବାରେ ଲାଗୁଛି। କିନ୍ତୁ ଯେଉଁଠି ରୋପଣ କରାଯାଉଛି ସେହି ନୂଆ ଗଛଗୁଡ଼ିକ ନଷ୍ଟ ହେବାରେ ଲାଗୁଛି ବୋଲି ସୌମ୍ୟ କହିଛନ୍ତି। ସେ ୨୦୧୪ରେ ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ନାମକ ଏକ ସଂସ୍ଥା କରି ଏହି କାର୍ଯ୍ୟକୁ ଆଗେଇ ନେଇଛନ୍ତି। ସମୁଦ୍ର ଉପକୂଳବର୍ତ୍ତୀ ଗାଁକୁ ଯାଇ ଅଭିଯାନର ସଦସ୍ୟମାନେ ଲୋକଙ୍କୁ ସଚେତନ କରୁଛନ୍ତି। ଖାଲି ଦେବୀନଦୀ କୂଳରେ ନୁହେଁ, ଓଡ଼ିଶାର ସବୁ ଉପକୂଳବର୍ତ୍ତୀ ଗାଁକୁ ସେମାନେ ସଚେତନତା ଅଭିଯାନରେ ସାମିଲ କରିଛନ୍ତି। ବିଶେଷକରି ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷାକୁ ସେମାନେ ପ୍ରାଥମିକତା ଦେଉଛନ୍ତି। ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନଠାରୁ ଆରମ୍ଭ କରି ଛୁଆ ଫୁଟି ବାହାରି ପୁଣି ଫେରିଯିବା ପର୍ଯ୍ୟନ୍ତ ସେମାନେ ସମୁଦ୍ର କୂଳରେ ରାତ୍ରିଯାପନ କରୁଛନ୍ତି। ଏପରି କି ଶିକାରୀଙ୍କଠାରୁ ଅଣ୍ଡା ରକ୍ଷା କରିବା ପାଇଁ ରାତି ସାରା ପାଟ୍ରୋଲିଂ କରିଥାନ୍ତି। ଚଳିତବର୍ଷ ଜାତୀୟ ଯୁବ ଦିବସ ଅବସରରେ ଜାତିସଂଘ ଭାରତ ପକ୍ଷରୁ ରାଜଧାନୀ ନୂଆଦିଲ୍ଲୀରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଭାରତର ୬ ଜଣ ଯୁବ ଅଧିବକ୍ତାଙ୍କୁ ଜାତିସଂଘ ପକ୍ଷରୁ ସ୍ବୀକୃତି ଦିଆଯାଇଛି। ଏହି ୬ ଜଣ ଯୁବ ଅଧିବକ୍ତାଙ୍କ ମଧ୍ୟରେ ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ଗୁଣ୍ଡଳବା ଗାଆଁର ସୌମ୍ୟ ରଞ୍ଜନ ବିଶ୍ୱାଳ ସ୍ଥାନ ପାଇଛନ୍ତି। ୨୦୨୨ ଅଗଷ୍ଟ ୧୨ରୁ ଆରମ୍ଭ କରି ୨୦୨୪ ଅଗଷ୍ଟ ୧୨ ଯାଏ ୨ବର୍ଷ ପାଇଁ ସ୍ବୀକୃତି ପତ୍ର ପ୍ରଦାନ କରାଯାଇଛି। ଏ ପ୍ରକାର କାର୍ଯ୍ୟଧାରା ପାଇଁ ସୌମ୍ୟ ପୂର୍ବରୁ ଲିମ୍‌କା ବୁକ୍‌ ରେକଡର୍‌ସ, ଉପଖଣ୍ଡସ୍ତରୀୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ପୁରସ୍କାର ସହ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ, ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ ପାଖରୁ ପ୍ରଶଂସିତ ହେବା ସହିତ ତାଙ୍କ ନେତୃତ୍ୱରେ ଅନେକ କାର୍ଯ୍ୟ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କ ସମେତ ଅନେକେ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri