୨୫ କି.ମି.ରେ ୨ ଟୋଲ୍‌ ପ୍ଲାଜା

ଚଣ୍ଡିଖୋଲ,୨୦।୧୧(ଡି.ଏନ୍‌.ଏ.): ଜାତୀୟ ରାଜପଥରେ ଦୁଇଟି ଟୋଲ୍‌ ପ୍ଲାଜାର ବ୍ୟବଧାନ ୬୦ କିଲୋମିଟର ରହିବାର ନିୟମ ରହିଛି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ)ର ନିର୍ଦ୍ଦେଶନାମା ଅନୁଯାୟୀ ରାଜପଥ ଉପରେ ନିର୍ମାଣ କରାଯାଉଥିବା ଟୋଲ୍‌ ପ୍ଲାଜାଗୁଡ଼ିକ ଏହି ଦୂରତ୍ୱ ମାନିବାକୁ ବାଧ୍ୟ। ତେଣୁ ୧୬ନଂ. ଜାତୀୟ ରାଜପଥର ଯାଜପୁର ଜିଲା ପାଣିକୋଇଲିଠାରେ ହୋଇଥିବା ଟୋଲ୍‌ ପ୍ଲାଜାଠାରୁ କଟକ ଜିଲା ବନ୍ଦାଳୋ ଟୋଲ୍‌ ପ୍ଲାଜାର ଦୂରତା ୪୮ କିଲୋମିଟର ହୋଇଥିବାରୁ ଦୀର୍ଘ ଦାବି ପରେ ୮ଦିନ ତଳେ ଏହା ଯାଜପୁର-ଭଦ୍ରକ ସୀମାନ୍ତବର୍ତ୍ତୀ ନେଉଳାଛକକୁ ସ୍ଥାନାନ୍ତର ହୋଇଛି। ମାତ୍ର ବନ୍ଦାଳୋ ଟୋଲ୍‌ ପ୍ଲାଜାଠାରୁ ଯାଜପୁର ଜିଲା ୫୩ନଂ. ଜାତୀୟ ରାଜପଥର ଚଣ୍ଡିଖୋଲ ନିକଟସ୍ଥ ଶ୍ରୀରାମପୁର ଟୋଲପ୍ଲାଜାର ଦୂରତା ମାତ୍ର ୨୫ କିଲୋମିଟର। ଏତେ କମ୍‌ ଦୂରତା ଭିତରେ ଦୁଇ ଦୁଇଟି ଟୋଲ୍‌ ପ୍ଲାଜା ଅତିକ୍ରମ କରୁଥିବା ଗାଡ଼ିମାଲିକଙ୍କୁ ମୋଟା ଅଙ୍କରେ ଟୋଲ ଫି’ ଦେବାକୁ ପଡୁଛି, ଯାହାକୁ ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଏହି ଟୋଲ ପ୍ଲାଜା ସ୍ଥାନନ୍ତର ହୋଇ ପାରିନାହିଁ। କଟକ ମଙ୍ଗୁଳିଠାରେ ହୋଇଥିବା ଟୋଲ ପ୍ଲାଜା ବନ୍ଦାଳୋ ନିକଟକୁ ଘୁଞ୍ଚତ୍ଆସିଥିବାବେଳେ ଶ୍ରୀରାମପୁର ଟୋଲ ପ୍ଲାଜାକୁ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇର ମଶାଖଣି ନିକଟରେ କରାଯିବ ବୋଲି ସ୍ଥିରୀକୃତ ହୋଇଛି। ହେଲେ ଏପର୍ଯ୍ୟନ୍ତ ତାହା ସ୍ଥାନାନ୍ତର ହୋଇପାରିନାହିଁ। ଫଳରେ ଟ୍ରକ୍‌, ବସ୍‌ ଓ ଚାରିଚକିଆ ଯାନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିନେଇ ପୂର୍ବରୁ ଚଣ୍ଡିଖୋଲ ଟ୍ରକ୍‌ ମାଲିକ ସଂଘ ଆନ୍ଦୋଳନ କରିଥିଲେ ମଧ୍ୟ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହା ଉପରେ ଗୁରୁତ୍ୱ ଦେଇନାହାନ୍ତି। କେନ୍ଦ୍ରାପଡ଼ା ଓ ଯାଜପୁର ଜିଲାର ଜନସାଧାରଣ ଦୈନିକ ଏହି ରାସ୍ତାଦେଇ କଟକ ଓ ଭୁବନେଶ୍ୱର ଯାତୟାତ କରିଥାନ୍ତି। ଫଳରେ ସେମାନଙ୍କୁ ଦୁଇଟି ଟୋଲ୍‌ ପ୍ଲାଜାର ମୋଟା ଅଙ୍କର ଫି’ଦେବାକୁ ପଡ଼ିଥାଏ।
୨୦୧୬ ଜୁଲାଇରେ ରାଜ୍ୟ ପରିବହନ କମିଶନର ଚିଠିଲେଖି ଶ୍ରୀରାମପୁର ଟୋଲପ୍ଲାଜାକୁ ମଶାଖଣି ସ୍ଥାନାନ୍ତର କରିବା ପାଇଁ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ହେଲେ ଏହି ଚିଠି ଉପରେ କୌଣସି ପଦକ୍ଷେପ ନିଆଯାଇ ପାରିନାହିଁ। ଅନ୍ୟପକ୍ଷରେ ବିଶ୍ୱପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରି, ରନତ୍ଗିରି, ଉଦୟଗିରି ସହିତ ଓଳାଶୁଣୀ ଏବଂ ଜାତୀୟ ଉଦ୍ୟାନ ଭିତରକନିକାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସିଥାନ୍ତି। ସେମାନେ ଏହି ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଗଲାବେଳେ ଦୁଇଟି ଟୋଲ ପ୍ଲାଜା ଦେଇ ଯିବାକୁ ପଡ଼େ। ସେଥିପାଇଁ ଦୈନିକ କେବଳ ଟୋଲଫି ବାବଦରେ ୫ଶହରୁ ୬ଶହ ଟଙ୍କା ଆବଶ୍ୟକ ହୋଇଥାଏ। ଏବେ ଶୀତଋତୁ ଆଗମନ ହୋଇଥିବା ବେଳେ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନଙ୍କ ସୁଅ ଛୁଟୁଛି। ଏହି ପର୍ଯ୍ୟଟକମାନେ ଟୋଲ ପ୍ଲାଜା ଅତିକ୍ରମ କଲାବେଳେ ୨୫ କିଲୋମିଟର ଦୂରତା ମଧ୍ୟରେ ଦୁଇଟି ଟୋଲ ପ୍ଲାଜାର ପଇସା ଦେବାକୁ ପଡୁଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେଣୁ ତୁରନ୍ତ ଟୋଲ ପ୍ଲାଜା ସ୍ଥାନାନ୍ତର ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ମୁଖ୍ୟ ପ୍ରବନ୍ଧକ ରାମପ୍ରସାଦ ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି, ଚଣ୍ଡିଖୋଲ-ପାରାଦୀପ ୫୩ ନଂ. ଜାତୀୟ ରାଜପଥଟି ୮ଲାଇନ ହେବାକୁ ଯାଉଛି। ଏହି କାର୍ଯ୍ୟ ସମୟରେ ଟୋଲ୍‌ ପ୍ଲାଜା ସ୍ଥାନାନ୍ତର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?